ଦୁଇ ଝିଅଙ୍କ ସଂଘର୍ଷର କାହାଣୀ, ଅଭାବ ଭିତରେ ଦେଖୁଛନ୍ତି ସଫଳତାର ସ୍ୱପ୍ନ

0

ଅନେକ କିଛି ହରାଇ ମଧ୍ୟ ଜୀବନ ଯୁଦ୍ଧରେ ହାରିନାହାନ୍ତି ସେମାନେ | ସାହସର ସହ ସବୁ ପରିସ୍ଥିତିକୁ ସାମ୍ନା କରିଛନ୍ତି ଓ ଜୀବନକୁ ନେଇ ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି | ସେମାନଙ୍କ ଆତ୍ମବିଶ୍ୱାସ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି | ଆମେ ଏଠାରେ ଦୁଇ ଜଣ ଝିଅଙ୍କ ଅବିରତ ଉଦ୍ୟମ କଥା କହୁଛୁ | ପ୍ରଥମେ ଆମେ ବାଲେଶ୍ୱର ଜିଲା ଖଇରା ଅଂଚଳର ରଶ୍ମିତାଙ୍କ କଥା ଜାଣିବା | ପିଲାଦିନୁ ବାପାଙ୍କୁ ହରାଇଛନ୍ତି ଓ କଲେଜ୍ ବେଳେ ନିଜ ଡାହାଣ ହାତ ହରାଇଛନ୍ତି | କିନ୍ତୁ ମନରେ ସେ ଏବେ ବି ସମସ୍ୟାର ପାହାଡଗୁଡିକୁ ଫୋପାଡି ଦେବାର ସାହସ ରଖନ୍ତି | ପିଲାଙ୍କୁ ଟିଉସନ୍ କରି ନିଜେ ଆତ୍ମନିର୍ଭର ହେବା ସହ ପରିବାର ଚଳାଉଛନ୍ତି ରଶ୍ମିତା | ପଳସା ପଂଚାୟତ ଅନ୍ତର୍ଗତ ରଇନ୍ତିରା ଗାଁରେ ତାଙ୍କ ଘର | ରଶ୍ମିତାଙ୍କୁ ୮ ବର୍ଷ ହୋଇଥିଲା ବେଳେ ତାଙ୍କ ଉପରେ ପ୍ରଥମ ଚଡକ ପଡିଲା | ତାଙ୍କ ବାପା ଶଶୀକାନ୍ତ ଧିନ୍ଦାଙ୍କର ମୃତ୍ୟୁ ଘଟିଲା | ରଶ୍ମିତାଙ୍କ ମା ବାସନ୍ତି ଭାଙ୍ଗି ନ ପଡି ୪ ଝିଅଙ୍କୁ ନେଇ ସଂସାର ଚଲାଇଲେ | ଦୁଃଖକଷ୍ଟ କରି ପିଲାଙ୍କୁ ପାଠ ପଢାଇଲେ | କିନ୍ତୁ ରଶ୍ମିତାଙ୍କ ଜୀବନରେ ଦେଖାଗଲା ଆଉ ଏକ ବିପଦ | ସେ କଲେଜ୍ ରୁ ପାଠ ପଢି ଫେରିବା ସମୟରେ ଦୁର୍ଘଟଣାର ଶିକାର ହେଲେ | ରାସ୍ତା ଦୁର୍ଘଟଣାରେ ତାଙ୍କ ବାମ ହାତଟି କଟିଯାଇଥିଲା | ତଥାପି ମା’ଙ୍କ ପରି ସେ ବି ହାରି ନଥିଲେ |

ଏ କଥାକୁ ମେ ପକାଇ ସେ କହନ୍ତି –

ମୁଁ ତ ପ୍ରଥମେ ବହୁତ ଡରି ଯାଇଥିଲେ | କେତେ ଲୋକ କେତେ କଥା କହିଲେ | କିନ୍ତୁ ମୁଁ ସେଗୁଡିକ ଉପରେ ନଜର ଦେଇନଥିଲି | ବାମ ହାତରେ ଲେଖିବା ଆରମ୍ଭ କଲି | ଧୀରେ ଧୀରେ ଲେଖା ଠିକ୍ ହୋଇଗଲା |

ପଢନ୍ତୁ - ଥାଲାସେମିଆରେ ପୀଡ଼ିତ ୮-ବର୍ଷୀୟ ବାଳକଙ୍କୁ ଭେଟନ୍ତୁ, ଯିଏ ଦିନକ ପାଇଁ ପୁଲିସ୍ କମିଶନର ହୋଇଥିଲେ

ରଶ୍ମିତା ପାଠ ପଢି +୨ପରୀକ୍ଷାରେ ବାମ ହାତରେ ଲେଖିଲେ | ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଥିଲେ | ତା ପରଠାରୁ ସେ ଗୋଟିଏ ପରେ ଗୋଟିଏ ଡିଗ୍ରୀ ହାସଲ କରିଛନ୍ତି | ରଶ୍ମିତା ବିଏ ଓ ପ୍ରଥମ ଶ୍ରେଣୀ ବି.ଏଡ୍ ପାସ୍ କରିଛନ୍ତି |

