Craftsvilla ଆଣିଛି ବିଲିୟନ ମେହେନ୍ଦି ଉତ୍ସବ

Craftsvilla ଆଣିଛି ବିଲିୟନ ମେହେନ୍ଦି ଉତ୍ସବ

Sunday December 13, 2015,

2 min Read

ଭାରତର ବୃହତମ ଅନଲାଇନ ସାଂସ୍କୃତିକ ମାର୍କେଟ୍ ପ୍ଲେସ୍ Craftsvilla.com ଇଣ୍ଡିଆନ ଶାଢ଼ୀ, ଲେହେଙ୍ଗା, ଅନାରକଲିସ୍, ସାଲ୍ୱରସୁଟ୍, ଆକ୍ସେସୋରିଜ୍, ଡେକୋର ଏବଂ ଆର୍ଟେଫାକ୍ଟସ ପ୍ରଭୃତି ସାମଗ୍ରୀର ବିକ୍ରୟ କାର୍ଯ୍ୟକୁ Craftsvilla ବିଲିୟନ୍ ମେହେନ୍ଦି ଉତ୍ସବ ସହିତ ଅଧିକ ପ୍ରସାରିତ କରିବ ।

image


Craftsvilla.com ଏହା ବିଶ୍ୱାସ କରେ ଯେ ମେହେନ୍ଦିର ଆକର୍ଷଣ ସମସ୍ତଙ୍କୁ ଆକୃଷ୍ଟ କରିବ ଓ ଏହାର ମେହେନ୍ଦି ଡିଜାଇନ୍ ପ୍ରତ୍ୟେକ ମହିଳାଙ୍କ ପାଇଁ ଉପଯୋଗୀ ହେବ ।

Craftsvilla ବିଲିୟନ୍ ମେହେନ୍ଦି ଫେଷ୍ଟିଭାଲର ଶୁଭାରମ୍ଭକାରୀ ମୋନିକା ଗୁପ୍ତା କହିଛନ୍ତି ଯେ ଟାଟୁ ତୁଳନାରେ ମେହେନ୍ଦି ସର୍ବଦା ଖୁବ୍ ଆକର୍ଷଣୀୟ ହୋଇଥାଏ । ଆଉ ଏହା ମଧ୍ୟ ସମ୍ପୂର୍ଣ୍ଣ ପ୍ରାକୃତିକ । ଏହାଦ୍ୱାରା ମଧ୍ୟ ଚିତ୍ତାକର୍ଷକ ଡିଜାଇନ୍ ସବୁକୁ ରଖାଯାଇପାରେ । ମେହେନ୍ଦିର ଅନ୍ୟ ଗୋଟିଏ ପ୍ରକାର ହେଉଛି ଅଳତା ଯାହା ହିନ୍ଦୁ ଉପନିଷଦରେ ଉଲ୍ଲେଖ ରହିଛି । ଏହାକୁ ଶୋହଳ ପକାରର ଶୃଙ୍ଗାର କିମ୍ବା ଷୋଳ ବଧୂ ରୂପସଜ୍ଜା ମଧ୍ୟରେ ରଖାଯାଏ ଯାହା ପୌରାଣିକ କାହାଣୀ ରାଧାଙ୍କ ପାଦରେ କୃଷ୍ଣଙ୍କ ଅଳତା ଲଗାଇବା କଥାକୁ ମନେ ପକାଇଦିଏ ।

ବିଶେଷତଃ ଉତ୍ତର ଭାରତ, ପଶ୍ଚିମ ଭାରତ ଏବଂ ମଧ୍ୟ ଭାରତର ଲୋକମାନେ ମେହେନ୍ଦିକୁ ବିଶେଷ ବ୍ୟବହାର କରିଥାନ୍ତି । ପୂର୍ବାଞ୍ଚଳର ଲୋକମାନଙ୍କ ପାଇଁ ଅଳତା ଖୁବ୍ ଲୋକପ୍ରିୟ । ଦକ୍ଷିଣ ଭାରତରେ ମେହେନ୍ଦି ତେଲୁଗୁରେ ଗୋର୍ଣ୍ଣିଟାକୁ, କନ୍ନଡରେ ଗୋରାତି, ତାମିଲରେ ମରୁଧାନୀ ଏବଂ କେରଳରେ ମାଲିଆତି ନାମରେ ପରିଚିତ । ଆଫି୍ରକା, ପାକିସ୍ତାନ, ଭାରତ ଏବଂ ମଧ୍ୟ ପୂର୍ବ ଦେଶଗୁଡ଼ିକର ବିଶେଷ ପର୍ବପର୍ବାଣୀ ଓ ଉତ୍ସବାନୁଷ୍ଠାନ, ଜନ୍ମଦିନମାନଙ୍କରେ ମଧ୍ୟ ମେହେନ୍ଦିକୁ ପାରମ୍ପରିକ କଳା ଭାବରେ ବ୍ୟବହାର କରାଯାଏ ।

