ଫୁଡ୍ ଖୋଜ୍ ସହ ଏବେ ଭୋକର ସବୁ ଔଷଧୀ ଏକ କ୍ଲିକ୍ ଦୂରରେ - ଛାତ୍ର ଉଦ୍ୟୋକ୍ତା ଶ୍ଵେତାଂଶୁ ମହାପାତ୍ର

ଫୁଡ୍ ଖୋଜ୍ ସହ ଏବେ ଭୋକର ସବୁ ଔଷଧୀ ଏକ କ୍ଲିକ୍ ଦୂରରେ - ଛାତ୍ର ଉଦ୍ୟୋକ୍ତା ଶ୍ଵେତାଂଶୁ ମହାପାତ୍ର

Saturday December 12, 2015,

4 min Read

ଫୁଡ୍ ଖୋଜ୍ ହେଉଛି ଏକ ଖାଇବା ମଗାଇବାର ପ୍ଲାଟଫର୍ମ୍ ଯେଉଁଠି ଆପଣଙ୍କୁ ବିଭିନ୍ନ ରେସ୍ତୁରାଣ୍ଟରୁ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ମଗେଇପାରିବେ | ଫୁଡ୍ ଖୋଜ୍ ଅପଣକୁ ଆଉ ଆପଣଂକ ସାଂଗମାନଙ୍କୁ ନିଜ ପାଖ ଅଞ୍ଚଳରେ ଥିଵା ରେଷ୍ଚୁରାଣ୍ଟରୁ ଖାଈଵା ମଗେଇବାରେ ସାହାଯ୍ୟ କରିଥାଏ। ତାହା ପୁଣି ଆପଣଙ୍କ ସମୟ ଆଉ ସ୍ଥାନ ସୁଵିଧା ଅନୁସାରେ।

image


ୟୋରଷ୍ଚୋରୀ ସହ ଏକ କଥାଵାର୍ତ୍ତାରେ ଶ୍ଵେତାଂଶୁ ଛାତ୍ରମାନଙ୍କ ପାଇଁ ଏକ ଅନଲାଇନ୍ ଖାଦ୍ୟ ମଗାଇଵା ଓ ଵିତରଣ କରିଵାର ପ୍ଳାଟଫର୍ମର ତିଆରି ଵିଷୟରେ କହୁଛନ୍ତି, ଯାହକି ଏକ ଗୋଷ୍ଠୀ ଵିତରଣ ମଡେଲ୍ ଉପରେ ଆଧାରିତ ।

ଶ୍ଵେତାଂଶୁ ଆମକୁ କୁହନ୍ତୁ ଫୁଡ୍ ଖୋଜ୍ କେମିତି କାମ କରେ?

image


ଫୁଡ୍ ଖୋଜ୍ ହେଉଛୁ ଏକ ଅନଲାଇନ୍ ଖାଦ୍ୟ ମଗାଇଵା ଓ ଵିତରଣ କରିଵାର ପ୍ଳାଟଫର୍ମ ଯାହ ଏକ ଗୋଷ୍ଠୀ ଵିତରଣ ମଡେଲ୍ ଉପରେ ଆଧାରିତ। ଏଥିରେ ଵଭିନ୍ନ ରେଷ୍ଚୁରାଣ୍ଚର ଏକ ଅନଲାଇନ ତାଲିକା ରହିଛି ଏଵଂ ଗ୍ରାହାକ ମାନେ ସିଧାସଳଖ ଫୁଡ୍ ଖୋଜ୍ ଓ୍ଵେଵସାଇଟ୍ ଦ୍ଵାରା ଖାଦ୍ୟ ଅର୍ଡର କରିପାରିଵେ। ସହଯୋଗୀ ରେଷ୍ଚୁରାଣ୍ଚମାନେ ଅର୍ଡର କରିଵାର ଏକ ନିର୍ଦ୍ଧିଷ୍ଟ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ଯାହାକି ସେମାନଙ୍କର ଵିତରଣର ଖର୍ଚ୍ଚକୁ କମ କରିଦିଏ। ଯେତେଵେଳେ କୌଣସି ଗ୍ରାହକ ଗୋଟିଏ ନିର୍ଦ୍ଧିଷ୍ଟ ରେଷ୍ଚୁରାଣ୍ଚରୁ ଖାଇଵା ଅର୍ଡର କରନ୍ତି, ଅଧିକ ଖାଇଵା ସହ ଅର୍ଡର ମୂଲ୍ୟ କମି କମି ଯାଏ। ଯେତେଵେଳେ ଅର୍ଡର ରେଷ୍ଚୁରାଣ୍ଚର ସର୍ଵନିମ୍ନ ମୁଲ୍ୟ ସହ ମିଶିଯାଏ ତାହା ଵିତରଣ ପାଇଁ ନିଶ୍ଟିତ ହୋଇଯାଏ, ନଚେତ ରେଷ୍ଚୁରାଣ୍ଚ ଅର୍ଡର ଗ୍ରହଣ କରିନଥାଏ। ପରେ ରେଷ୍ଚୁରାଣ୍ଚ ଏକା ସମୟରେ ସଵୁ ଅର୍ଡର ଵାଣ୍ଟିଥାଏ।

