ବୁର୍ଲା VSSUT ରୋବୋଟିକ୍ସ ସୋସାଇଟୀର Ketto କ୍ରାଉଡ ଫଣ୍ଡିଙ୍ଗ ଅଭିଯାନ

ବୁର୍ଲା VSSUT ରୋବୋଟିକ୍ସ ସୋସାଇଟୀର Ketto କ୍ରାଉଡ ଫଣ୍ଡିଙ୍ଗ ଅଭିଯାନ

Tuesday December 22, 2015,

2 min Read

ଆମେ କଳ୍ପନା କରୁ ,ଅନୁସନ୍ଧାନ କରୁ, ଆଉ ନୂଆ କିଛି ସୃଷ୍ଟି କରୁ'

image


ଏହା ଆମର ପରିଚୟ

ଆମେ ପ୍ରକୃତିର ମନୋରମ କୋଳରେ ଅବସ୍ଥିତ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟର ପୁଞ୍ଜାଏ ଟେକ୍ନୋକ୍ରାଟ । ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଅହରହ ଘଟୁଥିବା ପ୍ରଗତି ଓ ଘଟଣାବଳୀ ସମ୍ପର୍କିତ ଜ୍ଞାନ ଲାଭ କରିବା ଏବଂ ଥିଓରୀଗତ ଜ୍ଞାନକୁ କିପରି ବାସ୍ତବ ଜୀବନରେ ପ୍ରୟୋଗ କରିହେବ ସେଥିପ୍ରତି ଆମେ ଭୀଷଣ ଆଗ୍ରହୀ ଓ ନିରନ୍ତର ଉଦ୍ୟମରତ।

image


VSSUT Robocon ପ୍ରଯୁକ୍ତିବିଦ୍ୟା ଓ ନବୀନ ପ୍ରୟୋଗ ସବୁ ପ୍ରଦର୍ଶିତ ହେଉଥିବା ଜାତୀୟ ଉତ୍ସବଗୁଡ଼ିକରେ ନିୟମିତ ଭାଗ ନେଇଥାଏଏବଂ ଓଡ଼ିଶାରୁ ଭାଗ ନେଉଥିବା ଟିମ୍ ମାନଙ୍କ ମଧ୍ୟରେ ଶୀର୍ଷରେ ଥାଏ ।

ରୋବୋକନ କ'ଣ?

ଏସିଆ ପାସିଫିକ ରୋବଟ ପ୍ରତିଯୋଗିତା ଏକ ଅନ୍ତର୍ଜାତୀୟ ରୋବୋଟିକ୍ସ ପ୍ରତିଯୋଗିତା। ଏଥିରେ ବିଭିନ୍ନ ଦେଶର ସର୍ବୋତ୍କୃଷ୍ଟ ରୋବଟମାନେ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦିତା କରିଥାନ୍ତି। ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଓ ଥିମ୍ ଆଧାରରେ ପ୍ରତିଦ୍ୱନ୍ଦିତା ହୁଏ ,ଯାହାକି ପ୍ରତିବର୍ଷ ପରିବର୍ତ୍ତିତ ହୋଇଥାଏ ଏବଂ ଚ୍ୟାଲେଞ୍ଜଟିକୁ ତୀବ୍ରତର କରିଥାଏ। ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ପ୍ରତ୍ୟେକ ଦେଶର ଏକ ଶୀର୍ଷ ଟିମ୍ କୁ ଭାଗ ନେବା ପାଇଁ ଅନୁମତି ମିଳିଥାଏ।

image


ଆମେ ଏ ଯାବତ୍ କ'ଣ ହାସଲ କରିପାରିଛୁ?

୨୦୦୯ରେ ଅଳ୍ପ କିଛି ଛାତ୍ରଙ୍କୁ ନେଇ ଗଠିତ ଟିମ୍ VSSUT ଆଜି ୫୦ ଭିନ୍ନ ଭିନ୍ନ ରୁଚିର ଛାତ୍ରଙ୍କ ମଧ୍ୟରେ ପରିବ୍ୟାପ୍ତ। ହେଲେ ଗୋଟିଏ ଆବେଗରେ ସମସ୍ତେ ଗୁନ୍ଥା : କଳ୍ପନାକୁ ଉଦ୍ଭାବନରେ ସାକାର କରିବାର ନିଶା।

ତା'ପରଠାରୁ ଆମ ଛାତ୍ରମାନେ ସାରା ଭାରତରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଦେଶର ପ୍ରମୁଖ ଅନୁଷ୍ଠାନ ମାନଙ୍କରୁ( ଆଇଆଇଟି ଏବଂ ଏନଆଇଟି) ସଫଳତାର ସ୍ତବକ ତୋଳିଆଣିଛନ୍ତି। ଆମର ଟିମ୍ ୨୦୧୪ ରେ ବମ୍ବେ IIT ଇ-ଯନ୍ତ୍ର ପ୍ରତିଯୋଗିତାରେ ସପ୍ତମ ସ୍ଥାନ ଅଧିକାର କରିଛି ଏବଂ Robocon-11 ଓ Robocon-15 ରେ ଯଥାକ୍ରମେ AIR 4 ଏବଂ AIR 27 ସ୍ଥାନ ପାଇ କୃତିତ୍ଵ ଅର୍ଜ୍ଜନ କରିପାରିଛନ୍ତି । ଏ ବର୍ଷ ମଧ୍ୟ ଆମେ Robocon 2016ରେ ଭାଗ ନେବା ପାଇଁ ଯୋଜନା କରୁଛୁ। ଏଥିପାଇଁ ଖାସ ପ୍ରସ୍ତୁତି ଆରମ୍ଭ ହୋଇ ଲାପ୍ ଟପ ରେ କାମର ଡିଜାଇନ ଠାରୁ ଆରମ୍ଭ କରି ଷ୍ଟ୍ରକଚର ଫାବ୍ରିକେସନ ପର୍ଯ୍ୟନ୍ତ ଅନେକ ବାଟ ଆସି ସାରିଲାଣି । ସମସ୍ତ ସରଞ୍ଜାମ ଓ ଆଇଡିଆ ପ୍ରସ୍ତୁତ କିନ୍ତୁ ଏବେ ବାକି କିଛି ଜିନିଷ ପାଇଁ ଅର୍ଥ ଆମ ପାଇଁ ବାଧକ ହୋଇ ଠିଆ ହୋଇଛି।

ଆପଣ ସାହାଯ୍ୟ କରିବାକୁ ଚାହିଁବେ କି? କ୍ରାଉଡ ଫଣ୍ଡିଙ୍ଗ ୱେବସାଇଟର ଲିଙ୍କ