ଦୁଇ ପଦ ପ୍ରାର୍ଥନା ସହ ଆରମ୍ଭ କଲେ ଉଦ୍ୟୋଗ ଯାତ୍ରା : ମାଳତି ଭୋଜବାନି

ଦୁଇ ପଦ ପ୍ରାର୍ଥନା ସହ ଆରମ୍ଭ କଲେ ଉଦ୍ୟୋଗ ଯାତ୍ରା : ମାଳତି ଭୋଜବାନି

Wednesday October 21, 2015,

5 min Read

ଲୋକମାନଙ୍କୁ ଜୀବନର ଏକ ଉଜ୍ଜ୍ଵଳ ଦିଗ ଦେଖିବାକୁ ସହାୟତା କରିବା ଲାଗି ମାଳତି ଜୀବନ ଦର୍ଶନ ଗୁରୁ ହେବାକୁ ଚାହିଁଥିଲେ। ବ୍ୟକ୍ତିଗତ ସଂଘର୍ଷକୁ ସୁଯୋଗରେ ପରିଣତ କରିବା ଏବଂ ଅନ୍ୟଙ୍କୁ ଅନୁପ୍ରେରଣା ଦେବା ଓ ନିଜ ଜୀବନରେ ଆଗେଇଯିବାକୁ ସାହାଯ୍ୟ କରିବାର ମାଳତି ହେଉଛନ୍ତି ଏକ ଉତ୍କୃଷ୍ଟ ଉଦାହରଣ।

image


ଏହି ଶକ୍ତିଶାଳୀ ବ୍ୟକ୍ତିତ୍ଵଙ୍କ ସହ ଦେଖା କରି ତାଙ୍କର ସଂଘର୍ଷ, କ୍ଷତି ଓ ସଫଳତା ସମ୍ପର୍କରେ ଆଳାପ କରିବା ପାଇଁ Yourstory ଏକ ସୁଯୋଗ ପାଇଥିଲା।

ବ୍ୟକ୍ତିଗତ ଚ୍ୟାଲେଞ୍ଜକୁ ଜୟ କରିବା ଉପରେ

ମାଳତି ଇଣ୍ଡୋନେସିଆରେ ଏକ ଇଂଗ୍ଲିଶ ଶିକ୍ଷକ ଭାବେ କେରିୟାର ଆରମ୍ଭ କରିଥିଲେ। ତା’ପରେ ସେ ଫ୍ୟାଶନ ଡିଜାଇନ ଓ ରତ୍ନପଥର ଉପରେ ପଢିଲେ। ତା’ଉପରାନ୍ତେ ଅଷ୍ଟ୍ରେଲିଆରେ ତାଙ୍କର ପାରିବାରିକ ବ୍ୟବସାୟରେ ମିଶିଥିଲେ। ଖୁବ କମ ବୟସରେ ବିବାହ ହେବା ବେଳକୁ ତାଙ୍କ ଆଖିରେ ଥିଲା ଏକ ସାଧାରଣ ଓ ସ୍ଵାଭାବିକ ଜୀବନର ସ୍ଵପ୍ନ। କିନ୍ତୁ ୨୬ବର୍ଷ ବୟସରେ ବୈବାହିକ ଜୀବନରେ ବିଶ୍ରୂଙ୍ଖଳା ଯୋଗୁ ସେ ତାଙ୍କ ସ୍ଵାମୀଙ୍କ ଠାରୁ ଅଲଗା ହେଇଯିବାପରେ ଜୀବନର ଗତିପଥ ଏକଦମ ବଦଳି ଗଲା। ସେସମୟରେ ମାଳତି ଏକ ଛୋଟ ଝିଅର ମାଁ।

