ପିଏଚଡି ପାଇଥିବା ପ୍ରଥମ କିନ୍ନର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ

ପିଏଚଡି ପାଇଥିବା ପ୍ରଥମ କିନ୍ନର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ

Monday May 02, 2016,

3 min Read

ସ୍ରୋତ ବିରୁଦ୍ଧରେ ପହଁରିବା ବେଶ ଏକ କ୍ଳାନ୍ତିକର ଓ କାଠିକର ପାଠ। ଠିକ ସେହିପରି ଏକ ହିଞ୍ଜଡା ବା କିନ୍ନରର ଜୀବନ। ସେମାନେ ଏକସଙ୍ଗେ ଦୁଇ ଦୁଇଟି ସ୍ରୋତ ବିପକ୍ଷରେ ଗତି କରନ୍ତି, ସଂପୂର୍ଣ୍ଣ ସମାଜ ଓ ସାଙ୍ଗରେ ରହୁଥିବା ଗୋଷ୍ଠୀ। ସମାଜକୁ ନିଜର ପକ୍ଷପାତପୂର୍ଣ୍ଣ ବିଚାରଧାରାରେ ପରିବର୍ତ୍ତନ ଆଣିବା ନିହାତି ଦରକାର। ଯଦିଓ ବର୍ତ୍ତମାନ ପରିସ୍ଥିତି ଧୀରେ ଧୀରେ ସୁଧୁରିଲାଣି, କିନ୍ତୁ ଏମାନଙ୍କୁ ସମାଜ ମଧ୍ୟରେ ପୂରାପୂରି ଭାବେ ଆପଣେଇନେବା ପାଇଁ ଦରକାର ଉପଯୁକ୍ତ ଶିକ୍ଷା। 

image


ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ହେଲେ ଦେଶର ଜଣେ ସେଲେବ୍ରିଟୀ କିନ୍ନର। ସେ ଶିକ୍ଷା କ୍ଷେତ୍ରର ସର୍ବୋଚ୍ଚ ସମ୍ମାନ ପିଏଚ୍ଡି ହାସଲ କରିଛନ୍ତି । ସମାଜର ଅନେକ କଟକଣା ସତ୍ୱେ ଏଭଳି ସମ୍ମାନ ହାସଲ କରିବା ସହଜ କଥା ନୁହେଁ । କେବଳ ଶିକ୍ଷା ନୁହେଁ ଅନେକ କ୍ଷେତ୍ରରେ ସେ ଅଜସ୍ର ଖ୍ୟାତି ଅର୍ଜନ କରିଛନ୍ତି । ମହାରାଷ୍ଟ୍ରର ଥାନେରେ ସେ ଜନ୍ମ ହୋଇଥିଲେ । କିନ୍ନର ହୋଇଥିଲେ ମଧ୍ୟ ନିଜର ଉପଲବ୍ଧି ପାଇଁ ସେ ଏବେ ଜଣେ ପ୍ରେରଣାର ଉତ୍ସ ପାଲଟିଛନ୍ତି । BigBoss, ରାଜ ପିଛଲେ ଜନମ କା, ଦଶ କା ଦମ୍ ଓ ସଚ୍ କା ସାମ୍ନାର ଚର୍ଚ୍ଚିତ ଟେଲିଭିଜନ୍ ଶୋ’ର ସେ ଅଂଶ ହୋଇଥିଲେ ।

ପିଲା ବେଳେ ଭୟ ଲାଗୁଥିଲା

ଲକ୍ଷ୍ମୀ କହନ୍ତି ମୁଁ ଯେବେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲି, ସେତେବେଳେ ମୋତେ ବହୁତ ଭୟ ଲାଗୁଥିଲା । ସମସ୍ତେ ମୋତେ ଡରାଉଥିଲେ । ଅନେକ ସହପାଠୀ ଓ ବାଟଘାଟରେ ଲୋକେ ଗାଳି ଦେଉଥିଲେ, ଡରାଉଥିଲେ, ଧମକାଉଥିଲେ । ଏବେ କିନ୍ତୁ ଏମିତି ସେମିତି କିଛି ହେଉ ନାହିଁ । ଲୋକମାନେ ମୋତେ ଡରାଇବା ବଦଳରେ ମୁଁ ତାଙ୍କୁ ଡରାଇ ଦେଉଛି । ସେ ବାର୍ ଡ୍ୟାନ୍ସଠାରୁ ଆରମ୍ଭ କରି ଫେସନ୍ ସୋ’ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି। ଜାତିସଂଘର ଏସିଆ ପାସିଫିକ୍ କିନ୍ନର ସମ୍ମିଳନୀରେ ସେ ଦେଶର ପ୍ରତିନିଧିତ୍ୱ କରିଛନ୍ତି । ସେହି ଯାତ୍ରାର ଅନୁଭୂତି ବିଷୟରେ ଲକ୍ଷ୍ମୀ କହନ୍ତି ଯାତ୍ରା ବେଶି କଠିନ ନଥିଲା କି ଏତେ ସହଜ ବି ନଥିଲା ।

