ଏବେ ଭୁବନେଶ୍ୱରରେ ଓଲା ଅଟୋ

ଏବେ ଭୁବନେଶ୍ୱରରେ ଓଲା ଅଟୋ

Wednesday April 13, 2016,

3 min Read

ପରିବହନ ପାଇଁ ଭାରତର ସବୁଠୁ ଲୋକପ୍ରିୟ ମୋବାଇଲ୍ ଆପ୍ ଓଲା ପକ୍ଷରୁ ଭୁବନେଶ୍ୱରରେ ଓଲା ଅଟୋ ଆରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । କଂପାନିର ପ୍ଲାଟଫର୍ମରେ ଅଟୋ-ରିକ୍ସାକୁ ସାମିଲ କରାଯାଇଛି । ଏହି ସେବା ଦେଶର ମୋଟ ୨୪ଟି ସହରରେ ଉପଲବ୍ଧ ହୋଇଛି । ଆଜି ଯେଉଁ ୧୨ଟି ସହରରେ ଓଲା ଅଟୋ ସେବା ଆରମ୍ଭ କରାଯାଇଛି ସେଥିରେ ଭୁବନେଶ୍ୱର ରହିଛି । ଅନ୍ୟ ସହରଗୁଡ଼ିକ ହେଉଛି ଭୋପାଳ, ରାଂଚି, ଉଦୟପୁର, କୋଟା, ସୁରଟ, ଗୌହ୍ୱାଟି, କୋଏମ୍ବାଟୁର, ନାଗପୁର, ଯୋଧପୁର ଓ ବିଶାଖାପାଟଣା । ଏହା ଜରିଆରେ ଲୋକମାନେ ଘରେ ବସି କିମ୍ବା ଅଫିସରୁ କିଛି ମିନିଟ୍ ଭିତରେ ଅଟୋ ରିକ୍ସା ବୁକ୍ କରିପାରିବେ । ଏଥିପାଇଁ ସୁଲଭ ଦର ନିର୍ଧାରଣ କରାଯାଇଛି । ତେଣୁ ଅଟୋରେ ଯିବା ବେଳେ ସେମାନେ ସୁଲଭତାର ଅନୁଭବ କରିବେ । ଏକ ଅର୍ଥନୈତିକ ଓ ଧର୍ମୀୟ ସ୍ଥଳ ଭାବେ ଭୁବନେଶ୍ୱର ହେଉଛି ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଗୁରୁତ୍ୱପୂର୍ଣ୍ଣ ଦ୍ୱିତୀୟ ଶ୍ରେଣୀ ସହର । ପ୍ରଯୁକ୍ତିକୁ ବ୍ୟବହାର କରି ଓଲା ଭୁବନେଶ୍ୱର ଭଳି ଅଧିକରୁ ଅଧିକ ସହରକୁ କଂପାନି ଏହାର ପ୍ଲାଟଫର୍ମରେ ଯୋଡ଼ିବାକୁ ଚାହୁଁଛି । ଏହି ୧୨ଟି ସହରରେ ଓଲା ଅଟୋ ସେବା ଆରମ୍ଭ କରାଯିବା ପରେ ଓଲା ଅଟୋ ଏବେ ଦେଶର ମୋଟ ୨୪ଟି ସହରରେ ପହଂଚିପାରିଛି । ଫଳରେ ଓଲା ଏବେ ଦେଶର ସର୍ବବୃହତ ଅଟୋ ସୁବିଧା ପ୍ରଦାନ କରୁଥିବା ସଂସ୍ଥା ହୋଇପାରିଛି ।

