ଅନ୍ୟକୁ ସହାୟତା କରିବା କ୍ଷେତ୍ରରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଆଗୁଆ-ସାଚୀ ଇର୍ଡେ

ଅନ୍ୟକୁ ସହାୟତା କରିବା କ୍ଷେତ୍ରରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଆଗୁଆ-ସାଚୀ ଇର୍ଡେ

Saturday November 07, 2015,

4 min Read

ସାଚୀ ଇର୍ଡେ ହେଉଛନ୍ତି କାଟାଲିଷ୍ଟ ଇଣ୍ଡିଆର ଏକ୍ଜିକ୍ୟୁଟିଭ ଡାଇରେକ୍ଟର। କର୍ମକ୍ଷେତ୍ରରେ ନାରୀମାନଙ୍କ ପାଇଁ ସୁଯୋଗ ସମ୍ଭାବନାକୁ ବୃଦ୍ଧି କରିବା କ୍ଷେତ୍ରରେ ଏହି ସଂସ୍ଥା ଗବେଷଣା ତଥା ଉଦ୍ୟମ କରୁଛି। ସାଚୀଙ୍କ ପ୍ରାୟ 17 ବର୍ଷର କାର୍ଯ୍ୟ ଅଭିଜ୍ଞତା ଅଛି, ଯିଏକି ମାଇକ୍ରୋଲାଣ୍ଡ, ସ୍ପାଇସ ମୋବାଇଲ, ୱିପ୍ରୋ ଓ ଇନଫୋସିସ ପରି କମ୍ପାନିରେ କାମ କରିଛନ୍ତି ଇନଫୋସିସରେ ସେ ଡାଇଭସିର୍ଟି ଏଣ୍ଡ ଇନକ୍ଲୁଜନ ବିଭାଗର ମୁଖ୍ୟ ଥିଲେ, କିନ୍ତୁ ନିଜର ଏହି ସଫଳ କର୍ପୋରେଟ କ୍ୟାରିୟରକୁ ଛାଡି ସେ କାଟାଲିଷ୍ଟ ଇଣ୍ଡିଆ ପ୍ରତିଷ୍ଠା କଲେ ଓ ନିଜ ଜୀବନର ଅବଶିଷ୍ଟ ସମୟ ନାରୀ ମାନଙ୍କ ଉନ୍ନତି ଦିଗରେ କାମ କରୁଛନ୍ତି।

image


ଆମେ ହର୍ ଷ୍ଟୋରୀ ପକ୍ଷରୁ ତାଙ୍କୁ ଭେଟି ତାଙ୍କ ପ୍ରେରଣା ଓ ଉଦ୍ୟମ ସମ୍ପର୍କରେ ଜାଣିବାକୁ ଚାହିଁଥିଲୁ।

ପ୍ରଶ୍ନ- ପିଲାବେଳର ଅନୁଭୁତିରୁ କଣ ଶିକ୍ଷାଲାଭ କରିଛନ୍ତି?

ଉତ୍ତର-ମୋର ପିଲାବେଳ ଏକ ଇଣ୍ଡଷ୍ଟ୍ରିଆଲ ଟାଉନସିପ( ଶିଳ୍ପ ଭିତ୍ତିକ ଛୋଟ ସହର)ରେ କଟିଥିଲା ଆମ ଟାଉନରେ ସବୁ ଭାଷା,ରାଜ୍ୟ ଓ ସଂପ୍ରଦାୟର ଲୋକ ରହୁଥିଲେ। ଏଣୁ ପିଲାବେଳୁ ହିଁ ମୁଁ ବିବିଧ ସଂସ୍କୃତି,ଭାଷା, ଚଳଣି ଓ ଖାଦ୍ୟାଭ୍ଯାଭ୍ୟାସ ଆଦିକୁ ଗ୍ରହଣ ଓ ପ୍ରସଂଶା କରିବା ଶିଖିଥିଲି। ମୋ ପିଲାବେଳର ସାଙ୍ଗମାନେ ବିଭିନ୍ନ ରାଜ୍ୟ ଓ ଭାଷାଭାଷୀ ଥିଲେ ଓ ଆମେମାନେ ଏହି ବିବିଧତାକୁ ଚିହ୍ନିବା ଓ ତାହାର ଗୁରୁତ୍ତ୍ଵକୁ ଉପଲବ୍ଧି କରୁଥିଲୁ। କିନ୍ତୁ ଆମ ସମସ୍ତଙ୍କୁ ଯାହା ଗୋଟିଏ ସୂତ୍ରରେ ବାନ୍ଧିରଖୁଥିଲା ତାହା ହେଲା ଆମ ସ୍କୁଲ ଶିକ୍ଷା ଆମ ପାଇଁ ଅତି ଗୁରୁତ୍ତ୍ଵପୂର୍ଣ୍ଣ ଥିଲା ଓ ଏ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଆମେ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରୁଥିଲୁ।

