ଏଣିକି ଡାକଘର ବି ଦେବ ଲୋକାଲ୍ ଆଡ୍ରେସ୍ ଫ୍ରୁଫ୍

ଆପଣଙ୍କ ଇଲାକାର ଡାକଘର ଏଣିକି ଆପଣଙ୍କୁ ଆଇଡି କାର୍ଡ ଦେବ । ଯାହାକୁ ଆପଣ ଆଡ୍ରେସ୍ ପ୍ରୁଫ୍ ହିସାବରେ ବ୍ୟବହାର କରି ପାରିବେ ।

0

ଆପଣଙ୍କ ଇଲାକାର ଡାକଘର ଏଣିକି ଆପଣଙ୍କୁ ଆଇଡି କାର୍ଡ ଦେବ । ଯାହାକୁ ଆପଣ ଆଡ୍ରେସ୍ ପ୍ରୁଫ୍ ହିସାବରେ ବ୍ୟବହାର କରି ପାରିବେ ।

ବର୍ତ୍ତମାନର ସମୟରେ ଆପଣଙ୍କ ପଇଁ ଆଡ୍ରେସ୍ ପ୍ରୁଫ୍ ସବୁଠାରୁ ଦରକାରୀ ଜିନିଷ । ପ୍ରତିଟି କଥାରେ ଏହାର ଆବଶ୍ୟକତା ରହିଛି । ପ୍ୟାନ୍ କାର୍ଡରୁ ଆରମ୍ଭ କରି ଡ୍ରାଇଭିଂ ଲାଇସେନ୍ସ, ଭୋଟର ଆଇଡି କାର୍ଡର଼୍ ନିତିଦିନିଆ ଜୀବନରେ ସବୁବେଳେ ଦରକାର ପଡ଼ୁଛି । ଯଦି ଏ ସବୁ ହଜି ଯାଇଛି କିମ୍ବା ଆପଣଙ୍କ ପାଖରେ ନାହିଁ, ତେବେ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ- ଆପଣଙ୍କ ଇଲାକାର ଡାକଘର ଏଣିକି ଆପଣଙ୍କୁ ଆଇଡି କାର୍ଡ ଦେବ । ଯାହାକୁ ଆପଣ ଆଡ୍ରେସ୍ ପ୍ରୁଫ୍ ହିସାବରେ ବ୍ୟବହାର କରି ପାରିବେ ।

ଏଥିପାଇଁ ଆପଣଙ୍କୁ ତଳେ ଲେଖାଥିବା ପ୍ରକ୍ରିୟା ଆପଣାଇବାକୁ ହେବ ।

ପ୍ରଥମ ପଦକ୍ଷେପ- ଆପଣଙ୍କ ନିଜ ଠିକଣାରେ ଗୋଟିଏ ସ୍ପିଡ୍ ପୋଷ୍ଟ ବା ରେଜିଷ୍ଟର୍ଡ ପୋଷ୍ଟ ଚିଠି ପଠାନ୍ତୁ । ଚିଠି ପାଇଲା ପରେ ନିକଟସ୍ଥ ଡାକଘରକୁ ନେଇ ଯାଆନ୍ତୁ ।

ଦ୍ୱିତୀୟ ପଦକ୍ଷେପ- ଡାକଘରେ ମୁଖ୍ୟଙ୍କୁ ଆପଣ ସାକ୍ଷାତ କରନ୍ତୁ । ୧୦ ଟଙ୍କା ଜମା କରି ଆପଣ ଆଡ୍ରେସ୍ ପ୍ରୁଫ୍ ଫର୍ମ ଆଣନ୍ତୁ ।

କିମ୍ବା ଫର୍ମଟି ଡାଉନଲୋଡ୍ କରିହେବ । ତଳ ଠିକଣାରୁ ଡାଉନଲୋଡ୍ କରନ୍ତୁ ।

http://www.indiapost.gov.in/Pdf/PO_ID_Cards_Application_Form.pdf

ତୃତୀୟ ପଦକ୍ଷେପ- ପରେ ଫର୍ମଟି ପୂରଣ କରି ଦୁଇଟି ପାସପୋର୍ଟ ସାଇଜର ଫଟୋ ସହିତ ସ୍ଥାୟୀ ଠିକଣାର ପ୍ରମାଣ ଦାଖଲ କରନ୍ତୁ । ଏହା ସହିତ ଆପଣଙ୍କୁ ୨୪୦ ଟଙ୍କା ଜମା ଦେବାକୁ ପଡ଼ିବ । ଫଟୋ ଗୁଡ଼ିକ ଧଳା ବ୍ୟାକଗ୍ରାଉଣ୍ଡରେ ଉଠିଥିବା ଜରୁରୀ ।

ଚତୁର୍ଥ ପଦକ୍ଷେପ- ପରେ ଡାକଘର ଆପଣଙ୍କ ସଂପର୍କିତ ଯାଂଚ୍ କରିବ । ଦୁଇ ମାସ ମଧ୍ୟରେ ଆପଣଙ୍କୁ ରଂଗୀନ ଆଇଡି କାର୍ଡ ମିଳିବ । ଯାହାକୁ ଆପଣ ଆଇଡ଼ି ପ୍ରୁଫ୍ ଭାବେ ବ୍ୟବହାର କରି ପାରିବେ ।

ପଂଚମ ପଦକ୍ଷେପ- ଏହି ଆଇଡି କାର୍ଡର ର୍ଅବଧି ୩ ବର୍ଷ । ୩ ବର୍ଷ ପରେ ୧୫୦ ଟଙ୍କା ଜମା ଦେଇ ଆପଣ ଏହାର ନବୀକରଣ କରିପାରିବେ । କିମ୍ବା ଯଦି କାର୍ଡଟି ହଜିଯାଏ, ତେବେ ୧୦୦ ଟଙ୍କା ଜମା ଦେଇ ଡୁପ୍ଲିକେଟ୍ କାର୍ଡ ନେଇ ପାରିବେ ।