ଫୁଡ୍ ଖୋଜ୍ ପଛର କାହାଣୀ କଣ?

image


କଲେଜ କ୍ୟାମ୍ପସମାନଙ୍କରେ ଖାଇଵା ଉପରେ ସେତଟା ଵିଭିନ୍ନତା ନଥାଏ, ଆଉ ଵାହାରେ ରେଷ୍ଚୁରାଣ୍ଚରେ ଖାଇଵା ଏଵଂ ଗୋଟିଏ ଖାଦ୍ୟ ଅର୍ଡର ଵିତରଣର କରିଵାର ମୂଲ୍ୟ ଅଧିକ ଥାଏ। ଏହି ସଵୁ ଅସୁଵିଧା ଫୁଡ୍ ଖୋଜ୍ ପ୍ରତିଷ୍ଠା ପାଇଁ ଉପାୟ ଦେଇଥିଲା। ଏଵଂ ଏହାର ଗୋଟିଏ ମାତ୍ର ଲକ୍ଷ୍ୟ ହେଲା ଗ୍ରାହାକମାନଙ୍କୁ ଉଚିତ୍ ମୂଲ୍ୟରେ ବିଭିନ୍ନ ପ୍ରକାରର ଖାଦ୍ୟ ସୁବିଧାରେ ଯୋଗାଇଦେବ।

କେଉଁଠି ଓ କେମିତି ଫୁଡ୍ ଖୋଜ୍ ଆରମ୍ଭ ହେଲା? ଆପଣଙ୍କ ଟିମ୍ ଟି କେତେ ବଡ? ଆପଣ କେଉଁଠି ଅବସ୍ଥାପିତ? ଆପଣଙ୍କ ପୃଷ୍ଠଭୂମି ବିଷୟରେ କିଛି କୁହନ୍ତୁ?

ଫୁଡ୍ ଖୋଜ୍ ଡଟକମ୍ ପ୍ରଥମେ ବିଟସ୍ ପିଲାନୀ, ଗୋଆ କ୍ୟାମ୍ପସ୍ ରେ ନଭେମ୍ବର୍ ୨୦୧୦ରେ ଆରମ୍ଭହେଲା। ଫୁଡ୍ ଖୋଜ୍ ଟିମ୍ ରେ ହାନୁ ପ୍ରତିକ୍, ପ୍ରଦିପ୍ କୁମାର ଆଉ ମୁଁ -- ସବୁ ବିଟସ୍ ପିଲାନୀ, ଗୋଆ କ୍ୟାମ୍ପସର ସିନିଅର୍ ଅଣ୍ଡରଗ୍ରାଜୁଏଟ୍। ବର୍ତ୍ତମାନ ମୁଁ ଏମ୍ ଏସ୍ ସି ଗଣିତରେ ସମ୍ମାନ ଓ ବିଇ କେମିକାଲ ଇଞିନିୟରିଂ ସମ୍ମାନରେ କରୁଛି। ଆଉ ମୁଁ ଫୁଡ୍ ଖୋଜର ଉପାୟ ଓ ବ୍ୟବସାୟ ବିକାଶରେ ସାହାଯ୍ୟ କରେ। ହାନୁ ଇଲୋକ୍ଟ୍ରନିକ୍ସ୍ ଏବଂ ଇନଷ୍ଟ୍ରୁମେଣ୍ଟେସନ୍ ସମ୍ମାନରେ ବିଇ କରନ୍ତି। ସେ କିଣାବିକା ଓ ଅର୍ଥ ବ୍ୟବସ୍ଥା ସମ୍ଭାଳନ୍ତି। ପ୍ରଦିପ୍ ଫୁଡ୍ ଖୋଜର ମୁଖ୍ୟ ଡେଭେଲପର୍, ଆଉ ସେ ଇନଫରମେସନ୍ ସିଷ୍ଟମରେ ବିଟସ୍ ପିଲାନୀ, ଗୋଆ କ୍ୟାମ୍ପସ୍ ରେ ଏମ୍ ଏସ୍ ସି କରନ୍ତି।

