କ୍ଷୁଦ୍ର ଚାଷୀଙ୍କୁ ନୂତନ କୃଷି ଉପକରଣ ଯୋଗାଇବା ‘କମଲ କିସାନର ଲକ୍ଷ୍ୟ

0

କମଲ କିସାନର ପ୍ରତିଷ୍ଠାତା ଦେବୀ ମୂର୍ତ୍ତି କହନ୍ତି,“ମୁଁ ସର୍ବଦା ଦେଖିବାକୁ ପାଏ ଯେ ଯନ୍ତ୍ରପାତି ନେଇ ମହିଳାମାନେ କୃଷିକ୍ଷେତ୍ରରେ କାମ କରିବା ଦେଖିଲେ କୃଷକମାନେ କୌତୁକ ଅନୁଭବ କରିଥାନ୍ତି । ତେବେ ଏହା ଦ୍ୱାରା ଆମେ କ’ଣ କରୁଛୁ ତାହା ଦେଖିବା ପାଇଁ ସେମାନେ ଆଗ୍ରହ ପ୍ରକାଶ କରିଥାନ୍ତି, ଏବଂ ଆମେ ସେମାନଙ୍କ ଠାରୁ ଅଧିକ ସହାୟତା ପାଇଥାଉ । ଏହା ଏକ ଅଦୃଶ୍ୟ ଆଶୀର୍ବାଦ ସ୍ୱରୂପ ।” ଦେବୀ ନିଜର ଅଫିସରେ ଅଧିକ ସମୟ କଟାଇବା ଅପେକ୍ଷା କର୍ଣ୍ଣାଟକର ଆଖପାଖରେ ଥିବା କୃଷିକ୍ଷେତ୍ରରେ ସମୟ କଟାଇବାକୁ ଅଧିକ ପସନ୍ଦ କରିଥାନ୍ତି। ଡ୍ରେକ୍ସେଲ୍ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ପାଇବା ପରେ ପ୍ରଡକ୍ଟ ମ୍ୟାନେଜର ଭାବେ ମେଟାଲ୍ ସିଟ୍ ଉତ୍ପାଦନନ କରୁଥିଲେ । ବେଙ୍ଗାଲୁରୁ ଆଇଆଇଏମରେ ଉଦ୍ୟୋଗୀ ପାଠ୍ୟକ୍ରମରେ ସ୍ନାତକୋତ୍ତର କରିବା ସମୟରେ ସେ ସାମାଜିକ ବ୍ୟବସାୟ ସଂପର୍କରେ ଅବଗତ ହୋଇଥିଲେ ।

ଦେବୀ କହନ୍ତି, “ମୁଁ ଏଭଳି ଏକ କ୍ଷେତ୍ର ଖୋଜୁଥିଲି ଯେଉଁଠି ମୋର ମେଟାଲ୍ ସିଟ୍ ଉତ୍ପାଦ ଇଂଜିନିୟରିଂର କୌଶଳକୁ ସକାରାତ୍ମକ ଦିଗରେ ବ୍ୟବହାର କରିପାରିବି । ମୋର ଏକ ସହପାଠୀଙ୍କ ପରାମର୍ଶ କ୍ରମେ ମୁଁ କୃଷି ଉପକରଣ କ୍ଷେତ୍ରରେ କାମକଲି । ମୁଁ ଏକ ଷଡ଼ଯନ୍ତ୍ରରେ ପଡ଼ିଯାଇଥିଲି, ତଥାପି ବାସ୍ତବରେ କୌଣସି ଠାରେ ଖାଲିସ୍ଥାନ ରହିଛି ଯାହାକୁ ମୁଁ ପୂରଣ କରିପାରିବି ଏହି ପ୍ରଚେଷ୍ଟାରେ ଥିଲି । ମୁଁ ଦୁଇ ବର୍ଷ ଧରି ବିଭିନ୍ନ ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ ଯିବା ସହ କୃଷକଙ୍କ ସହ ଆଲୋଚନାରେ ବିତାଇଦେଇଥିଲି ।”

