ପ୍ରୋଜେକ୍ଟ ତେଜସ :ଏକ ସୌର ଚାଳିତ ଟମ ଟମରେ ବାଙ୍ଗାଲୋରରୁ ଲଣ୍ଡନ ଯାତ୍ରା

0

ନବୀନ ରାବେଲି ବର୍ତ୍ତମାନ ବାଙ୍ଗାଲୋରରୁ ଲଣ୍ଡନକୁ ମାତ୍ରା କରିବାକୁ ଯୋଜନା କରୁଛନ୍ତି। ଆପଣ ମନେ ମନେ ଭାବୁଥିବେ ସେଥିରେ ଅବା ନୂଆ କଣ? ଅନେକ ଲୋକ ନିତି ବାଙ୍ଗାଲୋରରୁ ଲଣ୍ଡନ ଯାଆନ୍ତି। କିନ୍ତୁ ଆମେ କହୁଛୁ ଏଥିରେ ନୂଆ ଜିନିଷଟି କ'ଣ। ନବୀନ ଲଣ୍ଡନ ଯିବାକୁ ପ୍ରସ୍ତୁତ ହେଉଛନ୍ତି ଗୋଟେ ଟମ ଟମ ମାନେ ତାକୁ ଆପଣ ମାଲବାହୀ ଅଟୋ ମଧ୍ୟ କୁହନ୍ତି। କିନ୍ତୁ ସେ କିଛି ସାଧାରଣ ଟମ ଟମ ନୁହେଁ। ସେ ହେଉଛି ନବୀନ ନିଜେ ତିଆରି କରିଥିବା ଏକ ସୌର ଚାଳିତ ଟମ ଟମ ।

ନବୀନ ଙ୍କ ମାନସ ସନ୍ତାନ ଭାବେ ମାର୍ଚ୍ଚ ୨୦୧୨ ମସିହାରେ ଆନୁଷ୍ଠାନିକ ପ୍ରକଳ୍ପ ତେଜସ ଜନ୍ମ ନେଇଥିଲା । କିନ୍ତୁ ବାସ୍ତବରେ ଏହା ତାଙ୍କର କଲେଜ ସମୟରେ ହାଇଦ୍ରାବାଦରୁ ହିଁ ସେ ଏହାର କଳ୍ପନା କରିଥିଲେ। ସେ ଶିକ୍ଷାଗତ ଭାବେ ଜଣେ ଇଲେକ୍ଟ୍ରୋନିକ ଇଞ୍ଜିନିୟର ହୋଇଥିଲେ ମଧ୍ୟ ହୃଦୟରେ ଜଣେ ଆବିଷ୍କାରକ । ନବୀନ ତାଙ୍କ ସ୍ନାତକ ଶିକ୍ଷା ଶେଷ କଲାପରେ ଏକ ଅଟୋମୋଟିଭ କମ୍ପାନୀରେ କାମ କରିବାକୁ ଅଷ୍ଟ୍ରେଲିଆ ଯାଇଥିଲେ । ୫ ବର୍ଷ ୬ ମାସର ଚାକିରି କଲାପରେ ଭ୍ରମଣ ନିଶା ତାଙ୍କୁ ପୁଣି ଥରେ ଘାରିଲା । ନବୀନ ତାଙ୍କ ଚାକିରି ଛାଡି ଭାରତକୁ ଫେରିବା ପୂର୍ବରୁ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ପୂର୍ବ ଏସିଆ ର ବିଭିନ୍ନ ଦେଶ ଭ୍ରମଣ ରେ ଯାଇଥିଲେ । ପରେ ବାଙ୍ଗାଲୋରରେ ଏକ ଅଗ୍ରଣୀ ଇଲେକ୍ଟ୍ରୋନିକ କାର କମ୍ପାନୀ ରେବାରେ ଚାକିରି କଲେ । ରେବା କମ୍ପାନୀରେ କାମ କରୁଥିବା ସମୟରେ ନବୀନ ଲୁଇସ ପାମରଙ୍କୁ ଭେଟିବାର ସୁଯୋଗ ପାଇଲେ । ପାମର ହେଉଛନ୍ତି ସୁଇଜରଲ୍ୟାଣ୍ଡ ର ଜଣେ ଶିକ୍ଷକ, ଯେକି ନିଜର ପରିବେଶ ଓ ସୌରଶକ୍ତି ପାଇଁ ଗଭୀର ଆବେଗ ଯୋଗୁଁ ସୋଲାର ଟ୍ୟାକ୍ସି ସଂସ୍ଥାରେ କାମ କରୁଥିଲେ। ଲୁଇସ ନିଜର ଓ ୪ଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ସହାୟତାରେ ତିଆରି ସୋଲାର ଟ୍ୟାକ୍ସିରେ ପୁରା ବିଶ୍ଵ ଭ୍ରମଣ କରୁଛନ୍ତି। ସେ ଭ୍ରମଣ ସହ ଦୁନିଆର ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଚାର କରନ୍ତି।