image


ଆପଣମାନେ ଭିନ୍ନ ଭିନ୍ନ ବିଭାଗରେ ପଢନ୍ତି, ତ ଆପଣ ସହ ପ୍ରତିଷ୍ଠାତାମାନେ କେମିତି ଦେଖାହେଲେ?

ଆମେ ସବୁ ଏକା ବର୍ଷର ଛାତ୍ର ଏବଂ କଲେଜର ବିଭିନ୍ନ କାର୍ଯ୍ୟକ୍ରମରେ ସବୁ ମିଶି କଠିନ ପରିଶ୍ରମ କରୁ। କିଛି ନୂଆ ବ୍ୟବସାୟିକ ଜିନିଷ ଉଦ୍ଭାବନ ଏବଂ ଓଦୌଗିକତାର ଭାବ ଆମକୁ ଏକାଠି କରିଥିଲା। ଏହା ଆମ କମ୍ପାନୀ ତିଆରିର ମୂଳ ମଞ୍ଜି। କ୍ୟାମ୍ପସକୁ ଶସ୍ତା ଓ ସୁବିଧାରେ ଖାଇବା ବ୍ୟବସ୍ତାର ଆବଶ୍ୟକତା ଆମକୁ ଏଧିକ ପ୍ରଭାବିତ କରଥିଲା। ଆମେ ଅନୁଭବକଲୁ ଆମର ମଡେଲ ବିଟସ୍ ପିଲାନୀ, ଗୋଆ କ୍ୟାମ୍ପସର ୨,୮୦୦ ବାସିନ୍ଦାଙ୍କୁ ଏହା ଏକ ବରଦାନ ହେବ।

ଫୁଡ୍ ଖୋଜ୍ ପ୍ରଦାନ କରୁଥିବା ସେବା ବିଷୟରେ ବିସ୍ତୃତଭାବେ କହୁନ୍ତୁ।

ଫୁଡ୍ ଖୋଜ୍ ରେଷ୍ଚୁରାଣ୍ଚ ଓ ଗ୍ରାହକମାନଙ୍କୁ ଯୋଡେ। ଏହାର ସେବା ଗୁଡିକ ହେଲା -- 0 ସର୍ବନିମ୍ନ ଅର୍ଡର, ଏକାଧିକ ସ୍ଲଟ୍ ବିତରଣ ଓ ସମୟରେ ନମନିୟତା। ଏହା ଠିକ୍ ସମୟରେ ସୂଚନା ପ୍ରଦାନ କରିଥାଏ ଯାହା ଦ୍ୱାରା ରେଷ୍ଚୁରାଣ୍ଚଗୁଡିକ ଖାଇବା ମେନୁରେ ପରିବର୍ତ୍ତନ କରିପାରିବେ। ଏହା ବିଭିନ୍ନ ପ୍ରୋମୋସନାଲ୍ ଅଫର୍, ଡିସ୍କାଉଣ୍ଟ ଓ ଡିଲ୍ ପ୍ରଦାନ କରିପାରିବ। ମଡେଲର ଏକ ମୁଖ୍ୟ ଅଂଶରୂପେ, ଆମେ ଗେମ୍ ମେକାନିକ୍ସ୍ ପ୍ରଦର୍ଶିତ କରିଛୁ।

