ନିଆରା ବୃତ୍ତିରେ ସଫଳ ନାଉରୀ: ଅଭିଜିତା କୁଳଶ୍ରେଷ୍ଠା

ନିଆରା ବୃତ୍ତିରେ ସଫଳ ନାଉରୀ: ଅଭିଜିତା କୁଳଶ୍ରେଷ୍ଠା

Thursday November 12, 2015,

3 min Read

Tanishq ଦ୍ଵାରା ପ୍ରାୟୋଜିତ Mia Women Series ମଧ୍ୟରୁ ଏହି କାହାଣୀ ଗୋଟିଏ। ଏହି କାହାଣୀମାନଙ୍କରେ ଆମେ ସାହସୀ, ସଫଳ ଓ ପ୍ରେରଣାଦାୟୀ ମହିଳାମାନଙ୍କର ସଫଳତାର ଗାଥା ପ୍ରଦର୍ଶନ କରିଥାଉ। (ଏ ସମସ୍ତ କାହାଣୀ ଉପରେ HerStoryର ସମ୍ପୂର୍ଣ ସମ୍ପାଦକୀୟ କର୍ତ୍ତୁତ୍ଵ ରହିଛି।)

ନିର୍ଦ୍ଧେଶକ ଓ ଜ୍ୟୋତିଷ ରତ୍ନ ବିଷାରଦ ଅଭିଜିତା କୁଳଶ୍ରେଷ୍ଠାଙ୍କ ଜୀବନ ଯାତ୍ରା ରୋମାଞ୍ଚକର ଓ ନିଆରା। ଭିନ୍ନ ଭିନ୍ନ କ୍ଷେତ୍ରରେ କାମ କରିଥିବା ଅଭିଜିତା ବର୍ତ୍ତମାନ ଜ୍ୟୋତିଷ ଶସ୍ତ୍ର ଓ ରତ୍ନ ଚିକିତ୍ସା ବିଷାରଦ। ଗ୍ରହ ନକ୍ଷତ୍ର ଓ ବିଭିନ୍ନ ରତ୍ନ ପଥର ଉପରେ ଥିବା ତାଙ୍କ ଜ୍ଞାନକୁ ବିନିଯୋଗ କରି ସେ ଲୋକମାନଙ୍କୁ ସମାଧାନର ବାଟ ଦେଖାଉଛନ୍ତି। ଜଣେ ଲେଖକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ଅଭିଜିତା Bennett & Coleman, R K Swamy BBDO ଓ MICA ପରି ପ୍ରତିଷ୍ଠିତ ଗଣମାଧ୍ୟମ ବ୍ରାଣ୍ଡ ସହ କମ କରିଛନ୍ତି। ଏହା ସହିତ PGA (Planetary Gemologists Association, Thailand) ତାଙ୍କୁ ଜଣେ ରତ୍ନ ପଥର ପରାମର୍ଶଡାତା ଭାବେ ସୀକୃତି ମଧ୍ୟ ପ୍ରଦାନ କରିଛି। ଏହି ସଫଳ ଓ ମିଷ୍ଟଭାଷୀ ମହିଳାଙ୍କ ଜୀବନଯାତ୍ରା ଓ ସଫଳତାର କାହାଣୀ ତାଙ୍କ ନିଜ ଭାଷାରେ....

image


ପାହାଡ ଘେରା ରେ ମୋର ଜନ୍ମ ଓ ମୋ ପିଲାଦିନ ଏହାର ପାହାଡ ଓ ଜଙ୍ଗଲ ଘେରା ପରିବେଶ ଭିତରେ ହିଁ କଟିଛି। ମୋ ପିଲାଦିନେ କଶଉଲି ଆଜି ପରି ଏତେ ଉନ୍ନତ ସହର ନଥିଲା। ଏଠାରେ ଅଳ୍ପ କେତୋଟି ଘର ଥିଲା ଓ ଚାରିଆଡେ ଜଙ୍ଗଲ ଥିଲା। ଜଙ୍ଗଲରେ ସାରାଦିନ ଘୁରି ବୁଲିବା ଓ ଜଙ୍ଗଲୀ କୋଳି ତୋଳି ଖାଇବା ମୋ ପିଲାଦିନର ସବୁଠାରୁ ମଧୁର ଅନୁଭୂତି ଥିଲା। ଏହାପରେ ମୁଁ ଊଚ୍ଚ ଶିକ୍ଷା ପାଇଁ ଚଣ୍ଡୀଗଡ଼ ଆସିଲି ଓ ସେଠାରେ ସମ୍ବାଦିକତାରେ ସ୍ନାତକୋତ୍ତର ଶିକ୍ଷା ଶେଷ କଲି। ଯୁବାବସ୍ଥାରେ ମୁଁ ଆଦର୍ଶବାଦୀ ଥିଲି ଓ ପୃଥିବୀରେ ପରିବର୍ତ୍ତନ ଆଣିବା ପାଇଁ ଚାହୁଁଥିଲି।

