'School Without Walls' ଓ ‘Kalkeri’ ଭାରତର ପରିବର୍ତ୍ତନଶୀଳ ଶିକ୍ଷାବ୍ୟବସ୍ଥାର ନୂଆ ଚେହେରା

'School Without Walls' ଓ ‘Kalkeri’ ଭାରତର ପରିବର୍ତ୍ତନଶୀଳ ଶିକ୍ଷାବ୍ୟବସ୍ଥାର ନୂଆ ଚେହେରା

Friday December 04, 2015,

2 min Read

ଯଦି ଆପଣ କେବେ କର୍ଣ୍ଣାଟକର ଧାରବାଡକୁ ଯାଆନ୍ତି ସହରଠାରୁ ଅନତିଦୁରରେ କିଛିବାଟ ଯିବାପରେ ହଠାତ୍ ଆପଣ ଫରାସୀ ଓ ସୁଇଡେନର ଭାଷାରେ କଥାବାର୍ତ୍ତା ଶୁଣିପାରିବେ। ଆପଣ ମଧ୍ୟ ଶାସ୍ତ୍ରିୟ କର୍ଣ୍ଣାଟକି ସଂଗୀତ ଶୁଣିପାରିବେ କୁନି କୁନି ପିଲାମାନଙ୍କଠାରୁ। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବଯେ ଏହି ପିଲାମାନେ ବିଦେଶୀ ଭାଷା କିପରି ଶିଖିଲେ।

image


ଏହା କାଲକେରି ଓ ଏହା ଏକ ଏକ ସଂଗୀତ ବିଦ୍ୟାଳୟ, ଯାହାକୁ କାନାଡାର କ୍ୟୁବେକ ଅଞ୍ଚଳର ଜଣେ ବ୍ୟକ୍ତି ପ୍ରତିଷ୍ଠା କରିଛନ୍ତି। ଏହା ଉତ୍ତର ବେଙ୍ଗାଲୁରୁର ଏକ ସଂଗୀତ ସ୍ଥଳ ହୋଇଛି। ଏଠାକୁ ଆଜି ଦେଶ ବିଦେଶରୁ ଅନେକ ବ୍ୟକ୍ତି ଆସି ସଂଗୀତ ଶିକ୍ଷା କରୁଛନ୍ତି। ଏହି ସ୍କୁଲରେ କୌଣସି ସିଲାବସ ନାହି,ଏଠାରେ ପରିବେଶ ଓ ପ୍ରକୃତି ହିଁ ସିଲାବସ। ଏଠାକୁ ପିଲାମାନେ ନିଜ ଇଛାରେ ପାଠ ପଢିବାକୁ ଆସନ୍ତି। ସେମାନେ କଣ ପଢିବେ ବା କଣ କରିବେ ନିଜେ ସ୍ଥିର କରନ୍ତି, ଉଦାହରଣ ସ୍ଵରୁପ ଏଠାକାର ରୋଷେଇଘରକୁ ସେମାନେ ଏକ ଲାବରୋଟୋରୀ ବା ପରୀକ୍ଷାଗାର କରିଦେଇଛନ୍ତି। ଏହି ସ୍କୁଲର ଏକ ଛାତ୍ର ଗତବର୍ଷ ମନ୍ଦାରରୁ ଏକ ସିରପ୍ ପ୍ରସ୍ତୁତି କରି ଚର୍ଚ୍ଚାକୁ ଆସିଲା ଓ ସେ ଅନେକ ଖାଦ୍ୟ ମେଳାରେ ଏଥିପାଇଁ ସମ୍ବର୍ଦ୍ଧନା ମଧ୍ୟ ପାଇଛି।

