୫୦୦୦ ରୁ ୫ କୋଟି : ଇନ୍ଦୋରର ହ୍ୟାକର ଆଜି ସଫଳ ଉଦ୍ୟୋଗୀ

୫୦୦୦ ରୁ ୫ କୋଟି : ଇନ୍ଦୋରର ହ୍ୟାକର ଆଜି ସଫଳ ଉଦ୍ୟୋଗୀ

Thursday October 15, 2015,

4 min Read

ପ୍ରଥମେ ଜଣେ ହ୍ୟାକର ତା ପରେ ଅଧାରୁ କଲେଜ ଛାଡିବା ପରେ ଆଜି ଜଣେ ସଫଳ ବୈଷୟିକ ଉଦ୍ୟୋଗୀ।

ଶଶାଙ୍କ ଚୌରେ ଇନ୍ଦୋରର ଏକ ମଧ୍ୟବର୍ତ୍ତୀ ବ୍ରାହ୍ମଣ ପରିବାରରେ ଜନ୍ମିତ ଏବଂ ମାତ୍ର ୧୩ ବର୍ଷ ବୟସରେ ସେ କମ୍ପୁଟର ପ୍ରେମ ରେ ପଡିଥିଲେ । ବିଦ୍ୟାଳୟ ରେ ପରୀକ୍ଷା ମଧ୍ୟ ନଦେଇ ସେ ନିଜକୁ କମ୍ପୁଟର ମଧ୍ୟରେ ନିଜକୁ ମଜ୍ଜି ରଖିଲେ । ଧୀରେ ଧୀରେ ହ୍ୟାକିଂ ଆଡକୁ ଆକର୍ଷିତ ହୋଇ ସେ ପରେ ହ୍ୟାକର ହେବାକୁ ମନ ବଳାଇଥିଲେ । କ୍ରାକପାଲ ଡଟ କମ ରେ ୫୦ ଡଲାରରେ ସେ କାମ ପାଇ ଅଧିକ ଉତ୍ସାହିତ ହୋଇଥିଲେ ।

image


ଭାଇରସ, ଏଲଗୋରିଦ୍ମ ଓ ଇନ୍ଟାରପୋଲ

ବୈଷୟିକ ମହାବିଦ୍ୟାଳୟରେ ପାଠ ପଢୁଥିବା ବେଳେ ସେ ହ୍ୟାକିଂ ଜାରି ରଖିଥିଲେ । ପ୍ରାୟ ୪୦ରୁ ଅଧିକ ଭାରତୀୟ ସରକାରୀ ୱେବସାଇଟ ଓ ୧୦୦ ରୁ ଅଧିକ ବଡ କମ୍ପାନୀର ୱେବସାଇଟ ହ୍ୟାକ କରିପାରୁଥିଲେ ମାତ୍ର ୧୮ ମିନିଟ ରେ । ଏନଟିପିସି ଟେନ୍ଡର ଓ ଦିଲ୍ଲୀ ସରକାରୀ ୱେବସାଇଟ ମଧ୍ୟ ସେ ହ୍ୟାକ କରିଥିଲେ । ଏହା ସହ ସେ ସିଇଆରଟି ଓ ଏନଆଇସି କୁ ତାଙ୍କର ଅସୁରକ୍ଷିତ ୱେବସାଇଟ ବିଷୟରେ ରିପୋର୍ଟ ଦେଇଥିଲେ । ୨ ବର୍ଷ ପାଇଁ ସେ ଇନ୍ଦୋର ପୁଲିସ ପାଇଁ ସାଇବର ସିକ୍ୟୁରୀଟି ଦାଇତ୍ତ୍ଵ ନିର୍ବାହ କରିଥିଲେ । ଆଇଆରସି ପାଇ ସେ ଏକ ବିଶେଷଜ୍ଞ ଭାବରେ କାମ କରିଥିଲେ । ଏଫବିଆଇ ସିଆଇଏ ଇନ୍ଟରପୋଲ ଭଳି ସଂସ୍ଥା ମାନେ ଆଇଆରସି ରେ ଥାନ୍ତି । ଏଠାରେ କାମ କରିବା ତାଙ୍କୁ ଭଲ ଲାଗିନଥିଲା । ଏବଂ କଲେଜ ତାଙ୍କୁ ଭଲ ଲାଗିଲାନି ଓ ସେ ଦ୍ଵିତୀୟ ବର୍ଷ ପାଠ ଅଧାରୁ ଛାଡିଦେଲେ ।

