ଭାରତୀୟ ପ୍ରଫେସରଙ୍କ ଚମତ୍କାରୀ ଉଦ୍ଭାବନ: ନିଜେ ନିଜର ମରାମତି କରିପାରୁଥିବା ରାସ୍ତା

ଭାରତୀୟ ପ୍ରଫେସରଙ୍କ ଚମତ୍କାରୀ ଉଦ୍ଭାବନ: ନିଜେ ନିଜର ମରାମତି କରିପାରୁଥିବା ରାସ୍ତା

Friday October 14, 2016,

2 min Read

କାନାଡାରେ ରହୁଥିବା ଜଣେ ଭାରତୀୟ ବଂଶୋଦଭବ ପ୍ରଫେସର, ନେମକୁମାର ବନଥିଆ ଉଦ୍ଭାବନ କରିଛନ୍ତି ଏକ ଏପରି ଟେକ୍ନୋଲୋଜି ଯାହା ଦ୍ଵାରା ଏପରି ରାସ୍ତା ତିଆରି କରିହେବ ଯାହା କି ନିଜେ ନିଜକୁ ମରାମତି କରିପାରିବ। ଏହି ବୈଷୟିକ ଜ୍ଞାନକୌଶଳରେ ତିଆରି ରାସ୍ତା ବେଶି ଦିନ ଯାଏଁ ତିଷ୍ଠିବା ସହ ନିର୍ମାଣ ଖର୍ଚ୍ଚ ମଧ୍ୟ ବେଶ କମ ହେବ। ଏହି ଧରଣର ରାସ୍ତା ଗୁଡ଼ିକ ଦୀର୍ଘମିଆଦୀ ହେବା ସହ ପରିବେଶ ଅନୁକୂଳ ମଧ୍ୟ।

Image : (L) – <a href=

Image : (L) –

UBC; (R)- Daily Hunta12bc34de56fgmedium"/>

ପ୍ରଫେସର ନେମକୁମାର ଆଇଆଇଟି ଦିଲ୍ଲୀରୁ ସ୍ନାତକ କରିସାରିବା ପରେ ୩୪ ବର୍ଷ ତଳେ କାନାଡା ଚାଲିଯାଇଥିଲେ। ସେ ବର୍ତ୍ତମାନ ଭ୍ଯାନକୁଭରରେ ଅବସ୍ଥିତ ବ୍ରିଟିଶ କଲମ୍ବିଆ ବିଶ୍ଵବିଦ୍ୟାଳୟର ସିଭିଲ ଇଞ୍ଜିନିୟରିଂ ବିଭାଗର ଏକ ଅଂଶ ଅଟନ୍ତି। ୨୦୧୪ ଠାରୁ ନେମକୁମାର ଓ ତାଙ୍କ ଟିମ ବେଙ୍ଗାଲୁରୁ ଠାରୁ ୯୦ କିଲୋମିଟର ଦୂର ଏକ ଛୋଟ ଗାଁ, ଥୋଣ୍ଡେବାବି ଠାରେ ଏହି ଜ୍ଞାନକୌଶଳକୁ ପରୀକ୍ଷା କରିବା ପାଇଁ ଏକ ପ୍ରଦର୍ଶନ ପରିଯୋଜନାରେ ବ୍ୟସ୍ତ।

ଏହି ଜ୍ଞାନକୌଶଳ ଦ୍ଵାରା ନିର୍ମିତ ରାସ୍ତା ଗୁଡ଼ିକ ସାଧାରଣ ଭାରତୀୟ ରାସ୍ତା ତୁଳନାରେ ପ୍ରାୟ ୬୦% କମ ମୋଟା ହେଇଥାଏ। ଅତଏବ ନିର୍ମାଣରେ ଲାଗୁଥିବା ସାମଗ୍ରୀର ପରିମାଣ ମଧ୍ୟ କମ ହେଇଥାଏ। ପ୍ରାୟ ସିମେଣ୍ଟ ବଦଳରେ ଫ୍ଲାଇଆଶ ବ୍ୟବହାର କରାଯାଇଥାଏ। ଏହା ଫଳରେ ରାସ୍ତାର କାର୍ବନ ଫୁଟପ୍ରିଣ୍ଟ ଆହୁରି ହ୍ରାସ ପାଇଥାଏ। ଏହି ରାସ୍ତା ଗୁଡିକର ଆପେ ମରାମତି କରିପାରୁଥିବା କ୍ଷମତା ବିଷୟରେ ବୁଝାଇ ନେମକୁମାର Hindustan Timesକୁ କୁହନ୍ତି।

ଏହା ଏକ ଏପରି ତନ୍ତୁ ଭଳି ବସ୍ତୁ ଯାହା ଉପରେ ଏକ ହାଇଡ୍ରୋଫିଲିକ ଆସ୍ତରଣ ଥାଏ। ହାଇଡ୍ରୋଫିଲିଆ ଅର୍ଥ ଏହା ଜଳକୁ ଆକର୍ଷଣ କରିଥାଏ ଓ ଏହି ଜଳ ଫାଟକୁ ମରାମତି କରିବାରେ ସହାୟକ ହୋଇଥାଏ। ରାସ୍ତାରେ ଫାଟ ହେଲା ମାତ୍ରେ ଏଥିରେ ଥିବା ଶୁଷ୍କ ସିମେଣ୍ଟ ଜଳ ଆକର୍ଷଣ କରିଥାଏ, ଜଳ ଏହାକୁ ଜଳଯୋଜନର ସାମର୍ଥ୍ୟ ଦେଇଥାଏ ଯାହା ଫଳରେ ଏହା ଆହୁରି ମାତ୍ରାରେ ସିଲିକେଟ ତିଆରି କରି ସେ ଫାଟକୁ ଆପେ ଆପେ ବନ୍ଦ କରିଦେଇଥାଏ।

ପ୍ରଫେସର ନେମକୁମାର କୁହନ୍ତି ଏହି ରାସ୍ତାର ନିର୍ମାଣ ଖର୍ଚ୍ଚ ସାଧାରଣତଃ ରାସ୍ତା ତିଆରିରେ ହେଉଥିବା ଖର୍ଚ୍ଚ ଠାରୁ ପ୍ରାୟ ୩୦% କମ ଓ ଏହାର ଜୀବନ କାଳ ୧୫ ବର୍ଷ ହେବ। Daily Huntର ଏକ ରିପୋର୍ଟ ଅନୁଯାୟୀ ସାଧାରଣ ଭାରତୀୟ ରାସ୍ତାର ଦୁଇ ବର୍ଷିଆ ମରାମତି ଚକ୍ରକୁ ଚାହିଁଲେ ଏହି ରାସ୍ତା ଗୁଡ଼ିକ ଏକ ଚମତ୍କାରୀ ଉଦ୍ଭାବନ। କର୍ଣ୍ଣାଟକ ବ୍ଯତୀତ ହରିୟାଣା ଓ ମଧ୍ୟପ୍ରଦେଶରେ ମଧ୍ୟ ଏପରି ରାସ୍ତା ତିଆରି ହେବା ନେଇ ଆଲୋଚନା ଚାଲିଛି।