ଫୁଡ୍ ଖୋଜର ବ୍ୟାକ୍ଏଣ୍ଡ୍ ବହୁତ ଭଲ। ଏହା ବିଷୟରେ ଅଧିକ କିଛି କୁହନ୍ତୁ।

ଆମର ବ୍ୟାକ୍ଏଣ୍ଡ୍ ଆମକୁ ସବୁ ପକ୍ରିୟା ସ୍ୱଂୟଚାଳିତ କରିବକରେ ସହାୟକ ହୋଇଛି। ଆମେ ବିଭିନ୍ନ ଗ୍ରାଫ ଓ ପରିସଂଖ୍ୟନ ସାହାଯ୍ୟରେ ଆମର ଗ୍ରାହାକ ସେବାକୁ ଅଧିକ ଭଲ କରିପାରିଛୁ। ଏହା ଏକ ଶକ୍ତିଶାଳୀ ଓପେନ୍ ସୋର୍ସ ସଫ୍ଟୱେରରେ ଗଢା।

ଆମ ସହ କିଛି ସଫଳ କାହାଣୀ ବାଣ୍ଟନ୍ତୁ।

ପ୍ରଥମେ ବିଟସ୍ ପିଲାନୀ, ଗୋଆ କ୍ୟାମ୍ପସ୍ ରେ ୨,୮୦୦ ଗ୍ରାହାକ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଫୁଡ୍ ଖୋଜ ବର୍ତ୍ତମାନ ଭୁବନେଶ୍ଵରରେ ତିନୋଟି କ୍ୟାମ୍ପସରେ ପହଞ୍ଚିଛି। ଏବଂ ଏହାର ଗ୍ରାହକ ସଂଖ୍ୟା ବର୍ତ୍ତମାନ ୨୧,୦୦୦ରେ ପହଞ୍ଚିଛି। ଜଣେ ନୂଆ ଗ୍ରାହକକୁ ଅର୍ଡର ଦେବାକୁ ୪ମିନଟ୍ ଲାଗେ ଆଉ ପୁରୁଣା ଗ୍ରାହକକୁ ୨ମିନଟ ଲାଗେ।

ଫୁଡ୍ ଖୋଜ ଆରମ୍ଭ କଲାବେଳେ ଆପଣ କି ଅସୁବିଧାର ସମ୍ମୁଖୀନ ହୋଇଥିଲେ? ମୁଖ୍ୟତଃ ଜଣେ ଛାତ୍ର ଉଦ୍ୟୋକ୍ତା ରୂପେ?

ଆମକୁ ପାଠପଢା, ପରୀକ୍ଷାରେ ପାସ୍ ହେବା, ସମୟ ଓ ସ୍ଥାନ ଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଆଉ ଆରମ୍ଭ କରିବାକୁ ଅର୍ଥ ବି ବାଧା ଥିଲା।

ଆପଣଙ୍କ ରେଭେନ୍ୟୁ ମଡେଲ କଣ?

ଆମେ ରେଷ୍ଚୁରାଣ୍ଚଗୁଡିକ ସହ ରେଭନ୍ୟୁ ବଣ୍ଟନ ମଡେଲରେ କାମ କରୁ।

ଆରମ୍ଭ କରିବାକୁ କେତେ ଟଙ୍କା ଆବଶ୍ୟକ ଥିଲା?

ପ୍ରାୟ ସବୁ ର୍ଷ୍ଟାଟଅପ୍ ଭଳି ଆମେ ୩୦,୦୦୦ ପାଖାପାଖି ବିନିଯୋଗ କରିଥିଲୁ, ଯେହେତୁ ଡେଭଲପମେଣ୍ଟ୍ ଆଉ ଡିଜାଇନ୍ ନିଜେ ହିଁ କରିଥିଲୁ।

ଫୁଡ୍ ଖୋଜ ପାଇଁ ଆପଣଙ୍କର ଆଗାମୀ ଯୋଜନା କଣ?

ଆମେ ଫୁଡ୍ ଖୋଜକୁ ଅନଲାଇନ୍ ଖାଦ୍ୟ ମଗାଇଵା ଓ ଵିତରଣ କରିଵାର ଏକ ଘରୋଇ ନାମ କରିବାକୁ ଚାହୁଁଛୁ। ବର୍ତ୍ତମାନ ଆମେ ଗ୍ରୁପ ବିତରଣ ବ୍ୟବସ୍ଥା ଉପରେ କାମ କରୁଛୁ। ଆଉ ଆଗାମୀ ଦିନ ମାନଙ୍କରେ ଶହେରୁ ଅଧିକ କ୍ୟାମ୍ପସକୁ ଆମ ସେବା ଉପଲବ୍ଧ କରାଇବାର ଲକ୍ଷ୍ୟ ରଖିଛୁ।

ଆପଣ ଫଣ୍ଡ୍ ପାଇଁ ଚିନ୍ତା କରୁଛନ୍ତି କି?

