ଦୀପକ ରବିନ୍ଦ୍ରନ: ଅଧାରୁ ପାଠ ଛାଡ଼ିଥିଲେ, ଏବେ ଦେଉଛନ୍ତି ଚାକିରି

By Pravat Pattanaik

ଦୀପକ ରବିନ୍ଦ୍ରନ: ଅଧାରୁ ପାଠ ଛାଡ଼ିଥିଲେ, ଏବେ ଦେଉଛନ୍ତି ଚାକିରି

Friday December 25, 2015,

4 min Read

ହାଇପର୍ ଲୋକାଲ୍ ମେସେଜିଂ ଆପ୍ସ “ଲୁକ୍ ଅପ୍’କୁ ବିକଶିତ କରିଛନ୍ତି ବେଙ୍ଗାଲୁରୁର ଯୁବକ ଦୀପକ ରବିନ୍ଦ୍ରନ । ରବିନ୍ଦ୍ରନଙ୍କ ଉଦ୍ୟୋଗୀ ହେବା କାହାଣୀ ବେଶ ପ୍ରେରଣାଦାୟକ । ଏକଦା କଲେଜରେ ପାଠ ପଢ଼ୁଥିବା ବେଳେ ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ଅଧାରୁ ପାଠ ଛାଡ଼ି ଦେଇଥିଲେ । ଏବେ ନିଜ କଲେଜର ଅଧିକାଂଶ ବିର୍ଦ୍ୟାଥୀଙ୍କୁ ଚାକିରି ଦେଉଛନ୍ତି ଏହି ଯୁବକ । ସେ ବିକଶିତ କରିଥିବା ମେସେଜିଙ୍ଗ ଆପ୍ସ ଜରିଆରେ ବ୍ୟବସାୟ ସଂସ୍ଥାଗୁଡ଼ିକ ଗ୍ରାହକଙ୍କ ସହ ସଂପର୍କ ସ୍ଥାପନ କରିପାରୁଛନ୍ତି । ଏହି ଷ୍ଟାର୍ଟଅପ୍ ସଂସ୍ଥାରେ Twitterର ସହ ପ୍ରତିଷ୍ଠାତା ବିଜ୍ ଷ୍ଟୋନ୍ ଓ Infosysର ପୂର୍ବତନ ସିଇଓ କ୍ରିସ୍ ଗୋପାଳକୃଷ୍ଣନ ପୁଞ୍ଜିନିବେଶ କରିଛନ୍ତି । ନିକଟରେ ଲୁକ୍ ଅପ୍ ଏହାର ଚୂଡ଼ାନ୍ତ ପର୍ଯ୍ୟାୟ ପାଣ୍ଠି ହାସଲ କରିଛି ।

image


ମା’ଙ୍କ କଥାରୁ ବାହାରିଥିଲା ନୂଆ ପରିକଳ୍ପନା

କେରଳର କାସରଗଡ଼ରେ ହେଉଛି ରବିନ୍ଦ୍ରନଙ୍କ ଘର । ନିଜ ଘରେ ଥିବା ବେଳେ ସେ ଦିନେ ଦେଖିଲେ ତାଙ୍କ ମା’ ହ୍ୱାଟସ୍ଆପ୍ ଜରିଆରେ ଗ୍ରୋସରି ଦୋକାନରୁ ସାମଗ୍ରୀ ଆଣିବାକୁ ବରାଦ ଦେଉଛନ୍ତି । ବାସ୍, ଲୁକ୍ ଅପକୁ ଆରମ୍ଭ କରିବାକୁ ସେହିଦିନ ରବିନ୍ଦ୍ରକୁ ମିଳିଗଲା ପ୍ରେରଣା । ଲୋକମାନେ ଯେଉଁ ଭଳି ଭାବେ ଚାଟିଙ୍ଗକୁ ଜୀବନର ଏକ ଅଙ୍ଗ ଭାବେ ପରିଣତ କରିଛନ୍ତି ତାହାକୁ ନେଇ ଏକ ବ୍ୟବସାୟିକ ସଂସ୍ଥା ଗଠନ କରିବାରେ ଲାଗିପଡ଼ିଲେ ରବିନ୍ଦ୍ରନ।

