ହ୍ଵାଟସ୍‌ଆପ୍‌ର ନୂଆ ଫିଚର୍‌

ହ୍ଵାଟସ୍‌ଆପ୍‌ର ନୂଆ ଫିଚର୍‌

Wednesday February 01, 2017,

2 min Read

ମେସେଞ୍ଜର ଆପ୍ ଦୁନିଆରେ ଏବେ ପ୍ରବଳ ପ୍ରତିଯୋଗୀତା। କିଏ କାହାକୁ ପଛରେ ପକାଇ ଆଗକୁ ମାଡିଯିବ ଏ ନେଇ ଚାଲିଛି ଅନେକ ନବୋନ୍ମେଷ। ଏହା ସହ ଲୋକପ୍ରିୟ ମେସେଞ୍ଜର ଆପ୍ ହ୍ଵାଟସ୍‌ଆପ୍‌ କେତେକ ପରିବର୍ତ୍ତନ ଆଣିଛି। ଏବେ ଏଥିରେ ଅଣାଯାଇଥିବା ପରିବର୍ତ୍ତନ ଅନୁସାରେ ଜଣେ ନିଜ ବନ୍ଧୁଙ୍କର ରିଅଲ୍‌ ଟାଇମ୍‌ ଲୋକେସନ୍‌ ଜାଣିପାରିବ। କେବଳ ସେତିକି ନୁହେଁ ଏକ ଗ୍ରୁପ୍‌ରେ ଥିବା ଲୋକ ବି ନିଜ ଗ୍ରୁପ୍‌ ସଦସ୍ୟଙ୍କର ଲୋକେସନ୍‌ ଜାଣିପାରିବେ।

image


ଆପଲ୍‌ର ଅପରେଟିଙ୍ଗ୍‌ ସିଷ୍ଟମ ଆଇଓଏସ୍‌ରେ ହ୍ଵାଟସ୍‌ଆପ୍‌ ବିଟା ୨.୧୭.୩.୨୮ ଭର୍ସନରେ ଏହା ଏବେ ଉପଲବ୍ଧ ହେଉଛି। ଏହାକୁ ଜଣେ ଚାହିଁଲେ ଆକ୍ଟିଭେଟ୍‌ ବା ଡିଆକ୍ଟିଭେଟ୍‌ କରିପାରିବେ।

କେବଳ ଏତିକି ନୁହେଁ ହ୍ଵାଟସ୍‌ଆପ୍‌ରେ ଏବେ ଜିଆଇଏଫ୍‌ ସେୟାରିଂ, ଏଚ୍‌ଡି ଭିଡିଓ କଲିଂ, ୩୦ଟି ମିଡିଆ ଫାଇଲ୍‌ ସେୟାରିଂ, ୧୦ଟି ଭାରତୀୟ ଭାଷାର ବ୍ୟବହାର, ବିନା ଇଣ୍ଟର୍‌ନେଟ୍‌ରେ ଆଇଓଏସ୍‌ ବ୍ୟବହାରକାରୀମାନେ ଏହାକୁ ବ୍ୟବହାର କରିବା ପରି ଫିଚର୍‌ ଏବେ ଉପଲବ୍ଧ ହେଉଛି।

ହ୍ଵାଟସ୍‌ଆପ୍‌ରେ୍‌ ଏବେ ବିନା ଇଣ୍ଟରନେଟ୍‌ରେ ମେସେଜ୍‌ କରିହେବ। ତେବେ, ଏହି ସୁବିଧା ଏବେ କେବଳ ଆଇଫୋନ୍‌ ବ୍ୟବହାରକାରୀମାନଙ୍କୁ ମିଳିଛି। ଖରାପ ଇଣ୍ଟରନେଟ୍‌ କନେକସନ୍‌ ଓ ବିନା ଇଣ୍ଟରନେଟ୍‌ କନେକ୍‌ସନରେ ଏବେ ସନ୍ଦେଶ ପଠାଇ ହେବା ସହ ଏହାକୁ ଧାଡ଼ିରେ ରଖିବା ପାଇଁ ସୁବିଧା ଦିଆଯାଇଛି। ଆଇଓଏସ୍‌ ବ୍ୟବହାରକାରୀମାନେ ଏବେ ଏହାର ସୁବିଧା ଉଠାଇ ପାରିବେ।

ହ୍ଵାଟସ୍‌ଆପ୍‌୍‌ର ୨.୧୬.୧୮୯ ଭର୍ସନରେ ‘କଲ୍‌ବ୍ୟାକ୍‌ ଅପସନ୍‌’ ଦିଆଯାଇଛି। ଏକ କଲ୍‌କୁ ଗ୍ରହଣ ନ କଲେ ବି ସ୍କ୍ରିନ୍‌ର ଏକ କୋଣରେ କଲ୍‌ବ୍ୟାକ୍‌ ଅପସନ୍‌ ପ୍ରଦର୍ଶିତ ହେବ।

ଏବେ ହ୍ଵାଟସ୍‌ଆପ୍‌୍‌ରେ ଜିଆଇଏଫ୍‌ ସର୍ଚ୍ଚ କରିବା ଅପସନ୍‌ ଉପଲବ୍ଧ ହେବ। ନିକଟ ଅତୀତରେ କେବଳ ଜିଆଇଏଫ୍‌ ଛବି ପଠାଇବା ପାଇଁ ଏଥିରେ ସୁବିଧା ଦିଆଯାଇଥିଲା। ଏବେ ହ୍ଵାଟସ୍‌ଆପ୍‌୍‌ରେ ଏହାକୁ ସର୍ଚ୍ଚ କରିବା ସହ ସେୟାର କରିହେବ।

ହ୍ଵାଟସ୍‌ଆପ୍‌୍‌ରେ ଭିିଡିଓ କଲିଂ ସୁବିଧା ଉପଲବ୍ଧଥିବା ବେଳେ ଏବେ ଭାରତ ପରି ଦେଶରେ ଏଚ୍‌ଡି ଭିଡିଓ କଲିଂ ସୁବିଧା ଦେଉଛି ହ୍ଵାଟସ୍‌ଆପ୍‌୍‌। ଭଲ ଇଣ୍ଟରନେଟ୍‌ କନେକସନ ଥିବା ସ୍ଥାନରେ ଏଚ୍‌ଡି ଭିଡିଓ କଲିଂ କରିହେବ।

୧୦ଟି ଭାରତୀୟ ଭାଷାରେ ହ୍ଵାଟସ୍‌ଆପ୍‌୍‌କୁ ବ୍ୟବହାର କରିହେବ। ଏବେ ଏଥିରେ ଏକ ଟୁଲ୍‌ ଉପଲବ୍ଧ ହେଉଛି ଯେଉଁଥିରେ ହ୍ଵାଟସ୍‌ଆପ୍‌୍‌ ବ୍ୟବହାରକାରୀ ନିଜ ଭାଷାରେ ଅନୁବାଦ କରିବା ସହ ନିଜ ଭାଷାକୁ ବି ଏଥିରେ ବ୍ୟବହାର କରି ପାରିବେ।

ଏବେ ଏଥିରେ ୩୦ଟି ଫଟୋ ଓ ଭିଡିଓ ସେୟାର କରିହେବ। ଆଗରୁ ଏହା ୧୦ଟି ଥିଲା। ଏବେ ୩୦ଟି ମଡିଆକୁ ହ୍ଵାଟସ୍‌ଆପ୍‌୍‌ରେ ସେୟାର କରିପାରିବର ଅପସନ୍‌ ଉପଲବ୍ଧ ହେଉଛି।