ଜୁବେଦା ବାଈ ନିଜର ଗହଣା ବିକି ଆରମ୍ଭ କରିଥିଲେ ପରିଚ୍ଛନ୍ନ ପ୍ରସୂତୀ କିଟ ତିଆରି ଯାହାକି ବଞ୍ଚାଉଛି ଅନେକ ଜୀବନ

ଜୁବେଦା ବାଈ ନିଜର ଗହଣା ବିକି ଆରମ୍ଭ କରିଥିଲେ ପରିଚ୍ଛନ୍ନ ପ୍ରସୂତୀ କିଟ ତିଆରି ଯାହାକି ବଞ୍ଚାଉଛି ଅନେକ ଜୀବନ

Wednesday November 18, 2015,

3 min Read

ଚେନ୍ନାଇର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିବା ଜୁବେଦା ବାଇ ଭାରତର ନାରୀମାନେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ କିପରି କଠିନ ପରିଶ୍ରମ କରୁଛନ୍ତି, ତାହା ଅନୁଭବ କରିଥିଲେ । ତାଙ୍କ ମାଁ ସର୍ବଦା କଠିନ ପରିଶ୍ରମ କରୁଥିବା ବେଳେ ତାଙ୍କ ସାଙ୍ଗ ଓ ଭଉଣୀମାନେ ଶିକ୍ଷା ଲାଭରୁ କିପରି ବଂଚିତ ହେଉଥିଲେ ଓ କମ ବୟସରୁ ବିବାହିତ ହେଇଯାଉଥିଲେ ସେ ମର୍ମେ ମର୍ମେ ଅନୁଭବ କରିଥିଲେ । ସେ ଏହି ପ୍ରଚଳିତ ବ୍ୟବସ୍ଥାର ବାହାରେ ଯାଇ ବହୁ କଷ୍ଟରେ ନିଜର ଇଂଜିନିୟରିଂ ଶିକ୍ଷା ସମାପ୍ତ କରିଥିଲେ ଓ ନିଜର କଠିନ ପରିଶ୍ରମ ବଳରେ ବୃତ୍ତି ପାଇ ସ୍ୱିଡେନର ଡଲାରନା ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଂଜିନିୟରିଂ ର ପ୍ରଡକ୍ଟ ଡେଭଲପମେଣ୍ଟ ଓ ଡିଜାଇନରେ ସ୍ନାତ୍ତୋକତ୍ତର ସମାପ୍ତ କରିଥିଲେ । ତାଙ୍କୁ ୨୪ ବର୍ଷ ହୋଇଥିବା ବେଳେ ସେ ହବିବ ଅନୱାରଙ୍କୁ ବିବାହ କରି କାନାଡାକୁ ଯାଇଥିଲେ ।

Picture courtesy: fellowsblog.ted.com

Picture courtesy: fellowsblog.ted.com


କିନ୍ତୁ ଅନୱାର କାର୍ଯ୍ୟ କରୁଥିବା କଂପାନୀ ଭାରତରେ ତାହାର ଏକ ଶାଖା କାର୍ଯ୍ୟାଳୟ ଖୋଲିବାରୁ ସେ ଖୁବ ଶୀଘ୍ର ଚେନ୍ନାଇ ଫେରିଆସିଥିଲେ ।

ଜୁବେଦା ଭାରତକୁ ଆସିବା ପରେ ରୁରାଲ ଇନୋଭେସନନ୍ସ ନେଟୱର୍କ, ଯାହାକି ବର୍ତ୍ତମାନ ଭିଲଗ୍ରୋ ନାମରେ ପରିଚିତ, କଂପାନୀରେ ପ୍ରଡକ୍ଟ ଇନୋଭେସନ ଏବଂ ସୃଜନାତ୍ମକ ପ୍ରଡକ୍ଟ ତିଆରି କରୁଥିବା ବ୍ୟକ୍ତିମାନଙ୍କୁ ସହାୟତା କରି ଏହାକୁ ବ୍ୟବସାୟିକ ପୃଷ୍ଠଭୂମି ଯୋଗାଇ ଦେବାକୁ ଦାୟିତ୍ୱ ବହନ କଲେ । ଏଠାରେ ସେ ଅନେକ ସୃଜନ ବ୍ୟବସାୟିକ ରୂପ ପାଉ ନଥିବାର ଲକ୍ଷ୍ୟ କଲେ ଏବଂ ଏହାର ପରିବର୍ତ୍ତନ କରିବାକୁ ଚାହିଁଲେ । ତେଣୁ ତାଙ୍କର ପ୍ରଡକ୍ଟ ଇନୋଭେସନ ଓ ସ୍ୱାମୀଙ୍କ ଆର୍ଥିକ କ୍ଷେତ୍ରରେ ଥିବା ଅଭିଜ୍ଞତାକୁ ଭିତ୍ତି କରି କାମ ଆରମ୍ଭ କରିବାକୁ ସ୍ଥିର କଲେ ।

