ଶିକ୍ଷାଦାନର ପ୍ରଣାଳୀକୁ ବଦଳେଇବା ଦରକାର :GuruGର ଆଲଗୋରିଦିମ ଦ୍ଵାରା ଏହି ପରିବର୍ତ୍ତନ ଆଣିବାର ପ୍ରଚେଷ୍ଟା

ଶିକ୍ଷାଦାନର ପ୍ରଣାଳୀକୁ ବଦଳେଇବା ଦରକାର :GuruGର ଆଲଗୋରିଦିମ ଦ୍ଵାରା ଏହି ପରିବର୍ତ୍ତନ ଆଣିବାର ପ୍ରଚେଷ୍ଟା

Monday November 09, 2015,

4 min Read

“ବିଗତ ଦୁଇ ଦଶନ୍ଧି ଠାରୁ ବିଶ୍ଵବ୍ୟାପୀ ପ୍ରଚଳିତ ଶିକ୍ଷାଦାନ ପଦ୍ଧତିର ମାନ ନେଇ ବହୁ ଅଭିଯୋଗ ହୋଇଆସୁଛି” ବୋଲି GuruGର ସହ-ପ୍ରତିଷ୍ଠାତା ଶିବାନନ୍ଦ ସାଲଗେମ ମତ ଦିଅନ୍ତି। ନିଜ ବାର୍ତ୍ତା ଜାରିରଖି ସେ କୁହନ୍ତି ଯେ, “ଏଥିପାଇଁ ଆମେମାନେ ଶିକ୍ଷକମାନଙ୍କୁ ଦୋଷ ଦେବା ଠିକ୍ ନୁହେଁ। ସେମାନଙ୍କୁ କିପରି ଆହୁରି ସଶକ୍ତ କରାଯିବ ତା ଉପରେ ଚିନ୍ତା କରିବା।” ଏହି ଟିମ ପ୍ରଗତିଶୀଳ ଶିକ୍ଷା ଗବେଷଣା ପାଇଁ ସାରା ବିଶ୍ଵ ଯାତ୍ରା କରିଥାଏ ଏପରିକି ଅପହଞ୍ଚ ସମୁଦ୍ରରେ ବି। ଅନ୍ତର୍ଜାତୀୟ ସ୍ତରର ଶିକ୍ଷା ବ୍ୟବସ୍ଥା ଉପରେ ଏକ ସ୍ପଷ୍ଟ ଚିତ୍ର ପାଇବା ପାଇଁ ଏହା ସେମାନଙ୍କୁ ସହାୟକ ହୋଇଥାଏ। “ବିଶ୍ଵବ୍ୟାପୀ ଆଲୋଚନାର ବିଷୟ ଏବେ ଶିକ୍ଷାଦାନର ବିଷୟବସ୍ତୁ ନୁହେଁ ବରଂ ଶିକ୍ଷାଦାନର ପ୍ରଣାଳୀ । ଏହି ପ୍ରଣାଳୀକୁ ବଦଳାଇବାକୁ ପଡ଼ିବ।”

image


ସ୍କୁଲ ଶିକ୍ଷକମାନଙ୍କ କାମର ମାନରେ ବିକାଶ ଏବଂ ପ୍ରଭାବକୁ ପରଖିବା ପାଇଁ GuruG ଏକ ଉକୃଷ୍ଚ ପ୍ଲାଟଫର୍ମ। ଆଲଗୋରିଦିମ ଶିକ୍ଷାଦାନକୁ ବ୍ୟବହାର କରି ବିଭିନ୍ନ ପାଠ୍ୟକ୍ରମ ପାଇଁ ଏହା କାର୍ଯ୍ୟ କରିଥାଏ। ଶିକ୍ଷକ ଶିକ୍ଷାଦାନ କରୁଥିବା ପାଠ୍ୟକ୍ରମ ଏବଂ ସାଂସ୍କୃତିକ ପୃଷ୍ଟଭୁମିକୁ ଅଲଗା ଅଲଗା ମାଧ୍ୟମରେ ଶିକ୍ଷାଦାନ ଶୈଳୀ ପ୍ରଦାନ କରିଥାଏ। “ଏହା ଏକ ଆଣ୍ଡ୍ରୋଏଡ ଏବଂ ଟାବଲେଟଭିତ୍ତିକ ସରଳ ପ୍ରକ୍ରିୟା ଯେଉଁଠାରେ ଶିକ୍ଷକ ବିଷୟକୁ ସ୍ଥିର କରିଥାନ୍ତି, ଏବଂ ଏହାର ଏକ ସଂପୁର୍ଣ୍ଣ ଶିକ୍ଷାଦାନ ଶୈଳୀର ପଦ୍ଧତି ବାହାରିଥାଏ। ଶିକ୍ଷାଦାନର ଏହି ପଦ୍ଧତି ଆବଶ୍ୟକ ଅନୁସାରେ ବ୍ୟବହାର କରାଯାଇଥାଏ। ପିଲାମାନଙ୍କ ଆବଶ୍ୟକତା ଅନୁସାରେ ଯେଉଁଠି ଚିତ୍ର, ଭିଡିଓ ବା ଶଦ୍ଦ ଦରକାରୀ ତାକୁ ସେହି ସ୍ଥାନରେ ଶିକ୍ଷକମାନେ ବ୍ୟବହାର କରିଥାନ୍ତି” ବୋଲି ଶିବାନନ୍ଦ ସ୍ପଷ୍ଟୀକରଣ ଦେଇ କୁହନ୍ତି।

