ଓଡ଼ିଶାରୁ ୩ ଜଣଙ୍କୁ ପଦ୍ମଶ୍ରୀ

ଓଡ଼ିଶାରୁ ୩ ଜଣଙ୍କୁ ପଦ୍ମଶ୍ରୀ

Tuesday January 26, 2016,

1 min Read

ସମ୍ବଲପୁରୀ/କୋଶଳୀ ଭାଷାର ଲୋକକବି ହଳଧର ନାଗ, ପ୍ରସିଦ୍ଧ ଫିଲ୍ମ ନିର୍ମାତା ନୀଳମାଧବ ପଣ୍ଡା ଏବଂ ବୟନ କଳା ଡିଜାଇନର୍ ଶ୍ରୀଭାଷ ସୂପକାର ଏଥର ପଦ୍ମଶ୍ରୀ ସମ୍ମାନର ଅଧିକାରୀ ହୋଇଛନ୍ତି ।

ହଳଧର ନାଗ ବରଗଡ଼ ଜିଲ୍ଲା ଘେଁସରେ ୧୯୫୦ ମସିହା ମାର୍ଚ୍ଚ ୩୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ କୃତୀ ମଧ୍ୟରେ ରହିଛି- ଅଛିଆଁ, ମହାସତୀ ଉର୍ମିଲା, ମନ୍ଦୋଦରୀ, ବଛେର୍, ସିରି ସମଲେଇ ଇତ୍ୟାଦି । ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପୁରସ୍କୃତ ହୋଇ ସାରିଛନ୍ତି ।

image


ନୀଳ ମାଧବ ପଣ୍ଡା ସୁବର୍ଣ୍ଣପୁର ଜିଲ୍ଲାର ଦଶରାଜପୁର ଗାଁର ମୂଳନିବାସୀ । ସେ ୧୯୭୩ ମସିହା ଅକ୍ଟୋବର ୧୮ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ନିର୍ଦ୍ଧେଶିତ ଚଳଚିତ୍ର - ଆଇ ଏମ୍ କାଲାମ୍ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଜଲପରି, ବବଲ୍ ହ୍ୟାପି ହୈ, କୌନ କିତନେ ପାନି ମେଁ, ବୋକନ୍ ହିଲ୍ ତାଙ୍କର ଅନ୍ୟାନ୍ୟ ଚଳଚିତ୍ର । ସେ ଜାତିସଂଘ ମିଡ଼ିଆ ଫେଲୋସିପ୍, ୟୁକେ ଫିଲ୍ମ ଫେଲୋସିପ ପାଇଛନ୍ତି ।

ନୀଳମାଧବ twitterରେ https://twitter.com/nilamadhabpandaରେ ଅଛନ୍ତି।

ନିଜ ପ୍ରତିକ୍ରିୟାରେ ନୀଳମାଧବ କହିଛନ୍ତି- ଏହା କେବଳ ମୋ ପାଇଁ ନୁହେଁ, ସାରା ଓଡ଼ିଶା ପାଇଁ ସମ୍ମାନ । ମୋ କଳାତ୍ମକ ପ୍ରତିଭାର ବିକାଶ ପାଇଁ ଓଡ଼ିଶା ହିଁ ସୁଯୋଗ ଦେଇଛି ।

ସେହିଭଳି ଶ୍ରୀଭାଷ ସୂପକାର ସମ୍ବଲପୁରର ମୂଳ ନିବାସୀ । ସେ ଏବେ ବାରାଣାସୀରେ ରହୁଛନ୍ତି । ତାଙ୍କ ପିତା ଯଦୁନାଥ ସୂପକାର ୧୯୮୫ରେ ପଦ୍ମଶ୍ରୀ ପାଇଥିଲେ । ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି- ଏ ପୁରସ୍କାର ମୁଁ ମୋ ପିତାଙ୍କୁ ଉତ୍ସର୍ଗ କରୁଛି । ମୋ ବୟନ ଶିଳ୍ପ ଡିାଇନିଂ କେବଳ ୟୁପିରେ ସୀମିତ ରହିଛି । ଓଡ଼ିଶାରେ ଏହାର ପ୍ରଚାର ପ୍ରସାର କରିବାକୁ ମୋର ଲକ୍ଷ୍ୟ ରହିଛି ।