ପ୍ରଥମ ଥର ଟୋନୀ ରବୀନ୍ସଙ୍କ ସେମିନାରରେ ଥିଲାବେଳେ ଯେତେବେଳେ ମୁଁ ଟୋନୀଙ୍କୁ ଜଳନ୍ତା କୋଇଲା ଉପରେ ଚାଲିବାର ଦେଖିବା ଦେଖିଲି, ସେତେବେଳେ ମୋର ବ୍ୟକ୍ତିଗତ ବିକାଶ ଉପରେ ଆଗ୍ରହ ଆସିଲା। ମୁ HPM (Human Potential Movement)ର LGAT (Large Group Awareness Training)ରେ ମଧ୍ୟ ଯୋଗ ଦେଇଥିଲି। ମୁଁ ନିଜ ଉପରେ ଦୟା କରିବା, ନିଜକୁ ବେଚାରି ଭଳି ଅନୁଭବ କରିବା ଛାଡିବା ଶିଖି ନିଜ ଜୀବନର ଦାୟିତ୍ଵ ନେବା ଶିଖିଲି। ମୁଁ ଏସବୁ ଟ୍ରେନିଂରେ ପ୍ରଶିକ୍ଷକଙ୍କ ଭୂମିକା ଦେଖି ଖୁବ ଅନୁପ୍ରାଣିତ ହେଇଥିଲି,” ମାଳତି ପ୍ରାରମ୍ଭ ବିଷୟରେ କୁହନ୍ତି।

ମାଳତି ଜୀବନ ଦର୍ଶନ ଗୁରୁ ହେବା ଲାଗି International Coach Federationରେ ଭର୍ତ୍ତି ହେଇଗଲେ। ଯଦିଓ ସେ ସେ ଉଦ୍ୟୋଗୀ ହେବାକୁ ଚାହୁଁଥିଲେ, ଏ ରାସ୍ତା ଆଦୌ ସହଜ ନଥିଲା। ସେ ଯେଉଁମାନଙ୍କୁ ତାଙ୍କର ସେବା ଦେବାକୁ ଚାହୁଁଥିଲେ ତାଙ୍କୁ କିପରି ଚିହ୍ନଟ କରିବେ ଓ କିପରି ତାଙ୍କ ପାଖକୁ ପହଞ୍ଚିବେ। ୨୦୦୦ ମସିହା ଆରମ୍ଭରେ ପ୍ରାୟ ୩ ବର୍ଷ ଯାଏ ମାଳତି ବ୍ୟକ୍ତିଗତ ସମସ୍ୟା ସହ ଆର୍ଥିକ ସମସ୍ୟା ସହ ମଧ୍ୟ ମୁକାବିଲା କରୁଥିଲେ। “ଅନେକ ଶୁଭାକାଙ୍ଖୀ ମୋତେ ଉପଦେଶ ଦେଲେ ଏକ ପ୍ରକୃତ କାମ ଖୋଜିବା ପାଇଁ, କିନ୍ତୁ ମୁଁ ହାର ମଣିଲି ନାହିଁ। ଏବଂ ମୁଁ ଆଜି ଗର୍ବର ସହ ନିଜ ପରିଶ୍ରମର ଉଚିତ ଫଳ ପାଉଛି,” କୁହନ୍ତି ମାଳତି।

ମାଳତିଙ୍କୁ ତାଙ୍କ ବ୍ୟକ୍ତିଗତ ସମସ୍ୟା ସହ ଉଚିତ ମୁକାବିଲା କରିବା ପାଇଁ ତାଙ୍କର ଦୃଢ ନିଷ୍ପତ୍ତି ଓ ଭଗବାନଙ୍କ ଉପରେ ତାଙ୍କର ଅଗାଢ ବିଶ୍ଵାସ ସାହାଯ୍ୟ କରିଥିଲା। ସେ ତାଙ୍କ ଅଭିଜ୍ଞତାକୁ ଏକ କାହାଣୀ ‘7 Recovery Steps to get over a break up’ ମାଧ୍ୟମରେ ପରିପ୍ରକାଶ କରିଛନ୍ତି।

ନିଜକୁ ଦୟା କରିବା ଛାଡିବାରୁ ଆରମ୍ଭ କରି ନିଜ ଜୀବନର ଲଗାମ ନିଜ ହାତକୁ ନେବା ପର୍ଯ୍ୟନ୍ତ ମାଳତି ଅନେକଙ୍କ ପାଇଁ ଏକ ପ୍ରେରଣା ସାବ୍ୟସ୍ତ ହେଇଛନ୍ତି। “ମୁ ଖୁବ ମୋଟା ଓ ମୋର ଓଜନ ଖୁବ ବେଶୀ ଥିଲା,” କୁହନ୍ତି ଏହି ତନୁପାତେଳି ମହିଳା ଯାହାଙ୍କ ଶରୀରରେ ଟିକିଏ ବି ମେଦ ଦେଖା ଯାଏ ନାହି। “ମୁଁ ବୁଝିପାରିଥିଲି ଯେ ପ୍ରକୃତ ଆନନ୍ଦ ନିଜ ଭିତରୁ ଆସିଥାଏ, କୌଣସି ବାହାର ବସ୍ତୁ ବା ମଣିଷ ଉପରେ ଏହା ନିର୍ଭର କରେ ନାହିଁ। ମୁଁ ମୋ ନିଜ ସହ ପୁଣି ଠାରେ ପ୍ରେମରେ ପଡିବା ଶିଖିଲି। ମୁଁ ମୋର ସମସ୍ତ ଶକ୍ତି ଏକାଠି କରି ମୋର ସବୁ ଧ୍ୟାନ ମୋର ଉଦ୍ୟୋଗ ଓ ମୋର ଏକ ପରିଚୟ ତିଆରି କରିବାରେ ଲାଗିପଡିଲି,” କୁହନ୍ତି ମାଳତି।