image


ହ୍ୱାଟସ୍ଆପରେ କଣ ହୁଏ ନା କୌଣସି ବ୍ୟକ୍ତିଙ୍କ ସହ ଚାଟିଂ କରିବାକୁ ହେଲେ ତାଙ୍କ ଫୋନ୍ ନମ୍ବରକୁ ନିଜ ଫୋନରେ ସେଭ୍ କରିବାକୁ ପଡୁଛି । ଯଦି ନିଜର ପ୍ରୋଫାଇଲ୍ ଫୋଟୋ ପରିବର୍ତ୍ତନ ହେଲା ତାହା ସମସ୍ତେ ଜାଣିପାରୁଛନ୍ତି । ଏହା ଗୋପୀନିୟତାର ଉଲ୍ଲଘଂନ ହେଉଛି ବୋଲି ଧରାଯାଇପାରିବ । ଲୁକ୍ ଅପ୍ ଜରିଆରେ ରବିନ୍ଦ୍ରନ ସେହି ସମସ୍ୟାଗୁଡ଼ିକୁ ସମାଧାନ କରିବାକୁ ପ୍ରୟାସ କରିଛନ୍ତି ।

୩୦ ବର୍ଷୀୟ ରବିନ୍ଦ୍ରନଙ୍କ ଏହା ହେଉଛି ତୃତୀୟ ଷ୍ଟାର୍ଟଅପ୍ । ଏହା ପୂର୍ବରୁ ସେ ଏସ୍ଏମ୍ଏସ୍ ଭିତ୍ତିକ ସର୍ଚ ଇଞ୍ଜିନ ଆଇନଜ୍ ବିକଶିତ କରିଥିଲେ । ୨୦୦୭ରେ ଆଇନଜକୁ ବିକଶିତ କରିଥିଲେ । ସେହି ସମୟରେ ମୋବାଇଲ୍ ଫୋନରେ ମେସେଜ୍ ପଠାଇବାର କ୍ରେଜ୍ ବହୁତ ବଢ଼ିଯାଇଥିଲା । କିନ୍ତୁ ଇଂଟରନେଟ୍ ଏତେ ବ୍ୟାପକ ଭାବେ ଲୋକମାନଙ୍କ ପାଖରେ ପହଚିଂ ପାରି ନ ଥିଲା । ସେଥିପାଇଁ ସେ ଆଇନଜ୍ ନାମକ ଏସଏମ୍ଏସ ଭିତ୍ତିକ ଅଫଲାଇନ୍ ସର୍ଚ ଇଞ୍ଜିନ ଆରମ୍ଭ କରିଥିଲେ । ତାଙ୍କର ସବୁଠୁ ବଡ଼ ଶକ୍ତି ହେଉଛି ସେ ମେସେଜିଂ ଶିଳ୍ପକୁ ବହୁତ ଭଲ ଭାବେ ବୁଝିପାରିଛନ୍ତି । ତାହା ହିଁ ତାଙ୍କୁ ପରିବର୍ତ୍ତୀତ ସମୟରେ ନୂତନ ଷ୍ଟାର୍ଟଅପ୍ ସଂସ୍ଥା ସୃଷ୍ଟି କରିବାକୁ ପ୍ରେରଣା ଯୋଗାଉଛି ।

