ରମେଶ ବାବୁ: ବାରିକ ହେଲେ ମାଲିକ Rolls Royceର

0

ଯେଉଁ ମୁହୂର୍ତ୍ତରେ ରେ ମଣିଷ ନିଜର ସମସ୍ତ ସାହସ ଏକଠି କରି ଖୋଦ ନିଜେ ନିଜ ବଞ୍ଚିବାର ମାର୍ଗ ବାଛିନିଏ, ସେଇ ମୁହୂର୍ତ୍ତ ଠାରୁ ସବୁକିଛି ବଦଳିଯାଏ – କହିଥିଲେ ଲିଓନାର୍ଡ ୱିଲୋବୀ।

ରମେଶ ବାବୁ, ଯିଏକି ଏକ ସାଧାରଣ ବାରିକରୁ ବର୍ତମାନ କୋଟିପତି ରେ ପରିଣତ ହେଇଯାଇଛନ୍ତି, ଠିକ ଏହାହିଁ କରିଥିଲେ । ସମୟର ଆରମ୍ଭରୁ ଏପରି ଉଦ୍ୟମଶୀଳତାର କାହାଣୀ ରହିଛି ଏବଂ କେବେ ମଧ୍ୟ ପୁରୁଣା ହୁଏନା, ଯେଉଁଠାରେ ବୀର ବ୍ୟକ୍ତିତ୍ୱ ମାନେ ଅନେକ ବାଧା ବିଘ୍ନ ସତ୍ତେ ଅପାର ସଫଳତା ହାସିଲ କରିଛନ୍ତି । ଏପ୍ରକାର କଥା ଗୁଡିକ ଆମକୁ ଉତ୍ସାହିତ କରେ, ଆମ ମନରେ ବିଶ୍ଵାସ ଜଗାଏ କି ଆମେ ମଧ୍ୟ ଆମ ଅନ୍ତର୍ନିହିତ ଆବେଗକୁ ଏହିପରି ରୂପରେଖ ଦେଇପାରିବୁ।

ରମେଶ ବାବୁ ୧୯୯୪ ରେ ନିଜର ସ୍ୱଳ୍ପ ସଞ୍ଚୟରେ ଏକ ମାରୁତି ଭ୍ୟାନ କିଣିଥିଲେ। ୨୦୦୪ ରେ ରମେଶ ୭ଟି ନିୟମିତ କାର ସହ ଏକ ଟାକ୍ସି ବ୍ୟବସାୟର ପର ମେଲେଇ ସାରିଥିଲେ । ୨୦୧୪ ହେଲାବେଳକୁ ତାଙ୍କ ପାଖରେ ୨୦୦ଟି କାର ଥାଏ । ସବୁଠାରୁ ଅସାଧାରଣ ତଥ୍ୟ ହେଲା, ସେହି ୨୦୦ ଗୋଟି କାର ମଧ୍ୟରୁ ୭୫ ଗୋଟି ଲକ୍ସରି କାର ଅଟେ । ସେଥିରେ Mercedes, BMW’s, Audi’s, ପାଞ୍ଚ ଓ ଦଶଜଣିଆ ବିଳାସପୂର୍ଣ ଭ୍ୟାନ ଏବଂ ତାଙ୍କର ପରମ ଅଭିମାନ ଏକ Rolls Royce ମଧ୍ୟ ରହିଛି ।