ଏଠାରେ ରହୁଥିବା ଦେଶାଇ କହନ୍ତି, "ଅର୍ଥ ପଛରେ ଗୋଡେଇ ଗୋଡେଇ ଆମେ ମାନେ ଆଜି ନିଜର ଭାଷା ଓ ସଂସ୍କୃତିକୁ ଭୁଲିବାକୁ ବସିଲୁଣି। ମୁଁ ବହୁରାଷ୍ଟ୍ରୀୟ କମ୍ପାନୀ ବାସ୍କିନ୍ ଆଣ୍ଡ ରବିନ୍ ରେ କାମ କରୁଥିଲି, ଯାହା ପ୍ରାକୃତିକ ଭାବେ ଏକ ଆଇସକ୍ରୀମ କମ୍ପାନୀ ହିସାବରେ କେବଳ ଅଧିକ ଅର୍ଥ ରୋଜଗାର ଓ ଲାଭ କରିବାରେ ହି ଯୋର୍ ଦେଉଥିଲା। ଆମେମାନେ ଆଜି ପଶ୍ଚିମୀ ସଭ୍ୟତାର ଅନୁକରଣ କରି ନିଜର ସଭ୍ୟତା ଓ ସଂସ୍କୃତିକୁ ଭୁଲିଗଲୁଣି।" ଦେଶାଇଙ୍କର School Without Walls ସ୍ଥାନୀୟ ସଂସ୍କୃତି, ଚେତନା ଓ ସାଂସ୍କୃତିକ ଶିକ୍ଷା ଉପରେ ଗୁରୁତ୍ଵ ଦେଇଥାଏ।

ଏଠାରେ ଆମେ ସମସ୍ତେ ଆନନ୍ଦକୁ ଖୋଜୁଛୁ ବୋଲି ସେ କହନ୍ତି। କାରଣ ଆନନ୍ଦ ଓ ଶାନ୍ତି ହିମାଳୟରେ ନୁହେଁ ବରଂ ନିଜ ଭିତରେ ହିଁ ମିଳିଥାଏ। ନିଜକୁ ଖୁଶୀ ରଖିବାକୁ ନିଜେ ଚେଷ୍ଟା କର, ତୁମେ ନିଶ୍ଚୟ ପାଇବ ବୋଲି ଦେଶାଇ କହନ୍ତି।

ଶେଷରେ ଆଡାମ ଯିଏକି କାଲକେରିର ଜଣେ ସଦସ୍ୟ କହନ୍ତି ଯେ ଏଠାରେ ପିଲାମାନେ ଗୀତ ସଂଗୀତ ଶିଖିବା ସହ ପାଠ ପଢାରେ ବି ଧ୍ୟାନ ଦିଅନ୍ତି। ସେମାନେ ଏଠି ପ୍ରଥମ ଶ୍ରେଣୀରେ ଆସି ପଢିବା ଆରମ୍ଭ କରନ୍ତି। ସେମାନେ ଏଠାରେ ଦୈନିକ ୩ ଘଣ୍ଟାର କଳା ଅଧ୍ୟୟନ କରନ୍ତି। ସେମାନେ ନୃତ୍ୟ, ଡ୍ରାମା, ବାଦ୍ୟଯନ୍ତ୍ର ଚାଳନା ଆଦିରେ ଶିକ୍ଷା ହାସଲ କରନ୍ତି। ବୟସ ବଢ଼ିବା ସହ ଏମାନେ ଏଥିରୁ ଗୋଟେ ବା ଦୁଇଟି କଳାରେ ନିପୁଣତା ହାସଲ କରନ୍ତି। ସେଥି ନିମନ୍ତେ ସେମାନେ ଦିନକୁ ୫ ଘଣ୍ଟା ସମୟ ଦିଅନ୍ତି। ଆଉ ଅଷ୍ଟମରୁ ଦଶମ ମଧ୍ୟରେ ସେମାନେ ଗୋଟେ ବିଦ୍ୟାରେ ଅଧ୍ୟୟନ କରନ୍ତି। ଏଠାକାର ସମସ୍ତ ପିଲା ସେମାନଙ୍କ ବୋର୍ଡ୍ ପରୀକ୍ଷାରେ କୃତକାର୍ଯ୍ୟ ହେଇଛନ୍ତି ଓ ପାଠପଢା ଜାରି ରଖି ଏଠି ଶିକ୍ଷା ଲାଭ କରୁଛନ୍ତି। ବର୍ତ୍ତମାନ ଏଠାରେ ୨୦୦ ରୁ ଅଧିକ ପିଲା ଏଠାରେ ଅଧ୍ୟୟନରତ।

ମୂଳ ଲେଖା - ଜୋଇ ହାମିଲଟନ

ଭାଷାନ୍ତର - ପାର୍ଥସାରଥୀ ମହାନ୍ତି