ଭାରତରେ କେବଳ ୧୨ ପ୍ରତିଶତ ମହିଳା ସାନିଟାରୀ ନ୍ୟାପକିନ ବ୍ୟବହାର କରିଥାନ୍ତି, ଅରୁଣାଚଳମ୍ ମୁରୁଗାନାଥମ୍ ଏଥିରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା ଯାଉଛନ୍ତି

ଭାରତରେ କେବଳ ୧୨ ପ୍ରତିଶତ ମହିଳା ସାନିଟାରୀ ନ୍ୟାପକିନ ବ୍ୟବହାର କରିଥାନ୍ତି, ଅରୁଣାଚଳମ୍ ମୁରୁଗାନାଥମ୍ ଏଥିରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା ଯାଉଛନ୍ତି

Thursday December 10, 2015,

3 min Read

ଭାରତରେ କେବଳ ୧୨ ପ୍ରତିଶତ ମହିଳା ସାନିଟାରୀ ନ୍ୟାପକିନ ବ୍ୟବହାର କରିଥାନ୍ତି । ନାରୀର ସ୍ୱାସ୍ଥ୍ୟ ଓ ସ୍ୱଛତା ପାଇଁ ସାନିଟାରୀ ନ୍ୟାପକିନ ବ୍ୟବହାରର ବହୁ ଗୁରୁତ୍ୱ ରହିଥିଲେ ମଧ୍ୟ ଆମ ଲୋକମାନଙ୍କ ମଧ୍ୟରେ ଥିବା ଅନ୍ଧ ବିଶ୍ୱାସ ମହିଳାମାନଙ୍କୁ ଏହାର ବ୍ୟବହାରରୁ ବିରତ କରିଥାଏ । କିନ୍ତୁ ଏଥି ପାଇଁ ଏକ ଅନନ୍ୟ ପ୍ରୟାସ ଆରମ୍ଭ କରିଛନ୍ତି ଅରୁଣାଚଳମ୍ ମୁରୁଗାନାଥମ୍ । ନିଜର ଜୟଶ୍ରୀ ଏଣ୍ଟରପ୍ରାଇଜେଓ୍ କଂପାନୀ, ଯାହାକୁ କି ସେ ଏକ ସଂଗ୍ରାମ ବୋଲି ଅବିହିତ କରନ୍ତି, ମାଧ୍ୟମରେ ଗ୍ରମାଂଚଳରେ ମହିଳାମାନଙ୍କୁ ସାନିଟାରୀ ନ୍ୟାପକିନ ବ୍ୟବହାର କରିବାରେ ଅଭ୍ୟସ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି ।