୨୦୧୪ ବେଳକୁ ସେ ପୁଣି ବୁଝିପାରିଲେ ଯେ ଡାଟା ସହିତ ଭଏସ୍ କଲର ଗୁରୁତ୍ୱ ମଧ୍ୟ ସମ ପରିମାଣରେ ବୃଦ୍ଧି ପାଇଲାଣି । ସେ ଚାଟିଂଙ୍ଗ ଓ ମୋବାଇଲ୍ ଆପ୍ସକୁ କିଭଳି ଏକତ୍ରିତ କରାଯାଇପାରିବ ସେ ବିଷୟରେ ଭାବିବାକୁ ଲାଗିଲେ । ସେହି ଭାବନାରୁ ହିଁ ଲୁକ୍ ଅପର ମୁଳଦୁଆ ପଡ଼ିଥିଲା ।

ଷ୍ଟିଭ୍ ଜବ୍ସ ଥିଲେ ପ୍ରେରଣା ଉତ୍ସ

ଋବିନ୍ଦ୍ରନଙ୍କୁ ୧୮ ବର୍ଷ ହୋଇଥିବା ବେଳେ ସେ ଥିଲେ ଜଣେ ସାଧାରଣ ଭାରତୀୟ ବିଜ୍ଞାନ ଛାତ୍ର । ଉଭୟ ଇଞ୍ଜିନିୟରିଂ ଓ ମେଡିକାଲ୍ ପ୍ରବେଶିକା ପରୀକ୍ଷା ଦେଇ ଭଲ ରାଙ୍କ ରଖିଥିଲେ । ମାତ୍ର କମ୍ପ୍ୟୁଟର ପ୍ରତି ରହିଥିବା ଦୁର୍ବଳତା ଯୋଗୁଁ ସେ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ ପଢ଼ିବାକୁ ଆଗ୍ରହ ଦେଖାଇଥିଲେ । ରବିନ୍ଦ୍ରନ ଜାଣିବାକୁ ପାଇଲେ ଯେ ଇଟଂରନେଟର ଇତିହାସ ବେଶି ପୁରୁଣା ନୁହେଁ । ସେ ଯେତେବେଳେ ଡାଏଲ ଅପରେ ଇଟଂରନେଟ୍ ସଂଯୋଗ କରି ବିଭିନ୍ନ ବିଷୟ ପଢ଼ିବାକୁ ଲାଗିଲେ ତାହା ତାଙ୍କ ମନକୁ ଆନ୍ଦୋଳିତ କରିଦେଇଥିଲା । ଇଟଂରନେଟର ଶକ୍ତିରେ ବିମୋହିତ ହୋଇ ସେ ବିଭିନ୍ନ ପ୍ରଯୁକ୍ତି ବାଦଶାହଙ୍କ ପ୍ରେରଣାଦାୟୀ କାହାଣୀଗୁଡ଼ିକୁ ପଢ଼ିବାକୁ ଲାଗିଲେ । ସେ ଆପଲର ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ କାହାଣୀ ପଢ଼ିଲେ । କମ ବୟସରେ କିଭଳି ସେମାନେ ବ୍ୟବସାୟ ଆରମ୍ଭ କରିଥିଲେ ତାହା ଜାଣିବାକୁ ପାଇଥିଲେ ।

