ରାଜ୍ୟ ଗଣତନ୍ତ୍ର ଦିବସରେ ୪୩ ପୁଲିସ୍‌ ଅଧିକାରୀ ହେବେ ସମ୍ମାନିତ

ରାଜ୍ୟ
ଗଣତନ୍ତ୍ର ଦିବସରେ ୪୩ ପୁଲିସ୍‌ ଅଧିକାରୀ ହେବେ ସମ୍ମାନିତ

Thursday January 26, 2017,

2 min Read

ରାଜ୍ୟ ପୁଲିସ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୁଲିସ ଅଧିକାରୀମାନଙ୍କୁ ସାଧାରଣତନ୍ତ୍ର ଦିବସରେ ସାହସିକତା ପୁଲିସ ପଦକ, ବିଶିଷ୍ଟ ସେବା ରାଷ୍ଟ୍ରପତି ପୁଲିସ ପଦକ, ଉଲ୍ଲେଖନୀୟ ସେବା ପୁଲିସ ପଦକ ଏବଂ ରାଜ୍ୟପାଳ ପୁଲିସ ପଦକ ପ୍ରଦାନ କରାଯିବ। ଭୁବନେଶ୍ୱର ଜୟଦେବ ଭବନରେ ରାଜ୍ୟପାଳ ଏହି ପୁଲିସ ଅଧିକାରୀ ମାନଙ୍କୁ ଆଜି ଏହି ପଦକ ପ୍ରଦାନ କରାଯିବ।

image


ସାହସିକତା ନିମନ୍ତେ ପୁଲିସ୍‌ ପଦକ ପାଇବାକୁ ଥିବା ଅଧିକାରୀ ମାନଙ୍କ ମଧ୍ୟରେ ଅଛନ୍ତି କଳାହାଣ୍ଡି ଏସ୍‌ପି ବ୍ରିଜେଶ କୁମାର ରାୟ, ସର୍ଜେଣ୍ଟ ଚନ୍ଦ୍ରଶେଖର ଦାଶ, କନେଷ୍ଟବଳ ସାମନ୍ତ ଦୁର୍ଗ, କନେଷ୍ଟବଳ ଲୁକେଶ କୁମାର ଭୋଇ, କନେଷ୍ଟବଳ ଲଳିତ କୁମାର ନାୟକ, ମାଲକାନାଗିିରି ଏସ୍‌ପି ମିତ୍ରଭାନୁ ମହାପାତ୍ର, ହାବିଲଦାର ସନ୍ତୋଷ ଜୁଆଙ୍ଗ, ଲାନ୍ସ ନାଏକ ଶିବଶଙ୍କର ନାଏକ, ଲାନ୍ସ ନାଏକ ପବିତ୍ରମୋହନ ନାୟକ, କନେଷ୍ଟବଳ ବଳଭଦ୍ର ମାଝି, କନେଷ୍ଟବଳ ସହଦେବ ଦୋରା, ଆରକ୍ଷୀ ଉପନିରୀକ୍ଷକ ସଶସ୍ତ୍ର ରବିନ୍ଦ୍ର ଶବର, ଲାନ୍ସନାଏକ ପବିତ୍ରମୋହନ ନାଏକ, ଲାନ୍ସ ନାଏକ ତ୍ରିନାଥ ତୋଟାପଡିଆ। ସେହିଭଳି ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପୁଲିସ ପଦକ ପାଇଁ ରେଳବାଇ ଆଇଜି ବିନୟତୋଷ ମିଶ୍ର, କ୍ରାଇମବ୍ରାଞ୍ଚ୍‌ ଏସ୍‌ପି ପ୍ରସନ୍ନ କୁମାର ଦାଶ ମନୋନୀତ ହୋଇଛନ୍ତି।

ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ପାଇବାକୁ ଥିବା ଅଧିକାରୀଙ୍କ ଭିତରେ ଅଛନ୍ତି ଭିଜିଲାନ୍ସ ଡିଏସ୍‌ପି ଅଜିତ କୁମାର ଦାଶ, ଖାରବେଳ ନଗର ଥାନା ଆଇଆଇସି ସଂଜୀବ କୁମାର ଶତପଥୀ, ସ୍ପେଶାଲ ସ୍କ୍ଵାଡ୍‌ ଇନ୍ସପେକ୍ଟର ବିଶ୍ୱନାଥ ତାରିଣୀ, ଭିଜିଲାନ୍ସ ଏସ୍‌ଆଇ ଭାର୍ଗବୀ ପୃଷ୍ଟି, ଭିଜିଲାନ୍ସ ଏଏସ୍‌ଆଇ ଅଂଜନ କୁମାର ମିଶ୍ର, ଏଏସ୍‌ଆଇ ବିଜୟ କୁମାର ସାହୁ, ଏଏସ୍‌ଆଇ ଚିତ୍ତରଂଜନ ନାଏକ, କନେଷ୍ଟବଳ ବନବିହାରୀ ମହାନ୍ତି, କନେଷ୍ଟବଳ ମହମ୍ମଦ ମାତ୍ୟୁର ରହେମାନ, କନେଷ୍ଟବଳ ଗହିରୁଦ୍ଦିନ ଖାଁ, ସିପାହୀ ସିଲଭେରିୟସ ଲାର୍କା। ଉଲ୍ଲେଖନୀୟ ସେବା ନିମନ୍ତେ ରାଜ୍ୟପାଳ ପୁଲିସ ପଦକ ପାଇବାକୁ ଥିବା ଅଧିକାରୀଙ୍କ ଭିତରେ ଅଛନ୍ତି ଆଇପିଏସ୍‌ ଲଳିତ ଦାସ, ଆଇପିଏସ୍‌ ଘନଶ୍ୟାମ ଉପାଧ୍ୟାୟ, ଆଇପିଏସ୍‌ କବିତା ଜଲାନ୍‌, ଏସିପି ନିର୍ମଳ କୁମାର ଶତପଥୀ, ଏଏସ୍‌ପି ମନୋରଂଜନ ପଣ୍ଡା, ଇନ୍ସପେକ୍ଟର ଅଜୟ କୁମାର ଦାସ, ଇନ୍ସପେକ୍ଟର କେ.ବେଣୁଗୋପାଳ ଆଚାର୍ଯ୍ୟ, ଏସ୍‌ଆଇ ବିଜୟ କୁମାର ଦାସ, ଏସ୍‌ଆଇ ପରେଶ କୁମାର ମହାନ୍ତି, ଏଏସ୍‌ଆଇ ଶେଖ ଅବଦୁଲ ଫୟାଜ, ହାବିଲଦାର ଅଭିମନ୍ୟୁ ପତି, କନେଷ୍ଟବଳ ଦୁଷ୍ମନ୍ତ କୁମାର ମହାନ୍ତି, ସିପାହୀ ବଲ୍ଲଭ ନାରାୟଣ ସ୍ୱାଇଁ, କନେଷ୍ଟବଳ ପ୍ରଶାନ୍ତ କୁମାର ସାହୁ।