ଇଷ୍ଟ୍ ଇଣ୍ଡିଆ କମ୍ପାନି ଚଳାଉଥିବା ଭାରତୀୟ ଉଦ୍ୟୋଗୀ

ଇଷ୍ଟ୍ ଇଣ୍ଡିଆ କମ୍ପାନି ଚଳାଉଥିବା ଭାରତୀୟ ଉଦ୍ୟୋଗୀ

Friday December 04, 2015,

2 min Read

ଇଷ୍ଟ୍ ଇଣ୍ଡିଆ କମ୍ପାନି କଥା ମନେପଡ଼ିଲେ, ମନକୁ ଆସିଯାଏ ବ୍ରିଟିଶ୍ ଶାସନର କଥା । ସମୟ ଥିଲା ଯେତେବେଳେ ଏହି କମ୍ପାନି ବିଶ୍ୱର ୫୦ ପ୍ରତିଶତ ବ୍ୟବସାୟ କରୁଥିଲା ଏବଂ ଏକ ତୃତୀୟାଂଶ ବ୍ରିଟିଶ୍ ଲୋକଙ୍କୁ ନିୟୋଜନ ଦେଇ ପାରିଥିଲା । ୧୮୫୭ ସିପାହୀ ବିଦ୍ରୋହ ପରେ ୧୮୫୮ ଭାରତ ସରକାର ଆଇନ ଅନୁସାରେ ଭାରତରେ ସମସ୍ତ କ୍ଷମତା କମ୍ପାନି ହାତରୁ ଛଡ଼ାଯାଇ ବ୍ରିଟେନ୍ ରାଣୀଙ୍କୁ ଦିଆଗଲା । ପରେ ପରେ ୧୮୭୪ରେ କମ୍ପାନିର ମୂଳପୋଛ ହୋଇଗଲା ।

image


ଏକ ଶତାବ୍ଦୀରୁ ଅଧିକ ସମୟର ବ୍ୟବଧାନ ପରେ ଏବେ ପୁଣି ଥରେ ସେହି କମ୍ପାନିକୁ ଆରମ୍ଭ କରିଛନ୍ତି ମୁମ୍ବାଇର ଉଦ୍ୟୋଗୀ ସଂଜୀବ ମେହଟା । ବିଳାସ ଖାଦ୍ୟ ସାମଗ୍ରୀକୁ ନେଇ ଇଷ୍ଟ ଇଣ୍ଡିଆ କମ୍ପାନିକୁ ଏକ ଉପଭୋକ୍ତା ବ୍ରାଣ୍ଡ୍ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଏ କମ୍ପାନିର ମାଲିକାନା ରଖିଥିବା ୩୦-୪୦ ଲୋକଙ୍କ ଠାରୁ ୨୦୦୫ରେ ଏହାକୁ କିଣି ଆଣିଥିଲେ ସଂଜୀବ । ଏବେ ଏହି ଇ-କମର୍ସ ୱେବ୍ସାଇଟ୍ ମାଧ୍ୟମରେ ଏହା ବିରଳ ଚା’, କଫି, ଚକୋଲେଟ୍, ଜାମ୍ସ ଓ ଅନ୍ୟ ବିଳାସ ଖାଦ୍ୟଉପହାର ଯୋଗ୍ୟ ଖାଦ୍ୟ ସାମଗ୍ରୀ ବିକ୍ରି କରୁଛି । ଭାରତକୁ ଶାସନ କରୁଥିବା କମ୍ପାନିକୁ କିଣିବା ପଛରେ ଉଦ୍ଦେଶ୍ୟ କ’ଣ ବୋଲି ପ୍ରଶ୍ନର ଉତ୍ତରରେ ସଂଜୀବ ଏସ୍ଏମ୍ଇ ଟାଇମ୍ସକୁ କହିଛନ୍ତି, ‘ପ୍ରତ୍ୟାହରଣରେ ବିଶ୍ୱାସ ରଖେ - ଯେଉଁ କମ୍ପାନି ଦିନେ ଆମର ମାଲିକ ହୋଇଥିଲା ଏବେ ମୁଁ ତା’ର ମାଲିକ ହେବାକୁ ଚାହେ ।’

ଲଣ୍ଡନର ମେଫେୟାର ଅଞ୍ଚଳରେ ପ୍ରଥମ ଇଷ୍ଟ ଇଣ୍ଡିଆ କମ୍ପାନି ଷ୍ଟୋର ଆରମ୍ଭ କରିଥିଲେ ସଂଜୀବ । ସେ ବିବିସିକୁ କହିଛନ୍ତି, ‘ଏ ପ୍ରକଳ୍ପ କେବଳ ଏକ ବ୍ୟବସାୟ ନୁହେଁ, ବରଂ ଏହା ସହ ଭାବପ୍ରବଣତା ଜଡ଼ିତ । ଏଭଳି ଏକ ବ୍ୟବସାୟ ଆରମ୍ଭ କରିବା ଓ ଏଭଳି ଏକ କମ୍ପାନିକୁ ଅଧିଗ୍ରହଣ କରିବା ମୋର ସ୍ଵପ୍ନ ଥିଲା । ଏହା ମୋ ପାଇଁ ବେଶ୍ ଆନନ୍ଦଦାୟକ ।’ ଏଥିପାଇଁ ହଜାର ହଜାର ଭାରତୀୟଙ୍କ ଠାରୁ ସେ ଧନ୍ୟବାଦ ସମ୍ବଳିତ ଇ-ମେଲ ପାଇଛନ୍ତି । ଆଜିର ଦିନରେ ୟୁକେ, ମଧ୍ୟପ୍ରାଚ୍ୟ, ୟୁରୋପ୍, ଏସିଆ ଓ ଓସେନିଆ ରାଷ୍ଟ୍ରଗୁଡ଼ିକରେ ଇଷ୍ଟ୍ ଇଣ୍ଡିଆ କମ୍ପାନିର ଷ୍ଟୋର ଖୋଲି ସାରିଲାଣି । ଏହା ଛଡ଼ା ଇ-କମର୍ସ ୱେବ୍ସାଇଟ୍ ମଧ୍ୟ ସଫଳତାର ସହ ଚାଲିଛି ।

ମୂଳ ଲେଖା - Think Change India

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା