ସ୍ମୃତିକୁ ସାଇତି ରଖିବାର ସୁନ୍ଦର ମାଧ୍ୟମ : ଯାହା କରି ଦେଖାଇଛନ୍ତି ଆଇଆଇଟିର ଛାତ୍ର

ସ୍ମୃତିକୁ ସାଇତି ରଖିବାର ସୁନ୍ଦର ମାଧ୍ୟମ : ଯାହା କରି ଦେଖାଇଛନ୍ତି ଆଇଆଇଟିର ଛାତ୍ର

Friday January 01, 2016,

2 min Read

  • ଆଇଆଇଟି ଗୌହାଟୀର ଛାତ୍ରମାନେ କରିଛନ୍ତି ଅନନ୍ୟ ଇଅର-ବୁକ୍
  • ସ୍ମୃତିକୁ ଏକ ପୁସ୍ତକର ରୂପ ଦେବ ଏହି ଅନଲାଇନ୍ ସେବା

ସ୍କୁଲରୁ କଲେଜ ଯିବାର ଆଗ୍ରହ ଓ କଲେଜ୍ ପାସ୍ କରିବା ସମୟରେ ସେଠାରେ ବିତାଇଥିବା ଅଭୁଲା ମୂହୂର୍ତ୍ତ ସମସ୍ତଙ୍କ ପାଇଁ ସ୍ମରଣୀୟ | କଲେଜରେ ପଢିଥିବା ସମସ୍ତେ ଏହାକୁ ଅନୁଭବ କରିଥିବେ ନିଶ୍ଚୟ | ପ୍ରକୃତରେ ଏହି ସବୁ ସମୟକୁ ସବୁବେଳେ ପାଇଁ ରେକର୍ଡ କରିଦେବାକୁ ଇଛା ହୁଏ ସମସ୍ତଙ୍କର | ଆଜିର ଯୁବ ସମାଜ ସୋସିଆଲ୍ ମିଡିଆ ଓ ଅତ୍ୟାଧୁନିକ ଯନ୍ତ୍ର ସହ ବେଶ୍ ଜଡିତ | ଆଉ ସୁନ୍ଦର ସ୍ମୃତିକୁ ସଜାଡି ରଖିବା ପାଇଁ ସେମାନଙ୍କୁ ଏକ ପ୍ଲାଟଫର୍ମ ଦରକାର ଓ ଆଉ ଏହି ପ୍ଲାଟଫର୍ମ ପ୍ରସ୍ତୁତ କରିଛନ୍ତି ଆଇଆଇଟି ଗୌହାଟୀର କିଛି ମେଧାବୀ ଛାତ୍ର | ଏମାନେ ଗତ ବର୍ଷ ଭାଲେନଣ୍ଟାଇନ୍ ଡେ’ ରେ zaffingo.com ନାମରେ ଏକ ୱେବସାଇଟ୍ ଆରମ୍ଭ କରିଛନ୍ତି | ଯେଉଁଥିରେ ଯେ କେହି କଲେଜ୍ ଦିନର ସ୍ମୃତିକୁ ଏକ ପୁସ୍ତକର ରୂପ ଦେଇପାରିବ |

ଏହି ୱେବସାଇଟ୍ ସମ୍ପର୍କରେ ଏହାର ସହ ସଂସ୍ଥାପକ ଓ ସିଇଓ ଶିଖର ସକସେନା କହନ୍ତି, ଏହି ଇଅର ବୁକ୍ କେବଳ ଅଳ୍ପ କିଛି ପୃଷ୍ଠାର ପୁସ୍ତକ ନୁହେଁ | ବଂର ସୁନ୍ଦର ସ୍ମୃତିର ଏକ ଏମିତି ଏକ ଫୁଲତୋଡା, ଯାହା ସାରା ଜୀବନ ଆପଣଙ୍କୁ ମହକ ଦେବ |

ବହୁତ କମ୍ ସମୟ ମଧ୍ୟରେ ଏହି ୱେବସାଇଟ୍ ପୁରା ଦେଶରେ ଯୁବସମାଜ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିଛି | ଏହି ୱେବସାଇଟରେ ଆପଣ ଆପଣଙ୍କର ବନ୍ଧୁମାନଙ୍କୁ ଆମନ୍ତ୍ରିତ କରି ସେମାନଙ୍କ ସ୍ମୃତିକୁ ଲେଖିବା ପାଇଁ କହିପାରିବେ | ଏଥିରେ ଫୋଟୋ ଅପଲୋଡିଂ କରାଯାଇ ଅନଲାଇନରେ ଏଡିଟିଂ ମଧ୍ୟ କରିହେବ | ତେଣୁ ଇଅର ବୁକ୍ ପ୍ରସ୍ତୁତ କରି ସ୍ମୃତିକୁ ସାଇତିବା ସହଜ ଓ ମନୋରଂଜକ ମଧ୍ୟ |

image


zaffingo.comର ପରିକଳ୍ପନାକୁ ସାକାର କରିବା ପାଇଁ ଆଇଆଇଟି ଗୌହାଟୀରେ ସ୍ନାତକ କରୁଥିବା ଦୁଇଜଣ ଛାତ୍ର ତଥାଗତ ଲୋଖଣ୍ଡେ ଓ ଶିଖର ସକ୍ସେନାଙ୍କ ବହୁତ ବଡ ଭୂମିକ ରହିଛି | ଶିଖର କହନ୍ତି, କଲେଜ୍ ଦିନର ସ୍ମୃତିକୁ ସଜାଇ ରଖିବା ପାଇଁ zaffingo.com ସବୁଠୁ ବଳିଷ୍ଠ ମାଧ୍ୟମ |

image


ଶିଖର ସ୍ୱୀକାର କରନ୍ତି ଯେ ଏବେ ସୁଦ୍ଧା ଆମ ଦେଶରେ ଇଅରବୁକ୍ ପ୍ରସ୍ତୁତ କରିବା ପରମ୍ପରା ଆରମ୍ଭ ହୋଇନାହିଁ| ଅନ୍ୟ ଦେଶ ତୁଳନାରେ ଏ କ୍ଷେତ୍ରରେ ଆମେ ଖୁବ୍ ପଛରେ ଅଛେ | କିନ୍ତୁ ଏହି ୱେବସାଇଟ୍ ସମ୍ପର୍କରେ ଜାଣିବା ପରେ ଲୋକଙ୍କ ଆଗ୍ରହ ବଢିଛି | ଏହି ୱେବସାଇଟ୍ କରିବା ଲାଗି ସେମାନଙ୍କୁ ବହୁ ପରିଶ୍ରମ କରିବାକୁ ପଡିଛି | ସେମାନଙ୍କ ସାମ୍ନାରେ ବଡ ଚ୍ୟାଲେଂଜ୍ ଥିଲା ଡାଟା ସଂଗ୍ରହ ଓ ତାକୁ ସବୁ ଏକାଠି କରି ଇଅରବୁକ୍ ରୂପ ଦେବା | ଏହାକୁ ଚ୍ୟାଲେଂଜ୍ ଭାବେ ଗ୍ରହଣ କରି ଇଅରବୁକ୍ ପ୍ରସ୍ତୁତି କାମକୁ ଏମାନେ ରୋଚକ ଓ ମନୋରଂଜକ କରିଥିଲେ|

ଏହି ୱେବସାଇଟ୍ ପ୍ରସ୍ତୁତ କରିବା ପାଇଁ ହୋଇଥିବା ଖର୍ଚ୍ଚ ସେମାନେ ନିଜେ ବହନ କରିଥିଲେ | କାହାଠାରୁ ସେମାନେ ଆର୍ଥିକ ସହାୟତା ନେଇ ନଥିଲେ | ଭବିଷ୍ୟତରେ କେବଳ ଛାତ୍ରଙ୍କ ପାଇଁ ନୁହେଁ, ବଂର ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ଇଅରବୁକ୍ କରିବା ପାଇଁ ସେମାନେ ଯୋଜନା ରଖିଛନ୍ତି | ଏହାପରେ ସେମାନେ ‘ଟିମ୍ ବୁକ୍’ ପ୍ରସ୍ତୁତ କରିବେ | ଯେଉଁଥିରେ ବିଭିନ୍ନ କ୍ଲବ, ବଦ ବଡ କମ୍ପାନୀରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମକୁ ଅନଲାଇନ୍ ମାଧ୍ୟମରେ ଘରେ ବସି ଡିଜିଟାଲ୍ ଆଲବମରେ ରୂପାନ୍ତରିତ କରିହେବ |

zaffingo.comରେ ଇଅରବୁକ ପ୍ରସ୍ତୁତ କରିବା ପରେ ଆପଣଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି | ଆପଣ ଚାହିଁଲେ ଏହାକୁ ପ୍ରିଣ୍ଟ କରିପାରିବେ କିମ୍ବା ଡାଇନଲୋଡ୍ କରି କମ୍ପ୍ୟୁଟରରେ ସଫ୍ଟ କପି ଭାବେ ରଖିପାରିବେ |

ମୂଳ ଲେଖା - ନିଶାନ୍ତ ଗୋୟେଲ

ଭାଷାନ୍ତର - ଅଖଣ୍ଡ