image


୨୦୦୭ରେ ଅଧାରୁ ଇଞ୍ଜିନିୟରିଂ ଛାଡ଼ିଦେଲେ

୨୦୦୫ରେ ସେ କାସରଗଡ଼ରେ ଥିବା ଲାଲ ବାହାଦୂର ଶାସ୍ତ୍ରୀ ଇଞ୍ଜିନିୟରିଂ କଲେଜରେ ପ୍ରବେଶ କରିଥିଲେ । ୨୦୦୭ରେ ତିନି ଜଣ ସହପାଠୀ ମିଶି ଏକ ପ୍ରକଳ୍ପ ବିକଶିତ କରିଥିଲେ ଯାହା ଆଇଆଇଏମ୍-ଅହମ୍ମଦାବାଦର ଦୃଷ୍ଟି ଆକର୍ଷଣ କରିଥିଲା । ସେହି ପରିକଳ୍ପନାକୁ ରୂପ ଦେବା ପାଇଁ ୩-୫ ଲକ୍ଷ ଟଙ୍କାର ପାଣ୍ଠି ପ୍ରଦାନ କରାଯିବ ବୋଲି ଆଇଆଇଏମ୍-ଏ ଆସେଲେଟରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଗଲା । ଏବେ ରବିନ୍ଦ୍ରନଙ୍କ ପାଖରେ ଦୁଇଟି ବିକଳ୍ପ ଥିଲା । ଗୋଟିଏ ହେଉଛି ନିଜ ସ୍ୱପ୍ନକୁ ଭୁଲି ଯିବେ ଆଉ ପାଠପଢ଼ାରେ ମନୋନିବେଶ କରିବେ । ଦ୍ୱିତୀୟଟି ଥିଲା ପାଠ ଅଧାରୁ ଛାଡ଼ି ଦେଇ ସ୍ୱପ୍ନକୁ ଅନୁସରଣ କରିବେ । ଦ୍ୱିତୀୟ ବିକଳ୍ପଟିକୁ ସେ ଚୟନ କଲେ । ଆଶ୍ଚର୍ଯ୍ୟର ବିଷୟ ହେଉଛି ତିନି ସହପାଠୀ ଅଧାରୁ ପାଠ ଛାଡ଼ିଦେଲେ ବୋଲି ତାଙ୍କ ଘର ଲୋକ ଜାଣିପାରି ନ ଥିଲେ । ଘର ଲୋକ ଭାବୁଥିଲେ ଯେ ଆଇଆଇଏମରେ ଏମବିଏ ପଢ଼ିବାକୁ ସେମାନେ ଯାଇଛନ୍ତି । କଲେଜ ଛାଡ଼ିବା ବେଳକୁ ରବିନ୍ଦ୍ରନଙ୍କ ବହୁତ ଡ଼ର ଥିଲା । ଯିଦ ଉଦ୍ୟୋଗଟି କାମ ନ ଦେବ ତେବେ ତାଙ୍କୁ ଭଲ ଚାକିରି ଖଣ୍ଡିଏ ଆଉ ମିଳିବ ନାହିଁ । କିନ୍ତୁ ସେଭଳି ଦିନ ଆସି ନ ଥିଲା । ଯେଉଁ ଚାକିରି ହରାଇବାକୁ ରବିନ୍ଦ୍ରନ ଡରୁଥିଲେ ଏବେ ସେ ନିଜ କଲେଜର ୧୦୦ ଛାତ୍ରଛାତ୍ରୀଙ୍କୁ ଆଇନଜ୍ ଓ ଲୁକ୍ ଅପରେ ଚାକିରି ଦେଇଛନ୍ତି ।

ପ୍ରତିଯୋଗୀରୁ ସହଯୋଗୀ

୨୦୧୩ରେ ଏଭଳି ଏକ ସମୟ ଥିଲା ଯେତେବେଳେ ରବିନ୍ଦ୍ରନଙ୍କ ଆଇନଜ୍ କଂପାନିର ପ୍ରତିଯୋଗୀ ଥିଲା Twitter। ପରବର୍ତ୍ତୀ ସମୟରେ କିନ୍ତୁ Twitterର ସହ ପ୍ରତିଷ୍ଠାତା ବିଜ୍ ଷ୍ଟୋନ୍ ରବିନ୍ଦ୍ରନଙ୍କ ସହଯୋଗୀ ହୋଇଯାଇଥିଲେ । ସେ ଲୁକ୍ ଅପରେ ପୁଞ୍ଜିନିବେଶ କରିଥିଲେ । Infosysର କ୍ରିସ୍ ଗୋପାଳକୃଷ୍ଣନ ମଧ୍ୟ ଲୁକ୍ ଅପରେ ଥିବା ଦମକୁ ପରଖିପାରି ସେଥିରେ ପୁଞ୍ଜିନିବେଶ କରିଛନ୍ତି ।

Check the App here.