ମାତୃଭାଷାରେ ଉଭୟ ପ୍ରଶଂସା ଓ ଗାଳି ମନକୁ ଛୁଇଁ ଥାଏ- ମିନାକ୍ଷୀ ଲେଖି

ମାତୃଭାଷାରେ ଉଭୟ ପ୍ରଶଂସା ଓ ଗାଳି ମନକୁ ଛୁଇଁ ଥାଏ- ମିନାକ୍ଷୀ ଲେଖି

Friday March 11, 2016,

1 min Read

ଲୋକଙ୍କ ବୌଦ୍ଧିକ ସ୍ତରକୁ କୌଣସି ବିଦେଶୀ ଭାଷାରେ ଛୁଇଁ ହୋଇପାରେ। ହେଲେ ଲୋକଙ୍କ ମନ ପର୍ଯ୍ୟନ୍ତ ଯଦି ପହଞ୍ଚିବାର ଅଛି ତାହାଲେ ତାଙ୍କ ମାତୃଭାଷାରେ ହିଁ ସେମାନଙ୍କ ସହ କଥା ହୁଅନ୍ତୁ, କାରଣ ଉଭୟ ପ୍ରଶଂସା ଓ ଗାଳି ମାତୃଭାଷାରେ ହିଁ ଅଧିକ ଲୋକଙ୍କୁ ଛୁଇଁ ପାରିଥାଏ। YourStory ତରଫରୁ ଆୟୋଜିତ ଭାରତୀୟ ଭାଷାମାନଙ୍କର ଡିଜିଟାଲ ଉତ୍ସବ “ଭାଷା” ରେ ଉଦବୋଧନ ଦେବା ଅବସରରେ ଏହା କହିଛନ୍ତି ଲୋକସଭା ସାଂସଦ ମିନାକ୍ଷୀ ଲେଖି।

image


ମାତୃଭାଷାର ପ୍ରଚାର ଓ ପ୍ରସାର ଆମ ଦେଶରେ ଥିବା ସୂଚନା ପ୍ରବାହର ବୈଷମ୍ୟକୁ କମାଇବାରେ ସହାୟକ ହେବ ବୋଲି ସେ ମତ ଦେଇଛନ୍ତି। ଭାରତର ମୋଟ ଲୋକ ସଂଖ୍ୟାର ମାତ୍ର ଦଶ ଭାଗ ଲୋକ ଇଂରାଜୀ କହିପାରନ୍ତି କିମ୍ବା ବୁଝିପାରନ୍ତି। ବାକି ୯୦ ଭାଗ ଲୋକଙ୍କ ପାଖରେ ଠିକ ସୂଚନା ପହଞ୍ଚାଇବାର ମାଧ୍ୟମ ହେଉଛି ସେମାନଙ୍କ ମାତୃଭାଷା। ଏହା କେବଳ ବ୍ୟବସାୟିକ ଦୃଷ୍ଟିକୋଣରୁ ସଫଳ ହେବ ନାହିଁ , ବରଂ ସୁଦୂର ପ୍ରସାରୀ ସାମାଜିକ ପ୍ରଭାବ ଓ ସଚେତନତା ମଧ୍ୟ ତିଆରି କରିପାରିବ।

ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ସହାୟତାରେ YourStory ତରଫରୁ ଏହି ଉତ୍ସବର ଆୟୋଜନ କରାଯାଇଛି। ଭାରତୀୟ ଭାଷା ମାନେ ସାମ୍ନା କରୁଥିବା ସମସ୍ୟା ଗୁଡିକର ମୂଳ ଖୋଜିବା ଓ ନୂଆ ପିଢୀକୁ ଡିଜିଟାଲ ମାଧ୍ୟମରେ ଭାରତୀୟ ଭାଷା ମାନଙ୍କ ସହ ଯୋଡିବା ଏହି ଉତ୍ସବର ଲକ୍ଷ୍ୟ।