ରମେଶ ବାବୁଙ୍କର ଜୀବନର ପ୍ରଥମ ପର୍ଯ୍ୟାୟ ରେ ସେ ଏକ ସାଧାରଣ ଜୀବନଯାପନ ପାଇଁ ଅନେକ ଲଢେଇ କରିଛନ୍ତି । ବର୍ତ୍ତମାନ ସଫଳତା ଏବଂ ଐଶ୍ଵର୍ଯ୍ୟର ଆରାମଦାୟକ ଜୀବନ ଥାଇ ମଧ୍ୟ ସିଏ ତାଙ୍କ କୌଳିକ ବୃତ୍ତି – ନାପିତ – କୁ ଛାଡି ନାହାନ୍ତି । ରମେଶ ସ୍କୁଲ ସମୟରୁ ତାଙ୍କର କୌଳିକ ବୃତ୍ତିକୁ ଆପଣେଇ ନେଇଥିଲେ ଓ ଏବେମଧ୍ୟ ଖୁବ ସ୍ଵାଭିମାନର ସହ କରୁଛନ୍ତି । ତାଙ୍କର ସେଲୁନ ରେ ସେ ତାଙ୍କ କାମ ପାଇଁ ମାତ୍ର ଶହେଟି ଟଙ୍କା ନିଅନ୍ତି । ତାଙ୍କ ସମ୍ବନ୍ଧରେ ଦେଶର ଅନେକ ଟିଭି ଚ୍ୟାନେଲ ଏବଂ ଖବରକାଗଜ ରେ ବାହାରିଛି। ତାଙ୍କର ଅଭୂତପୂର୍ବ ସଫଳତା ଓ ବିନମ୍ରତା ଦ୍ଵାରା ସେ ଏକ ଉପନାମ ଲାଭ କରିଛନ୍ତି – Millionaire Barber (କୋଟିପତି ନାପିତ)। ଏହି ବର୍ଷ ଆରମ୍ଭରେ ଏକ TED talk ସମୟରେ ସେ ଏହି ଉପନାମଟି ବ୍ୟବହାର କରିଥିଲେ ଯାହାକି ଏକ ପ୍ରକାର କିମ୍ବଦନ୍ତୀ ସୃଷ୍ଟି କରିଥିଲା । ଏଠାରେ ରମେଶ ବାବୁ; Millionaire Barber ତାଙ୍କର ନିତାନ୍ତ ପ୍ରେରଣାଦାୟକ କାହାଣୀ ରେ ଆମକୁ ସହଭାଗୀ କରିଛନ୍ତି ।

କଠିନ ପ୍ରାରମ୍ଭ

ମୁ ଜନ୍ମ ହେଇଥିଲି ଏକ ଗରୀବ ପରିବାରରେ । ୧୯୭୯ ମସିହାରେ ମୁ ମାତ୍ର ୭ ବର୍ଷର ହେଇଥିଲି ଯେତେବେଳେ ମୋ ବାପା ଏ ଦୁନିଆ ଛାଡି ଚାଲିଗଲେ। ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ମୋ ମା ଅନ୍ୟମାନଙ୍କ ଘରେ ଚାକରାଣୀ ଭାବେ କାମ କରିବା ଆରମ୍ଭ କଲେ । ବାପା ବ୍ରିଗେଡ ରୋଡରେ ଏକ ସେଲୁନ ଛାଡି ଯାଇଥିଲେ ଯାହାକି ମୋ କକା ଚଳେଇବାକୁ ଲାଗିଲେ । ସେହି ସେଲୁନରୁ ସିଏ ଆମକୁ ଦିନକୁ ପାଞ୍ଚ ଟଙ୍କା ଲେଖେ ଦେଉଥିଲେ । ସେସମୟରେ ଏଇ ପାଞ୍ଚ ଟଙ୍କାର ଦେୟ ମୋର ଓ ମୋ ଭାଇ ଭଉଣୀଙ୍କର ଖିଆପିଆ ଓ ପାଠପଢା ଖର୍ଚ ଉଠେଇବା ପାଇଁ ନିଅଣ୍ଟ ପଡୁଥିଲା । ଆମେମାନେ ଚଳିବା ପାଇଁ ଦିନକୁ ଓଳିଏ ମାତ୍ର ଖାଇ ରହିବାକୁ ଲାଗିଲୁ । ମାଧ୍ୟମିକ ସ୍କୁଲ ସମୟରୁ ମୋ ଛୋଟ ମୋଟ କାମ କରିବାକୁ ଲାଗିଲି କିଛି ପଇସା ରୋଜଗାର କରିବା ପାଇଁ । ଘରେ ଘରେ ଖବରକାଗଜ ପହଞ୍ଚେଇବା ଠାରୁ କ୍ଷୀର ବୋତଲ ପହଞ୍ଚେଇବା ଯାଏ, ମୁ ଯାହା ବି କାମ କରିପାରୁଥିଲି, ମୋ ମା’ ଙ୍କ ବୋଝ ହାଲକା କରିବା ପାଇଁ ତାକୁ କରୁଥିଲି । ଏହିପରି ମୁ କୌଣସିମତେ ମାଟ୍ରିକ ପାସ କଲି ଓ ସନ୍ଧ୍ୟାକାଳୀନ କଲେଜରେ ଏଡମିଶନ କରିଦେଲି ।