image


କମ୍ପ୍ୟୁଟର ସାଇନ୍ସରେ ଗ୍ରାଜୁଏସନ କରିବାପରେ ମୁଁ ମାର୍କେଟିଂରେ ଏମବିଏ କରିବାକୁ ବିଚାର କଲି। କାରଣ ମୋ ପାଇଁ ଦିନର 8-10 ଘଣ୍ଟା ଗୋଟିଏ କମ୍ପ୍ୟୁଟର ଆଗରେ ବସିବା ସମ୍ଭବ ନଥିଲା। ମୋ ବାପା ମଧ୍ୟ ମୋ ରୂଚି ଅନୁସାରେ ପେଷା ବାଛିବା ଲାଗି ମୋତେ ସ୍ଵାଧିନତା ଦେଇଥିଲେ। ମୋ ପିଲାବେଳର ଆଉ ଗୋଟିଏ ଗୁରୁତ୍ତ୍ଵପୂର୍ଣ୍ଣ କଥା ହେଉଛି ଏକ ନିରାପଦ ଓ ମୁକ୍ତ ପରିବେଶରେ ଆମେ ପ୍ରକୃତି ସହିତ ଯୋଡିହୋଇ ନୂଆ ନୂଆ କଥା ଶିଖିଥିଲୁ। ଏହି ମୁକ୍ତ ପରିବେଶ ହିଁ ମୋତେ ସ୍ଵାଧିନ ଭାବେ ନିଷ୍ପତ୍ତି ନେବା ଓ ରିସ୍କ ନେବା ଶିଖାଇଥିଲା, ଯାହାକି ଏବେ ମଧ୍ୟ ମୋତେ ନିର୍ଭୟରେ ସବୁ ଚ୍ୟାଲେଞ୍ଜକୁ ଗ୍ରହଣ କରିବା ଶିଖାଉଛି।

ପ୍ରଶ୍ନ-ଆପଣଙ୍କ କ୍ୟାରିୟର ଗତିପଥ ବିଷୟରେ କିଛି କୁହନ୍ତୁ।

ଉତ୍ତର- 1994ରେ ମୁଁ ପ୍ରଥମ ମାଇକ୍ରୋଲାଣ୍ଡରେ ଜଣେ ମାର୍କେଟିଂ ମ୍ୟାନେଜର ଭାବେ ଯୋଗଦେଲି। 1996ରେ ମୁଁ ସ୍ପାଇଶ ଟେଲିକମରେ ସିନିୟର ମ୍ୟାନେଜର ( ମାର୍କେଟିଂ ଓ ସେଲ୍ସ) ଭାବେ ଯୋଗ ଦେଲି। ଏହି କମ୍ପାନିରେ ମୁଁ ପ୍ରାୟ ସାତ ବର୍ଷ ରହିଲି। ସେତେବେଳେ ବୋଧହୁଏ ମୁଷ୍ଟିମେୟ ମହିଳାଙ୍କ ମଧ୍ୟରୁ ମୁଁ ଜଣେ ଥିଲି, ଯିଏକି ସେଲ୍ସରେ ଏତେ ସମୟ ରହିପାରିଥିଲା ଓ ଏହି କାମକୁ ଉପଭୋଗ କରୁଥିଲା। ସେଲ୍ସର ପ୍ରତିଟି ବିଭାଗ ଯଥା କ୍ଲାଏଣ୍ଟ ମିଟିଂ, ପ୍ରୋପୋଜାଲ ତିଆରି, ନେଗୋସିଏସନ ଓ ଶେଷରେ ଅର୍ଡର ବା କଣ୍ଟ୍ରାକ୍ଟ ହାସଲ କରିବା କୁ ମୁଁ ମନଭରି ଉପଭୋଗ କରୁଥିଲି। ଏହାପରେ ମୁଁ ୱିପ୍ରୋରେ ଯୋଗ ଦେଲି ଓ ସେଠାରେ ତିନିବର୍ଷ କାମ କଲାପରେ ଇନଫୋସିସ ଗଲି।

