ଗାନ୍ଧୀଜୀଙ୍କ ଲିଖିତ ପାଞ୍ଚଟି ବହି ଯାହାକୁ ଉଦ୍ଯୋଗୀ ମାନେ ପଢିବା ଉଚିତ୍

ଗାନ୍ଧୀଜୀଙ୍କ ଲିଖିତ ପାଞ୍ଚଟି ବହି ଯାହାକୁ ଉଦ୍ଯୋଗୀ ମାନେ ପଢିବା ଉଚିତ୍

Saturday February 11, 2017,

3 min Read

ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ଲୋକେ ମୁଖ୍ଯତଃ ମହାତ୍ମା ଗାନ୍ଧୀ ବୋଲି ଜାଣନ୍ତି। ମହାତ୍ମାର ଅର୍ଥ ହେଉଛି ମହାନ ଆତ୍ମା। ମହାତ୍ମା ଗାନ୍ଧୀ ନିଃସନ୍ଦେହ ଭାବେ ଭାରତରେ ଜନ୍ମ ହେଇଥିବା କିଛି ମହାନ ଆତ୍ମାଙ୍କ ମଧ୍ୟରେ ଜଣେ ଥିଲେ। ଭାରତକୁ ସ୍ଵାଧୀନତା ଦେବା ପାଇଁ ସେ ଶାନ୍ତିପୂର୍ଣ୍ଣ ଭାବେ ଏବଂ ଅହିଂସାର ପଥ ଅବଲମ୍ବନ କରି ଲଢିଥିଲେ।

Image : (L) Goodreads; (C) - MLBD; (R) - Organised Thoughts

Image : (L) Goodreads; (C) - MLBD; (R) - Organised Thoughts


ଅନେକ ଦଶନ୍ଧି ପରେ ମହାତ୍ମା ଗାନ୍ଧୀଙ୍କୁ ଆମେ ତାଙ୍କର ଅସାମାନ୍ୟ ଜୀବନ ଦର୍ଶନ ଏବଂ ଶିକ୍ଷା ପାଇଁ ମନେରଖିଛୁ। ନିରକ୍ଷରତା ବିରୋଧରେ ତାଙ୍କର ଲଢେଇ କୁହ ଅବା ସମାଜର ଅବହେଳିତ ବର୍ଗଙ୍କ ସମାନ ଅଧିକାର ପାଇଁ ତାଙ୍କର ନିରନ୍ତର ସଂଘର୍ଷ, ଆମେ ସର୍ବଦା ତାଙ୍କୁ ସେ ନିଜେ ବିଶ୍ଵାସ କରୁଥିବା କାରଣ ପାଇଁ ଲଢେଇ କରୁଥିବାର ନିଦର୍ଶନ ଦେଖିଛୁ।

ଗାନ୍ଧୀଜୀଙ୍କ ବିଷୟରେ ଅନେକ ଲୋକ ବହି ଲେଖିଛନ୍ତି। କିନ୍ତୁ ନିଜେ ମହାତ୍ମା ଗାନ୍ଧୀ ଅନେକ ବହି ଲେଖିଛନ୍ତି। ନିଜେ ଲେଖିଥିବା ପୁସ୍ତକ ମାନଙ୍କରେ ସେ ବିକାଶ ନିମନ୍ତେ ଶିଳ୍ପାୟନର ଭୂମିକା, ଗାଁ, ମାନସିକ ସ୍ୱାସ୍ଥ୍ୟ, ସାଧୁତା, ପରିଶ୍ରମ ଏବଂ ସାମାଜିକ ବିକାଶ ସମ୍ପର୍କରେ ବିସ୍ତାରରେ ବର୍ଣ୍ଣନା କରିଛନ୍ତି। ଏଠାରେ ଆମେ ତାଙ୍କ ଦ୍ଵାରା ଏପରି ପାଞ୍ଚଟି ପୁସ୍ତକର ତାଲିକା ଦେଉଛୁ ଯାହାକୁ ସମସ୍ତ ଉଦ୍ଯୋଗୀ ମାନେ ପଢିବା ଉଚିତ।

The Story of my Experiments with Truth

ଏହି ପୁସ୍ତକରେ ସେ ନିଜର ପ୍ରାରମ୍ଭିକ ଜୀବନରୁ ଆରମ୍ଭ କରି ଉତ୍ତର ଜୀବନ ପର୍ଯ୍ୟନ୍ତ ନାନା ବିଷୟରେ ଅନୁଭୂତିକୁ ଛୋଟ ଛୋଟ ନିବନ୍ଧ ଆକାରରେ ଲେଖିଛନ୍ତି। ବାଲ୍ୟକାଳରୁ ଆରମ୍ଭ କରି ୧୯୨୧ ପର୍ଯ୍ଯନ୍ତ ହେଇଥିବା ନାନା ଘଟଣା ଓ ଅନୁଭୂତିର ବ୍ୟାଖ୍ୟା ରହିଛି ଏଥିରେ। ନିଜ ଜୀବନର ମୂଲ୍ୟବୋଧ ଗୁଡ଼ିକୁ ସେ କିପରି ଓ କେଉଁ ପୃଷ୍ଠଭୂମିରେ ତିଆରି କଲେ ସେ ନେଇ ଖୁବ ଗୂଢ ସାମାଜିକ ଅବମ ଆଧ୍ୟାତ୍ମିକ ଦୃଷ୍ଟିଭଙ୍ଗୀର ସହ ସେ ଆଲୋଚନା କରିଛନ୍ତି। ଏହି ବହିଟି ପଢିଲେ କିପରି ଜଣେ ବ୍ୟକ୍ତି ନିଜର ଲକ୍ଷ୍ୟପଥେ ଗତି କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି ଏବଂ ପରିପୂର୍ଣ୍ଣତାର ସହ ଏହା କରିଛନ୍ତି ସେ ସମ୍ପର୍କରେ ଜଜାଣିବାକୁ ମିଳିବ।