image


ପାରମ୍ପରିକ ଢ଼ଂଗରେ ଅଟୋ ରିକ୍ସା ହାସଲ କରିବା ନାଗରିକଙ୍କ ପାଇଁ ଏକ ଜଟିଳ ବ୍ୟାପାର । ଓଲା ଆପ୍ ଜରିଆରେ ଏବେ ଗ୍ରାହକମାନେ ଘରେ ବସି ଅଟୋ ବୁକିଙ୍ଗ କରିପାରିବେ । ଏଥିରେ ସେମାନେ ମିଟର ଭଳି ଭଡ଼ାରେ ଅଟୋ ନେବାର ସୁବିଧା ପାଇବେ । ଗ୍ରାହକମାନେ ଓଲା ଆପ୍ରେ ନିଜର ଯାତ୍ରା ଉପରେ ନଜର ରଖିପାରିବେ ଓ ସେ ସଂପର୍କିତ ତଥ୍ୟ ନିଜ ପ୍ରିୟଜନଙ୍କ ରିଅଲ ଟାଇମ୍ ଭିତରେ ଲାଇଭ୍ ମ୍ୟାପ୍ ଜରିଆରେ ବାଂଟି ପାରିବେ । ୨୪ଟି ସହରରେ ଓଲା ଅଟୋ ୨୪ ଘଂଟା ସେବା ଯୋଗାଇ ଦେଉଥିବା ବେଳେ ବୁକିଙ୍ଗ କରିବାର ୫ ମିନିଟ୍ ଭିତରେ ପହଂଚୁଛି । ଓଲା ପକ୍ଷରୁ ଏକ ନୂଆ ବିଲିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି ଯେଉଁଥିରେ ବୁକିଙ୍ଗ, ଯାତ୍ରାର ଦୂରତା, ଭଡ଼ା, ନଗଦ ଅର୍ଥ କିମ୍ବା ଓଲା ମନି ଜରିଆରେ ଭଡ଼ା ପ୍ରଦାନ କରାଗଲା ଆଦି ତଥ୍ୟ ସଂରକ୍ଷିତ ରହୁଛି । ଓଲା ଆପ୍ ଜରିଆରେ ଗ୍ରାହକମାନେ ଯାତ୍ରା ଶେଷ ପରେ ବିଲ୍ ପାଇଁ ଆବେଦନ କରିପାରିବେ ଓ ସେମାନେ ଓଲା ମନି ଜରିଆରେ ପେମେଂଟ୍ କରିପାରିବେ ।

image


ଏ ସଂପର୍କରେ ନୀତେଶ ପ୍ରକାଶ, ବରିଷ୍ଠ ନିର୍ଦ୍ଦେଶକ, ଅପରେସନ, ଓଲା କହିଛନ୍ତି ଯେ, 

ସହରୀ ଭାରତର ୨୪ଟି ସହରରେ ଓଲା ଅଟୋ ଉପଲବ୍ଧ କରାଇ ଆମେ ବେଶ ଆନନ୍ଦିତ । ଅଟୋ ଭାରତରେ ଯାତାୟାତର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଥିବା ବେଳେ ପ୍ରତିଦିନ ନିୟୁତାଧିକ ଲୋକ ଅଟୋରେ ଯାତ୍ରା କରୁଛନ୍ତି । ସେମାନଙ୍କୁ ଓଲା ଆପ୍ ରେ ସାମିଲ କରିବା ଦ୍ୱାରା ବ୍ୟବହାରକାରୀଙ୍କ ପାଇଁ ପରିବହନ ଅନୁଭୂତିରେ ପରିବର୍ତ୍ତନ ଆସିବା ସହ ଆମର ଡ୍ରାଇଭର ପାର୍ଟନର୍ ମାନେ ସେମାନଙ୍କ ରାଜସ୍ୱ ପରିମାଣ ଏକ ସକାରାତ୍ମକ ଚାହିଦା ଅନୁସାରେ ବଢ଼ାଇପାରିବେ । ୨୪ଟି ସହରରେ ଅଟୋ ରିକ୍ସା ସେବା ଉପଲବ୍ଧ କରାଯାଇଥିବାରୁ ଆମର ଗ୍ରାହକମାନେ ଏବେ ମାଇକ୍ରୋ ଓ ମିନି ବ୍ୟତୀତ ଅଟୋ ରିକ୍ସା ସେବା ମଧ୍ୟ ହାସଲ କରିପାରିବେ । ଏହା ଜରିଆରେ ଆମେ ୧୦୦ କୋଟି ଭାରତୀୟଙ୍କୁ ପରିବହନ ସୁବିଧା ଯୋଗାଇ ଦେବାକୁ ଯେଉଁ ଲକ୍ଷ୍ୟ ରଖିଥିଲୁ ତାହାର ନିକଟତର ହୋଇପାରିଛୁ ।

