Wipro’ ର ପୂର୍ବତନ CFO ଙ୍କର ମିଲ୍କ ମନ୍ତ୍ର’ରେ ଯୋଗଦାନ

Wipro’ ର ପୂର୍ବତନ CFO ଙ୍କର ମିଲ୍କ ମନ୍ତ୍ର’ରେ ଯୋଗଦାନ

Saturday January 02, 2016,

1 min Read

ଓଡ଼ିଶାରେ ପ୍ରତିଷ୍ଠିତ ଦୁଗ୍ଧଜାତୀୟ ଦ୍ରବ୍ୟ ଉତ୍ପାଦନ କରୁଥିବା କମ୍ପାନୀ ‘ମିଲ୍କ ମନ୍ତ୍ର’ ସମ୍ପ୍ରତି ଏହାର କାର୍ଯ୍ୟ ନିର୍ବାହୀ ବୋର୍ଡ଼ରେ ଶ୍ରୀ ସୁରେଶ ଚନ୍ଦ୍ର ସେନାପତିଙ୍କୁ ଜଣେ ସ୍ଵାଧୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛି। ଶ୍ରୀ ସେନାପତି ନିକଟରେ WIPRO ରୁ CFO ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦୀର୍ଘ ୩୫ବର୍ଷ ବିତାଇଲାପରେ ଅବସର ଗ୍ରହଣ କରିଛନ୍ତି। WIPROର ଅଭିବୃଦ୍ଧିରେ ଏବଂ ଆଜିର ସୁଦୃଢ ସ୍ଥିତିରେ ଏହାକୁ ପହଞ୍ଚାଇବାରେ ତାଙ୍କର ଶ୍ରୀ ପ୍ରେମଜୀଙ୍କ ସହ ଘନିଷ୍ଠଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି।

image


ତାଙ୍କର ‘ମିଲ୍କ ମନ୍ତ୍ର’ରେ ଯୋଗଦାନ ନିଷ୍ପତ୍ତି ବିଷୟରେ ପ୍ରଶ୍ନ କଲାରୁ ସେ କହିଲେ, “ ‘ମିଲ୍କ ମନ୍ତ୍ର’ର ନିଆରା ବ୍ୟବସାୟିକ ଢଙ୍ଗ ଏବଂ ‘inclusive growth’ ର ନୀତି ମୋତେ ଖୁବ୍ ଆକର୍ଷିତ କରଛି। ଏହା ଛଡ଼ା ଏହା ତ ମୋ ନିଜ ରାଜ୍ୟରେ ସ୍ଥାପିତ ହୋଇଛି। ମୁଁ ଏହାର ବୋର୍ଡ଼ରେ ଯୋଗ ଦେଇଥିବାରୁ ଅତ୍ୟନ୍ତ ଖୁସି ଏବଂ ଆଶା କରୁଛି ଯେ ମୋର ଶ୍ରୀମିଶ୍ର ଏବଂ ତାଙ୍କ ଟିମ୍ ସହିତ ଦାୟିତ୍ଵ ନିର୍ବାହ ଉଦ୍ୟୋଗଟିର ଅଭିବୃଦ୍ଧି ଏବଂ ଦୃଢ ପରିଚାଳନା ଭିତ୍ତି ନିର୍ମାଣରେ ସାର୍ଥକ ହେବ”।

ଏହାର 100% CAGRଅଭିବୃଦ୍ଧି ସହିତ ଏବେ ‘ମିଲ୍କ ମନ୍ତ୍ର’ ଏଇ ବର୍ଷ ୧୨୫ କୋଟି ଟଙ୍କା ଆୟ କରିବ ବୋଲି ଆଶା ରଖିଛି।‘ମିଲ୍କ ମନ୍ତ୍ର’ ଏହାର ଉତ୍ପାଦର କ୍ଷେତ୍ରକୁ ଓଡ଼ିଶା ବାହାରେ କୋଲକାତା,ବାଙ୍ଗାଲୋର,ହାଇଦ୍ରାବାଦ,ଏବଂ ରାଞ୍ଚିକୁ ସମ୍ପ୍ରସାରିତ କରିସାରିଛି। ଏହାର ନୈତିକ ଦୁଗ୍ଧ ସଂଗ୍ରହର ନେଟୱାର୍କ ୩୫,୦୦୦କୃଷକଙ୍କ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।