ମୋ କ୍ୟାରିୟରର ବିଶେଷତା ହେଉଛି ଯେ ମୁଁ କମ୍ପାନି ରୁ କମ୍ପାନି ବଦଳାଇବା ବଦଳରେ ଭିନ୍ନ ଭିନ୍ନ ପ୍ରକାରର କାର୍ଯ୍ୟ ଶିକ୍ଷା ଓ କରିଦେଖାଇବା ଉପରେ ଗୁରୁତ୍ତ୍ଵ ଦେଇଛି। ଗୋଟିଏ ସଂସ୍ଥାର ଭିନ୍ନ ଭିନ୍ନ କାର୍ଯ୍ୟ ଓ ତାସହିତ ଜଡିତ ଚ୍ୟାଲେଞ୍ଜ ସବୁର ସମ୍ମୁଖୀନ ହେବା ମୋତେ ନୂଆ ନୂଆ କଥା ଶିଖିବାରେ ସାହାଯ୍ୟ କରିଛି। ମୋ କ୍ୟାରିୟରରେ ମୁଁ ଫ୍ରଣ୍ଟଲାଇନ ସେଲ୍ସ,ରିଟେଲ ଚେନ ସେଲ୍ସ, ଆଡଭର୍ଟାଇଜିଂ ଏଣ୍ଡ ମାର୍କେଟିଂ, ବ୍ୟାକଏଣ୍ଡ କଷ୍ଟମର ସଭିର୍ସ, ଲୟାଲିଟି ପ୍ରୋଗ୍ରାମ,ବିଜନେସ ପାର୍ଟନର ଏଚଆର,କର୍ମଚାରୀ ସଂପର୍କ ଓ ଆଭ୍ୟନ୍ତରିଣ ଯୋଗାଯୋଗ,ଡାଇଭସିର୍ଟି ଏଣ୍ଡ ଇନକ୍ଲୁସନ ଇତ୍ୟାଦିରେ କାମ କରିଛି।

ପ୍ରଶ୍ନ- ଇନଫୋସିସ ପରି କମ୍ପାନିରେ ଥିବାବେଳେ ଆପଣ ବୋଧହୁଏ ନିଜ କ୍ୟାରିୟରର ଶିଖରରେ ପହଞ୍ଚିପାରିଥିଲେ, କିନ୍ତୁ ସେସବୁ ଛାଡି ନନ-ପ୍ରୋଫିଟ ସଂସ୍ଥା ଚଳାଇବାକୁ କାହିଁକି ମନଦେଲେ?

ଉତ୍ତର- ଇନଫୋସିସର ଡିଏଣ୍ଡଆଇରେ କାମ କଲା ବେଳେ ମୁଁ କର୍ମକ୍ଷେତ୍ରରେ ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଏବଂ ପ୍ରକୃତ ଟ୍ୟାଲେଣ୍ଟକୁ ରଖିବା ପାଇଁ କମ୍ପାନିମାନେ କରୁଥିବା ବିଭିନ୍ନ ଉଦ୍ୟମ ସମ୍ପର୍କରେ ଜାଣିପାରିଥିଲି। କାଟାଲିଷ୍ଟରେ ମୋର ଭୁମିକାକୁ ମୁଁ ଜଣେ ପ୍ରକୃତ କାଟାଲିଷ୍ଟ ବା (ପ୍ରେତ୍ସାହକ) ଭାବେ ଦେଖେ। ମୋର ମିଶନ ହେଉଛି ମହିଳାମାନଙ୍କ ଲାଗି ଥିବା ବ୍ୟବସାୟିକ ସୁଯୋଗ ଓ ସମ୍ଭାବନାର ବିସ୍ତାର। ଏଣୁ ଆମେ ଏବେ ନିଯୁକ୍ତିଦାତା ଓ କର୍ମଚାରୀମାନଙ୍କ ମଧ୍ୟରେ ଏକ ସାମୁହିକ ସଂସ୍କୃତି ସୃଷ୍ଟି ଦିଗରେ କାମ କରୁଛୁ। ଏହା ସହିତ ଆମର ଲକ୍ଷ୍ୟକୁ ହାସଲ କରିବା ଲାଗି ଆମେ କମ୍ୟୁନିଟି ଓ ନେଟୱର୍କିଂର ଗୁରୁତ୍ତ୍ଵ ଉପରେ ମହିଳାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛୁ ।