ମୁଖ୍ୟତଃ GuruGର ବ୍ୟବହାରକାରୀମାନେ BoP ସ୍କୁଲର ହୋଇଥାନ୍ତି। “ଆମ ଉତ୍ପାଦକୁ ଆମେ ଏପରି ଜାଗାରେ ଆରମ୍ଭ କରିବାକୁ ଚାହୁଁ ଯେଉଁଠାରେ ପୂର୍ବରୁ ପ୍ରଯୁକ୍ତିବିଦ୍ୟା ବ୍ୟବହୃତ ହୋଇନଥିବ ଏବଂ ଇଂରାଜୀ ମାଧ୍ୟମରେ ପାଠପଢ଼ା ହେଉନଥିବ। ଏହି ଅବସ୍ଥାରେ ଆମେ ଆମକୁ ଉପସ୍ଥାପନ କରିପାରିଲେ, ଅନ୍ୟ ଯେକୌଣସି ସ୍ଥାନରେ ଆମେ ସଫଳତା ପାଇବାର ଆଶା ଦୃଢ଼ ହୋଇପାରିବ।”

image


ଏଥିରେ ଆହୁରି ଦୁଃସାହସିକ ପଦକ୍ଷେପ ନେଇ 2012 ଟିମ ଏହାର ମୁଳ ପ୍ରକଳ୍ପକୁ କର୍ଣ୍ଣାଟକର ବାନ୍ଦିପୁର ବନ୍ୟପ୍ରାଣୀ ଅଭୟାରଣ୍ୟ ଏବଂ ତାମିଲନାଡୁର ମଧୁମଲାଇ ଠାରେ 50ଟିରୁ ଆଧିକ ସ୍କୁଲରେ ଆରମ୍ଭ କରାଯାଇଥିଲା। “ଆମେ ଶିକ୍ଷକମାନଙ୍କୁ ନେଇ କର୍ମଶାଳା ଆୟୋଜନ କଲୁ ଯେଉଁମାନେ ପ୍ରଯୁକ୍ତିବିଦ୍ୟା ସହ ଭଲ ଭାବରେ ପରିଚିତ ଥିଲେ। ଆମ ସହିତ ଜଡ଼ିତ ଏନଜିଓମାନଙ୍କୁ, ସ୍ଥାନୀୟ ଶିକ୍ଷକମାନଙ୍କୁ ଏବଂ ସ୍ଥାନୀୟ ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ, ଯେଉଁମାନଙ୍କ ସହାୟତାରେ ଆମେ ବିଷୟବସ୍ତୁକୁ କନ୍ନଡ ଏବଂ ତାମିଲ ଭାଷାରେ ଅନୁବାଦ କରିବାରେ ସକ୍ଷମ ହୋଇପାରିଲୁ।” ସେ ଆହୁରି କୁହନ୍ତି, “ଏହି ପ୍ରକଳ୍ପ ବହୁତ ସଫଳ ଥିଲା, କାରଣ ଆମର ଦୁଇଟି ମୂଳ ପ୍ରାଥମିକ ଲକ୍ଷ୍ୟ ମଧ୍ୟରେ ସମାନତା ଥିଲା। ପ୍ରଥମରେ ଆମେ ଆରମ୍ଭ କରିଥିବା ପ୍ରଯୁକ୍ତିବିଦ୍ୟାକୁ ଶିକ୍ଷକମାନେ ଗ୍ରହଣ କରିଥିଲେ ଏବଂ ଦ୍ଵିତୀୟରେ ପ୍ରତିଦିନ ଏହାକୁ ବ୍ୟବହାର କରିବାର ଅଭ୍ୟାସ ସେମାନେ ବହୁ ଶୀଘ୍ର ଆପଣେଇପାରିଥିଲେ।”

