ଏବେ ମିଳିବ ଦଉଡ଼ିବା ପାଇଁ ଡିଜାଇନର ଶାଢୀ – ମିଳିନ୍ଦ ସୋମନ କରାଉଛନ୍ତି ଡିଜାଇନ

ଏବେ ମିଳିବ ଦଉଡ଼ିବା ପାଇଁ ଡିଜାଇନର ଶାଢୀ – ମିଳିନ୍ଦ ସୋମନ କରାଉଛନ୍ତି ଡିଜାଇନ

Friday July 29, 2016,

2 min Read

ମଡେଲ ରୁ ଅଭିନେତା ଓ ତା’ପରେ ଧାବକ ପାଲଟିଥିବା ଭାରତର Iron Man ମିଳିନ୍ଦ ସୋମନ ଏବେ ଚତୁର୍ଥ Pinkathonକୁ ନେଇ ଏକଦମ ପ୍ରସ୍ତୁତ। ବିଶେଷ କରି ମହିଳା ମାନଙ୍କ ପାଇଁ ଆୟୋଜିତ ଏହି ମାରାଥନ ଦୌଡ ଆୟୋଜିତ ହେବାକୁ ଯାଉଛି ୪ ସେପ୍ଟେମ୍ବର ୨୦୧୬ରେ। ଅନେକେ ଜାଣିଛନ୍ତି ଏହି Pinkathon ସମ୍ପର୍କରେ। ମାତ୍ର ଖୁବ କମ ଲୋକ ଜାଣିଥିବେ ଯେ ମିଳିନ୍ଦ ଏହି ଅବସର ପାଇଁ ଏକ “ଦଉଡ଼ିବା ଶାଢୀ” ଡିଜାଇନ କରାଉଛନ୍ତି। ଏହି ଶାଢୀ ବିଶେଷ କରି ଭାରତୀୟ ମହିଳା ମାନଙ୍କ ପାଇଁ ତିଆରି ହେବ।

Image: <a href=

Image:

Jaipurwomenbloga12bc34de56fgmedium"/>

ମିଳିନ୍ଦ The Times Of Indiaକୁ କହିଛନ୍ତି ଯେ ଅଧିକାଂଶ ଭାରତୀୟ ନାରୀ ମାନେ ସାଧାରଣ ସ୍ପୋର୍ଟ୍ସ ହାଫ ପ୍ୟାଣ୍ଟ ପିନ୍ଧି ଦଉଡ଼ିବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ଏହା ତାଙ୍କ ପାଇଁ ଅସୁବିଧାଜନକ ହେବା ସହ ସେମାନେ ଏଥିରେ ସହଜ ମଧ୍ୟ ଅନୁଭବ କରନ୍ତି ନାହିଁ। ସେଥିପାଇଁ ସେ ଏକ ଏପରି ଶାଢୀ ତିଆରି କରାଇବା ବିଚାର କଲେ ଯାହା ହାଲକା ହେବା ସହ ଛୋଟ (ଦୈର୍ଘ୍ୟରେ ଛୋଟ) ମଧ୍ୟ ହୋଇଥିବ। ଏହାକୁ ପିନ୍ଧି ଜଣେ ପାରମ୍ପରିକ ଢଙ୍ଗରେ ପୋଷାକ ପିନ୍ଧିବାକୁ ପସନ୍ଦ କରୁଥିବା ନାରୀ ମଧ୍ୟ ଦଉଡ଼ିପାରିବ।