କଲେଜ ଅଧାରୁ ଛାଡିବା ପରେ ୱେବ ସିକ୍ୟୁରୀଟି ବିଶେଷଜ୍ଞ

ମାର୍କ ଜୁକେର୍ବେର୍ଗ, ଷ୍ଟିଭ ଜବ୍ସ ଓ ବିଲ ଗେଟ୍ସ ଙ୍କ ପରି ଲୋକମାନେ ଅଧାରୁ ପାଠ ଛାଡିଥିବା କଥା ଆମେ ଶୁଣିଛେ । ତେବେ ଭାରତରେ ତାହା କରିବା ଗ୍ରହଣୀୟ ନୁହେଁ । ଯଦିଓ ତାଙ୍କ ବାପା ମା କିଛି କହିନଥିଲେ ମାତ୍ର ପଡୋଶୀ ଓ ବନ୍ଧୁ ମାନେ ଅନେକ କିଛି ଶୁଣାଇଥିଲେ । ନିଜକୁ ଏକ ୱେବ ସିକ୍ୟୁରୀଟି ବିଶେଷଜ୍ଞ ଭାବରେ ଉପସ୍ଥାପିତ କରିବା ପାଇ ସେ ଏକ ବଡ କମ୍ପାନୀ ର ୱେବସାଇଟ ହ୍ୟାକ କରି ସମ୍ପୃକ୍ତ କମ୍ପାନୀ କୁ ଏକ ସମାଧାନର ସୂତ୍ର ଜଣାଇ ସେହି କମ୍ପାନୀ ରେ ହିଁ ଚାକିରି ପାଇଥିଲେ । ସେଠାରେ ମାତ୍ର ଦେଢ ବର୍ଷ କାମ କରି ସେ ୩ ଟି ପ୍ରୋମୋଶନ ପାଇଲା ପରେ ଅନ୍ୟ ଏକ କମ୍ପାନୀରେ ଅଧିକ ପଇସା ଆଶା ରେ ଯୋଗ ଦାନ କରିଥିଲେ । ମାତ୍ର ୪୫ ଦିନ ପରେ ସେ ଦରମା ନ ପାଇବାରୁ ସେ ପକେଟ ରେ ମାତ୍ର ୫୦୦୦ ଟଙ୍କା ଥାଇ ଚାକିରି ଛାଡିବାକୁ ବାଧ୍ୟ ହୋଇଥିଲେ ।