ପରେ GuruG ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ପଣ୍ଡିଚେରୀର ସ୍କୁଲମାନଙ୍କ ସହ ସହବନ୍ଧନ କରି ହଜାରରୁ ଅଧିକ ଶିକ୍ଷକମାନଙ୍କ ସହ ଆଲୋଚନା କରିପାରିଛୁ। ଛଅଟି ପର୍ଯ୍ୟାୟରେ ଏହି ବିଷୟବସ୍ତୁ ରହିଛି: ବାସ୍ତବିକ ଚିନ୍ତା କରିବା, ଯୁକ୍ତିଯୁକ୍ତ ସିଦ୍ଧାନ୍ତ ନିର୍ଣ୍ଣୟ, ସମସ୍ୟାର ସମାଧାନ, ଯୋଗଯୋଗ, ସହଯୋଗିତା ଏବଂ ସୃଜନଶୀଳତା।

image


ଶିବାନନ୍ଦ କୁହନ୍ତି, “କଣ ଜାଣିବାକୁ ଥାଏ ତାହା ପୁସ୍ତକ ଶିଖାଇଥାଏ, କିପରି ନୁହେଁ। ଅନ୍ୟ ପକ୍ଷରେ ଉପରୋକ୍ତ ଛଅଟି ପର୍ଯ୍ୟାୟ ଶିକ୍ଷକର ଉପସ୍ଥାପନ ଶୈଳୀକୁ ବୃଦ୍ଧିକରିବାରେ ସାହାଯ୍ୟ କରିଥାଏ।”

ଏହି ପ୍ରକ୍ରିୟାରେ ଶିକ୍ଷକଙ୍କ ଆବଶ୍ୟକତା କଣ ରହିଛି ବୋଲି GuruG ସିଧାସଳଖ ଭାବରେ ପ୍ରଶ୍ନ ଉଠାଇଥାଏ। ଶିକ୍ଷକମାନଙ୍କ ଆବଶ୍ୟକତା ମୌଳିକ ବୋଲି ଶିବାନନ୍ଦ ଯୁକ୍ତି ରଖନ୍ତି। ତେବେ ଶୀର୍ଷରେ ଥିବା ସ୍କୁଲ ‘ଦି କ୍ଲାଉଡ’ ଯାହା ପ୍ରଯୁକ୍ତିବିଦ୍ୟାକୁ ଆତ୍ମଶିକ୍ଷା ଶିକ୍ଷାଦାନ ପାଇଁ 2013ରେ Ted ପୁରସ୍କାର ଜିତିଥିଲା ସ୍ବାଧିନ ଭାବରେ ଶିକ୍ଷାଲାଭ କରିବାର ପ୍ରାଧାନ୍ୟତା ଉପରେ ଗୁରୁତ୍ତ୍ଵ ରଖେ। ତଥାପି ଶିବାନନ୍ଦ କୁହନ୍ତି ଯେ ସୁଚନାର ଆତ୍ମଗ୍ରହଣ ସାଧାରଣ ଭାବେ କୌଣସି ଏକ ମାଧ୍ୟମ ଦ୍ଵାରା ଭଲ ଭାବରେ ସଂପାଦିତ ହୋଇଥାଏ। ଶିକ୍ଷାଲାଭ ପାଇଁ କେବଳ ଶିକ୍ଷକ ବା ଅନ୍ୟ କାହାର ସାହାଯ୍ୟ ଦରକାର ନାହିଁ, ତେବେ ଜ୍ଞାନ ଆହରଣ ପ୍ରକ୍ରିୟାରେ ଅସ୍ପଷ୍ଟ ନହେବା ଆବଶ୍ୟକ। ଶୀର୍ଷରେ ଥିବା ସ୍କୁଲ ଯେ ଉନ୍ନତ, ତାହା ମୁଁ ଭାବୁନାହିଁ କାରଣ ସବୁକିଛି ନିର୍ଭର କରେ ଜ୍ଞାନ ଆହରଣ କରିବାର କ୍ଷମତା ଉପରେ।

