୨୮ବର୍ଷୀୟ ଆଦିତ୍ୟ ହେଲେ ଭାରତର ସର୍ବ କନିଷ୍ଠ ସିଙ୍ଗଲ ପ୍ୟାରେଣ୍ଟ: ପୋଷ୍ୟ ଭାବେ ଗ୍ରହଣ କଲେ ଭିନ୍ନକ୍ଷମ ପିଲାକୁ

୨୮ବର୍ଷୀୟ ଆଦିତ୍ୟ ହେଲେ ଭାରତର ସର୍ବ କନିଷ୍ଠ ସିଙ୍ଗଲ ପ୍ୟାରେଣ୍ଟ: ପୋଷ୍ୟ ଭାବେ ଗ୍ରହଣ କଲେ ଭିନ୍ନକ୍ଷମ ପିଲାକୁ

Saturday January 09, 2016,

1 min Read

ବୟସ ତାଙ୍କର କମ ହେଇ ପାରେ ମାତ୍ର ତାଙ୍କର କାମ ତାଙ୍କୁ ବଡ ବୋଲି ପ୍ରମାଣିତ କରିଛି। ୨୮ ବର୍ଷୀୟ ଆଦିତ୍ୟ ତିୱାରୀ ଏବେ ଅନେକଙ୍କ ପାଇଁ ସାଜିଛନ୍ତି ଉଦାହରଣ। ସେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ବିନ୍ନିକୁ। ବିନ୍ନି Down’s syndrome ରୋଗରେ ପୀଡିତ। ଏହା ଏକ ଗୁଣସୂତ୍ରୀୟ ଅବ୍ୟବସ୍ଥା ଯେଉଁଥିରେ ପିଲାର ବିକାଶ ବାଧାପ୍ରାପ୍ତ ହୁଏ ଓ ତାର ମାନସିକ ଅଭିବୃଦ୍ଧି ଠିକ ଭାବେ ହୋଇ ପାରେ ନାହିଁ।

Images: (L) Twitter; (R) The Times Of India

Images: (L) Twitter; (R) The Times Of India


୨୦୧୪ ମସିହା ପର୍ଯ୍ୟନ୍ତ ଭାରତରେ ପ୍ରଚଳିତ ଆଇନ ଅନୁଯାୟୀ ୩୦ ବର୍ଷରୁ କମ ବୟସ୍କ ବ୍ୟକ୍ତି ମାନେ ସିଙ୍ଗଲ ପ୍ୟାରେଣ୍ଟ ଭାବେ ପୋଷ୍ୟ ସନ୍ତାନ ଗ୍ରହଣ କରି ପାରୁ ନଥିଲେ। ସେଥିପାଇଁ ବିନ୍ନିକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଆଦିତ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ବିଭିନ୍ନ କର୍ତ୍ତୁପକ୍ଷଙ୍କ ସହ ଆଇନଗତ ଲଢାଇ ଲଢିବାକୁ ପଡିଥିଲା।ସେତେବେଳେ ବିନ୍ନି ଦେଢ ବର୍ଷର ଥିଲା। ୨୦୧୫ ମସିହା ଅଗଷ୍ଟ ମାସରେ ପୋଷ୍ୟ ସନ୍ତାନ ଆଇନରେ ପରିବର୍ତ୍ତନ ହେଲା। ଏହା ପରେ ଆଦିତ୍ୟ ବିନ୍ନିକୁ ପୋଷ୍ୟ ଭାବେ ଗ୍ରହଣ କଲେ।

ଏହି ବିଷୟରେ The Times of India କୁ ଦେଇଥିବା ନିଜ ସାକ୍ଷାତକାରରେ ଆଦିତ୍ୟ କୁହନ୍ତି, “ ସେ ବିନ୍ନିର ଭଲନାମ ଅବନିଶ ତିୱାରୀ ରଖିଛନ୍ତି। ବର୍ତ୍ତମାନ ବିନ୍ନି ତାଙ୍କ ସହ ପୁନେରେ ରହୁଛି।"

ମୂଳ ଲେଖା - Think Change India

ଭାଷାନ୍ତର - ପରଂବ୍ରହ୍ମ ତ୍ରିପାଠୀ

    Share on
    close