କର୍ମମଗ୍ନ ଜୀବନ: ଖାଇବା.. ଶୋଇବା.. ବଞ୍ଚିବା...ସବୁ କାମ ସାଥିରେ

୨୩ ଫେବୃଆରୀ ୨୦୦୯ । ଅଫିସ ରୁ ୫ଟା ପରେ ବାହାରିବା ପରେ, ତାଙ୍କ ପାଖରେ ନା ଥିଲା ଚାକିରି, ନା କଲେଜ ଡିଗ୍ରୀ । ମାତ୍ର ୧୮ ଡଲାର ପାଇ ସେ ପୁରା ରାତି ତାଙ୍କ ପୁରୁଣା କମ୍ପୁଟର ରେ ଡାଟା ଏଣ୍ଟ୍ରି କାମ କରିଥିଲେ । ମାତ୍ର ଏକ ମାସ ମଧ୍ୟ ରେ ସେ ଆଉ ଗୋଟିଏ କମ୍ପୁଟର କିଣିବା ସହ ଆଉ ଦୁଇ ଜଣ ସାଙ୍ଗ ତାଙ୍କୁ ଯୋଗଦାନ କରିଥିଲେ । ଏହି ଦୁଇ ସାଙ୍ଗ ପରେ ଭଲ ଚାକିରି ପାଇ ତାଙ୍କୁ ଛାଡିଦେଇଥିଲେ । ୨୦୦୯ ଅକ୍ଟୋବର ରେ ଅଳ୍ପ କିଛି ସହକର୍ମୀ ନେଇ ସେ ଇଣ୍ଡିଆ ଇନଫୋଟେକ ଆରମ୍ଭ କରିଥିଲେ । ପରେ ସେ ଉତ୍ପାଦ ଆଡକୁ ମନ ବଳାଇ ଥିଲେ ଏବଂ ଅନ୍ୟମାନଙ୍କ ଉତ୍ପାଦ ବିକ୍ରି ଆରମ୍ଭ କରିଥିଲେ । ଏହି କ୍ରମ ରେ ତାଙ୍କ କମ୍ପାନୀ କ୍ଷୁଦ୍ର କମ୍ପାନୀଙ୍କୁ ସୁହାଇଲା ଭଳି ଏସଇଓ ସେବା ପ୍ରଦାନ କରିବା ଆରମ୍ଭ କଲା । ନିଜ ଅନୁବନ୍ଧିତ ସଂସ୍ଥା ମାନଙ୍କ ସହ ଉତ୍ତମ ସମ୍ପର୍କ ବଜାୟ ରଖି ଆଜି ଯାଏ କାମ କରୁଛନ୍ତି । ଏବେ ସେ ନିଜର ପ୍ରଥମ ୫ ଅନୁବନ୍ଧିତ ସଂସ୍ଥା ମଧ୍ୟ ରୁ ୩ ଜଣ ଙ୍କ ପାଇଁ କାମ କରୁଛନ୍ତି । ଅନେକ ଦିନ ଧରି ସେ ସବୁ ବେଳେ ନିଜ ଅଫିସ ରେ ରହି ଆସୁଛନ୍ତି କେବଳ କାମ କୁ ଅଧିକ ସମୟ ଦେଇ ପାରିବେ ବୋଲି ।

୧୦୦୦୦ ରୁ ଅଧିକ ସଫଳ ଏସଇଓ ପ୍ରକଳ୍ପ କରିସାରିଥିବା ଶଶାଙ୍କ ୫୦୦୦ ଟଙ୍କାରୁ ଆରମ୍ଭ କରିଥିବା ବାବସାୟ ଆଜି ବର୍ଷକୁ ୫ କୋଟି ର ବ୍ୟବସାୟ କରୁଛି । ଶଶାଙ୍କ କୁହନ୍ତି ସେ ମାସକୁ ୩୦୦ ଟି ରୁ ଅଧିକ ପ୍ରକଳ୍ପ ରେ ଏକ ସମୟରେ କାମ କରନ୍ତି । ଏବେ ତାହା ୪୦୦ ରୁ ୫୦୦ ରେ ପହଞ୍ଚିଛି । ଏବେ ଯାଏ ସେମାନେ ୧୦୦୦୦ ରୁ ଅଧିକ ପ୍ରକଳ୍ପ ରେ କାମ କରିସାରିଥିବା ବେଳେ ଏବେ ଅଧିକ ସେମାନେ ମାର୍କେଟ ଗବେଷଣା ଉପରେ ନିର୍ଭର କରୁଛନ୍ତି କାରଣ ଅନଲାଇନ ବ୍ୟବସାୟ ରେ ପରିବର୍ତନ ଏକ ଗୁରୁତ୍ଵପୂର୍ଣ ଅଙ୍ଗ । ଏବେ ଇଣ୍ଡିଆ ଇନଫୋଟେକ ପ୍ରାୟ ୪୦୦୦ ରୁ ଅଧିକ କମ୍ପାନି ଙ୍କ ପାଇ କାମ କରୁଛି । ଆମେ ଆମର ଲାଭାଂଶ ଅଧିକ କରିବାରେ ମଧ୍ୟ ମନ ନିବେଶ କରିଛୁ । ଆମେ ମୁଖ୍ୟତଃ ଆମେରିକା ରୁ କାମ ପାଉଥିବା ବେଳେ ଭବିଷ୍ୟତ ରେ ସୋଶିଆଲ ମେଡିଆ ଏହି ବ୍ୟବସାୟ ବ୍ୟବସାୟ ରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ଏହା ସହ ଭିଡିଓ ଆଡ ମାର୍କେଟ ମଧ୍ୟ ଆଗାମୀ ଦିନ ରେ ଅନେକ କିଛି ନିର୍ଧାରଣ କରିବ ।