ସାମ୍ବାଦିକ ଭାବେ ଜୀବନ ଆରମ୍ଭ କରିବା ସମୟରେ କଶଉଲିରେ ଗୋଟିଏ ବଡ ଅପରାଧ ଘଟିଥିଲା। ମୋ ସମ୍ପାଦକ ଚାହୁଁଥିଲେ ଯେ ମୁଁ ସେହି ଘଟଣା ଉପରେ ଗୋଟିଏ ରିପୋର୍ଟ ତିଆରି କରେ। ମୁଁ ଏହା କରିଥିଲି ଓ ରିପୋର୍ଟଟି ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ପ୍ରକାଶିତ ହୋଇଥିଲା। ମୋ ସମ୍ବାଦିକତା କ୍ୟାରିଆରର ଆରମ୍ଭ ଓ ଶେଷ ଉଭୟ ଘଟଣାବହୁଳ ଥିଲା। ଏହାପରେ ମୁଁ MICAରେ କାମ କରିବା ଆରମ୍ଭ କଲି। ଏଠାରେ ମୁଁ ପ୍ରଫେସରଙ୍କୁ ଯୋଗାଯୋଗ ଗବେଷଣାରେ ସାହାଯ୍ୟ କରୁଥିଲି। MICAର ଦିନ ଗୁଡିକ ସ୍ମରଣୀୟ ଥିଲା। ଏହାପରେ ମୁଁ ବିବାହ କରି ବାଙ୍ଗାଲୋର ଚାଲି ଆସିଲି।

ବାହାଘରର ବର୍ଷେ ଭିତରେ ମୋ ପୁଅ ଜନ୍ମ ହେଲା ଆଉ ଏହା ପରେ ପୁଅର ଦେଖାଶୁଣା ପାଇଁ ମୁଁ ପୂର୍ଣ୍ଣ ସମୟ କାମ କରିବା ଛାଡିଦେଲି। ହେଲେ ମୋ ଲେଖାଲେଖି ଜାରି ରହିଥାଏ। ଆଉ ଏହି ସମୟରେ ହିଁ ଜ୍ୟୋତିଷ ଶାସ୍ତ୍ରକୁ କ୍ୟାରିଅର ଭାବେ ଗ୍ରହଣ କରିବା ଆରମ୍ଭ କଲି। ଜ୍ୟୋତିଷ ଶସ୍ତ୍ର ଅନୁମାନର ଖେଳ ନୁହେଁ, ବରଂ ଏହା ବିଜ୍ଞାନ। ନିଜ ଜ୍ଞାନକୁ ଅଧିକ ଶାଣିତ କରିବା ପାଇଁ ମୁଁ ବହୁ ଜ୍ୟୋତିଷ ଶାସ୍ତ୍ର ବହି ପଢିବାକୁ ଲାଗିଲି। ଏହି ଶାସ୍ତ୍ରକୁ ବ୍ୟବହାର କରି ମୁଁ ଲୋକମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣି ପାରିଛି।