ଜ୍ଞାନଆହରଣ ପାଇଁ ସ୍ଵୟଂଶାସିତ ହେବା ଅତ୍ୟନ୍ତ ଆବଶ୍ୟକ, ଯଦିଓ ଶିକ୍ଷାଦାନ ପାଇଁ ଶିକ୍ଷକମାନେ ଏକ ଗୁରୁତ୍ତ୍ଵପୁର୍ଣ୍ଣ ଅଙ୍ଗ ବୋଲି ସେ କୁହନ୍ତି। “ଅନିସନ୍ଧିସୁ ତର୍କକୁ ଡରି ଶିକ୍ଷକମାନେ ଏହାକୁ ପ୍ରୋତ୍ସାହିତ କରିନଥାନ୍ତି କାରଣ ବହୁ ପ୍ରଶ୍ନର ଉତ୍ତର ସେମାନଙ୍କ ପାଖରେ ନଥାଏ। ଆମେ ସେମାନଙ୍କୁ ସେମାନଙ୍କ ଶିକ୍ଷାଦାନକୁ ସରଳୀକୃତ କରିବା ପାଇଁ ବାଧ୍ୟ କରିପାରିବୁନି। କିନ୍ତୁ GuruG ଶିକ୍ଷାଦାନ ପଦ୍ଧତି ଏହାକୁ ସରଳ କରିବାରେ ସହାୟକ ହେବ। GuruGକୁ ଏପରି ଭାବରେ ନିର୍ମାଣ କରାଯାଇଛି ଯାହା ସବୁ କଠିନ ପ୍ରଶ୍ନର ଉତ୍ତରକୁ ସରଳ କରି ତର୍କ ସଂପର୍କିତ ଆଲୋଚନାର ଏକ ଅଂଶ ବି ହୋଇପାରିବ।”

GuruG କାମ କରୁଥିବା ସ୍କୁଲଗୁଡିକର ଉପସ୍ଥାନରେ ସଂଖ୍ୟା ବୃଦ୍ଧି ଏବଂ ସ୍କୁଲ ଛାଡୁଥିବା ପିଲାଙ୍କ ସଂଖ୍ୟା ହ୍ରାସ ହେବା ସଂସ୍ଥା ପାଇଁ ଏକ ମହତ୍ତ୍ଵପୁର୍ଣ୍ଣ ଉପଲବଧି ମଧ୍ୟରେ ପ୍ରମୁଖ। ଆଗାମୀ ବର୍ଷ ଟିମ ଏକ ହଜାର ସ୍କୁଲରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ଏବଂ ଅନ୍ତର୍ଜାତିୟ ସ୍ତରରେ ଏହା ନିଜର ପାଦ ରଖିବାକୁ ପ୍ରସ୍ତୁତ ହେଉଛି ବିଶେଷ କରି ଆଫ୍ରିକାରେ।

ସେମାନଙ୍କ ବିଶେଷ କାର୍ଯ୍ୟକ୍ରମଗୁଡ଼ିକର ଖର୍ଚ୍ଚ ଦାନ ମାଧ୍ୟମରେ, ପ୍ରତିଷ୍ଠାନ ଗୁଡିକରୁ,ଏନଜିଓ ଏବଂ ସିଏସଆର ମାନଙ୍କର ସହାୟତାରୁ ଆସିଥାଏ। ଆଜି ପର୍ଯ୍ୟନ୍ତ ସଂସ୍ଥାର ଆର୍ଥିକ ଅବ୍ୟବସ୍ଥା ଲାଗିରହିଛି। “ଚଳିତ ବର୍ଷ ଠାରୁ GuruG ବ୍ୟାବସାୟିକ ଭିତ୍ତିରେ ଆସିବାକୁ ଯାଉଛି ଏବଂ ଏହା ସିଧାସଳଖ ସ୍କୁଲମାନଙ୍କ ସହ କାମକରିବାର ଲକ୍ଷ୍ୟ ରଖିଛି। ଆମ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରିବା ପାଇଁ ଇଚ୍ଛୁକ ବିଶ୍ଵସ୍ତରର ପ୍ରକାଶକମାନେ ଆମ ସହିତ ଯୋଗାଯୋଗରେ ରହିଛନ୍ତି ଯେଉଁମାନଙ୍କ ପୁସ୍ତକ ବିଶ୍ଵର ସବୁ ସ୍ତରର ବିଦ୍ୟାଳୟମାନଙ୍କରେ ସ୍ଥାନ ପାଇଥାଏ” ବୋଲି ଶିବାନନ୍ଦ କୁହନ୍ତି।