ହିନ୍ଦ ସ୍ଵରାଜ

ଏହି ବହିଟି ୧୯୦୯ରେ ଲେଖା ଯାଇଥିଲା। ସେତେବେଳେ ଭାରତରେ ବ୍ରିଟିଶ ରାଜ ଚାଲିଥାଏ। ଦେଶର ସ୍ଵାଧୀନତା ଏକ ସୁଦୂର ସ୍ଵପ୍ନ ଥାଏ। କିନ୍ତୁ ଏହି ବହିକୁ ପଢିଲେ ବୁଝିପାରିବେ ଯେ ସେ ସେଭଳି ଏକ ସମୟରେ ମଧ୍ୟ ନିଜର ଲକ୍ଷ୍ୟକୁ ଖୁବ ସ୍ପଷ୍ଠ ଭାବେ କଳ୍ପନା କରିଥିଲେ ଏବଂ ଲକ୍ଷ୍ୟ ହାସଲ କରିବା ପାଇଁ ପଥର ରୂପାୟନ ମଧ୍ୟ କରିପାରିଥିଲେ।

India of my Dreams

ମହାତ୍ମା ଗାନ୍ଧୀ ଲେଖିଥିବା ନାନା ପ୍ରବନ୍ଧ ଏବଂ ଦେଇଥିବା ଭାଷଣରୁ କିଛିର ସଂକଳନ କରାଯାଇ ଏହି ବହିଟି ପ୍ରକାଶିତ ହେଇଥିଲା। ଗାନ୍ଧୀଜୀ ଯେଉଁ ସ୍ଵାଧୀନ ଭାରତର ସ୍ଵପ୍ନ ଦେଖିଥିଲେ ତାହାର ଏକ ଝଲକ ଏଥିରେ ଦେଖିବାକୁ ମିଳେ। ଅନେକ ମହାନ ଦିଗଦର୍ଶୀ ଓ ଦାର୍ଶନିକ ମାନଙ୍କ ମତରେ ଏହି ବହିଟି ସେମାନଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ସାଜିଛି। ନିଜର ସ୍ଵପ୍ନ ମଧ୍ୟରେ ନିହିତ ଗଭୀର ଜ୍ଞାନର ଝଲକ ଦେଇଛନ୍ତି ଏଥିରେ ଗାନ୍ଧୀ।

Village Swaraj

ଗ୍ରାମ ପଞ୍ଚାୟତର ଗଠନ ସାହାଯ୍ୟରେ ରାଜନୈତିକ ଏବଂ ଆର୍ଥିକ କ୍ଷମତାର ବିକେନ୍ଦ୍ରୀକରଣ ଉପରେ ଗାନ୍ଧୀଜୀଙ୍କର ମତାମତକୁ ନେଇ ଆଧାରିତ ଏହି ବହି। ସାଧାରଣ ମଣିଷଙ୍କୁ ନେଇ ଗଢା ସାମୁହିକ କାର୍ଯ୍ୟକ୍ରମ ମାନଙ୍କ ମଧ୍ୟରେ ଯେ ଅସୀମ ଶକ୍ତି ନିହିତ ତାହା ଏହି ବହି ପଢିଲେ ଜଣାଯାଏ।

Constructive Program- Its Meaning and Place

Constructive Program ବୋଲି ଶବ୍ଦଟି ମଧ୍ୟ ମହାତ୍ମା ଗାନ୍ଧୀ ନିଜେ ସୃଷ୍ଟି କରିଥିଲେ। ସମାଜରେ ଆତ୍ମନିର୍ଭରତା ସୃଷ୍ଟି କରିବା ପାଇଁ ବିଭିନ୍ନ ବ୍ୟବସ୍ଥା ଏବଂ ପ୍ରକ୍ରିୟା ଗଠନ ଉପରେ ସେ ଅନେକ ଗୁରୁତ୍ଵ ଦେଇଥିଲେ। ଏହି ବହିଟି ପଢିବା ଦ୍ଵାରା ଏକ ସଫଳ ସଂସ୍ଥା କିଭଳି ଭାବେ ଗଠନ କରିବେ ଏବଂ ପରିଚାଳନା କରିବେ ସେ ନେଇ ଅନେକ ମାର୍ଗଦର୍ଶନ ମିଳିବ।

ଏ ସମସ୍ତ ବହି ସ୍ଵପ୍ନଦର୍ଶୀ ବ୍ୟକ୍ତି ମାନଙ୍କ ପାଇଁ କୌଣସି ପୁରସ୍କାର ଠାରୁ କମ ନୁହେଁ।