ତାଙ୍କ ଦ୍ଵାରା ପ୍ରଭାବିତ ହୋଇ ନବୀନ ମଧ୍ୟ ନିଜର ଏକ ସୋଲାର ଚାଳିତ ଭ୍ରମଣ ଅଭିଯାନ ଆରମ୍ଭ କରିବାକୁ ପ୍ରେରଣା ପାଇଲେ । ସୋଲାର ଟ୍ୟାକସି ଭଳି ଢଙ୍ଗରେ ସେ ଭାରତରେ ତେଜସ ପ୍ରକଳ୍ପର କାମ ଆରମ୍ଭ କରିବାକୁ ସ୍ଥିର କଲେ । ମାତ୍ର ନବୀନ ଏଥିରେ ଏକ ଭାରତୀୟ ଛୁଆଁ ଦେବାକୁ ଚାହୁଁଥିଲେ। ତେଣୁ ସେ ବାଛିଲେ ଭାରତୀୟ ଟମ ଟମ। ଜୁଲାଇ ମାସରେ ତାଙ୍କ ଟିମ ଏହି ବିଷୟକୁ ହାସଲ କଲା ଏବଂ ସେଦିନ ଠାରୁ ଏକ ସୌର ଚାଳିତ ଯାନରେ ବାଙ୍ଗାଲୋର ରୁ ଲଣ୍ଡନ ପର୍ଯ୍ୟନ୍ତ ଯାତ୍ରା କରିବାର ଏକ ସଂକଳ୍ପ ପ୍ରତ୍ଵତ କରାଗଲା । ଏକ ଭାରତୀୟ ଢଙ୍ଗର ଟମ ଟମ କୁ ସୌରଶକ୍ତି ଚାଳିତ କରି ଏହି ୮୮୦୦ କିଲୋମିଟର ଯାତ୍ରାର ରୂପରେଖ ସ୍ଥିରକରାଯାଇଛି।

କୌଣସି ଯାନକୁ ସୌର ଶକ୍ତି ଚାଳିତରେ ରୂପାନ୍ତରିତ କରିବାର ସ୍ତର
କୌଣସି ଯାନକୁ ସୌର ଶକ୍ତି ଚାଳିତରେ ରୂପାନ୍ତରିତ କରିବାର ସ୍ତର

ଯେହେତୁ ତାଙ୍କ ପାଖରେ ସୌରଶକ୍ତି ଜ୍ଞାନ କୌଶଳ ସମ୍ପର୍କରେ କୌଣସି ପ୍ରକାର ପୂର୍ବ ଅଭିଜ୍ଞାତା ନଥିଲା, ନବୀନ କୁହନ୍ତି ଏହି ପ୍ରକଳ୍ପ ପାଇଁ ତାଙ୍କୁ ଅନେକ ପ୍ରକାର ପ୍ରୟୋଗ ଏବଂ ପରୀକ୍ଷା ତଥା ତ୍ରୁଟିର ସମ୍ମୁଖୀନ ହେବାକୁ ପଡିଛି । ଏହି କାମରେ ତାଙ୍କୁ ସହାୟତା କରିବାକୁ ସେ ବନ୍ଧୁ ଓ ମେକାନିକ ମାନଙ୍କ ଏକ ଟିମ ଗଠନ କଲେ। ଇଞ୍ଜିନିୟର ଦଳରେ ନବୀନ ,ମେକାନିକ ନବୀନ ବାସା ଓ ଏଲ. ମୌଲା ରହିଲେ ଏବଂ ଗାଡିର ଶରୀର ଗଠନ ରେ ସନ୍ତୋଷ କୁମାର ରହିଲେ । ଏ କାମ ପାଇଁ ଏମ.ଆଇ ଅଟୋ ଗ୍ୟାରେଜ ଏସଏସ ଫେବ୍ରିକେଟର ଓ ପାରାମାଉନ୍ଟ ଇଞ୍ଜିନିୟରିଂର ସହାୟତା ନିଆଗଲା । ଏହାର ମାର୍କେଟିଙ୍ଗ ଓ ଜନସମ୍ପର୍କ ଦଳରେ Elisenda Alari Pahissa, Himanshu Singh, Palvi Raikar , Ishana Singh ଓ Naveen Gokule ରହିଲେ । ଯେଉଁ ମାନେ ପ୍ରକଳ୍ପ ର ଭିଡିଓ ଓ ଆନିମେସନ ତିଆରି ଦାୟିତ୍ଵ ରେ ରହିଲେ ପ୍ରକଳ୍ପ କୁ ରାଜା ରମଣ,ଏନ ନରସିଂହ ରାଓ ଏବଂ ଆର ଏନ ସ୍ଵାମୀ ଙ୍କ ଭଳି ବ୍ୟକ୍ତି ମାନଙ୍କ ପରାମର୍ଶ ମିଳିଲା । ଏହି ପ୍ରକଳ୍ପ ପାଇଁ ଏଭାସୋ ଟେକନୋଲୋଜି ପକ୍ଷରୁ ଏକ ମୋଟର କିଣିବାକୁ ଅର୍ଥ ସହାୟତା ମିଳିଛି।

