କ୍ୟାସଲେସ ଅର୍ଥନୀତିର ନୂଆ ଅସ୍ତ୍ର; ଭୀମ ଆପ୍

କ୍ୟାସଲେସ ଅର୍ଥନୀତିର ନୂଆ ଅସ୍ତ୍ର; ଭୀମ ଆପ୍

Saturday December 31, 2016,

2 min Read

ବିମୁଦ୍ରାକରଣ ପରେ ନଗଦବିହୀନ ଅର୍ଥନୀତି ପାଇଁ ଡିଜିଟାଲ ଇଣ୍ଡିଆ ଅଭିଯାନ ବଡ଼ ଜୋରସୋରରେ ଚାଲୁଅଛି। ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ମାନେ ନାନା ଆପ୍ ଓ ଅଫର ଆରମ୍ଭ କରିଛନ୍ତି। ଏହି ତାଲିକାରେ ଯୋଗ ହେଉଛି ଏକ ନୂଆ ଆପ୍ – ଭାରତ ଇଣ୍ଟରଫେସ୍‌ ଫର ମନି (ଭିମ୍‌)। ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ଏହି ଆପ୍ପକୁ ଉନ୍ମୋଚନ କରିଛନ୍ତି। ଡକ୍ଟର ଭିମ୍‌ ରାଓ ଆମ୍ବେଦକରଙ୍କ ନାମରେ ଏହି ଆପ୍‌ର ନାମକରଣ କରାଯାଇଛି। ଉଭୟ ସ୍ମାର୍ଟଫୋନ୍‌ ଓ ଫିଚର୍‌ ଫୋନ୍‌ରେ ଏହି ଆପ୍‌ କାମ କରିବ। ବିନା ଇଣ୍ଟରନେଟ୍‌ରେ ଏହି ଆପ୍‌ କାମ କରିବ। ଭିମ୍‌ ପାଇଁ କେବଳ ଦରକାର ଟିପ ଚିହ୍ନ। ଏହା ଆଣ୍ଡ୍ରଏଡ୍‌ ପ୍ଲେଷ୍ଟୋର୍‌ରେ ଉପଲବ୍ଧ କରାଯାଉଛି। ଖୁବ୍‌ଶୀଘ୍ର ଆଇଓଏସ୍‌ରେ ଉପଲବ୍ଧ କରାଯିବ।

image


ଶୁକ୍ରବାର ଦିନ ଡିଜିଧନ ମେଳାରେ ମୋଦି କହିଛନ୍ତି ଯେ,

ଏହି ପ୍ଲାଟଫର୍ମକୁ ବ୍ୟବହାର କରିବା ପାଇଁ ମୋବାଇଲ ଫୋନ ବା ଇଣ୍ଟରନେଟର ଆବଶ୍ୟକତା ନାହିଁ। କେବଳ ଆବଶ୍ୟକ ଟିପଚିହ୍ନର। ଦିନ ଥିଲା ଲୋକେ ଅଶିକ୍ଷିତ ମାନଙ୍କୁ ‘ଅଙ୍ଗୁଠାଛାପ’ ବୋଲି କହୁଥିଲେ କିନ୍ତୁ ଆଜି ସେ ଟିପଚିହ୍ନରୁ ହିଁ ବ୍ୟାଙ୍କିଙ୍ଗ, ବ୍ୟକ୍ତିର ପରିଚୟ ଓ ବ୍ୟବସାୟ ସବୁ ଚାଲିପାରିବ।
image


ଭିମ୍‌ ଆପ୍‌କୁ ବ୍ୟବହାର କରିବା ପାଇଁ ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ ଦରକାର ପଡ଼ିବନି। ମୋବାଇଲ୍‌ ଓ୍ଵାଲେଟ୍‌ରେ ମଧ୍ୟ ଟଙ୍କା ରଖିବାକୁ ପଡ଼ିବ ନାହିଁ। ନିଜର ଫୋନ୍‌ ନମ୍ବରକୁ ବ୍ୟବହାର କରି ଗ୍ରାହକମାନେ ବ୍ୟାଙ୍କ ଖାତା ଜରିଆରେ ପେମେଣ୍ଟ୍‌ କରିପାରିବେ। ଦୋକାନୀମାନେ ମଧ୍ୟ ଏହି ଆପ୍‌କୁ ବ୍ୟବହାର କରିପାରିବେ। ଆପ୍‌‌କୁ ଖୋଲିବା ପରେ ‘ଟଙ୍କା ପଠାଇବା’ ବିକଳ୍ପରେ ପ୍ରବେଶ କରି ବ୍ୟବସାୟୀଙ୍କ ଫୋନ୍‌ ନମ୍ବର ଓ ଟଙ୍କା ମୂଲ୍ୟ ଲେଖି ପଠାଇ ଦେଲେ ପେମେଣ୍ଟ ହୋଇଯିବ। ପଠାଇବାକୁ ଥିବା ଟଙ୍କା ନିଜର ବ୍ୟାଙ୍କ ଖାତା ବାଲାନ୍ସରୁ କଟିଯିବ ଓ ଯାହା ପାଖକୁ ଟଙ୍କା ପଠାଇଛନ୍ତି ତାଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଯିବ। ଭିମ୍‌ ଆପ୍‌ ଜରିଆରେ କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରାଯାଇପାରିବ। ମର୍ଚାଣ୍ଟ୍‌ (ବ୍ୟବସାୟୀ)ମାନେ ଭିମ ଆପ୍‌ରେ କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରିପାରିବେ। ଫିଚର୍‌ ଫୋନ୍‌ରୁ ‘*୯୯#’ ଡାଏଲ୍‌ କରି ଭିମ ଆପ୍‌ ବ୍ୟବହାର କରିହେବ। ଫିଚର୍‌ ଫୋନ୍‌ ଜରିଆରେ ଟଙ୍କା ପଠାଇହେବା, ଖାତା ବାଲାନ୍ସ ଯାଞ୍ଚ କରିହେବ ଓ କାରବାର ବିବରଣୀ ହାସଲ କରାଯାଇପାରିବ। ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଆପ୍‌ ଜାରି କରିଥିବା ସମସ୍ତ ବ୍ୟାଙ୍କ ଭିମ ଆପ୍‌କୁ ଗ୍ରହଣ କରିଛନ୍ତି।