ପୁଣି ସେ ଏବେ ସତେ ଯେପରି ପରିବାରର ମିରବୀ | ପରିବାରର ସବୁ ଖର୍ଚ୍ଚ ସେ ତୁଲାଇ ଥାନ୍ତି | ଟିଉସନ୍ କରି ଅଳ୍ପ କିଛି ରୋଜଗାର କରନ୍ତି | ସେଥିରେ ନିଜର ପାଠ ପଢା ଖର୍ଚ୍ଚ ବାହାର କରି ଘର ଚଳାନ୍ତି | ବାପା ଛେଉଣ୍ଡ ହେଲା ପରେ ବି ସେ କାହା ପାଖରେ କେବେ ହାତ ପତାଇନାହାନ୍ତି | ସ୍ୱାଭିମାନର ସହ ବଂଚିଛନ୍ତି | ପିଲାମାନଙ୍କୁ ସେୟା ଶିକ୍ଷା ଦେଉଛନ୍ତି | ସରକାରୀ ସାହାଯ୍ୟକୁ କେବେ ଅନାଇ ନାହାନ୍ତି | କିନ୍ତୁ ଗାଁ ଲୋକଙ୍କ କହିବା କଥା ରଶ୍ମିତାଙ୍କୁ ସରକାରୀ ସାହାଯ୍ୟ ମିଳିବା ଦରକାର | ଏହି ସହାୟତା ମିଳିଲେ ସେ ଆହୁରି ଉନ୍ନତି କରିପାରିବ |

ସେମିତି ଆଉ ଜଣେ ଝିଅ ହେଉଛନ୍ତି ରାଉରକେଲା ସେକ୍ଟର-୩ ବସ୍ତିରେ ରହୁଥିବା ସୁରେଶ୍ୱରୀ ଛତ୍ରିଆ | ଦୁଇ ବର୍ଷରୁ ବାପାଙ୍କୁ ହରାଇଛନ୍ତି | ବାପାଙ୍କ ମୃତ୍ୟୁର କିଛି ବର୍ଷ ପରେ ମା’ଙ୍କ ମାନସିକ ସନ୍ତୁଳନ ବିଗିଡି ଯାଇଛି | ସୁରେଶ୍ୱରୀ ଏବେ ଆଇଙ୍କ ପାଖରେ ରହୁଛନ୍ତି | ଗୋଟିଏ ପଟେ ମାର ଯତ୍ନ ଓ ଆଉ ଗୋଟିଏ ପଟେ ପାଠ ପଢା ନିଶା | ପଂଚମ ଶ୍ରେଣୀରୁ ଏହି ସଂଘର୍ଷ ଚାଲିଛି | ବର୍ତ୍ତମାନ ସେ ସେକ୍ଟର-୨ରେ ଥିବା ସୁଶୀଳାବତୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ୨ ପଢୁଛନ୍ତି |

ତାଙ୍କ ଜୀବନ ସଂଘର୍ଷ ବିଷୟରେ ସୁରେଶ୍ୱରୀ କୁହନ୍ତି,

ସକାଳୁ ଅନ୍ୟମାନଙ୍କ ଘରେ କିଛି କାମ କରି ମୁଁ ପଇସା ରୋଜଗାର କରେ | ଏହା ପରେ ମୁଁ କଲେଜ ଯାଏ | ପିଲାଙ୍କ ଠୁ ବହି ମାଗି ଆଣି ପଢେ ଓ ଫେରାଇ ଦେଇଥାଏ | ମା’ର ମୁହଁରେ ଖୁସୀ ଆଣିବାକୁ ମୁଁ ଏସବୁ କରୁଛି |

କେବଳ ରଶ୍ମୀତା କି ସୁରେଶ୍ୱରୀ ନୁହନ୍ତି, ଏମିତି ଅନେକ ପିଲା ଜୀବନରେ କିଛି କରିଦେଖାଇବାର ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି | ସେମାନଙ୍କୁ ନା ରୋକିପାରିଛି ଦାରିଦ୍ର୍ୟ ନା ନିରାଶବାଦ ସେମାନଙ୍କ ମନକୁ ଛୁଇଁ ପାରିଛି | ସବୁର ଅଭାବ ଭିତରେ ସେମାନେ ଆକାଶ ଛୁଇଁବାକୁ ସ୍ୱପ୍ନ ଦେଖୁଛନ୍ତି | ଆଉ ସେମାନେ ଏଥିରେ ସଫଳ ହେବେ ବୋଲି ଆମର ଆଶା |

ପଢନ୍ତୁ କିଛି ସମ୍ପର୍କିତ କାହାଣୀ

1। ରୋମନ୍ ସୈନି: ଆଇଏଏସ୍ ଚାକିରି ଛାଡ଼ିଦେଲେ, ମାଗଣାରେ ପିଲାଙ୍କୁ ପାଠ ପଢ଼ାଇବେ

2। ସାବାସ୍ ମ୍ୟାଡ଼ାମ ! ଏଇ ସରକାରୀ ଅଫିସର ନିଜର କିନ୍ନର ପରିଚୟକୁ ନେଇ ଗର୍ବିତ

3। ଅନ୍ୟ ସହରରେ ବି ଗଡ଼ିବ ନୋଇଡାର ମହିଳା ଅଟୋ

Akhand is a noted social worker, freelance journalist and writer. He basically writes on various development issues. Can be reached at: indiamediacentre@gmail.com / +91 9938871989

Related Stories