image


ଏହି Craftsvilla.com ପରିବାର ପକ୍ଷରୁ ଆୟୋଜିତ ବିଲିୟନ୍ ମେହେନ୍ଦି ଫେଷ୍ଟିଭାଲର ପ୍ରସାର କାର୍ଯ୍ୟରେ ଯୋଗ ଦେଇ ସୋହା ଅଲି ଖାନ୍ କହିଛନ୍ତି ଯେ ମୁଁ ମେହେନ୍ଦିକୁ ଖୁବ୍ ଭଲ ପାଏ । ଆଉ ମଧ୍ୟ Craftsvilla.com ଏହି ଐତିହ୍ୟକୁ ପ୍ରସାରିତ କରୁଥିବାରୁ ମୁଁ ମଧ୍ୟ ଏହା ପ୍ରତି ବହୁତ ଆକୃଷ୍ଟ । ମୁଁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରିଥିବାରୁ ନିଜକୁ ଆନନ୍ଦିତ ମନେ କରୁଛି ।

Craftsvilla.comର ମନୋଜ ଗୁପ୍ତା କହିଛନ୍ତି ଭାରତୀୟ ଜନତାଙ୍କ ନିକଟରେ ମେହେନ୍ଦିର ଯଥେଷ୍ଟ ଆଦର ରହିଛି ଓ ଏହା ମଧ୍ୟ ପାରମ୍ପରିକ ଓ ଆଧୁନିକତା ମଧ୍ୟରେ ଏକ ସଂଯୋଗ ସ୍ଥାପନ କରିଛି । ଆଜି କେବଳ ବିବାହ ଅନୁଷ୍ଠାନରେ ମେହେନ୍ଦିକୁ ବ୍ୟବହାର କରାଯାଉ ନାହିଁ, ଅନ୍ୟ ପକ୍ଷରେ ବିଶେଷ ପର୍ବପର୍ବାଣୀ ଯଥା କରବାଚଉତ୍, ଦୀପାବଳି ଏବଂ ହୋଲି ପରି ଉତ୍ସବାନୁଷ୍ଠାନମାନଙ୍କରେ ବ୍ୟବହାର କରାଯାଉଛି ।

ଏଥିପାଇଁ Craftsvilla ପକ୍ଷରୁ ବିଭିନ୍ନ ପ୍ରକାର ମେହେନ୍ଦି ସାମଗ୍ରୀ ପ୍ରସ୍ତୁତ କରାଯାଇଛି । Craftsvilla ମେହେନ୍ଦି ଫେଷ୍ଟିଭାଲରେ ଭାରତର ବହୁ ମେହେନ୍ଦି କଳାକାରମାନେ ଯୋଗ ଦେଇଛନ୍ତି । ଦେଶର ବିଭିନ୍ନ ଅଞ୍ଚଳର ମହିଳା ଓ ପୁରୁଷମାନେ ମେହେନ୍ଦିର ବିଭିନ୍ନ ଡିଜାଇନ୍ ସମ୍ବଳିତ ଫଟୋକୁ ଏହାର ସାଇଟରେ ଅପଲୋଡ କରିବାର ସୁଯୋଗ ରହିଛି ।

ସବୁଠାରୁ ଶ୍ରେଷ୍ଠ ବିବେଚିତ ତିନିଗୋଟି ମେହେନ୍ଦି ଫଟୋକୁ ୧ ଲକ୍ଷ ଟଙ୍କା ପଯ୍ୟନ୍ତ ପୁରସ୍କାର ଦେବାର ବ୍ୟବସ୍ଥା ରହିଛି । ଏହିସବୁ ମେହେନ୍ଦି ଡିଜାଇନ ଗୁଡ଼ିକ Craftsvilla.comରେ ଉପଲବ୍ଧ ହେବ ।

Craftsvilla ମେହେନ୍ଦି ଫେଷ୍ଟିଭାଲ୍ ହେଉଛି ତୃତୀୟ ସ୍ୱତନ୍ତ୍ର ମାର୍କେଟିଂ କାର୍ଯ୍ୟକ୍ରମ Craftsvilla.com ପକ୍ଷରୁ ଆୟୋଜନ କରାଯାଉଛି । ୧୯ ଜୁନରେ ବିଶ୍ୱ ସାଂସ୍କୃତିକ ଦିବସ ପାଳନ ଅବସରରେ ବିଦ୍ୟା ବାଲାନ୍ ଯୋଗ ଦେଇଥିଲେ ଓ Craftsvilla ଦ୍ୱାରା ଆୟୋଜିତ କରିନା କପୁର ଖାନ୍ ଯୋଗ ଦେଇଥିଲେ ।