ଭାରତୀୟ ଆକାଶରେ ବିପ୍ଳବ ଆଣିଥିବା କ୍ୟାପଟେନ ଗୋପୀନାଥ

ଭାରତୀୟ ଆକାଶରେ ବିପ୍ଳବ ଆଣିଥିବା କ୍ୟାପଟେନ ଗୋପୀନାଥ

Friday December 11, 2015,

3 min Read

ସମାଜର ବିଭିନ୍ନ ସମସ୍ୟାଗୁଡିକୁ ଚିହ୍ନିବା ଓ ସବୁ ସମସ୍ୟାକୁ ଯୋଡି ଏକ ସାଧାରଣ ସମାଧାନ ବାହାର କରିବା ଉଦ୍ୟୋଗ ଗଢିବାର ଏକ ପ୍ରମୁଖ ଲକ୍ଷ୍ୟ ଅର୍ଥାତ୍ ଉଦ୍ୟୋଗୀଟିଏ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକରେ ଏକ ସମ୍ଭାବନା ଦେଖେ। ସମସ୍ୟାର ସମାଧାନ ବାହାର କରେ ଓ ତାହାକୁ ନେଇ ଏକ ଉଦ୍ୟୋଗ ଗଢେ। ଏପରି ଜଣେ ଉଦ୍ୟୋଗୀ ହେଉଛନ୍ତି ଗୋରୁର ରାମସ୍ଵାମୀ ଆୟାଙ୍ଗାର ଗୋପୀନାଥ ବା ଆମମାନଙ୍କର ପରିଚିତ କ୍ୟାପନେଟ ଗୋପୀନାଥ।

image


ଦିନ ଥିଲା ଆମ ଦେଶରେ ବିମାନ ଯାତ୍ରା କ୍ଷେତ୍ରରେ କେବଳ ଧନୀ ଲୋକମାନଙ୍କ ଏକାଧିପତ୍ୟ ଥିଲା। ସାଧାରଣ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ କେବଳ ଏଥିପାଇଁ ସ୍ଵପ୍ନ ଦେଖତ୍ପାରୁଥିଲେ। କିନ୍ତୁ ଜଗତିକରଣ ପରେ ଦେଶର ମଧ୍ୟବିତ୍ତ ଶ୍ରେଣୀ କ୍ରମଶଃ ଅଧିକ ସ୍ଵଚ୍ଛଳ ହେବାକୁ ଲାଗିଲା ଓ ତା ସହିତ ବଢିଚାଲିଲା ସେମାନଙ୍କ ଆଶା ଓ ଅଭଳାଷ ବିମାନଯାତ୍ରା କରିବା ଆଉ ସାଧାରଣ ଲୋକଟିଏର ସ୍ଵପ୍ନ ନହୋଇ ଆବଶ୍ୟକତା ପାଲଟିଗଲା। ଦେଶର ଏହି ପରିବର୍ତ୍ତନକୁ ଠିକଭାବେ ଚିହ୍ନିପରିଥିଲେ କ୍ୟାପେଟେନ ଗୋପୀନାଥ। କ୍ରମଶଃ ତରୁଣ ହୋଇଚାଲିଥିବା ଦେଶର ଏକ ବିଶାଳ ଜନସଂଖ୍ୟା ଲାଗି ବିମାନ ସେବାକୁ ସୁଲଭ କରିବାକୁ ହେବ। ଏହି ଲକ୍ଷ୍ୟ ନେଇ କ୍ୟାପଟେନ ଗୋପୀନାଥ ଆରମ୍ଭ କରିଥିଲେ ଏୟାର ଡେକାନ, ଯାହାକି ଭାରତର ବିମାନସେବା କ୍ଷେତ୍ରରେ ବିପ୍ଳବ ଆଣିଦେଇଥିଲା।

image


କ୍ୟାପଟେନ ଗୋପୀନାଥ କର୍ଣ୍ଣାଟକର ହାସନ ଜିଲ୍ଲାର ଗୋରୁରଠାରେ ଜନ୍ମ ଗ୍ରହଣ କରିଥିଲେ। ଏକ କନ୍ନଡ ସ୍କୁଲର ଶିକ୍ଷାରମ୍ଭ କରି ସେ ପରେ ସୈନିକ ସ୍କୁଲରେ ପଢିଥିଲେ। ତା'ପରେ ସେ ଏନଡିଏ ଓ ଆଇଏମଏ (ଇଣ୍ଡିଆନ ମିଲଟାରୀ ଏକାଡେମୀ)ରେ ତାଲିମ ନେଇ ଭାରତୀୟ ସେନାବାହୀନୀରେ ଯୋଗ ଦେଇଥିଲେ। ପରବର୍ତ୍ତୀ କାଳରେ କ୍ୟାପଟେନ ଗୋପୀନାଥ ସେନାବାହିନୀରେ ଜଣେ କ୍ୟାପଟେନରୁ ଜୈବକୃଷକ ହୋଇଥିଲେ। ଥରେ କର୍ଣ୍ଣାଟକର ଗୋଟିଏ କୃଷକ ଦଳ ସହିତ ସେ ଚୀନରେ ଥିବାବେଳେ ସେ ଜଣେ ଯୁବା ମହିଳାଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ ଯିଏକି ଆମେରିକାର ଭିଏତନାମ ଆକ୍ରମଣ ବେଳେ ଦେଶ ଛାଡି ପଳାଇଯାଇଥିଲେ ତାଙ୍କୁ ଏକ ଫରାସୀ ଦମ୍ପତି ପାଳନ କରିଥିଲେ ଓ ବଡ଼ ହୋଇ ସେ ଜଣେ ହେଲିକପ୍ଟର ପାଇଲଟ ହୋଇଥିଲେ। ଯେତେବେଳେ ଭିଏତନାମ ଯୁଦ୍ଧ ଶେଷ ହୋଇଗଲା ସେ ନିଜର ମାତୃଭୂମି ଫେରିଲେ ଓ କିନ୍ତୁ ଦେଶର ଅବସ୍ଥା ଦେଖି ତାଙ୍କର ହୃଦୟ କାନ୍ଦିବାକୁ ଲାଗିଲା। ଦେଶବାସୀଙ୍କ ସହାୟତା ଲାଗି ସେ କଣ କରିପାରିବେ ? ଭିଏତନାମ ଯୋଗାଯୋଗ ବ୍ୟବସ୍ଥା ଆବଶ୍ୟକ କରୁଥିଲା, କିନ୍ତୁ ସଡକ ନଥିଲା। ସେ ତତକ୍ଷଣାତ୍ ନିଷ୍ପତ୍ତି ନେଲେ ଯେ ସେ ଏକ ହେଲିକପ୍ଟର ସେବା ଆରମ୍ଭ କରିବେ,ଏହାହିଁ ହେବ ଦେଶପ୍ରତି ତାଙ୍କର ଅବଦାନ। 