image


ଅରୁଣାଚଳମ୍ ମୁରୁଗାନାଥମଙ୍କ କଥା ଅନେକ ଥର କୁହାଯାଇଛି । TED and Incର ଇନିସିଏଟିଭରୁ ଆରମ୍ଭ କରି ବିଭିନ୍ନ କଲେଜ, ଫୋରମ ଓ ଅନୁଷ୍ଠାନରେ ସେ ଦେଇଥିବା ଭାଷଣ ତାଙ୍କୁ ଜୟଶ୍ରୀ ଏଣ୍ଟରପ୍ରାଇଜେସର ଉଦ୍ଧେଶ୍ୟକୁ ଅନେକ ଲୋକଙ୍କ ପାଖରେ ପହଂଚାଇଛି । ତାଙ୍କୁ ତାଙ୍କ କଂପାନୀ ବିଷୟରେ ଅଧିକ କିଛି ପଚାରିଲେ ସେ ଦୟା ପୂର୍ବକ ଏହାକୁ ଏକ କଂପାନୀ ନ କହି ଏକ ସଂଗ୍ରାମ କହିବାକୁ ଅନୁରୋଧ କରନ୍ତି । ଏହା କହିବା ଜଣେ ଉଦ୍ୟୋଗପତି ପାଇଁ ଏକ ବହୁତ ବଡ ଉକ୍ତି ଯାହା ପ୍ରମାଣିତ କରୁଛି ଯେ ସେ ବ୍ୟବସାୟିକ ଲାଭରୁ ଊର୍ଦ୍ଧ୍ଵରେ ରହି ଆଉ କିଛି କରୁଛନ୍ତି । ଏହା ବାର୍ଷୀକ ଏକ ହଜାର ଡଲାରରୁ ଅଧିକ ଟଙ୍କାର ବ୍ୟବସାୟ କରୁଛି । ତାଙ୍କର ବର୍ତ୍ତମାନ ଏକ ବୋଲେରୋ ଗାଡି ଓ କୋଏମ୍ବେଟରରେ ଏକ ଘର ଥିବାର ସେ ଗର୍ବର ସହ କୁହନ୍ତି । ହେଲେ କିଛି ଲୋକ ତାଙ୍କୁ ଏହି ଛୋଟ ସହରରେ ବଡ ମଲ ନିର୍ମାଣ କରିବାର ଭାବୁଛନ୍ତି । ଏହି ସଂଗ୍ରାମରେ ସେ ୫ ମିଲିଅନ ଡଲାରର ବ୍ୟବସାୟିକ କ୍ଷେତ୍ର ଦେଖୁଛନ୍ତି ଓ ଏହା ଉପରେ ନିବେଶ କରିବାର ଆଶା ରଖିଛନ୍ତି । ଏହା ହେଲେ ମୁଁ ଏକ ବ୍ୟକ୍ତିଗତ ଜେଟ କିଣିବି ବୋଲି କହି ସେ ମଜା କରନ୍ତି ।

ମରୁଗାନାଥମଙ୍କ କହିବାନୁସାରେ ନିଏଲସନ ରିପୋର୍ଟ ଭାରତରେ ୧୨ ପ୍ରତିଶତ ମହିଳା ସାନିଟାରୀ ନ୍ୟାପକିନ ବ୍ୟବହାର କରୁଥିବାର ଦର୍ଶାଯାଇଥିଲେ ମଧ୍ୟ ଯଦି ଆମେ ମେଟ୍ରୋ ସହରର ଗୁଡିକର ବ୍ୟବହାରକୁ ବାଦଦେଇ ହିସାବ କରିବା ତେବେ ଏହାର ସଂଖ୍ୟା ୧୨ ପ୍ରତିଶତରୁ ଅନେକ କମ ହେବ । ଏହି ସମସ୍ୟା ଉପରେ ମରୁଗାନାଥମ୍ ସ୍ଵର ଉଠାଇଆସୁଥିବା ପରେ ବି ସରକାର ଏକ ବୈଦେଶିକ କଂପାନୀକୁ ଏହାର ତର୍ଜ୍ଜମା ପାଇଁ ଦାୟୀତ୍ୱ ଦେଲେ । ମୁଁ ବୁଝିପାରୁନାହିଁ ଯେ ପ୍ରତିଟି କ୍ଷେତ୍ରରେ ଆମ ସରକାରଙ୍କର ବିଦେଶ ପ୍ରୀତି କାହିଁକି ଅଧିକ ବୋଲି ସେ କ୍ଷୋଭ ପ୍ରକାଶ କରନ୍ତି ।