ଚରମ ସୀମା

ନବେ ଦଶକରେ ମୁ କଲେଜର ପ୍ରଥମ ବର୍ଷରେ ଥାଏ, ମୋ ମା ଓ କାକାଙ୍କ ଭିତରେ ଉଗ୍ର ଝଗଡା ହେଲା । ସେସମୟରେ କକା ଆମକୁ ପଇସା ଦେବା ବନ୍ଦ କରିଦେଇଥିଲେ । ମୁ ମାଙ୍କୁ କହିଲି ଯେ ମୁ ନିଜେ ସେଲୁନ ଚଲେଇବାକୁ ଚାହୁଁଛି । କିନ୍ତୁ ମୋ ମା ମୋର ପାଠପଢା ସାରିବା ଉପରେ ଜୋର ଦେଇ ମନା କରିଥିଲେ । କିନ୍ତୁ ଯାହାହେଉ ମୁ ସେଲୁନରେ କାମ କରିବା ଆରମ୍ଭ କରିଦେଲି । ସକାଳ ସମୟରେ ମୁ ସେଲୁନରେ କାମ କରେ ଓ ସନ୍ଧ୍ୟା ସମୟରେ କଲେଜ ଯାଏ । ରାତିରେ କଲେଜ ପରେ ମୁଁ ପୁଣି ଫେରିଯାଏ ସେଲୁନକୁ ଯାହାକି ରାତି ୧ଟାଏ ଯାଏ ଖୋଲା ରହେ । ସେବେଠାରୁ ମୋର ନାମ ହେଇଗଲା ନାପିତ ।

ସଫଳତାର ଚମତ୍କାର

୧୯୯୩ ମସିହାରେ ମୁ କିଣିଲି ମୋର ପ୍ରଥମ କାର, ଏକ ପୁରୁଣା ମାରୁତି ଭ୍ୟାନ। ମୋର କକା ଗୋଟିଏ ଛୋଟ କାର କିଣିଥିଲେ ଏବଂ ମୋର କ୍ଷୁଦ୍ର ଅହଙ୍କାର ମୋତେ ବାଧ୍ୟ କଲା ଏବଂ ମୁ ମଧ୍ୟ ନିଜର ଗାଡିଟିଏ କିଣିଲି । ମୁ ମୋର ସମସ୍ତ ସଞ୍ଚୟ ଠୁଳ କଲି, କିଛି ଧାର ବି କଲି ଆଉ ମୋ କକାଙ୍କ ଠାରୁ ସାମାନ୍ୟ ବଡ ଗାଡିଟିଏ କିଣିପାରିଛି ବୋଲି ଏକ ଅଜବ ସନ୍ତୁଷ୍ଟି ଅନୁଭବ କଲି । ମୋର ଜେଜେବାପାଙ୍କୁ ତାଙ୍କର ସମ୍ପତ୍ତି ବନ୍ଧା ପକେଇବାକୁ ପଡିଥିଲା ଏଇ ରୃଣ ନେବାପାଇଁ । ଏହି ରୃଣର ସୁଧ ଥିଲା ମାସକୁ ଛ’ ହଜାର ଆଠଶହ ଟଙ୍କା ଆଉ ୟାକୁ ସୁଝିବା ପାଇଁ ମୁ ଘୋରି ହେଇଯାଉଥିଲି । ସେହି ସମୟରେ ନନ୍ଦିନୀ ଅକ୍କା (ମୁ ତାଙ୍କୁ ତାହା ଡାକୁଥିଲି), ଯାହାଙ୍କ ଘରେ ମୋ ମା କାମ କରୁଥିଲେ, ପରାମର୍ଶ ଦେଲେ ଆମର କାରଟିକୁ ଖାଲି ନପକାଇ ଭଡାରେ ଲଗେଇ ରୃଣର ସୁଧ ପରିଶୋଧ କରିବା ପାଇଁ । ନନ୍ଦିନୀ ଅକ୍କା ମୋତେ ବ୍ୟବସାୟ ଆରମ୍ଭ କରିବାର କିଛି ମୌଳିକ ନୀତି ଶିଖାଇଲେ । ସିଏ ମୋ ପାଇଁ ଏକ ବଡ ଭଉଣୀ ପରି ଏବଂ ଏବେ ମଧ୍ୟ ମୋ ଜୀବନରଏକ ବଡ ଅଂଶ । କିଛି ଦିନ ତଳେ ଅକ୍କା ମୋତେ ତାଙ୍କ ଝିଅ ବାହାଘର ସମୟରେ ଅନ୍ୟମାନଙ୍କ ସାମ୍ନାରେ ଖୁବ ଗର୍ବ ସହକାରେ ପରିଚୟ କରାଉଥାନ୍ତି ।

