ଭୟକୁ ଜିଣି ଓଡ଼ିଶାର ଗର୍ବ ହେଲେ ୧୧ ବର୍ଷର ସାହସୀ ବାଳକ ମୋହନ ସେଠୀ

ଭୟକୁ ଜିଣି ଓଡ଼ିଶାର ଗର୍ବ ହେଲେ ୧୧ ବର୍ଷର ସାହସୀ ବାଳକ ମୋହନ ସେଠୀ

Thursday January 26, 2017,

2 min Read

ସାହସିକତା ଏକ ପ୍ରକାରର ମାନସିକତା। ହଁ, ଏକ ସୁସ୍ଥସବଳ ଶରୀର ନିଶ୍ଚିତ ଭାବେ ସାହାଯ୍ୟ କରେ କିନ୍ତୁ ମନର ବଳ ହିଁ ମୁଖ୍ୟ ଚାଳକ ହେଇଥାଏ। ସାହସିକତା ଅର୍ଥ ଭୟର ଅନୁପସ୍ଥିତି ନୁହେଁ ବରଂ ଭୟ ଲାଗୁଥିବା ସତ୍ତ୍ୱେ ମଧ୍ୟ ଆଗକୁ ମାଡିଯିବାର ଅନ୍ୟ ନାମ।

image


ଚଳିତ ବର୍ଷ ଓଡିଶାର ମୋହନ ସେଠୀ ଜାତୀୟ ସାହସିକତା ପୁରସ୍କାର ପାଇଛନ୍ତି। 11 ବର୍ଷର ମୋହନ ନିଜ ସାଙ୍ଗକୁ ବୁଡିଯାଉଥିବାରୁ ରକ୍ଷା କରି ନିଜର ଅସୀମ ସାହସର ପରିଚୟ ଦେଇଥିଲେ।

କଟକ ଜିଲ୍ଲା ଟାଙ୍ଗି ବ୍ଲକ୍‌ରେ ଅଡମ୍ବରୁ ଗ୍ରାମର ଖବରକାଗଜ ବିକାଳୀ କ୍ଷୀରୋଦ ଚନ୍ଦ୍ର ସେଠୀଙ୍କ ପୁତ୍ର ମୋହନ ସେଠୀ ୨୦୧୫ ଜୁନ୍‌ ୨୮ ତାରିଖରେ ନିଜର ବୁଦ୍ଧିମତା ଓ ସାହସ ବଳରେ ଗେଙ୍ଗୁଟି ନଦୀରେ ବୁଡ଼ି ଯାଉଥିବା ତାଙ୍କର ଅନ୍ତରଙ୍ଗ ବନ୍ଧୁ ସବ୍ୟସାଚୀକୁ ଉଦ୍ଧାର କରିଥିଲେ। ତାଙ୍କର ଏହି ସାହାସିକ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ଜାତୀୟ ସାହାସିକତା ପୁରସ୍କାର ପାଇଁ ତାଙ୍କ ନାମ ସୁପାରିସ କରାଯାଇଥିଲା। ପୁରସ୍କାର ବାବଦରେ ପ୍ରଧାନମନ୍ତ୍ରୀ ମୋଦି ସାର୍ଟିଫିକେଟ, ପଦକ ଓ ଅର୍ଥରାଶି ପ୍ରଦାନ କରିଥିଲେ। ଜାତୀୟ ସାହାସିକତା ପୁରସ୍କାରରେ ପୁରସ୍କୃତ ହୋଇଥିବା ଏହି ବାଳକ ବାଳିକାମାନେ ଦିଲ୍ଲୀ ରାଜପଥରେ ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପରେଡରେ ସାମିଲ ହେବେ।

ମୋହନ ଓ ତାଙ୍କ ସାଙ୍ଗ ସବ୍ୟସାଚୀ ଦୁହେଁ ନଦୀକୁ ଗାଧୋଇ ଯାଇଥିବା ସମୟରେ ଏଇ ଅଘଟଣ ଘଟିଥିଲା। ସବ୍ୟସାଚୀଙ୍କର ଗୋଡ଼ ଖସିଯାଇଥିଲା ଓ ସେ ପାଣିରେ ଭାସି ଯାଉଥିଲେ। ମୋହନ ସାହାଯ୍ୟ ପାଇଁ ଚିତ୍କାର କଲେ କିନ୍ତୁ ଆଖପାଖରେ କେହି ନଥିବାରୁ ସାଙ୍ଗକୁ ବଞ୍ଚାଇବା ପାଇଁ ସେ ନିଜେ ପାଣିରେ ଡେଇଁ ପଡ଼ିଲେ। ଗାମୁଛା ଖଣ୍ଡେ ଧରି ପହଁରି ପହଁରି ସବ୍ୟସାଚୀଙ୍କ ପାଖକୁ ଯାଇ ତାଙ୍କୁ ଗାମୁଛାର ଗୋଟିଏ ପଟ ଧରିବାକୁ କହିଲେ। ସେଇ ଲୁଗା ଖଣ୍ଡିକ ସାହାଯ୍ୟରେ ତାଙ୍କୁ ଟାଣି ଟାଣି କୂଳ ପର୍ଯ୍ୟନ୍ତ ଆଣିଲେ।