ଉଦ୍ୟୋଗିକ ଯାତ୍ରା

image


ଗତ କିଛି ବର୍ଷ ମଧ୍ୟରେ ମାଳତି ପ୍ରାୟ ୫୦୦ ଲୋକଙ୍କୁ ଜୀବନ ପ୍ରତି ତାଙ୍କର ଦୃଷ୍ଟିଭଙ୍ଗୀ ବଦଳେଇବା ନିମନ୍ତେ ସାହାଯ୍ୟ କରିସାରିଛନ୍ତି। ଜୀବନ ଦର୍ଶନ ଗୁରୁ ହିସାବରେ ସେ ଜଣେ ବ୍ୟକ୍ତିକୁ ୩-୪ ମାସ ପାଇଁ ତାଙ୍କର ସେବା ଦେଇଥାନ୍ତି। ଏହି ସମୟ ମଧ୍ୟରେ ସେ ସେ ବ୍ୟକ୍ତିଙ୍କୁ ନିୟମିତ ଭାବେ ଭେଟି ଓ କଥାବାର୍ତ୍ତା ହେଇ ଭଲ ହେବାରେ ସାହାଯ୍ୟ କରିଥାନ୍ତି। ତାଙ୍କର ଉଦ୍ୟୋଗ Multi Coaching International ବ୍ୟକ୍ତିଗତ କାଉନ୍ସେଲିଙ୍ଗ ଛଡା ପ୍ରଶିକ୍ଷଣ କାର୍ମଶାଳା ଓ କର୍ପୋରେଟ ପ୍ରଶିକ୍ଷଣ ମଧ୍ୟ କରିଥାଏ। ସେ କରୁଥିବା ଅନେକ ପ୍ରଶିକ୍ଷଣ ମଧ୍ୟରୁ Microsoftର ବରିଷ୍ଟ ନେତୃବୃନ୍ଦଙ୍କ ପାଇଁ Thailandରେ କରିଥିବା ଏକ ଦିନିକିଆ ପ୍ରଶିକ୍ଷଣକୁ ତାଙ୍କର ସବୁଠୁ ଭଲ ପ୍ରଶିକ୍ଷଣ ବୋଲି ସେ ଧରନ୍ତି। “ମୁ କେବେବି ଏକ କର୍ପୋରେଟରେ ନିଜେ କାମ ନକରିଥିବାରୁ ପ୍ରଥମେ ମୋତେ ଡର ଲାଗିଥିଲା। କିନ୍ତୁ ଧୀରେ ଧୀରେ ମୁଁ ନିଜକୁ ତାଙ୍କ ସହ ଯୋଡି ତାଙ୍କ ଦୃଷ୍ଟିଭଙ୍ଗୀରେ କିଛିଟା ସ୍ଥାୟୀ ପରିବର୍ତ୍ତନ ଆଣିବାରେ ସକ୍ଷମ ହେଇପାରିଥିଲି," ପ୍ରଫୁଲ୍ଲତାର ସହ କହନ୍ତି ମାଳତି।

ମାଳତି ‘Don’t Think of a Blue Ball’ନାମକ ଏକ ପୁସ୍ତକ ଲେଖିଛନ୍ତି ଯାହାକି ଆନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରଶଂସାର ପାତ୍ର ହେଇଛି। ଏହି ବହିଟି ଇଣ୍ଡୋନେସୀୟ ଭାଷାରେ ମଧ୍ୟ ଅନୁବାଦ ହେଇସାରିଛି। ତାଙ୍କର ଅନ୍ୟ ଏକ ପୁସ୍ତକ ‘Thankfulness Appreciation Gratitude’ ବର୍ତ୍ତମାନ ପୁନଃପ୍ରକାଶିତ ହେଉଛି। ଆସନ୍ତା କିଛି ବର୍ଷ ମଧ୍ୟରେ ସେ ଆହୁରି ପୁସ୍ତକ ଲେଖିବାର ଯୋଜନା ରଖିଛନ୍ତି।