ସେ ସର୍ବଦା ମହିଳା ବିଶେଷ କରି ଗ୍ରାମୀଣ ମହିଳାମାନଙ୍କ ପାଇଁ କିଛି କରିବାକୁ ଚାହୁଁଥିଲେ ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ମଧ୍ୟ ଏପରି ଭାବନା ଥିବା ସେ ଜାଣିବାକୁ ପାଇଲେ ଯେ କି ତାଙ୍କର ମା ଓ ଖୁଡୀଙ୍କୁ ଅସ୍ୱାସ୍ଥ୍ୟକର ସ୍ୱାସ୍ଥ୍ୟ ସେବା ଯୋଗୁ ହରାଇଥିଲେ । ସେ ସମୟକୁ ତାଙ୍କର ବୋଷ୍ଟନରେ ଜଣେ ପ୍ରଫେସରଙ୍କ ସହ ସାକ୍ଷାତ ତାଙ୍କୁ କୋଲୋରାଡୋର ଫୋର୍ଟ କୋଲିନ୍ସର କୋଲୋରାଡୋ ଷ୍ଟେଟ ବିଶ୍ୱବିଦ୍ୟାଳୟରୁ ସୋସିଆଲ ଏଣ୍ଡ ସଷ୍ଟେନେବଲ ଏଣ୍ଟରପ୍ରାଇଜେସ ବିଷୟରେ ଏମବିଏ କରିବାର ସୁଯୋଗ ଆଣିଦେଲା । ତାଙ୍କ ବ୍ୟବସାୟର ପ୍ରଡକ୍ଟ ଉପରେ ଅନୁଧ୍ୟାନ ପାଇଁ ବୁଲୁଥିବା ସମୟରେ ହଠାତ ସେ ପିଲା ଜନ୍ମ ସମୟରେ ଡାକ୍ତରଖାନାର ଅସ୍ୱାସ୍ଥ୍ୟକର ପରିବେଶ ଓ ଅବିଶୋଧିତ ସରଞ୍ଜାମର ବ୍ୟବହାର ଉପରେ ଲକ୍ଷ୍ୟ କଲେ ଓ ତାଙ୍କର ପ୍ରଥମ ସନ୍ତାନ ଜନ୍ମ ସମୟରେ ସେ କିପରି ସଂକ୍ରମଣର ଶୀକାର ହୋଇଥିଲେ ତାହା ମନେପଡିଗଲା । ଏଥିରୁ ଭଲ ହେବା ପାଇଁ ତାଙ୍କୁ ପ୍ରାୟ ଏକ ବର୍ଷ ସମୟ ଲାଗିଥିଲା । ମୁଁ ହବିବଙ୍କୁ ମାତୃତ୍ୱ ସ୍ୱାସ୍ଥ୍ୟ ଉପରେ କାମ କରିବାକୁ ପରାମର୍ଶ ଦେଲି ଓ ୨୦୦୯ରେ ଆମେ ଦୁଇଜଣ ମିଶି ସ୍ୱାସ୍ଥ୍ୟସେବା ପ୍ରଡକ୍ଟର ବ୍ୟବସାୟ ଆରମ୍ଭ କରିବାକୁ ଆମେରିକାରେ ଆୟାଝର ପଞ୍ଜିରଣ କଲୁ ।