ଆଜିର ଦିନରେ ସାନିଟାରୀ ନ୍ୟାପକିନ ଗୁଡିକ ଶସ୍ତା ଓ ଏହାର ବ୍ୟବହାର ଓ ବିକ୍ରିପାଇଁ ବହୁମାତ୍ରାରେ ବିଜ୍ଞାପନ ଚାଲିଛି କିନ୍ତୁ ସେଗୁଡିକ କେବଳ ମାର୍କେଟିଂ ପାଇଁ ଉପଯୁକ୍ତ, କେହି ବି ଜଣେ ହାଇଜିନ ଉପରେ ମୁହିଁ ଖୋଲନ୍ତି ନାହିଁ କାରଣ ଏହା ଉପରେ ମତ ରଖିବା ଏକ ଦୁରୁହ ବ୍ୟାପାର । କିନ୍ତୁ ଯଦି ଏହା ଉପରେ କିଛି କଥା ହେବନାହିଁ ତେବେ ଏହା ବିଷୟରେ ଆଦୌ ଶୁଣି ନଥିବା ବ୍ୟକ୍ତି ଜଣକୁ ଏ ନେଇ ଶିକ୍ଷା ଦେବ କେମିତି ? ଦ୍ୱିତୀୟରେ ଭାରତରେ ଏହାର ବ୍ୟବହାର ନେଇ ଅନେକ ଅନ୍ଧ ବିଶ୍ୱାସ ରହିଛି । ଦକ୍ଷିଣ ଭାରତର ମହିଳାମାନେ ବିଶ୍ୱାସ କରନ୍ତି ଯେ ସେମାନେ ସାନିଟାରୀ ନ୍ୟାପକିନ ବ୍ୟବହାର କଲେ ଭଗବାନ ସେମାନଙ୍କୁ ଅନ୍ଧ କରିଦେବେ । ଠିକ ସେହିପରି ଉତ୍ତର ଭାରତରେ ନ୍ୟାପକିନ ବ୍ୟବହାର କରୁଥିବା ମହିଲାମାନଙ୍କୁ ବାସନ୍ଦ କରାଯାଇଥାଏ । କିନ୍ତୁ ଅନ୍ତରାଷ୍ଟୀୟ ଓ ବୃହତ କଂପାନୀଗୁଡିକ ଏପରି ଅନ୍ଧବିଶ୍ୱାସ ଦୂର କରିବାକୁ କିଛି ପଦକ୍ଷେପ ନେଇଛନ୍ତିକି? ହେଲେ ମୁରୁଗାନାଥମ୍ ଏସବୁ ସମସ୍ୟାକୁ ଦୂରକରିବାକୁ ଚେଷ୍ଟା କରିଛନ୍ତି ଓ ସଫଳ ହୋଇଛନ୍ତି ।

ଜୟଶ୍ରୀ ଇଣ୍ଡଷ୍ଟ୍ରୀଜ୍ ଏକ କଂପାନି ଭାବରେ ଦେଶର ୨୫ ଟି ରାଜ୍ୟ ଓ ହଜାର ହଜାର ଗ୍ରାମରେ ବ୍ୟବସାୟ କରୁଥିବା ବେଳେ ଏହାର କୌଣସି କର୍ମଚାରୀ ନାହାଁନ୍ତି । କିନ୍ତୁ ହଜାର ହଜାର ଲୋକ ତାଙ୍କ ପାଇଁ କାର୍ଯ୍ୟ କରୁଥିବାର ସେ କୁହନ୍ତି । ଏହି ୧୧ ବର୍ଷର କଂପାନୀ ନିଯୁକ୍ତି ନ କରି ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାରେ ବିଶ୍ୱାସ କରିଥାଏ ।

ମରୁଗାନାଥମ୍ କୁହନ୍ତି ଯେ ଯେଉଁସବୁ ଗ୍ରାମରେ ତାଙ୍କର ମେସିନ ବ୍ୟବହାର ହେଉଛି ସେଠାରେ ସେ ଏକ ନୂତନ ଶୈଳୀରେ ବ୍ୟବସାୟ କରୁଛନ୍ତି । କେତେକ ଗ୍ରାମରେ ଟମାଟୋ ଓ ପିଆଜ ବଦଳରେ ମଧ୍ୟ ସାନିଟାରୀ ନ୍ୟାପକିନ ବିକ୍ରି ହେଉଥିବାର ସେ ଜାଣିଛନ୍ତି ବୋଲି କୁହନ୍ତି । କେତେକ ଗ୍ରାମରେ କିସ୍ତିରେ ମଧ୍ୟ ଏହା ବିକ୍ରି କରାଯାଉଛି ଯାହାକି ବହୁରାଷ୍ଟ୍ରୀୟ କଂପାନୀମାନେ କଦାପୀ କରିପାରିବେ ନାହିଁ ।

ମୂଳ ଲେଖା - ରଘୁ ମୋହନ

ଭାଷାନ୍ତର - ସୌରଭ ପରିଡ଼ା