ବୈଷୟିକ ଜ୍ଞାନ ସହଯୋଗ କରି ଶିଳ୍ପାୟନକୁ ତ୍ୱରାନ୍ୱିତ କରିବାରେ KIIT Technology Business Incubator

ବୈଷୟିକ ଜ୍ଞାନ ସହଯୋଗ କରି ଶିଳ୍ପାୟନକୁ ତ୍ୱରାନ୍ୱିତ କରିବାରେ KIIT Technology Business Incubator

Tuesday October 27, 2015,

2 min Read

ପୂର୍ବ ଭାରତର ରାଜ୍ୟ ଓଡିଶା ଶିକ୍ଷା ଓ ଶିଳ୍ପାୟନ କ୍ଷେତ୍ରରେ ସଫଳତାର ସୋପାନ ପରେ ସୋପାନ ଅତିକ୍ରମ କରିଚାଲିଛି । ରାଜ୍ୟର ଶିଳ୍ପାୟନକୁ ତ୍ୱରାନ୍ୱିତ କରି ଆଗେଇ ନେବାକୁ କିଟ ଟେକନୋଲୋଜି ବିଜନେସ ଇନକ୍ୟୁବେଟର ଏକ ଅନନ୍ୟ ପ୍ରଚେଷ୍ଟା ଆରମ୍ଭ କରିଛି ।

image


ଟେକନୋଲୋଜି ବିଜନେସ ଇନକ୍ୟୁବେଟର ବା TBI ନୂତନ ସୃଜନଶୀଳତାକୁ ସହଯୋଗ କରି ରାଜ୍ୟରେ ଏକ ଶିଳ୍ପାୟନ ସଂସ୍କୃତି ତିଆରି କରିବାକୁ ଚେଷ୍ଟା ଚଳାଇଛି । ୨୦୦୯ ମସିହାରେ କିଟ୍ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଥିବା ବାୟୋଟେକନୋଲୋଜି ଓ ଇନଫରମେସନ ଏବଂ କମ୍ୟୁନିକେଶନ (ଆଇସିଟି) ବିଭାଗ ଏହା ଉପରେ ଗୁରୁତ୍ୱ ଦେଇ ଆସିଛି । ଏହା ବର୍ତ୍ତମାନ ଅନ୍ୟାନ୍ୟ ଇଂଜିନିୟରିଂ ଓ ଜ୍ଞାନକୌଶଳ ଆଧାରରେ ଗ୍ରାମାଂଚଳରେ ନୂତନ ସୃଜନଶୀଳତାର ପ୍ରୟୋଗ ପାଇଁ ମଧ୍ୟ ଚେଷ୍ଟାକରୁଛି । ଆରମ୍ଭ ହେବାର ସ୍ୱଳ୍ପ ସମୟ ମଧ୍ୟରେ KIIT TBI ୨୩ ଟି ବ୍ୟବସାୟୀକ ପ୍ରତିଷ୍ଠାନର ସହବନ୍ଧନ ଲାଭ କରିଛି । ଏହା ମଧ୍ୟରୁ ୬ଟି ପୂର୍ଣ୍ଣ ବଣିଜ ପ୍ରତିଷ୍ଠାନ ରୂପେ ପ୍ରତିଷ୍ଠିତ ହେବା ପାଇଁ ପ୍ରଶିକ୍ଷିତ ହୋଇଛନ୍ତି । ବ୍ୟବସାୟୀକ ଶିଳ୍ପର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ନୂତନ କଂପାନୀ ଗୁଡିକର ନିର୍ଦ୍ଧିଷ୍ଟ ଆବଶ୍ୟକତା ଯାହା ବିକାଶର ପ୍ରମୁଖ ପର୍ଯ୍ୟାୟ, ଯେପରି ଉତ୍ପାଦର ବିଭକ୍ତି କରଣ, ପ୍ରୋଟୋ ଟାଇପିଂ, ବଜାରର ଅଭିବୃଦ୍ଧି ଓ କ୍ରମାଗତ ସୃଜନ ଶୀଳତା ଭଳି ନୂତନ କଂପାନୀ ଗୁଡିକର ନିର୍ଦ୍ଧିଷ୍ଟ ଆବଶ୍ୟକତା ସମୟରେ KIIT TBI ସହାୟତା ଯୋଗାଇ ଦେଉଛି ।

image


ପ୍ରଶିକ୍ଷଣ ପ୍ରାପ୍ତ ଏହି ୬ ଟି ବଣିଜ ପ୍ରତିଷ୍ଠାନ ହେଉଛନ୍ତି

୧। ରୋବଟିକ ୱେୟାରସ୍ - ଏହା ବିଭିନ୍ନ ରୋବୋଟିକ ଉତ୍ପାଦ ଯେମିତିକି FarEye Vehicle Tracking System with ignition control, live SMS notifications ଏବଂ ଏହିପରି ଅନେକ ଉତ୍ପାଦ ଓ ସୁରକ୍ଷା (ଏଲପିଜି ଲିକେଜ ଉପରେ sms ଏଲର୍ଟ) ଆଦି ବିକାଶ କରେ

୨। helloDoctor24*7 - ଏହି କମ୍ପାନୀ ଫୋନ ଓ ଇନ୍ଟରନେଟ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟସେବା ସମ୍ପର୍କରେ ସୂଚନା ଦେଇଥାଏ।

୩। Innovators Lab - କଳ୍ପନା ଓ ଆବିଷ୍କାର ମଧ୍ୟରେ ଟେକନୋଲଜି ମାଧ୍ୟମରେ ଏକ ସେତୁ ତିଆରି କରିଥାଏ।

୪। iCreatorz- ସାମାଜିକ ବିକାଶ ନିମନ୍ତେ ବିଭିନ୍ନ ପ୍ରୋଜେକ୍ଟରେ ଟେକନୋଲଜିକୁ ପ୍ରୟୋଗ କରିବା।

୫। Kanak Biofertilizers: ଏହି କମ୍ପାନୀ ଜୈବିକ ସାର, ବାୟୋଫର୍ଟିଲାଇଜର ଓ ଅଣୁପୋଷକ ଉତ୍ପାଦନ କରିଥାଏ।

୬। Centre for Nature conservation and Biosafety

Website: KIIT-TBI