୨୦୧୨ରେ ସେ କମଲ କିସାନର ପ୍ରତିଷ୍ଠା କରିଥିଲେ । କ୍ଷୁଦ୍ର କୃଷକଙ୍କୁ ଦୃଷ୍ଟିରେ ରଖି କମଲ କିସାନ୍ କ୍ରମାନ୍ୱୟରେ କୃଷି ଯନ୍ତ୍ରପାତିର ଉଦ୍ଭାବନ କରିଥିଲେ । ଏହି ଉପକରଣଗୁଡ଼ିକ ପରବର୍ତ୍ତି ସମୟରେ ସିଧାସଳଖ ଭାବେ କୃଷିକ୍ଷେତ୍ରରେ ଯାନ୍ତ୍ରିକ କୃଷିକର୍ମରେ ସହାୟକ ହୋଇଥିଲା । ଯେଉଁଠାରେ ଶ୍ରମବହୁଳ କୃଷିକାର୍ଯ୍ୟ ହେଉଥିଲା ସେଠାରେ ଏହି ଉପକରଣଗୁଡ଼ିକ ଉପଯୁକ୍ତ ଭାବେ ବ୍ୟବହୃତ ହୋଇପାରିଲା ଏବଂ ଫସଲ ଆଦାୟରେ ଯେଉଁ ଖର୍ଚ୍ଚ ହେଉଥିଲା ସେଥିରେ ଯଥେଷ୍ଟ ହ୍ରାସ ପାଇଲା ।

ଦେବୀଙ୍କ ଆକଳନ ଅନୁସାରେ, ବର୍ତ୍ତମାନ ଦେଶରେ ୫ ଏକର ପରିସୀମା ଠାରୁ କମ୍ କୃଷିକ୍ଷେତ୍ରର ସଂଖ୍ୟା ୮୦ ପ୍ରତିଶତ ଅଟେ । କୃଷି ଶ୍ରମିକଙ୍କର କ୍ରମାଗତ ବୃଦ୍ଧି ପାଉଥିବା ଅଭାବ ଦ୍ୱାରା ଉତ୍ପାଦନ ହ୍ରାସ ପାଉଥିବାରୁ ଏହା ଏକ ବଡ଼ ସମସ୍ୟା ରୂପେ ଠିଆ ହୋଇଥିଲା । ଉପଲବ୍ଧ ଅଧିକାଂଶ କୃଷି ଯନ୍ତ୍ରପାତି ଗୁଡ଼ିକ କ୍ଷୁଦ୍ର କୃଷିକ୍ଷେତ୍ର ପାଇଁ ଅନୁପଯୁକ୍ତ ଥିବାରୁ ଏହାର ବ୍ୟବହାର ଏକ ପ୍ରମୁଖ ପ୍ରତିବନ୍ଧକ ଥିଲା । ଯଦିଓ କୌଣସି ସମୟରେ ଯନ୍ତ୍ରପାତି ମିଳୁଥିଲା, ଏହାର ସେବା ଓ ଉପକରଣର ପ୍ରାପ୍ତି ସୀମିତ ଥିଲା । ଫଳରେ କୃଷିକର୍ମ ଏକ ସମୟସାପେକ୍ଷ କର୍ମ ଭାବେ ପରିଚିତ ହେଉଥିଲା ।

କୃଷିଯନ୍ତ୍ରପାତିଗୁଡ଼ିକୁ ଯୋଗାଇବା ପାଇଁ କମଲ କିସାନ୍ ସହଭାଗିତା ମଡେଲକୁ ଗ୍ରହଣ କରିଛି । ଫଳରେ ଏହି ଯନ୍ତ୍ରପାତି ଦ୍ୱାରା ଶ୍ରମପ୍ରଖର କୃଷିକର୍ମକୁ ଦୂରକରାଯାଇପାରିବ । ଏଭଳି ସେବା ଚୟନ କରିବା ଦ୍ୱାରା ପୁଂଜିବହୁଳ ନିବେଶ ଅପେକ୍ଷା ସାମାନ୍ୟ ଖର୍ଚ୍ଚରେ ପ୍ରଭାବଶାଳୀ ଢଙ୍ଗରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କୃଷିଉପକରଣ ଯୋଗାଇବା । ଦେବୀ ଅନୁଭବ କରନ୍ତି, “ଏକ ବ୍ୟବସାୟ କେବଳ ଲାଭ ପାଇଁ କରାଯିବା ଉଚିତ ନୁହେଁ । ଏହା ରହିଥିବା ପାରିପାର୍ଶ୍ଵିକ ବ୍ୟବସ୍ଥାକୁ ପ୍ରଭାବିତ କରିବା ଆବଶ୍ୟକ ।”

ସେବା ନେଟୱର୍କ ସ୍ଥାପନ କରିବା ପାଇଁ କମଲ କିସାନ୍ ଦୂରକେନ୍ଦ୍ର, ସଂପ୍ରସାରଣ କାର୍ଯ୍ୟାଳୟ ଓ ସ୍ୱୟଂସହାୟକ ଗୋଷ୍ଠୀ ଭଳି ଅନେକଙ୍କ ସହାୟତା ନେଇଛି । ଗ୍ରାମାଂଚଳର କେତେକ ଲୋକଙ୍କୁ ସେବା ଯୋଗାଣକାରୀର ଦାୟିତ୍ୱ ଦିଆଯାଇଛି । ଗଠିତ ହେବାର ପ୍ରଥମ ଛଅମାସ କମଲ କିସାନ୍ କୌଣସି ଆଖିଦୃଶିଆ ପ୍ରଗତି କରିପାରିନଥିଲା ।