ମାଳତି ସୋଶଲ ମିଡିଆ, ନିଜର ୱେବସାଇଟ ଓ YouTube channel ଜରିଆରେ ତାଙ୍କର ସେବାପ୍ରାର୍ଥୀ ବ୍ୟକ୍ତିଙ୍କ ସହ ଯୋଜାଯୋଗ କରିପାରୁଛନ୍ତି। “ମୁଁ ବିଭିନ୍ନ ପ୍ରକାରର ବ୍ୟକ୍ତିଙ୍କ ସହ କାମ କରେ। ବଡ ବଡ କମ୍ପାନୀ ମାନଙ୍କ ଠାରୁ ଆରମ୍ଭ କରି, ଉଦ୍ୟୋଗପତି, କଳାକାର ଓ ଗୃହିଣୀ ମାନଙ୍କ ଯାଏ ସଭିଙ୍କ ସଙ୍ଗେ ମୁ କାମ କରିଥାଏ। ଅସ୍ତିତ୍ବବାଦ ହେଉଛି ନିଜର ଅସ୍ତିତ୍ଵ ଏବଂ ରୂପାନ୍ତର ବିଷୟରେ ଜାଣିବା। ଅନ୍ତରରୁ ଆମେ ସଭିଏଁ ସମାନ। ଆମର ଇଚ୍ଛା, ଆଶା, ଅଭିଳାଶା ସବୁ ସମାନ। ଆମକୁ ବାସ କିଛି ଅଭ୍ୟାସ ଆପଣେଇବାକୁ ପଡିବ ଯାହାକି ଆମକୁ ପ୍ରକୃତ ମଣିଷ କରି ଗଢି ତୋଳିବ,”କୁହନ୍ତି ମାଳତି।

ତାଙ୍କର ସ୍ଵପ୍ନ ହେଉଛି ଏକ ଏପରି ମଞ୍ଚ(ବିଶେଷ କରି ମହିଳା ମାନଙ୍କ ପାଇଁ) କରିବା ଯାହାକି ଖାଲି ଭାରତର ନୁହେଁ ବରଂ ବିଦେଶରେ ମଧ୍ୟ ଲୋକଙ୍କୁ ତାଙ୍କର ଇଚ୍ଛା କରୁଥିବା ଜୀବନ ଜୀଇଁବାରେ ତାଙ୍କୁ ସହାୟତା କରିବ। ଖୁବ ଶୀଘ୍ର ମାଳତି ବାଙ୍ଗାଲୋରର ଇନ୍ଦିରା ନଗରରେ ତାଙ୍କର ଜୀବନ ଦର୍ଶନ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବାକୁ ଯାଉଛନ୍ତି ଯାହାର ନାମ ହେଉଛି The Brain Spa। “ମୁ Oprah Winfreyଙ୍କ ଦ୍ଵାରା ବହୁତ ପ୍ରଭାବିତ,” କୁହନ୍ତି ମାଳତି। ଭାରତୀୟ ଗ୍ରାହକଙ୍କୁ ନେଇ ଅନେକ ଚ୍ୟାଲେଞ୍ଜ ଅଛି। ଅନେକ ଭୁଲ ଧାରଣା ଅଛି ଯାହାକୁ ଭାଙ୍ଗିବା ନିହାତି ଦରକାର ବୋଲି କୁହନ୍ତି ମାଳତି।

ଭାରତରେ ଜୀବନ ଦର୍ଶନ ଗୁରୁଙ୍କ ପାଖକୁ ବା ଏକ therapist ପାଖକୁ ଯିବାତ ଏବେବି ଏକ ଲାଜର କଥା ବୋଲି ଧରାଯାଏ। ଏହି ପ୍ରସଙ୍ଗରେ ଡିଜିଟାଲ ଦୁଇଆ ତାଙ୍କର ଅନେକ ସହାୟତା କରିବ ବୋଲି କୁହନ୍ତି ମାଳତି। “ଅନଲାଇନ ମିଡିଆ ଜରିଆରେ ବ୍ୟକ୍ତିଙ୍କୁ ଦୂରତା ସହ ଗୋପନୀୟତା ବି ମିଳୁଛି ଯାହାଦ୍ୱାରା ଲୋକମାନେ ସହଜ ହେଇପାରୁଛନ୍ତି,” ଜୋଡନ୍ତି ମାଲତି।

