ଗଙ୍ଗା ନଦୀ ଉପର ଜଳସ୍ତର ସଫେଇ ଆସନ୍ତା ଜାନୁଆରୀ ୨୦୧୬ରୁ ଆରମ୍ଭ ହେବାକୁ ଯାଉଛି

0

ଗଙ୍ଗା ନଦୀ ଜଳ ସ୍ତରରେ ଆବୃତ ହୋଇଥିବା ଆବର୍ଜ୍ଜନା ଯଥା ବସ୍ତ୍ର, ମୃତ ବ୍ୟକ୍ତିର ଅଂଶ ବିଶେଷ ଗୁଡ଼ିକୁ ଗଙ୍ଗା ଜଳରୁ ସଫା କରିବାର ଅଭିଯାନ ଆସନ୍ତା ଜାନୁଆରୀରେ ଆରମ୍ଭ ହେବାକୁ କେନ୍ଦ୍ର ସରକାର ବିଦ୍ଧିବଦ୍ଧ ନିଷ୍ପତି ନେଇଛନ୍ତି । ଏହି ଆଧାରରେ ଅଭିଯାନକୁ ଚାରି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ନଦୀ ଉପରସ୍ତର ସଫେଇ ହେବ, ଯାହାକି ଆସନ୍ତା ବର୍ଷ ଜାନୁଆରୀରୁ ଆରମ୍ଭ ହେବ ବୋଲି ଜଳ ସମ୍ପଦ ବିଭାଗ ସେକ୍ରେଟାରୀ ଶଶୀ ଶେଖର କହିଛନ୍ତି ।

ଚାରି ଭାଗରୁ ଆମେ ଗଙ୍ଗା ନଦୀ ଜଳ ସ୍ତରର ସଫେଇ କାର୍ଯ୍ୟ ଆରମ୍ଭ କରିବୁ । ନଦୀ ସ୍ତରରେ ବିଭିନ୍ନ ପ୍ରକାର କଠିନ ଆସ୍ତରଣ, ବସ୍ତ୍ର, ମୃତ ବ୍ୟକ୍ତିର ଅଂଶ ବିଶେଷ ଦେଖିବାକୁ ମିଳେ । ତେଣୁ ଆମର ମୁଖ୍ୟ କାର୍ଯ୍ୟ ହେଉଛି ନଦୀ ଜଳ ସ୍ତରର ସଫେଇ ଜାନୁଆରୀରୁ ଆରମ୍ଭ ଏବଂ ଆଶାକରୁଛୁ ଏହାର ପ୍ରଭାବ ଏକ ବର୍ଷ ମଧ୍ୟରେ ଦେଖିବାକୁ ମିଳିବ । ନୂଆ ଦିଲ୍ଲୀରେ ଅନୁଷ୍ଠିତ ପ୍ରଥମ ଇଣ୍ଡୋ ଇରୋପୀୟ ଜଳ ସମ୍ମିଳନୀରେ ଶ୍ରୀଯୁକ୍ତ ଶେଖର ଏକଥା କହିଛନ୍ତି ।

ଶେଖର କହିଲେ ଜଳସ୍ତର ସଫେଇ ବ୍ୟତୀତ ବିଭାଗ ଅନ୍ୟ ତିନୋଟି କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯିବ । ଘାଟର ପୁନଃନିର୍ମାଣ ସହିତ ନଦୀର ସଂପ୍ରସାରଣ,ଶବଦାହର ଆଧୁନୀକରଣ ଏବଂ ନଦୀ କୁଳରେ ବାସ କରୁଥିବା ତିନି ହଜାର ଗ୍ରାମରୁ ଆସୁଥିବା ବର୍ଜ୍ୟବସ୍ତୁ ରେ ପରିପୂର୍ଣ୍ଣ ଜଳପ୍ରବାହକୁ ପୁନଃ ନବୀକରଣ କରି ନଦୀକୁ ଛଡାଯିବ । ଗଙ୍ଗା ସହିତ ପ୍ରାୟ ତିନି ହଜାର ଗ୍ରାମପଂଚାୟତ ସଂଯୁକ୍ତ । ଆମେ ବାରଣାସୀ,ଆଲ୍ଳାହାବାଦ ଏବଂ କାନପୁରର କିଛି ଗ୍ରାମରେ ଯାଞ୍ଚ କରିଛୁ । ପ୍ରତ୍ୟେକ ଦିନ ୧୦,୦୦୦ରୁ ୫୦,୦୦୦ ଲିଟର ଅପରିଷ୍କାର ଜଳ ଓ ଆବର୍ଜ୍ଜନା ଗଙ୍ଗାକୁ ପ୍ରବେଶ କରୁଛି । ତେଣୁ ଏହି ଜଳକୁ ପରିଷ୍କାର କରି ଚାଷ କାର୍ଯ୍ୟରେ ଲଗାଇବା ଉଚିତ । ଯେହେତୁ ଏହା ଶିଳ୍ପ କେନ୍ଦ୍ରିୟ ନୁହେଁ,ବରଂ ଜୈବ୍ୟବସ୍ତୁପୁର୍ଣ୍ଣ ଜଳକୁ ଚାଷ କାର୍ଯ୍ୟରେ ଲଗାଯାଇପାରିବ । ଆମମାନଙ୍କୁ ଏହା କିପରି କମ ଖର୍ଚ୍ଚରେ କରାଯାଇପାରିବ କରିବାକୁ ହେବ କାରଣ ଏହା ପରେ ପଂଚାୟତ ଗୁଡିକୁ ଏହି ବିଶୋଧନ କାର୍ଯ୍ୟ ଦେଲେ ସେମାନେ କରିପାରୁଥିବା ଆବଶ୍ୟକ । ଏହା ପଂଚାୟତ ବୃକ୍ଷରୋପଣରେ ମଧ୍ୟ ବ୍ୟବହାର କରାଯାଇ ପାରିବ । ମୁନିସିପାଲିଟି ଆବର୍ଜ୍ଜନାକୁ ପବ୍ଲିକ ପ୍ରାଇଭେଟ ଭାଗିଦାରୀରେ ଟ୍ରିଟମେଣ୍ଟ କରିବାକୁ ସରକାରଙ୍କର ଏକ ନିର୍ଦ୍ଧେଶନାମାକୁ ଅପେକ୍ଷା କରାଯାଇଛି ।