ଆଇଆଇଟି ମାଡ୍ରାସର ରୁରାଲ୍ ଟେକ୍ନୋଲଜି ଆଣ୍ଡ୍ ବିଜିନେସ୍ ଇନ୍କ୍ୟୁବେସନ୍ କେନ୍ଦ୍ର ତରଫରୁ କମଲ କିସାନଙ୍କୁ ୫ଲକ୍ଷ ଟଙ୍କା ପ୍ରାରମ୍ଭିକ ଅନୁଦାନ ଦିଆଯାଇଥିଲା । ଗତମାସରେ କମଲ କିସାନର ଚାରିଜଣ ସଦସ୍ୟ ନିଜର ପ୍ରଥମ ଉତ୍ପାଦ ‘ଧାନ ରୋପଣ ଯନ୍ତ୍ର’ ଆରମ୍ଭ କରିଥିଲେ । ସଂପ୍ରତି, ଆଳୁ, କନ୍ଧମୂଳ ହାର୍ଭେଷ୍ଟର, ପନିପରିବା ଓ ଫଳ ଟ୍ରାନ୍ସପ୍ଲାଂଟର, ନଡ଼ିଆ ହାର୍ଭେଷ୍ଟର, ସୁଗାର୍କେନ୍ ଟ୍ରାନ୍ସପ୍ଲାଂଟର ଓ ହାର୍ଭେଷ୍ଟର ଭଳି ଉପକରଣର ନିର୍ମାଣ କାର୍ଯ୍ୟ ଜାରିରହିଛି । ଧାନ ରୋପଣଯନ୍ତ୍ର ମାନୁଏଲ୍ ସେପେରେସନ୍ ଓ ପାରମ୍ପରିକ ନର୍ସରୀ ବ୍ୟବସ୍ଥା ଅନୁସାରେ କାମ କରିଥାଏ, ଫଳରେ ହାତ ପ୍ୟାଡେଲ୍ ଦ୍ୱାରା ସହଜରେ ଏହାକୁ ପ୍ରୟୋଗ କରାଯାଇପାରିବ । ଏହି ପଦ୍ଧତ୍ତି ଦ୍ୱାରା ଧାନ ବୁଣିବା ପାଇଁ ପ୍ରତି ଏକର ପିଛା ୧ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ ।

ନିଜର ପୁରାତନ ଅଭିଜ୍ଞତା ଯୋଗୁଁ ଅନେକ କୃଷକ ନୂତନ କୃଷିଯନ୍ତ୍ରପାତିର ପ୍ରୟୋଗ ପାଇଁ ପଛଘୁଞ୍ଚା ଦେଇଥାନ୍ତି ଏବଂ ସେମାନଙ୍କୁ ବୁଝାଇବା ଏକ ବଡ଼ ପ୍ରତିବନ୍ଧକ ଅଟେ । ଦେବୀ କହନ୍ତି, “ଠିକଣା ସମୟରେ କମ୍ ଦାମରେ ଉପଯୁକ୍ତ ଉପକରଣ ଯୋଗାଇଦେବା ନେଇ ସେମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ଏତେ ସହଜ ନୁହେଁ । କିନ୍ତୁ କେତେକ ଚାଷୀ, ଯେଉଁମାନଙ୍କୁ ଆମେ ଆମର ସେବା ଯୋଗାଇଥିଲୁ ସେମାନେ ଆମକୁ ନିଜ ଘରକୁ ନିମନ୍ତ୍ରଣ କରିଛନ୍ତି । ସେମାନେ ଆମର ସହାୟତା ଓ ସେବାକୁ ପ୍ରଶଂସା କରିଛନ୍ତି ଏବଂ ଅଧିକ ସେବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି । ବାସ୍ତବରେ ଏହା ଆମପାଇଁ ଏକ ବଡ଼ ପ୍ରୋତ୍ସାହନ । ଆମର ନୂତନ କୃଷିଯନ୍ତ୍ରପାତି ଦ୍ୱାରା ଆମେ କୃଷି ଶ୍ରମକୁ ୫୦ ପ୍ରତିଶତ ହ୍ରାସ କରିବାକୁ ଉଦ୍ୟମ କରୁଛୁ । ୨୦୧୫ ଶେଷ ସୁଦ୍ଧା ଆମେ ୫୦ହଜାର କୃଷକଙ୍କ ନିକଟରେ ପହଂଚିବାର ଆଶା ରଖିଛୁ ।”