“ଭାରତୀୟ ନାରୀ ମାନଙ୍କ ପାଇଁ ବଜାର ଯିବାପାଇଁ ଅଲଗା ରକମର ଶାଢୀ, ବାହାଘର ପାଇଁ ଅଲଗା, କିଟି ପାର୍ଟି ପାଇଁ ଅଲଗା ଓ ଘରେ ପିନ୍ଧିବାକୁ ମଧ୍ୟ ଭିନ୍ନ ରକମର ଶାଢୀ ଥାଏ। କିନ୍ତୁ ବ୍ୟାୟାମ କରିବା ପାଇଁ କିମ୍ବା ଯୋଗ କରିବା ପାଇଁ କାହିଁକି କିଛି ଭିନ୍ନ ଧରଣର ଶାଢୀ ନାହିଁ? ତେଣୁ ଜଣେ ମହିଳା ଯଦି ବ୍ୟାୟାମ ବା ଯୋଗ କରିବାକୁ ଚାହୁଁଛନ୍ତି ତେବେ ଆମେ ତାଙ୍କୁ ତାଙ୍କ ରୁଚିର ଓ ଆରାମଦାୟକ ହେଇପାରୁଥିବା ଶାଢୀ ଯୋଗାଇଦେବାକୁ ଚାହୁଁଛୁ”, କୁହନ୍ତି ମିଳିନ୍ଦ।

ଦିଲ୍ଲୀର ଜଣେ ଡିଜାଇନର ଏବେ ଏହି ବିଶେଷ ଶାଢୀ ଉପରେ କାମ କରୁଛନ୍ତି। ମିଳିନ୍ଦ ଆମ ଦେଶର କିଛି ପ୍ରସିଦ୍ଧ ବୁଣାକାରୀ ଯେପରିକି ବନାରସୀ ଓ ଚନ୍ଦେରୀ ଏହି ଡିଜାଇନରେ ସମ୍ମିଳିତ କରିବାକୁ ଚାହାଁନ୍ତି। ମହିଳା ମାନେ ଦୋକାନକୁ ଆସି ଦୋକାନୀକୁ ମାଗିପାରିବେ ଯେ ତାଙ୍କୁ ଏକ ରନିଙ୍ଗ ବନାରସୀ ବା ରନିଙ୍ଗ ଚନ୍ଦେରୀ ଶାଢୀ ଦରକାର।

Image: <a href=

Image:

Pinteresta12bc34de56fgmedium"/>

ନିଜକୁ ଫିଟ କିପରି ରଖୁଛନ୍ତି ସେ ବିଷୟରେ ମିଳିନ୍ଦ କୁହନ୍ତି, ମୁ ସବୁ ଖାଏ କେବଳ ଚିନିକୁ ଛାଡ଼ି। ଆପଣ ଯଦି ଫିଟ ରହିବାକୁ ଚାହୁଁଛନ୍ତି ତେବେ ଚାରିଟି ଜିନିଷ ଉପରେ ପ୍ରଥମେ ଧ୍ୟାନ ଦେବାକୁ ପଡ଼ିବ। ସେ ହେଲା ପର୍ଯ୍ୟାପ୍ତ ପରିମାଣରେ ନିଦ୍ରା ଯାହା ଫଳରେ ଆପଣଙ୍କ ଶରୀରକୁ ଆବଶ୍ୟକ ମୁତାବକ ଶକ୍ତି ମିଳିଥାଏ। ଦ୍ଵିତୀୟ ହେଲା ଖାଦ୍ୟ। ସ୍ଵାସ୍ଥ୍ୟକାରୀ ଖାଦ୍ୟ ଯାହାକି ତଟକା ଏବଂ ଘର ତିଆରି ହେଇଥିବ ତାହା ଖାଇବା ଉଚିତ। ତୃତୀୟ ଟି ହେଲା ନିୟମିତ ଭାବେ ବ୍ୟାୟାମ କରିବା ଓ ସର୍ବଶେଷରେ ସକାରାତ୍ମକ ଚିନ୍ତାଧାରା। ଆପଣ ଯେକୌଣସି ପରିସ୍ଥିତିରେ ଥାଆନ୍ତୁ ନା କାହିଁକି ସେଥିରୁ କିଛି ନା କିଛି ସକାରାତ୍ମକ ଶିକ୍ଷା ନିଅନ୍ତୁ। ପରିସ୍ଥିତି ଯେତେ ଖରାପ ଥିଲେ ମଧ୍ୟ ସେଥିରୁ କିଛି ଶିଖି ନିଜେ ଆଗ ଅପେକ୍ଷା ଉତ୍ତମ ମଣିଷ ହେଇ ବାହାରି ଆସନ୍ତୁ।