ଜୁଲାଇରୁ କାମ ଆରମ୍ଭ ହେବା ପରେ,ଦଳ ପକ୍ଷରୁ ଏହିଯାନରେ ଖଞ୍ଜା ଯାଇଥିବା ବ୍ୟାଟେରୀ ରୁ ଇଞ୍ଜିନ କୁ ବିଦ୍ୟୁତ ଯୋଗାଇ ଦିଆଯାଉଛି ।ପରବର୍ତ୍ତୀ ସମୟରେ ଏହି ଯାନରଶରୀର ଗଠନ କରାଯାଇ ତାର ଛାତରେ ଏକ ସୌର ପ୍ୟାନେଲ ଖଞ୍ଜାଯିବ । ଥରେ ଏହି ପ୍ରକ୍ରିୟା ସମ୍ପୂର୍ଣ ହେଲାପରେ ଏହି ସୌର ଟମ ଟମ ସୂର୍ଯ୍ୟ ଠାରୁ ଶତକଡା ୩୦ ଭାଗ ବିଜୁଳି ଗ୍ରହଣ କରିବ । ଅବଶିଷ୍ଟ ଶକ୍ତି ବ୍ୟାଟେରୀରୁ ଗ୍ରହଣ କରାଯିବ । ଏହି ଗାଡି ଏହି ବର୍ଷରେ ଚଳନଶୀଳ ହୋଇଛି। ଗାଡିଟି ଦିନରେ ୧୦୦ କିଲୋମିଟର ରାସ୍ତା ଅତିକ୍ରମ କରିପାରିବ । ଏହି ହିସାବରେ ମୋଟ ୧୦୦ ଦିନରେ ଲଣ୍ଡନ ପର୍ଯ୍ୟନ୍ତ ୮ ହଜାର କିଲୋମିଟର ରାସ୍ତା ଅତିକ୍ରମ କରାଯାଇପାରିବ ବୋଲି ନବୀନ ଯୋଜନା କରିଛନ୍ତି । ଏହି ଯାନର ଆଇନଗତ ସ୍ଵୀକୃତି ହାସଲ କରିବାକୁ ନବୀନଙ୍କ ଟିମ ଭାରତ ସରକାରଙ୍କ ସଡକ ପରିବହନ ଓ ରାଜମାର୍ଗ ଓ ମନ୍ତ୍ରଣାଳୟ ସହ କଥାବାର୍ତ୍ତା ଚଳାଇଛନ୍ତି। ପରବର୍ତ୍ତୀ ସ୍ତରରେ ରାସ୍ତାରେ ପଡୁଥିବା ସମସ୍ତ ରାଷ୍ଟ୍ରରୁ ଭିସା ଅନୁମତି ହାସଲ କରାଯିବ ବୋଲି ନବୀନ କୁହନ୍ତି । ଏହି ପ୍ରକଳ୍ପରେ ନବୀନ ନିଜକୁ ଉତ୍ସର୍ଗ କରି ଖୁବ ଆନନ୍ଦ ଅନୁଭବ କରୁଛନ୍ତି । ଲଣ୍ଡନ ପର୍ଯ୍ୟନ୍ତ ତାଙ୍କର ଏହି ଭ୍ରମଣ ସମୟରେ ଶକ୍ତି ଓ ଏହାର ଗୁରୁତ୍ଵ ସମ୍ପକରେ ଜନସଚେତନତା ସୃଷ୍ଟି କରିବାକୁ ନବୀନ ଆଶା ବାନ୍ଧିଛନ୍ତି । ଏହା ପ୍ରକୃତରେ କାର୍ଯ୍ୟକ୍ଷମ ହୋଇପାରିବ।

