ମନ୍ଦିର ଭିତରେ ଗରିବଙ୍କ ପାଇଁ ସ୍କୁଲ, ୭୦% ବିଦ୍ୟାର୍ଥୀ ଅଣ ହିନ୍ଦୁ

ମନ୍ଦିର ଭିତରେ ଗରିବଙ୍କ ପାଇଁ ସ୍କୁଲ, ୭୦% ବିଦ୍ୟାର୍ଥୀ ଅଣ ହିନ୍ଦୁ

Wednesday March 16, 2016,

2 min Read

ଜ୍ଞାନ ବାଣ୍ଟିବା କିମ୍ବା ଶିକ୍ଷାଦାନ କରିବା ଏକ ମହତ କାର୍ଯ୍ୟ । ଏହା କୌଣସି ନିର୍ଦ୍ଧିଷ୍ଟ ଧର୍ମ ଭିତରେ ସୀମୀତ ନୁହେଁ ବୋଲି ପ୍ରମାଣ କରିଛନ୍ତି ଆଗ୍ରାରେ ଥିବା ଏକ ମନ୍ଦିରର କର୍ତ୍ତୃପକ୍ଷ । ସେମାନେ ମନ୍ଦିରରେ ଏକ ସ୍କୁଲ ଚଳାଉଛନ୍ତି । ଯେଉଁଠାରେ ଅଧିକାଂଶ ଅଣହିନ୍ଦୁ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସଂଖ୍ୟାଲଘୁ ମୁସଲମାନ ସଂପ୍ରଦାୟର ।

ସାଂପ୍ରଦିକତା ଦୃଷ୍ଟିରୁ ଆଗ୍ରା ଏକ ସମ୍ବେଦନଶୀଳ ସ୍ଥାନ । ସେଭଳି ଏକ ସ୍ଥାନରେ ଏହି ସ୍କୁଲ ଭାଇଚାରାର ବାର୍ତ୍ତାବାଂଟୁଛି ।

ଆଗ୍ରାମର ବାଜମୁଜାଫର ଖାନଠାରେ ରହିଛି ପଠବାରୀ ମନ୍ଦିର । ୨୦୧୫ ଡିସେମ୍ବରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ “ମେରି ପାଠଶାଳା’ ନାମକ ଏକ ସ୍କୁଲ ପ୍ରତିଷ୍ଠା କରାଯାଇଛି । ସେଠାରେ କେବଳ ଗରିବ ଲୋକଙ୍କ ପିଲାମାନଙ୍କୁ ଶିକ୍ଷାଦାନ କରିବାକୁ ନିଷ୍ପତି ନିଆଯାଇଛି । ସମସ୍ତ ଧର୍ମ ଓ ବର୍ଗର ପିଲାମାନଙ୍କୁ ଏଠାରେ ପାଠ ପଢ଼ାଯାଉଛି ।

image


ବର୍ତ୍ତମାନ ମେରି ପାଠଶାଳାରେ ୪୭ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ସେମାନଙ୍କ ସମସ୍ତ ପଢ଼ା ଖର୍ଚ୍ଚ ୪ ଜଣ ଯୁବକ ଉଠାଉଛନ୍ତି । ଏହି ସମସ୍ତ ଯୁବକ ହିନ୍ଦୁ ଧର୍ମର । ରବିବାର ଏହି ସ୍କୁଲରେ ପିଲାମାନଙ୍କୁ ପ୍ରାର୍ଥନା କରୁଥିବା ସମୟରେ ଦେଖିବା ଏକ ମହାନ ଅନୁଭବଠାରୁ କିଛି କମ ନୁହେଁ । ୫ରୁ ୧୫ ବର୍ଷ ବୟସର ୪୦ରୁ ଅଧିକ ପିଲା ଏକଜୁଟ ହୋଇ ପ୍ରାର୍ଥନା କରୁଛନ୍ତି । ମୁସଲମାନ ଧର୍ମର ପିଲାମାନେ ମଧ୍ୟ ପ୍ରାର୍ଥନା କରିଥାନ୍ତି । ଏହା ପରେ ସେମାନେ ରାଷ୍ଟ୍ର ଗୀତ ଗାଉଛନ୍ତି ।