GuruG ସଫ୍ଟୱେର ଦ୍ଵାରା ପ୍ରସ୍ତୁତ ଉପକରଣର ସ୍ଥାୟିତ୍ଵ ଏବଂ ସୁରକ୍ଷାକୁ ନେଇ ପ୍ରଶ୍ନ ଆଉ ଏକ ମୁଖ୍ୟ ପ୍ରସଙ୍ଗ। “ନିଜେ ଉପକରଣର ସୁରକ୍ଷା ନେବାର ଦାୟିତ୍ଵ GuruGର ନୁହେଁ” ବୋଲି ଶିବାନନ୍ଦ କୁହନ୍ତି। ସେ କୁହନ୍ତି ଯେ ଏକ ବିଦ୍ୟାଳୟର ଟାବଲେଟ ଭାଙ୍ଗିଯିବା ପରେ ଶ୍ରେଣୀରେ ଚାନ୍ଦା ଆଦାୟ କରି ଆଉ ଏକ ଟାବଲେଟ କିଣାଯାଇଥିଲା। ତେବେ GuruG ପ୍ରୋଗ୍ରାମ ବ୍ୟବହାର କରାଯାଉଥିବା ଉପକରଣ – ଯେପରିକି ସ୍ମାର୍ଟଫୋନ, ଟାବଲେଟ ଏବଂ ପ୍ରୋଜେକ୍ଟର- ଭାଙ୍ଗିଯାଏ, ତେବେ ସେ ସ୍ଥଳରେ ବହୁ ସ୍କୁଲ ଆଉ ଏକ ନୂଆ ଉପକରଣ କିଣିବା ପାଇଁ ଆର୍ଥିକ ରୁପରେ ସକ୍ଷମ ନଥାଏ।

image


କିନ୍ତୁ ବହୁ ପ୍ରତିବନ୍ଧକ ସତ୍ତ୍ୱେ, ଟିମ୍ ସ୍ଟଷ୍ଟ ଭାବରେ ସେମାନଙ୍କ ଉପକରଣର ପ୍ରଭାବ ଉପରେ ଏକ କୈଫିୟତ ଦେଇ କୁହନ୍ତି, “ଆମ ଉପକରଣର ପ୍ରଭାବ ଜାଣିବା ପାଇଁ ନିକଟରେ ଆମ ଦଳର ଜଣେ ସଦସ୍ୟ ଏକ ସ୍କୁଲ ପରିଦର୍ଶନ କରିଥିଲେ। GuruG ପ୍ରୋଗ୍ରାମ ବ୍ୟବହାର କରାଯାଉଥିବା ଟାବଲେଟକୁ ସେ ସେଠାରୁ ନେଇ ଆସିବାକୁ ଚାହିଁଥିଲେ। ସେ ଶିକ୍ଷକଙ୍କ ଠାରୁ ଟାବଲେଟ ନେଇ ଶ୍ରେଣୀରୁ ବାହାରୁ ଆସିଲେ। ଶ୍ରେଣୀ ଗୃହରେ ଥିବା ଛାତ୍ରଛାତ୍ରୀମାନେ ତାଙ୍କ ପଛରେ ଆସି ତାଙ୍କୁ ଟାବଲେଟ ଫେରାଇ ଦେବାକୁ ଅନୁରୋଧ କରିଥିଲେ।” ନିଜ ଉପକରଣ ଆଦୃତ ସେମାନଙ୍କୁ ଆତ୍ମତୃପ୍ତି ଦେବା ସହ ଦାୟିତ୍ତ୍ଵକୁ ଆଦିରୁ ବଢ଼ାଇ ଦେଇଛି ବୋଲି ହସି ହସି କୁହନ୍ତି ସେ।