image


ମୋହନଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ନିଜ ସାଙ୍ଗର ମୂଲ୍ୟବାନ ଜୀବନ ବଞ୍ଚାଇବା ସହ ସମଗ୍ର ଦେଶର ବାହାବା ର ପାତ୍ର ହେଇଛନ୍ତି।

ଚଳିତ ବର୍ଷ ଏହି ସମ୍ମାନନୀୟ ପୁରସ୍କାର ପାଇଁ ୧୨ ଜଣ ଝିଅ ଓ ୧୩ ଜଣ ପୁଅ ମନୋନୀତ ହେଇଛନ୍ତି। ଜାନୁୟାରୀ ୨୩ରେ ସେମାନେ ପ୍ରଧାନମନ୍ତ୍ରୀଙ୍କ ହାତରୁ ଏହି ପୁରସ୍କାର ଗ୍ରହଣ କଲେ। ତା’ପରେ ସେମାନେ ଗଣତନ୍ତ୍ର ଦିବସ ପ୍ୟାରେଡରେ ଭାଗ ନେବେ। ଏମାନଙ୍କ ମଧ୍ୟରେ ଓଡ଼ିଶାର ମୋହନ ସେଠୀ ମଧ୍ୟ ଅଛନ୍ତି।

୧୯୫୭ରେ ଆରମ୍ଭ ହେଇଥିବା ଏହି ପୁରସ୍କାରରେ ପ୍ରତିବର୍ଷ ପ୍ରାୟ ୨୫ ଜଣ ବାଳକବାଳିକାଙ୍କୁ “ସମସ୍ତ ବାଧା ସତ୍ତ୍ୱେ ସାହସିକତାର ମେଧାବୀ କୃତ୍ୟ” ପାଇଁ ଏହି ପୁରସ୍କାରରେ ସମ୍ମାନିତ କରାଯାଏ। ୧୯୮୭-୮୮ରେ ICCW ଅସାମାନ୍ୟ ବୀରତାର ପ୍ରଦର୍ଶନ ପାଇଁ ଭାରତ ପୁରସ୍କାର ଆରମ୍ଭ କଲା। ଗୀତା ଚୋପ୍ରା ଓ ସଞ୍ଜୟ ଚୋପ୍ରା ୧୯୭୮ରେ ଆରମ୍ଭ ହେଇଥିଲା। ଏହି ପୁରସ୍କାରଟି ଦୁଇ ଭାଇଭଉଣୀ ଯାହାଙ୍କୁ ଦିଲ୍ଲୀରେ ଅପହରଣ କରାଯାଇ ହତ୍ୟା କରାଯାଇଥିଲା (ଯାହା ପରେ ରଙ୍ଗା ବିଲ୍ଲା କେସ ନାମରେ ପ୍ରସିଦ୍ଧ ହେଲା) ତାଙ୍କ ସ୍ମୃତିରେ ଆରମ୍ଭ ହେଇଥିଲା।

ଜାତୀୟ ସାହସିକତା ପୁରସ୍କାରରେ ଏକ ମେଡାଲ, ସାର୍ଟିଫିକେଟ ଓ କିଛି ନଗଦ ପୁରସ୍କାର ରହିଥାଏ। ୧୯୫୭ରେ ଏହି ପୁରସ୍କାର ଆରମ୍ଭ ହେବା ଦିନଠାରୁ ICCW ପ୍ରାୟ ୯୪୫ ବୀର ବାଳକ ବାଳିକାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିସାରିଲେଣି। ଏଠି ମଧ୍ୟରୁ ୬୬୯ ଜଣ ବାଳକ ଓ ୨୭୬ ଜଣ ବାଳିକା ଅଟନ୍ତି ବୋଲି ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।