ବାପା ମା’ ମୋ ପ୍ରେରଣା

ତେବେ ମୁଁ ଏକଥା ମୁଁ ନିଶ୍ଚିତ ଭାବେ ସ୍ୱୀକାର କରିବି ଯେ, ଆଜି ମୁଁ ଯେଉଁଠି ବି ପହଂଚିଛି ମୋ ମା ଓ ବାପାଙ୍କ ଯୋଗୁ । କାରଣ ମୁଁ କିନ୍ନର ବୋଲି ଜାଣିବା ପରେ ସମାଜରୁ ବହୁ କଟାକ୍ଷ ଶୁଣିବାକୁ ମିଳିଥିଲା । କିନ୍ତୁ ସେମାନେ ମତେ ଘରୁ ତଡ଼ି ଦେଇନଥିଲେ ବରଂ ମୋ ମୁତାବକ ମତେ ଆଗକୁ ବଢ଼ିବା ପାଇଁ ସମସ୍ତ ସୁଯୋଗ ଦେଇଥିଲେ । ତାହା ହିଁ ମୋ ମନରେ ଆତ୍ମ ବିଶ୍ୱାସ ଭରି ଦେଇଥିଲା । ଏ ଦୀର୍ଘ ଯାତ୍ରା ଭିତରେ ଅନେକ ତାତ୍ସଲ୍ୟ ଶୁଣିଛି । ତେବେ ଏସବୁକୁ ମୁଁ ଖାତିର୍ କରେନାହିଁ । କାରଣ ସେମାନେ ହିଁ ମତେ ଶିଖାଇଛନ୍ତି ନିଜକୁ ଭଲ ପାଇବା ଶିଖ । ଆଉ ଏହା ହିଁ ମତେ ଆଗକୁ ବାଟ କଢ଼ାଇ ନେଇଛି ବୋଲି ଲକ୍ଷ୍ମୀ କହିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ମୋ ମା ମତେ କଣ ଭାବନ୍ତି ତାହା ଅଲଗା କଥା । କିନ୍ତୁ ଦୁନିଆକୁ ଏୟା ମାନିବାକୁ ପଡ଼ିବ କି, ଲକ୍ଷ୍ମୀନାରାୟଣ ତ୍ରିପାଠୀ କଣ ଚାହୁଁଛି । ଲୋକେ କଣ କହୁଛନ୍ତି, ସମାଜ ମତେ କଣ କହୁଛି ସେଥିରେ ମୋର କିଛି ନେଣଦେଣ ନାହିଁ । ମୁଁ ଯେତେବେଳେ ଘରେ ପହଁଚେ ସେତେବେଳେ ସବୁ କିଛି ବାହାରେ ପକାଇ ଦେଇ ଆସେ ।

ପୁସ୍ତକ ରଚନା

ସେ ଲେଖିଛନ୍ତି ଏକ ପୁସ୍ତକ ମି ହିଜ୍ରା ମି ଲକ୍ଷ୍ମୀ ।ଏହି ପୁସ୍ତକ ହେଉଛି ଲକ୍ଷ୍ମୀନାରାୟଣ ତ୍ରିପାଠୀର ସମଗ୍ର ଜୀବନ । ମୁୁଁ ସାମ୍ନା କରିଥିବା ସମସ୍ୟା ଏବଂ ମୋ ଉତଥାନ ପତନର ପ୍ରତଟି କଥାବସ୍ତୁ ଏଥିରେ ନିହିତ ଅଛି । ଖାଲି ସେତିକି ନୁହେଁ ଏବେ 'ରେଡ୍ ଲିପଷ୍ଟିକ : ମେନ୍ ଇନ୍ ମାଇଁ ଲାଇଫ୍' ଶୀର୍ଷକ ଏକ ବହି ବି ପ୍ରକାଶ ଅପେକ୍ଷାରେ ରହିଛି । ଏଥିରେ ମୋ ଜୀବନରେ ଆସିଥିବା ପ୍ରତିଟି ପୁରୁଷଙ୍କ ସମ୍ପର୍କରେ ଲେଖାଯାଇଛି । ମୋତେ ନିର୍ଯାତନା ଦେଇଥିବା ଏବଂ ମୁଁ ଶାସନ କରିଥିବା ପୁରୁଷଙ୍କଠୁ ଆରମ୍ଭ କରି ମୋ ବାପାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ବିଷୟରେ ଏଥିରେ ଲେଖାଯାଇଛି ।

ବୃତି ବିଷୟରେ ପଦେ

ନିଜର ବୃତି ବିଷୟରେ ଲକ୍ଷ୍ମୀ କହନ୍ତି ଟେଲରିଂ ମେସିନ୍ ଯୋଗାଇ ଦେଇ କର୍ତ୍ତବ୍ୟ ସାରି ଦେଉଥିବା ସରକାର ଆମକୁ କେବେ ପଚାରି ବୁଝିଛନ୍ତି ଆମେ କଣ ଚାହୁଁ । ଏ ବିଷୟରେ ଆମକୁ ବସାଇ ମିଳିତ ଆଲୋଚନା ଆବଶ୍ୟକ । ଆମ ପାଇଁ କଣ ଦରକାର ଆମକୁ ବି ଶୁଣିବା ଦରକାର । ସରକାର ଆମ ଉପରେ ଯଦି ବାଧ୍ୟବାଧକତାରେ ଯୋଜନା ଲଦିବେ ତେବେ ଏହା କୌଣସି ଦୃଷ୍ଟିରୁ ମଧ୍ୟ ଫଳପ୍ରଦ ହେବ ନାହିଁ ବୋଲି ସେ କହିଛନ୍ତି ।