image


ତାଙ୍କ ସଂପର୍କରେ ଏହା ପଢି କ୍ୟାପଟେନ ଗୋପୀନାଥଙ୍କର ହୃଦବୋଧ ହେଲା ଯେ, ହେ ଭଗବାନ ! ଆମ ଦେଶ ମଧ୍ୟ ଠିକ୍ ଏହା ହିଁ ଆବଶ୍ୟକ କରେ ଭାରତର ଆର୍ଥିକ ଉଦାରୀକରଣ ଆରମ୍ଭ ହୋଇଯାଇଥିଲା, କିନ୍ତୁ ଅନେକ ଜରୁରୀ ଆବଶ୍ୟକତା ଯେପରିକି ଏରିଆଲ ମ୍ୟାପିଂ, ମେଡିକାଲ ଇଭାକ୍ଵେସନ(ଡାକ୍ତରୀ ଚିକିତ୍ସା ପାଇଁ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଆକାଶମାର୍ଗରେ ଆଣିବା),ହେଲିକପ୍ଟର ପର୍ଯ୍ୟଟନ ଆଦି ପାଇଁ କିଛି ସୁବିଧା ସୁଯୋଗ ନଥିଲା। ଏଠାରେ ଏକ ବିନ୍ଦୁ ଥିଲା କିନ୍ତୁ କିପରି ତାହାକୁ ଅନ୍ୟ ବିନ୍ଦୁ ଗୁଡିକ ସହ ଯୋଡାଯିବ ? କାହାଣୀର ଏକ ଖତ୍ଅ ତାଙ୍କ ସାଥୀ ସାମଙ୍କ ସହ ଯୋଡିହେଲା ସେନାବାହିନୀରେ ଜଣେ ହେଲିକାପ୍ଟର ପାଇଲଟ ଥିବା ସାମ ସେନାବାହିନୀ ଛାଡିବା ପରେ ଏକ ନୂଆ ଚାକିରି ଖୋଜୁଥିଲେ ତେବେ ବହୁ ଚେଷ୍ଟା ସତ୍ତ୍ୱେ ସେ ଏକ ମନମୁତାବକ ଚାକିରି ପାଇନଥିଲେ, ଫଳରେ ଅନ୍ୟ ଉପାୟ ନପାଇ ସେ ଏକ କୋରିୟର କମ୍ପାନିରେ ଚାକିରି କରିବାକୁ ବାଧ୍ୟ ହେଲେ। କେବଳ ସେ ନୁହେଁ ସେ ସମୟରେ ସେନାର ହେଲିକପ୍ଟର ଚଳାଉଥିବା ଶହ ଶହ ପାଇଲଟ ସେନା ଛାଡିବାପରେ ବେକାର ହୋଇଯାଇଥିଲେ। ଏହା ଆଉ ଏକ ବିନ୍ଦୁ ଥିଲା ଯେତେବେଳେ ଜଣେ ଶିଳ୍ପଦ୍ୟୋଗୀ ବିଭିନ୍ନ ବିନ୍ଦୁକୁ ଯୋଡନ୍ତି। ଅର୍ଥାତ୍ କେତେଗୁଡିଏ ସମସ୍ୟା ବା ପରିସ୍ଥିତିକୁ ଏକ ବୃହତ ଦୃଷ୍ଚିକୋଣରୁ ଦେଖନ୍ତି,ଏକ ସୁଯୋଗ-ସମ୍ଭାବନା ଆତ୍ମପ୍ରକାଶ କରେ। ସେମାନେ ଭବିଷ୍ୟତର ସମ୍ଭାବନା ବହନ କରୁଥିବା ନକସା ବାହରୁଥିବା ଦେଖତ୍ପାରନ୍ତି ଏବଂ ଏହିପରି ଭାବରେ କ୍ୟାପଟେନ ଗୋପୀନାଥଙ୍କ ପରିକଳ୍ପନାରେ ଚାର୍ଟାର୍ଡ ହେଲିକପ୍ଟର ସେବା ଡେକାନ ଆଭିଏସନ ଆତ୍ମପ୍ରକାଶ କଲା। ଏହାର କିଛି ବର୍ଷପରେ ସେ ଏୟାର ଡେକାନ ବିମାନ ସେବା କମ୍ପାନି ଆରମ୍ଭ କରି ଭାରତୀୟ ବିମାନ ସେବା କ୍ଷେତ୍ରରେ ଏକ ବିପ୍ଳବ ଆଣିଥିଲେ।