ମୁଁ ସବୁବେଳେ ଚ୍ୟାଲେଞ୍ଜକୁ ଗ୍ରହଣ କରିଥାଏ ଓ ସବୁବେଳେ ସମୟର ଅପଚୟ ନକରି ତାହାର ସର୍ବୋତ୍ତମ ସଦବ୍ୟବହାର କରିବାକୁ ଉଦ୍ୟମ କରିଥାଏ। 17 ବର୍ଷ କର୍ପୋରେଟ ଜଗତରେ ସଫଳତାର ସହ କାମ କରିବାପରେ ମୁଁ ଏବେ ଭାବୁଛି ଯେ କାଟାଲିଷ୍ଟରେ ମୁଁ ଆମ ସମାଜ ପାଇଁ କିଛି କାମ କରିପାରୁଛି।

ପ୍ରଶ୍ନ- କାଟାଲିଷ୍ଟର କେତୋଟି ଗବେଷଣାଲବ୍ଧ ଆବିଷ୍କାର ସମ୍ପର୍କରେ କିଛି କୁହନ୍ତୁ।

ଉତ୍ତର-ପ୍ରତିଭାଶାଳୀ ବ୍ୟକ୍ତି ଯେଉଁମାନେ ନିଜେ ପରିଶ୍ରମ କରି ବା ସାଧନା କରି ସଫଳ ହୋଇଥାନ୍ତି ସେମାନେ ପରବର୍ତ୍ତୀ ପିଢିର ନେତୃତ୍ତ୍ଵ ଗଢିବାରେ ନିଜର ଅବଦାନ ଦେଇଥାନ୍ତି। ଏ କ୍ଷେତ୍ରରେ ଅର୍ଥାତ ଅନ୍ୟକୁ ଉପରକୁ ଉଠିବାକୁ ସହାୟତା କରିବାରେ ମହିଳାମାନେ ପୁରୁଷମାନଙ୍କଠାରୁ ଆଗୁଆ।

ତେବେ ଦୂର୍ଭାଗ୍ୟର ବିଷୟ ହେଉଛି ଅଳ୍ପ କିଛି ମହିଳା ହିଁ ନେତୃତ୍ତ୍ଵ ନେବା ସ୍ତରକୁ ଉଠିପାରିଛନ୍ତି ଓ ସେମାନଙ୍କୁ କମ ପ୍ରଗତିଶୀଳ ତଥା କମ ଆହ୍ଵାନମୂଳକ ନିଯୁକ୍ତି ସୁଯୋଗ ମିଳିଥାଏ। ଗତ ବର୍ଷ ପ୍ରକାଶିତ କାଟାଲିଷ୍ଟର ରିପୋର୍ଟ 2013 ସେନସସ ଅଫ ଫର୍ଚୁନ 500 ଅନୁସାରେ ମାତ୍ର 16.9 ପ୍ରତିଶତ କର୍ପୋରେଟରେ ମହଳାମାନେ ବୋର୍ଡ ମୁଖ୍ୟ ଅଛନ୍ତି, 10 ପ୍ରତିଶତ କମ୍ପାନିଙ୍କ ବୋର୍ଡରେ କୌଣସି ମହିଳା ନାହାନ୍ତି। ଗୁରୁତ୍ତ୍ଵପୂର୍ଣ୍ଣ ପଦବୀରେ ମହିଳାଙ୍କୁ କମ ସୁଯୋଗ ଦିଆଯିବା ଓ ଆଉ କେତେକ କାରଣ ଯୋଗୁଁ ମହିଳାମାନେ ବରିଷ୍ଠ ପଦବୀ ଗୁଡିକ ପର୍ଯ୍ୟନ୍ତ ପହଞ୍ଚିପାରୁନାହାନ୍ତି। ନିକଟରେ ପ୍ରକାଶିତ ଆମର ଆଉ ଏକ ରିପୋର୍ଟ- ଭାରତୀୟ ଟେକନଲୋଜୀ କମ୍ପାନିଗୁଡିକରେ ମହିଳା-ଅନୁସାରେ ଗତ 12 ବର୍ଷରେ ଏହି ଲିଙ୍ଗଗତ ବୈଷମ୍ୟ (ଦରମାରେ ବ୍ୟବଧାନ) ପ୍ରାୟ 6000 ଡଲାର ଯାଏଁ ବୃଦ୍ଧି ପାଇଛି ।