ସଫଳ ବ୍ୟବସାୟର ଭିତ୍ତିଭୂମି

୧୯୯୪ ପରେ ମୁ ପୂରାପୂରି ଭାବେ ଟ୍ୟାକ୍ସି ବ୍ୟବସାୟରେ ପଶିଗଲି । Intel ଥିଲା ପ୍ରଥମ କମ୍ପାନି ଯେଉଁଠି ମୁ ମୋର ଗାଡି ଭଡାରେ ଲଗେଇଲି । ନନ୍ଦିନୀ ଆକା ସେଠାରେ କାମ କରୁଥିଲେ ଓ ସିଏ ସେ ବ୍ୟବସ୍ଥା କରିଦେଇଥିଲେ । ଧୀରେ ଧୀରେ ମୁ ବ୍ୟବସାୟରେ ଆଉ ଗାଡି ଯୋଡିବାରେ ଲାଗିଲି । ୨୦୦୪ ଯାଏ ମୋ ପାଖରେ ମୋଟେ ପାଞ୍ଚରୁ ଛ’ଟି କାର ଥିଲା । ସେସମୟରେ ମୋର ସମସ୍ତ ଧ୍ୟାନ ମୋର ସେଲୁନ ବ୍ୟବସାୟକୁ ବଢେଇବାରେ କେନ୍ଦ୍ରୀଭୂତ ଥିଲା । ତେଣୁ କାର ବ୍ୟବସାୟଟି ମୋର ପ୍ରାଥମିକତା ନଥିଲା । ବ୍ୟବସାୟ ଏତେ ଭଲ ଚଳୁନଥିଲା କାହିଁକି ନା ପ୍ରତିଯୋଗୀତା ଖୁବ ତୀବ୍ର ଥାଏ ଏବଂ ପ୍ରାୟ ସମସ୍ତ ପ୍ରତିଦ୍ଵନ୍ଦୀଙ୍କ ପାଖରେ ଛୋଟ କାର ଥାଏ । କୌଣସି ବ୍ୟବସାୟୀ ଏଯାଏ ବିଳାସପୂର୍ଣ୍ଣ ଗାଡିକୁ ନେଇ ବ୍ୟବସାୟ ନକରୁଥିବାରୁ, ମୁ ଚିନ୍ତା କଲି ମୁ ଏହାର ଆରମ୍ଭ କରିପାରିବି ।

ଦୁଃସାହସିକ କାର୍ଯ୍ୟ

୨୦୦୪ ମସିହାରେ ଯେତେବେଳେ ମୁ ମୋର ପ୍ରଥମ ଲକ୍ସରି କାର କିଣିଲି, ମୋତେ ସମସ୍ତେ କହିଲେ ମୁ ଗୋଟେ ବଡ ଭୁଲ କରୁଛି । ୨୦୦୪ ରେ ୪୦ଲକ୍ଷର ଏକ କାର କିଣିବା ଏକ ବଡ ବ୍ୟାପାର ଥିଲା । ମୁ ଶଙ୍କାରେ ଥିଲେ ମଧ୍ୟ ଏକ ସୁଯୋଗ ନେବାକୁ ତତ୍ପର ଥିଲି । ମୁ ନିଜେ ନିଜକୁ ବୁଝାଇଲି ଯେ ଯଦି ପରିସ୍ଥିତି ଖରାପରୁ ଅତ୍ୟନ୍ତ ଖରାପ ଆଡକୁ ଯାଏ, ତେବେ ଏ ଗାଡିଟି ବିକ୍ରି କରିଦେବି । ଭାଗ୍ୟବଶତ ସେ ବେଳା ଆସିଲାନହିଁ ଓ ମୋର ଜୋଖିମ ଉଠେଇବାର ଉଲ୍ଲେଖନୀୟ ମୂଲ୍ୟ ମୁ ପାଇଲି । ଅନ୍ୟ କୌଣସି ଟ୍ୟାକ୍ସି କମ୍ପାନି ପାଖରେ ଏଭଳି ମାନର ଲକ୍ସରି କାର ନଥିଲା । କିଛି ଜଣଙ୍କ ପାଖରେ ଥିବା ଲକ୍ସରି କାର ଗୁଡିକ ପୁରୁଣା ଏବଂ ଶୋଚନୀୟ ଅବସ୍ଥାରେ ଥିଲା । ମୁ ଥିଲି ବାଙ୍ଗାଲୋରର ପ୍ରଥମ ବ୍ୟବସାୟୀ ଯିଏକି ଏକଦମ ନୂଆ ଲକ୍ସରି କାର କିଣିବାରେ ପୁଞ୍ଜି ନିବେଶ କରିଥିଲି ଯାହାକି ପରବର୍ତୀ ଅନୁଭବ ଉଲ୍ଲେଖଯୋଗ୍ୟ ।