ଭାଗୀଦାର ବନେଇବା ଠାରୁ ଆରମ୍ଭ କରି ବିଶ୍ଵ ଭୂଗୋଳରେ ନିଜର ପହଞ୍ଚ ବଢେଇବା ପର୍ଯ୍ୟନ୍ତ, ମାଳତିଙ୍କ ସାମନାରେ ଏବେ ଆହୁରି ଲମ୍ବା ରାସ୍ତା ପଡିଛି। ତାଙ୍କର ୨୨ବର୍ଷ ବୟସି ଝିଅ ଯିଏକି ଏବେ ଅଷ୍ଟ୍ରେଲିଆରେ ଏକ ପ୍ରକାଶନ ସଂସ୍ଥାରେ କାମ କରୁଛନ୍ତି, ତାଙ୍କ ଦ୍ଵାରା ମାଳତି ଖୁବ ଅନୁପ୍ରାଣିତ ହୁଅନ୍ତି।

ବ୍ୟକ୍ତିଗତ ସମସ୍ୟା ସହ ମୁକାବିଲା କରିବା ପାଇଁ ମାଳତିଙ୍କ ୩ଟି ମନ୍ତ୍ର

୧। ଭୁଲ ଓ ପଶ୍ଚାତାପକୁ ଭୁଲିଯାନ୍ତୁ। ଆମେ ସମସ୍ତେ ସେସମୟ ମାନଙ୍କରେ ଆମ ପାଖରେ ଥିବା ସମ୍ବଳ ଓ ଜ୍ଞାନକୁ ଚାହିଁ ଯାହା ହେଇପାରିଥାଏ ତାହା କରିଥାଉ। ଏହା କେବେବି ବଦଳିବ ନାହିଁ। ଏବଂ ସର୍ବଦା ମାନେ ରଖନ୍ତୁ ଯେ ଯେଉଁ ବ୍ୟକ୍ତି ଆପଣଙ୍କୁ ଆଘାତ ଦେଇଥାଏ ସେ ମଧ୍ୟ ସେସମୟରେ ତାନିଜ ପାଇଁ ଯାହା ସବୁଠାରୁ ଭଲ ହେଇପାରିବ ତାହାହିଁ କରିଥାନ୍ତି। ଏବଂ ସେମାନେ ଇଚ୍ଛା କରି ସେ କାମ କରିନଥାନ୍ତି।

୨। ଏଥିପାଇଁ ଉଦ୍ୟମ ଦରକାର। ଭାବନ୍ତୁ ନାହିଁ ଯେ ଏହା ସହଜ ହେବ ଏବଂ ନିଜର ଜୀବନକୁ ଅନ୍ୟ କାହାର ଜୀବନ ସଙ୍ଗେ ତୁଳନା କରନ୍ତୁ ନାହିଁ। ସଫଳତା ଏକ ବ୍ୟତିକ୍ରମ। ନିଜେ ବାହାନା ଠାରୁ ଦୂରରେ ରୁହନ୍ତୁ ଏବଂ ନିଜର କଳ୍ପନାକୁ ଧରି ରଖନ୍ତୁ ନାହିଁ।

୩। ନିଜ ମନ ଭିତରେ ଉଠୁଥିବା ନକାରାତ୍ମକ ଚିନ୍ତା ଯେମିତିକି ‘ମୁଁ ଭଲ ନୁହେଁ’, ‘ମୁଁ କରିପାରିବିନି’, ‘ଏଇଟା ଖୁବ କଷ୍ଟ’ ଇତ୍ୟାଦିକୁ ହଟେଇ ଗୋଟିଏ ଦୃଢ ଓ ସକାରାତ୍ମକ ଚିନ୍ତା କରନ୍ତୁ ଯାହା ହେଲା ‘ମୁ ଯଥେଷ୍ଟ ଭାବେ ଯୋଗ୍ୟ ଏବଂ ମୁ ସବୁକିଛି କରିପାରିବି’।