ଜ୍ୟୋତିଷ ଶାସ୍ତ୍ର ଅନ୍ଧବିଶ୍ଵାସ ନୁହେଁ। ଏହା ଏକ ଜଟିଳ ବିଜ୍ଞାନ। ଜ୍ୟୋତିଷମାନେ ସବୁବେଳେ ଠିକ ହୋଇ ନପାରନ୍ତି, ମାତ୍ର ଏହି ବିଦ୍ୟା ସବୁବେଳେ ଠିକ। ଏହି ବିଦ୍ୟା ଅତ୍ୟନ୍ତ ପବିତ୍ର ଓ ମୁଁ ଏହାର ବ୍ୟବସାୟୀକରଣକୁ ଆଦୌ ପ୍ରଶୟ ଦିଏନା। ସେଥିପାଇଁ ଯଦି କେହି ମୋ ପାଖକୁ ବାଧ୍ୟବାଧକତାରେ ଆସେ କିମ୍ବା ଏହି ବିଦ୍ୟା ପ୍ରତି ତାଙ୍କ ମନରେ ଅବିଶ୍ଵାସ ଥାଏ, ମୁଁ ତାଙ୍କୁ ମୋ ଉପଦେଶ ଦିଏ ନାହିଁ। ଏହି ବିଦ୍ୟା ଓ ରତ୍ନ ପଥର ଚିକିତ୍ସା ହେଉଛି ମହାନ ପ୍ରାଚୀନ ଭାରତୀୟ ପରମ୍ପରାର ଅଂଶବିଶେଷ। ଏହା ବିଷୟରେ ବେଦମାନଙ୍କରେ ମଧ୍ୟ ବର୍ଣନା କରାଯାଇଛି। ଭିନ୍ନ ଭିନ୍ନ ରତ୍ନ ପଥର ଭିନ୍ନ ଭିନ୍ନ ଗ୍ରହ ମାନଙ୍କ ସହ ଜଡିତ। ସେମାନଙ୍କ କାର୍ଯ୍ୟକାରିତା ଭିନ୍ନ ଭିନ୍ନ ଓ ଅଲଗା ଅଲଗା ସମସ୍ୟାର ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ।

ଜ୍ୟୋତିଷ ଶାସ୍ତ୍ର ଦ୍ଵାରା ମଣିଷ ଜୀବନରେ ଅନେକ ଗଠନମୂଳକ ପରିବର୍ତ୍ତନ ଆଣି ହେବ ବୋଲି ମୁଁ ବିଶ୍ଵାସ କରେ। ନିଜ କାମ କରିବା ଭିତରେ ମୁଁ ଲୋକମାନଙ୍କୁ ଜୀବନର ଭିନ୍ନ ଭିନ୍ନ ସ୍ତର ଦେଇ ଗତି କରିବାର ଦେଖିଛି। ସେମାନଙ୍କ ସୁଖ ଓ ଅନୁତାପକୁ ମୁଁ ପାଖରୁ ଦେଖିଛି ଓ ସେମାନଙ୍କ ଭୁଲରୁ ନିଜେ ଶିଖିବାକୁ ଚେଷ୍ଟା କରିଛି।

image


ଏହି ପେଷାରେ ଆପଣଙ୍କ ପରିଧାନ ବହୁତ ମହତ୍ଵ ରଖେ। ଅନେକ ସମୟରେ ଆପଣଙ୍କ ଅତ୍ୟାଧୁନିକ ପରିପାଟୀ ଆପଣଙ୍କ ପାଖକୁ ଆସୁଥିବା ଲୋକଙ୍କ ମନରେ ଦ୍ଵନ୍ଦ ସୃଷ୍ଟି କରିପାରେ। ମୁଁ ଶାଢୀ ପିନ୍ଧିବାକୁ ଭଲ ପାଏ। ନିଜ ସୁବିଧା ପାଇଁ ସମୟ ସମୟେ ଜିନ୍ସ ଓ କୁର୍ତ୍ତା ମଧ୍ୟ ପିନ୍ଧି ଥାଏ। ପୋଷାକ ଛଡା ଆପଣଙ୍କ ବ୍ୟକ୍ତିତ୍ଵ ଅନ୍ୟମାନଙ୍କ ଉପରେ ଅଧିକ ପ୍ରଭାବ ପକାଇ ଥାଏ।

କୌଣସି ସମ୍ପର୍କ କିମ୍ବା ଭାବନା ପାଖରେ ନିଜ ବ୍ୟକ୍ତିତ୍ଵକୁ ବିକ୍ରୀ କରିଦିଅନ୍ତୁ ନାହିଁ। ନିଜକୁ ସବୁବେଳେ ସତ କୁହନ୍ତୁ ଓ ନିଜେ ହୋଇ ବଞ୍ଚିବାକୁ ଚେଷ୍ଟା କରନ୍ତୁ। ଏହା ଆପଣଙ୍କୁ ଅଧିକ ଶକ୍ତିଶାଳୀ ଓ ଦୃଢ କରଇପାରିବ।