ବୁର୍ଜ ଖଲିଫା ହେଲା ତ୍ରିରଙ୍ଗାର ରଙ୍ଗରେ ପ୍ରଜ୍ଵଳିତ

ବୁର୍ଜ ଖଲିଫା ହେଲା ତ୍ରିରଙ୍ଗାର ରଙ୍ଗରେ ପ୍ରଜ୍ଵଳିତ

Sunday January 29, 2017,

1 min Read

ଏଥର ଦୁବାଇ ଠାରେ ଥିବା ବିଶ୍ଵର ସର୍ବୋଚ୍ଚ ଟାୱାର ବୁର୍ଜ ଖଲିଫା ଭାରତର ୬୮ତମ ଗଣତନ୍ତ୍ର ଦିବସକୁ ସମ୍ମାନ ଦେବା ପାଇଁ ଭାରତୀୟ ତିରଙ୍ଗାର ରଙ୍ଗରେ ପ୍ରଜ୍ଵଳିତ ହେଇଥିଲା।

Image Source : <a href=

Image Source :

Twittera12bc34de56fgmedium"/>

ଦୁଇ ଦେଶ ମଧ୍ୟରେ ଥିବା ଏକ ମଜବୁତ ସମ୍ପର୍କ ରହିଛି। ତା’ ସହ ସଂଯୁକ୍ତ ଆରବ ଏମିରେଟର ଏପରି ଏକ ପ୍ରୟାସ ନିଶ୍ଚିତ ଭାବେ ଭାରତୀୟ ମାନଙ୍କ ମନରେ ଏକ ସଂହତି ଜାତ କରିଛି। ଏହି ଅତି ସୁନ୍ଦର LED ଲାଇଟ ସୋ ୨୫ ଓ ୨୬ ଜାନୁଆରୀରେ ତିନି ଥର ଲେଖାଏ ହୋଇଥିଲା – ସନ୍ଧ୍ୟା ୬:୧୫, ୭:୧୫ ଓ ୮:୧୫ ସମୟରେ। ପ୍ରସିଦ୍ଧ ପାଣି ଫୁଆରା ପ୍ରଦର୍ଶନ ମଧ୍ୟ ଏହି ଅବସରର ଶୋଭାକୁ ଆହୁରି ବୃଦ୍ଧି କରିଥିଲା।

image


ଅଫିସିଆଲ ବୁର୍ଜ ଖଲିଫା ଟୁଇଟର ହ୍ୟାଣ୍ଡଲ ଦ୍ଵାରା ଟୁଇଟ କରାଯାଇଥିଲା “"Tonight we celebrate India’s 68th Republic Day with a spectacular LED illumination of the Indian National flag on #BurjKhalifa! #India."

ଆବୁ ଧାବିର ଯୁବରାଜ ଜାଏଦ ଆଲ ନାହୟା ଚଳିତ ବର୍ଷର ଗଣତନ୍ତ୍ର ଦିବସ ପ୍ୟାରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। The Financial Expressର ଏକ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଯୁବରାଜ ପଶ୍ଚିମ ଏସିଆ ଓ ଗଲ୍ଫ ଦେଶରେ ବର୍ତ୍ତମାନ ହେଉଥିବା ବିକାଶର କାର୍ଯ୍ୟ ମାନଙ୍କ ଉପରେ ଆଲୋଚନା କରିଥିଲେ।