PG, M Philରେ ମହିଳାଙ୍କ ବାଜିମାତ୍

PG, M Philରେ ମହିଳାଙ୍କ ବାଜିମାତ୍

Friday February 19, 2016,

1 min Read

image


ସ୍ନାତକୋତ୍ତର, ଏମ୍ ଫିଲ ଓ ସାର୍ଟିଫିକେଟ୍ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁରୁଷଙ୍କ ଠାରୁ ମହିଳାଙ୍କ ସଂଖ୍ୟା ବେଶ୍ ଅଧିକ । ତେବେ ଅଣ୍ଡରଗ୍ରାଜୁଏଟ ଓ ଡିପ୍ଲୋମା ସ୍ତରରେ ପୁରୁଷଙ୍କ ସଂଖ୍ୟା ଅଧିକ । ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ ଦେଶବ୍ୟାପୀ ହୋଇଥିବା ସର୍ଭେରୁ ଏହା ଜଣାପଡ଼ିଛି । ଉଚ୍ଚଶିକ୍ଷା ନେଇ ସର୍ବଭାରତୀୟ ସର୍ଭେ(AISHE) ୨୦୧୪-୧୫ (କାମଚଳା) ଅନୁସାରେ ଅଣ୍ଟର ଗ୍ରାଜୁଏଟ୍ ସ୍ତରରେ ୩୫ ପ୍ରତିଶତ ପୁରୁଷ ଥିବା ବେଳେ ୪୭ ପ୍ରତିଶତ ମହିଳା ଅଛନ୍ତି । ତେବେ ପୋଷ୍ଟ ଗ୍ରାଜୁଏଟ ସ୍ତରରେ ଏ ଅନୁପାତ ବଦଳିଯାଏ । ପୋଷ୍ଟ ଗ୍ରାଜୁଏଟ ସ୍ତରରେ ମହିଳା ୫୧ ପ୍ରତିଶତ ଥିବା ବେଳେ ପୁରୁଷ ୪୯ ପ୍ରତିଶତ ଅଛନ୍ତି । ପିଏଚଡି ସ୍ତରରେ ପୁରୁଷଙ୍କ ସଂଖ୍ୟା ଅଧିକ । AISHE ତଥ୍ୟ ଅନୁସାରେ ପିଏଚଡିରେ ପୁରୁଷ ୬୦ ପ୍ରତିଶତ । ଡିପ୍ଲୋମା କ୍ଷେତ୍ରରେ ୭୨ ପ୍ରତିଶତ ପୁରୁଷ ହୋଇତିବା ବେଳେ ମହିଳା ମାତ୍ର ୨୮ । ପିଜି ଡିପ୍ଲୋମା ଓ ଇଣ୍ଟିଗ୍ରେଟେଡ ପାଠ୍ୟକ୍ରମରେ ମଧ୍ୟ ପୁରୁଷଙ୍କ ସଂଖ୍ୟା ଅଧିକ ।

ତେବେ ସାର୍ଟିଫିକେଟ ପାଠ୍ୟକ୍ରମରେ ମହିଳାଙ୍କ ସଂଖ୍ୟା ଅଧିକ । ସର୍ଭେ ଅନୁସାରେ ୩ କୋଟି ୩୩ ଲକ୍ଷ ପିଲା ଉଚ୍ଚଶିକ୍ଷାରେ ନାମ ଲେଖାଇଥିବା ବେଳେ ସେଥିରୁ କୋଟିଏ ୭୯ ଲକ୍ଷ ପୁରୁଷ ହୋଇଥିବା ବେଳେ କୋଟିଏ ୫୪ ଲକ୍ଷ ମହିଳା । ମହିଳାଙ୍କ ମୋଟ ସଂଖ୍ୟା ପ୍ରାୟ ୪୬ ପ୍ରତିଶତ ।

ସର୍ଭେ ଅନୁସାରେ ସବୁଠୁ ଅଧିକ ଛାତ୍ରଛାତ୍ରୀ ଅଣ୍ଡର ଗ୍ରାଜୁଏଟ ସ୍ତରରେ ନାମ ଲେଖାନ୍ତି । ଅଣ୍ଡର ଗ୍ରାଜୁଏଟ ସ୍ତରରେ ୭୯.୯ ଛାତ୍ର ନାମ ଲେଖଥିବା ବେଳେ ମାତ୍ର ୧୧.୪୫ ପ୍ରତିଶତ ପୋଷ୍ଟ ଗ୍ରାଜୁଏଟ ସ୍ତରକୁ ଯାଉଛନ୍ତି ।