ମୁଁ ଲୋକମାନଙ୍କୁ ବହୁତ ଅଧିକ ବିଶ୍ଵାସ କରେ, ଏବଂ ଆମ ଭଳି କାମ ରେ ତୁମକୁ ଲୋକଙ୍କ ଉପରେ ବିଶ୍ଵାସ କରିବାକୁ ହିଁ ପଡିବ । ତେବେ ଏଥିପାଇଁ ସେ ଅନେକ କିଛିର ମୁକାବିଲା କରିଛନ୍ତି । ୭ ଜଣ ତାଙ୍କର କର୍ମଚାରୀ ତାଙ୍କ ପ୍ରତିଦ୍ଵନ୍ଦୀଙ୍କ ପାଇଁ ମଧ୍ୟ କାର୍ଯ୍ୟ କରୁଥିଲେ ଯେତେବେଳେ ସେ ନୂଆ କରି କାମ ଆରମ୍ଭ କରିଥିଲେ । ଏବେ ମଧ୍ୟ ସେ ତାଙ୍କ ସଂସ୍ଥା ରେ ଏପରି ପୁଣି ଦେଖିବାକୁ ପାଇଥିଲେ । ସେ ସମସ୍ତଙ୍କୁ ସେ ଚାକିରିରୁ ବାହାର କରିଥିଲେ ମଧ୍ୟ ଲୋକଙ୍କୁ ଭରଷା କରିବା ଛାଡି ପାରିନାହାନ୍ତି । ମୁଁ ଯେପରି, ଅନ୍ୟମାନଙ୍କ ଠାରୁ ମଧ୍ୟ ସେପରି ସଚ୍ଚୋଟତା ଓ କର୍ତ୍ତବ୍ୟ ପରାୟଣତା ଆଶା କରେ ।

ଆଗରୁ ଦୈନିକ ୧୮ ଘଣ୍ଟା କାମ କରିବା ତାଙ୍କ ର ନୀତିଦିନିଆ କାମ ଥିଲେ ମଧ୍ୟ ଏବେ ସେ ଟିକେ ବିରାମ ନେବା ପସନ୍ଦ କରୁଛନ୍ତି । ତଥାପି ଦିନକୁ ୮-୧୦ ଘଣ୍ଟା କାମ କରୁଛନ୍ତି । ତଥାପି ମୁଁ ହ୍ୟାକିଂ ଓ ସାଇବର ସୁରକ୍ଷା ଦିଗରେ କିଛି କରିଦେଖାଇବାର ସ୍ଵପ୍ନ ରଖିଛି । ଏବେ ସେ ଯେବେ ତାଙ୍କ ର ଦାମୀ ଗାଡି ବା ସୁପର ବାଇକ ବାହାର କରନ୍ତି ତାଙ୍କ ର ପଡୋଶୀ ଦେଖିକି ଅବାକ ହୋଇ ରହି ଯାନ୍ତି ।