ଆମର ସାକ୍ଷାତକାର ସମୟରେ ନବୀନ କହିଲେ ଯେ ଯାତ୍ରା ସମୟରେ ଏହି ଟମ ଟମର ଛାତରେ ଏକ ସୌର ପ୍ୟାନେଲ ଖଞ୍ଜାଯିବ । ନବୀନ ନିଜର ଯାତ୍ରା କୁ ନେଇ ଖୁବ ଉତ୍ସାହିତ ଥିବା ବେଳେ, ସେ ଜାଣିଛନ୍ତି ଯେ ସୌରଶକ୍ତିର ଉଜ୍ଜଳ ଭବିଷ୍ୟତ ରହିଛି । ଜ୍ଞାନକୌଶଳ ରହିଛି,ତଥାପି ସୌରଶକ୍ତି ଅନ୍ୟାନ୍ୟ ପ୍ରକାର କୋଇଲାରୁ ପ୍ରସ୍ତୁତ ଶକ୍ତି ଅପେକ୍ଷା ଶସ୍ତା ହୋଇପାରି ନାହିଁ । ଏହି ସୁଯୋଗ ସବୁଠି ରହିଛି । ବିଶେଷ ଭାବରେ ଭାରତରେ। ନବୀନ କୁହନ୍ତି ଆମ ପାଖରେ ବିନା ଖର୍ଚ ରେ ମିଳୁଥିବା ଏହି ଶକ୍ତିର ସ୍ରୋତ ରହିଛି, କିନ୍ତୁ ଏହାକୁ ଶସ୍ତାରେ ହାସଲ କରିବା ହେଉଛି ଆମ ପାଇଁ ସବୁଠୁ ବଡ ଆହ୍ଵାନ । ଜ୍ଞାନକୌଶଳର ବିକାଶ ଘଟି ଚାଲିବା ସହ ଏ ନେଇ ହେଉଥିବା ଖର୍ଚ୍ଚ ମଧ୍ୟ କମ ହୋଇଚାଲିବ । ସୌର ଅଭିଯାନର ସଫଳତା,ପରିବେଶ ପ୍ରତି ସଚେତନ ଗ୍ରାହକ ମାନଙ୍କ ଭିତ୍ତି ଉପରେ ନିର୍ଭର କରୁଛି । ସେ ଯେଭଳି ଏକ ବୈଠକ ଗୃହରେ ରେବାଠାରେ ଏକ ଭାଷଣ ଦ୍ଵାରା ଅନୁପ୍ରାଣିତ ହୋଇଥିଲେ, ସେହିପରି ଗ୍ରାହକ ମାନେ ମଧ୍ୟ ଏହି ମତବାଦରେ ଅନୁପ୍ରାଣିତ ହେବେବୋଲି ନବୀନ ଅନେକ ବିଶ୍ଵାସ ରହିଛି । ଏକ ସ୍ଵଚ୍ଛ ବିଶ୍ଵ ପ୍ରତିଷ୍ଠା ଦିଗରେ ଆନ୍ଦୋଳନକୁ ଆଗେଇ ନେବାକୁ ସେ ନିଜର ଗଠନ ମୂଳକ ଅବଦାନ ଦେବାକୁ ସବୁବେଳେ ପ୍ରସ୍ତୁତ ଅଛନ୍ତି ବୋଲି ନବୀନ ଦୃଢୋକ୍ତି ପ୍ରକାଶ କରନ୍ତି।

ତେଜସ ଟିମ ବର୍ତ୍ତମାନ ଦକ୍ଷିଣ ଭାରତରେ ଯାତ୍ରା କରୁଛନ୍ତି। ସେମାନେ ନିକଟରେ କେରଳ ମଧ୍ୟରେ ଯାତ୍ରା କରି ଅନେକ ଲୋକଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ।

Follow Project Tejas on their facebook page at http://www.facebook.com/ProjectTejas