ଅନେକ ପ୍ରସୂତି ବିଶେଷଜ୍ଞ , ମାତୃତ୍ୱ ସ୍ୱାସ୍ଥ୍ୟ ଉପରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ଲୋକଙ୍କ ସହ କଥା ହେବାପରେ ଗରୀବ ଲୋକ ମାନେ ଜନ୍ମ ସମୟରେ ଆବଶ୍ୟକୀୟ ସ୍ୱଛତା ଓ ବିଶୋଧନ ପାଇଁ ଅର୍ଥ ଖର୍ଚ୍ଚ କରିପାରିବେ ନାହିଁ ବୋଲି ଜାଣିବାକୁ ପାଇଲେ, ଯାହାକି ତାଙ୍କୁ ଜନ୍ମ ନାମକ ସ୍ୱଛ ବାର୍ଥ କିଟ୍ ର ସୃଷ୍ଟି ପାଇଁ ପ୍ରବର୍ତ୍ତାଇଲା । ଏହା ନିରାପଦ ଓ ସ୍ୱାସ୍ଥ୍ୟପଦ ସନ୍ତାନ ଜନ୍ମ ପାଇଁ ୱାର୍ଲ୍ଡ ହେଲ୍ଥ ଅର୍ଗାନାଇଜେସନ ଦ୍ୱାରା ଜାରି କରାଯାଇଥିବା ସମସ୍ତ ସର୍ତ୍ତାବଳୀକୁ ପୂରଣ କରି ଆବଶ୍ୟକୀୟ ସମସ୍ତ ଜନ୍ମ ଉପକରଣ ଯୋଗାଇଥାଏ ।

ଏକ ଅଜଣା ରାସ୍ତାର ପଥିକ ସାଜି ଆମେ ଆମର ସମସ୍ତ ସଂଚୟ ଓ ଗହଣାକୁ ବିନିଯୋଗ କରି ଏହି ନୂତନ ବ୍ୟବସାୟର ଆରମ୍ଭ କଲୁ । ଚେନ୍ନାଇ ଉପକଣ୍ଠର କୁଥାମ୍ବକମ୍ ଗ୍ରାମର ମହିଳାମାନଙ୍କୁ ଏହି ଜନ୍ମ ବାର୍ଥ କିଟ୍ କୁ ଆସେମ୍ବଲ କରିବାରେ ସାହାଯ୍ୟ କରିବାରେ ନିୟୋଜିତ କରି ଆମର ଯାତ୍ରା ଆରମ୍ଭ କଲୁ ବୋଲି ଜୁବେଦା ବାଇ କୁହନ୍ତି ।

ଏ ଯାବତ ଏହା ଭାରତ, ହାଇତି, ଆଫଗାନିସ୍ଥାନ ଓ ଆଫ୍ରିକାର ଅନେକ ଦେଶରେ ସଫଳ ବ୍ୟବସାୟ ପ୍ରତିଷ୍ଠା କରିପାରିଛି ଓ ଅନ୍ୟ ଦେଶମାନଙ୍କରେ ମଧ୍ୟ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଏହା ସିଧାସଳଖ ଗ୍ରାହକମାନଙ୍କୁ, ଡାକ୍ତରଖାନା ଓ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡିକୁ ବିକ୍ରି କରାଯାଉଛି । ଜନ୍ମ ବ୍ୟତୀତ ଏହା ଅନ୍ୟାନ୍ୟ ମହିଳା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସ୍ୱଚ୍ଛ ଓ ବିଶୋଧନ ସାମଗ୍ରୀ ମଧ୍ୟ ବ୍ୟବସାୟ କରୁଛି । ଏଥିସହ ବିଶ୍ୱର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଉପରେ ସତର୍କତାର ସନ୍ଦେଶ ପହଂଚାଇବା ପାଇଁ ବିଭିନ୍ନ ସ୍ୱାସ୍ଥ୍ୟମେଳା ଓ ମୋବାଇଲ ହେଲ୍ଥ କାର୍ଯ୍ୟକ୍ରମ ଆୟୋଜିତ କରିବା ସହିତ ମୋବାଇଲରେ ସ୍ୱଛ ଓ ନିରାପଦ ପିଲା ଜନ୍ମ ସମ୍ବନ୍ଧୀୟ ଭଏସ ମେସେଜ ଦେବା ଓ ଗ୍ରାମୀଣ ସ୍ୱାସ୍ଥ୍ୟସେବା ଉପରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ବିଭିନ୍ନ ତାଲିମ ପ୍ରଦାନ କରୁଛି ।