ପ୍ରଶ୍ନ-ଆପଣଙ୍କର ବ୍ୟକ୍ତିଗତ ଅଭିଜ୍ଞତା ଅନୁସାରେ କିପରି ଜଣେ ନିଜର ପେଷାଦାର କ୍ୟାରିୟରର ଚ୍ୟାଲେଞ୍ଜ ଗୁଡିକର ସମ୍ମୁଖୀନ ହେବ?

ଉତ୍ତର-ପ୍ରଥମ ଦିନରୁ ହିଁ ଲୋକ ସଂପର୍କ ବଢାଇବା ଆରମ୍ଭ କରନ୍ତୁ। ମୋ କ୍ୟାରିୟରରେ ଯେତେବେଳେ ମୁଁ କୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି, ମୁଁ ଗଢିଥିବା ବନ୍ଧୁମାନଙ୍କ ମଧ୍ୟରୁ କିଏ ନା କିଏ ସହାୟତାର ହାତ ବଢାଇଛି। ଏଣୁ ମହିଳା ମାନଙ୍କୁ ମୋର ଉପଦେଶ ରହିବ ଯେ ସେମାନେ ନିଜ କ୍ୟାରିୟର ଆରମ୍ଭରୁ ହିଁ ସଂଗଠନ ମଧ୍ୟରେ ନିଜର ଜନସମ୍ପର୍କ ବଢାଇବା ଆରମ୍ଭ କରନ୍ତୁ। ମହିଳାମାନେ ଯେତେବେଳେ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନେ ନିଜର ବନ୍ଧୁ ମାନଙ୍କ ସହ ତାହା ଆଲୋଚନା କରନ୍ତୁ। ଅବଶ୍ୟ ଏ କ୍ଷେତ୍ରରେ ଟିକିଏ ସତର୍କତା ମଧ୍ୟ ଅବଲମ୍ବନ କରିବା ବିଧେୟ। କିନ୍ତୁ ସବୁବେଳେ ନିଜ ପେଷାଦାର କ୍ୟାରିୟର ଯାତ୍ରା ପାଇଁ କେତେଜଣ ଶୁଭାକାଂକ୍ଷୀ, ବନ୍ଧୁ ଓ ସହକର୍ମୀ ବାଛନ୍ତୁ, ଯେଉଁମାନେ କି ଆବଶ୍ୟକ ପଡିଲେ ଆପଣଙ୍କ ପଛରେ ଛିଡା ହୋଇପାରୁଥିବେ।

ପ୍ରଶ୍ନ- ଏମିତି କଣ ଅଚଚି ଯାହା ଆପଣଙ୍କୁ ଆଗକୁ ବାଟ କଢେଇ ନେଉଛି?

ଉତ୍ତର-ମୁଁ ସହଜରେ ପଛଘୁଞ୍ଚା ଦିଏ ନାହିଁ। ଯଦି ଆଉ ଜଣେ କରିପାରୁଛି, ମୁଁ କାହିକି ନୁହେଁ? ଏହି ପ୍ରଶ୍ନ ହିଁ ମୋତେ ଆଗକୁ ନେଇଚାଲିଛି। ମୁଁ ଲୋକମାନଙ୍କଠାରୁ ନୂଆ ନୂଆ କଥା ଶିଖିବାକୁ ଓ ନିଜେ ପରୀକ୍ଷା ନିରୀକ୍ଷା କରିବାକୁ ଚାହେଁ।

    Share on
    close