ହିନ୍ଦୁ ଓ ମୁସଲମାନଙ୍କ ଭିତରେ ଥିବା ପ୍ରଭେଦ ସତ୍ତ୍ୱେ ଏହି ପିଲାମାନେ ମନ୍ଦିରରେ ଥିବା ସ୍କୁଲରେ ଦିନକୁ ୩-୪ ଘଂଟା ପାଠ ପଢ଼ୁଛନ୍ତି । ପିଣ୍ଟୁ ପ୍ରତୀକ କରଦମ୍, କପିଲ ଚୌଧୁରୀ, ଜିତେନ୍ଦ୍ର ସିଂହ, ନିବେଶ ଅଗ୍ରୱାଲ ଓ ନେହା ଆୟସୱାଲ ଏହି ସ୍କୁଲ ଗଠନ କରିବାରେ ସହାୟତା ଦେଇଛନ୍ତି । ସେମାନେ ଏଠାରେ ଶିକ୍ଷାଦାନ ମଧ୍ୟ କରୁଛନ୍ତି । ସେମାନଙ୍କ ମଧ୍ୟରୁ କରଦମ୍ କହିଛନ୍ତି ଯେ, ମୁଁ ଏହି ବାଟ ଦେଇ ଯିବା ବେଳେ ସବୁ ବେଳେ ଏହି ପିଲମାନଙ୍କୁ ବିନା କାରଣରେ ରାସ୍ତାରେ ବୁଲୁଥିବା ଦେଖେ । ସେମାନଙ୍କୁ ପାଠପଢ଼ାଇବାର ଦାୟିତ୍ୱ ବୋଲି ମୁଁ ଭାବିଲି । ସେମାନଙ୍କୁ କଣ ଭୁଲ ଓ କଣ ଠିକ ତାହା ଜଣାଇବା ପାଇଁ ଶିକ୍ଷାଦାନ କରିବାର ଗୁରୁତ୍ତ୍ଵପୂର୍ଣ୍ଣ ବୋଲି ସେ କହିଛନ୍ତି । ଏ ବିଷୟରେ ସେ ନିଜ ସାଙ୍ଗମାନଙ୍କ ସହ ଆଲୋଚନା କରିବା ପରେ ସ୍କୁଲ ଖୋଲିବାକୁ ନିଷ୍ପତି ନେଇଥିଲେ ।

ଚୌଧୁରୀ ଓ ସିଂହ ଘରୋଇ କଂପାନିରେ କାମ କରୁଛନ୍ତି । ଅଗ୍ରୱାଲ୍ ଔଷଧର ପାଇକାରୀ ବ୍ୟବସାୟ କରୁଛନ୍ତି । ନେହା ଜଣେ ଗୃହିଣୀ । ସେ ଏମଏ ପାଠ ପଢ଼ିଛନ୍ତି । କରଦମ୍ କହିଛନ୍ତି ଯେ ଆମେ ସ୍କୁଲ ଆରମ୍ଭ କରିବା ବେଳେ କେବେ ବି ଭାବି ନ ଥିଲୁ ଯେ ଏତେ ପରିମାଣର ମୁସଲମାନ ପିଲା ମନ୍ଦିର ଭିତରେ ଥିବା ସ୍କୁଲକୁ ଆସି ପାଠ ପଢ଼ିବେ । ସେମାନେ ମନ୍ଦିର ଭିତରକୁ ପ୍ରବେଶ କରିବାରେ ମଧ୍ୟ କୌଣସି ବାରଣ ନାହିଁ । ମୁସଲମାନ ପିଲାମାନଙ୍କୁ ସେମାନଙ୍କ ମାତାପିତାମାନେ ସ୍କୁଲରେ ଆଣି ଛାଡୁଛନ୍ତି ।

ଏହି ସ୍କୁଲରେ ପ୍ରତିଦିନ ୯ଟାରୁ ୧୨ ପର୍ଯ୍ୟନ୍ତ ପାଠପଢ଼ା ହେଉଛି । ଏଠାରେ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ଦିଆଯାଉଛି । ଅକ୍ଷର ଲେଖି ଶିଖିବା, ବହି ପଢ଼ିବା ଓ ଗଣିତ କରିବା ଭଳି ଶିକ୍ଷା ଏଠାରେ ଦିଆଯାଉଛି । ଯେଉଁ ପିଲାମାନଙ୍କର ଭଲ ପାଠ ହେଉଛି ସେମାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ସେମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତ କରାଯାଉଛି ।