ଯଦିଓ ଆମେ ବୁଟଷ୍ଟ୍ରାପ ମଡେଲରେ ପୋଷଣୀୟ, କ୍ଷୀପ୍ର ଗତିରେ ବଢିବା ପାଇଁ ଆମେ ଫଣ୍ଡ୍ ସଂଗ୍ରହ କରିବା ଆରମ୍ଭ କଲୁଣି।

ଆପଣ କିଛି ନୂଆ ସୁବିଧା ପ୍ରଦାନ କରିବା କଥା ଚିନ୍ତା କରୁଛନ୍ତି କି?

ଭବିଷ୍ୟତରେ ଆମେ ପୋର୍ଟାଲରେ କିଛି ନୂଆ ଫିଚର୍ ଆଣିବୁ ଯେମିତିକି ଟେବୁଲ୍ ବୁକିଂଗ୍, ସିଙ୍ଗଲ୍ ଡେଲିଭରି ଓ ଭାରଚ୍ୟୁଆଲ୍ ରେଷ୍ଚୁରାଣ୍ଚ। କିଛି ବଢିଆ ଫିଚର୍ ବିକାଶର ଆଲଫା ଷ୍ଟେଜରେ ଅଛି ଏବଂ ଖୁବ ଜଲଦି ଏହା ପ୍ରଦର୍ଶିତ କରାଯିବ।

ଆଗକୁ ଆପଣ କେଉଁଠି ପହଁଚିବାକୁ ଚାହୁଁଛନ୍ତି?

ଆମେ ଭାରତ ସାରା ବିସ୍ତାର ପାଇଁ ସବୁ କୋଣରୁ ଲୋକଙ୍କୁ ନିଯୁକ୍ତି କରୁଛୁ। ଆମେ ସେଇଭଳି ଲୋକଙ୍କୁ ଟିମକୁ ଆଣିବାକୁ ଚାହୁଁଛୁ ଯିଏ ଖାଦ୍ୟ ମଗାଇଵା ଓ ଵିତରଣର ଏଇ ପ୍ଳାଟଫର୍ମରେ ଏକ ନୂଆ ସ୍ତର ଢାଳି ପାରିବ।

ଆପଣ ବଜାରର କେତେ ଭାଗ ଅଧିକାର କରିବାକୁ ଚାହୁଁଛନ୍ତି?

ଲୋକଙ୍କର ଖାଦ୍ୟ ଉପରେ ରୂଚି ଓ ବିଭିନ୍ନତାକୁ ଦେଖିବାକୁଗଲେ ବଜାର ବହୁତ ବଡ। ଆମେ ସବୁ କ୍ୟାମ୍ପସରେ ସୁଯୋଗ ଦେଖୁଛୁ ଏବଂ କହିବାକୁ ଗଲେ ଆମେ କୋଟିଏ ପରେ ଗ୍ରାହକ ଲକ୍ଷ୍ୟ ରଖିଛୁ।

ଆମକୁ ଆଉ କିଛି କହିବେ?

ଫୁଡ୍ ଖୋଜର ଇ-କର୍ମସରେ ବହୁତ ସମ୍ଭାବନା ରହିଛି। ଅଟୋମେସନ୍, ପରିସଂଖ୍ୟନ ଓ ଗେମ୍ ଥିଓରିର ଅଭିନବ ମିଶ୍ରଣ ଫୁଡ୍ ଖୋଜକୁ ଇ-କର୍ମସରେ ପରିଚୟ ଦିଏ। ଭାରତରେ ମୋବାଇଲ୍ ଓ ଇଣ୍ଚରନେଟର ବଢୁଥିବା ବ୍ୟବହାରକୁ ଦେଖିଲେ ଫୁଡ୍ ଖୋଜ ପାଇଁ ବହୁତ ସୁଯୋଗ ରହିଛି।

ମୂଳ ଲେଖା - ଟୀମ YS

ଭାଷାନ୍ତର - ରାକେଶ ଗଉଡ

ୱେବସାଇଟ