ପ୍ରତି ଓଲା ଅଟୋରେ ଜିପିଏସ୍ ଭିତ୍ତିକ ସ୍ମାର୍ଟଫୋନ୍ ରହିଛି ଯାହା ଦ୍ୱାରା ଓଲା ଡ୍ରାଇଭର୍ ପାର୍ଟନର୍ ମାନେ ସେମାନଙ୍କ ନିକଟରେ ଥିବା ଗ୍ରାହକ ଚାହିଦାକୁ ହାସଲ କରିପାରିବେ । ଅଟୋ ଡ୍ରାଇଭର-ପାର୍ଟନରମାନେ ନିଜର ସ୍ମାର୍ଟଫୋନ୍ ରେ ବୁକିଙ୍ଗ ଆବେଦନର ନୋଟିଫିକେସନ୍ ହାସଲ କରିବେ । ସେହି ଆବେଦନକୁ ଗ୍ରହଣ କରିବା ପରେ ଡ୍ରାଇଭରଙ୍କୁ ଗ୍ରାହକଙ୍କ ଘର ପର୍ଯ୍ୟନ୍ତ ପହଂଚିବାର ଦିଗ ପ୍ରଦର୍ଶିତ ହୋଇଯିବ । ଜିପିଏସ୍ ଭିତ୍ତିକ ସ୍ମାର୍ଟଫୋନ୍ ଜରିଆରେ ଗ୍ରାହକମାନେ ସେମାନଙ୍କ ଯାତ୍ରାର ରିଅଲ ଟାଇମ୍ ତଥ୍ୟ ହାସଲ କରିପାରିବେ । ଓଲା ଆପ୍ ରେ ଏସ୍ଓଏସ୍ ଓ ଇନ୍-ଆପ୍ ଫିଡବ୍ୟାକ ସୁବିଧା ରହିଛି । ଓଲା ଆପ୍ ରେ ପଂଜିକୃତ ହୋଇଥିବା ସମସ୍ତ ଡ୍ରାଇଭର ପାର୍ଟନରଙ୍କ କେୱାଇସି ଯାଂଚ କରାଯାଏ ଓ ସେମାନଙ୍କୁ ବ୍ୟବହାର ଓ ପ୍ରଯୁକ୍ତି ବିଷୟରେ ତାଲିମ ପ୍ରଦାନ କରାଯାଇଥାଏ । ଓଲା ଆପ୍ ଅଟୋ ଡ୍ରାଇଭରମାନଙ୍କ ପାଇଁ ୮ଟି ଭାରତୀୟ ଭାଷା ଇଂରାଜି, ହିନ୍ଦୀ, ବଙ୍ଗାଳି, ଗୁଜୁରାଟି, କନ୍ନଡ, ମରାଠି, ତାମିଲ ଓ ତେଲୁଗୁ ଭାଷାରେ ଉପଲବ୍ଧ ହେଉଛି । ଫଳରେ ସ୍ଥାନୀୟ ଅଟୋ ଡ୍ରାଇଭରମାନେ ଏହାକୁ ସହଜରେ ବ୍ୟବହାର କରିପାରୁଛନ୍ତି । ଓଲା ପ୍ଲାଟଫର୍ମରେ ୨୪ଟି ସହରରେ ୧,୦୦,୦୦୦ ଅଟୋ ପଂଜିକୃତ ହୋଇସାରିଛନ୍ତି ଓ ଆଗାମୀ ମାସରେ ଅଧିକ ସହରରେ ଏହି ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖଯାଇଛି ।

ଭୁବନେଶ୍ୱରରେ ଭଡ଼ା: ମୌଳିକ ଭଡ଼ା ୨୦ ଟଙ୍କା ହୋଇଥିବା ବେଳେ ପ୍ରତି କିମି ପାଇଁ ୪ ଟଙ୍କା ଦେବାକୁ ପଡ଼ିବ । ଏହା ବ୍ୟତୀତ ମିନିଟ୍ ପିଛା ୧ ଟଙ୍କା ଦେବାକୁ ପଡ଼ିବ । ରାତିରେ (ରାତି ୧୦ଟାରୁ ସକାଳ ୬ଟା) ଭିତରେ ଅତିରିକ୍ତ ଭଡ଼ା ଦେବାକୁ ହେବ । ଓଲା ପକ୍ଷରୁ ସମସ୍ତ ପ୍ରଥମ ଓଲା ଅଟୋ ଗ୍ରାହକଙ୍କ ପାଇଁ ମାଗଣାରେ (୫୦ ଟଙ୍କା ପର୍ଯ୍ୟନ୍ତ) ଯାତ୍ରା କରିବାର ପ୍ରାରମ୍ଭିକ ଅଫର ଘୋଷଣା କରାଯାଇଛି ।