Paytm ବ୍ଯାଙ୍କ ହେବା ପରେ ମଧ୍ୟ ୱାଲେଟରେ ଥିବା ପଇସା ସୁରକ୍ଷିତ ରହିବ

Paytm ବ୍ଯାଙ୍କ ହେବା ପରେ ମଧ୍ୟ ୱାଲେଟରେ ଥିବା ପଇସା ସୁରକ୍ଷିତ ରହିବ

Thursday January 12, 2017,

1 min Read

ଦେଶର ସବୁଠାରୁ ବଡ଼ ଇ-ୱାଲେଟ କମ୍ପାନୀ Paytm ଜାନୁଆରୀ ୧୫ ତାରିଖରୁ Paytm ବ୍ଯାଙ୍କରେ ପରିଣତ ହେବ। ଏଥିପାଇଁ ତାଙ୍କୁ ରିଜର୍ଭ ବ୍ଯାଙ୍କ ଅନୁମତି ପ୍ରଦାନ କରିଛନ୍ତି। ୧୫ ଜାନୁଆରୀ ପରେ Paytm ୱାଲେଟରେ ଥିବା ସମସ୍ତ ରାଶି Paytm ବ୍ଯାଙ୍କକୁ ସ୍ଵତଃ ସ୍ଥାନାନ୍ତର ହେଇଯିବ। ଏଥିପାଇଁ ଗ୍ରାହକଙ୍କୁ କିଛି କରିବାକୁ ହେବ ନାହିଁ।

Image : <a href=

Image :

Business Standarda12bc34de56fgmedium"/>

ୱାଲେଟରେ ରହିଥିବା ସମସ୍ତ ଅର୍ଥ ବ୍ଯାଙ୍କରେ ଜମା ହେଇଯିବ ଏବଂ ତା’ଉପରେ Paytm ୧୪.୫% ହାରରେ ସୁଧ ମଧ୍ୟ ଦେବ। ଏହା ସହ Paytm ଖୁବଶୀଘ୍ର ଗ୍ରାହକ ମାନଙ୍କୁ ଚେକ ବୁକ, ଏଟିଏମ କାର୍ଡ ଓ କ୍ରେଡ଼ିଟ କାର୍ଡ ମଧ୍ୟ ପ୍ରଦାନ କରିବ। ସୋସିଆଲ ମିଡ଼ିଆରେ ଆସିଥିବା ଏକ ଖବର ଆସିଥିଲା ଯେ ୧୫ ଜାନୁୟାରୀ ଠାରୁ Paytm ୱାଲେଟ ବନ୍ଦ ହେଇଯିବ ଓ ଗ୍ରାହକ ମାନଙ୍କର ଏଥିରେ ଥିବା ଅର୍ଥ ବୁଡ଼ିଯିବ। 

ଏହି ଖବରକୁ ଖଣ୍ଡନ କରି କମ୍ପାନୀର ସିଇଓ ବିଜଯ ଶେଖର କହିଛନ୍ତି ଯେ,

ଏପରି କିଛି ହେବ ନାହିଁ। ୱାଲେଟରେ ରହିଥିବା ଗ୍ରାହକମାନଙ୍କର ସମସ୍ତ ଟଙ୍କା ସୁରକ୍ଷିତ।

Paytm ତରଫର୍ରୁ ଏକ ନୋଟିସ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଯେଉଁ ଗ୍ରାହକ ମାନେ Paytm ୱାଲେଟକୁ ଆଉ ଚାଲୁ ରଖିବାକୁ ଚାହୁଁନାହାନ୍ତି ସେମାନେ ଏ ନେଇ Paytmକୁ ଏକ ଇ-ମେଲ କିମ୍ବା ସିଧାସଳଖ ୱେବସାଇଟକୁ ଯାଇ ଗ୍ରାହକ ପ୍ରତିନିଧିଙ୍କୁ ମେଲ କରିପାରିବେ। ଏହାସହ ୱାଲେଟରେ ଥିବା ଟଙ୍କାକୁ ଯଦି ଗ୍ରାହକ ଚାହିଁବେ ସେ ଇଛା କରୁଥିବା ବ୍ଯାଙ୍କ ଆକାଉଣ୍ଟକୁ ସର୍ବାଧିକ ୧୫ ଦିନ ମଧ୍ୟରେ ପଠାଇଦିଆଯିବ। ସେହିପରି ଯେଉଁ Paytm ଆକାଉଣ୍ଟ ଗତ ୬ ମାସ ଧରି କାର୍ଯ୍ୟ କରିନାହିଁ ବା ସେଥିରେ ବାଲାନ୍ସ ନାହିଁ ତାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯିବ। ଗ୍ରାହକ ଏଜକୁ ଚାଲୁ କରିବା ପାଇଁ ତାଙ୍କର ସମ୍ମତି ଦେବା ପରେ ଯାଇ ତାକୁ ଚାଲୁ କରା ହେବ ବୋଲି ଏହି ନୋଟିସରେ କୁହାଯାଇଛି।