ଭୁବନେଶ୍ୱରରେ ଟିସିଏସର କଳିଙ୍ଗ କ୍ୟାମ୍ପସ୍ ଫେଜ୍-୨ ଉଦ୍ଘାଟିତ

ଭୁବନେଶ୍ୱରରେ ଟିସିଏସର କଳିଙ୍ଗ କ୍ୟାମ୍ପସ୍ ଫେଜ୍-୨ ଉଦ୍ଘାଟିତ

Friday December 11, 2015,

1 min Read

ଦେଶର ପ୍ରମୁଖ ସଫ୍ଟଓୟାର କଂପାନି ଟାଟା କନ୍ସଲଟାନ୍ସି ସର୍ଭିସେସ୍(ଟିସିଏସ୍)ର କଳିଙ୍ଗ ପାର୍କ ଫେଜ୍-୨ ଉଦ୍ଘାଟିତ ହୋଇଛି । ଆଜି ଏହି ସଂପ୍ରସାରିତ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ସେ କହିଛନ୍ତି ଯେ ଆସନ୍ତା ୫ ବର୍ଷରେ ରାଜ୍ୟ ସରକାର ବଜେଟରୁ ୪ ହଜାର କୋଟି ଟଙ୍କା ଆଇଟି କ୍ଷେତ୍ରରେ ଖର୍ଚ୍ଚ କରିବାକୁ ନିଷ୍ପତି ନେଇଛନ୍ତି ।

image


ଟିସିଏସ୍ କଳିଙ୍ଗ କ୍ୟାମ୍ପସରେ ଏବେ ୨୫୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ୨୦୧୬ ସୁଦ୍ଧା ସିଟ୍ ସଂଖ୍ୟା ୪୦୦କୁ ବୃଦ୍ଧି ପାଇବ । ଏହି କ୍ୟାମ୍ପସ୍ର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ସଂପ୍ରସାରଣ ପାଇଁ କଂପାନି ପାଖରେ ସୁଯୋଗ ରହିଛି ବୋଲି ଏହାର ସିଇଓ ତଥା ଏମଡ଼ି ଏନ୍ ଚନ୍ଦ୍ରଶେଖରନ୍ କହିଛନ୍ତି । ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଥିବା ଉନ୍ନତ ଭିତିଭୂମି ଯୋଗୁଁ ସଫ୍ଟୱେର ଶିଳ୍ପ ପାଇଁ ଆବଶ୍ୟକ ମାନବ ସମ୍ବଳ ପ୍ରସ୍ତୁତ ହୋଇ ପାରୁଛି । ରାଜ୍ୟର ୨୫୦୦ ଛାତ୍ରଛାତ୍ରୀଙ୍କୁ କଂପାନି ନିଯୁକ୍ତି ପ୍ରଦାନ କରିଥିବା ସେ ସୂଚନା ଦେଇଥିଲେ । 

image


୧୯୯୯ରୁ ଟିସିଏସ୍ ଓଡ଼ିଶାରେ କାର୍ଯ୍ୟ କରୁଛି ଏବଂ ଓଡ଼ିଶାର ପ୍ରମୁଖ ସଫଓୟାର୍ ରପ୍ତାନିକାରୀଙ୍କ ମଧ୍ୟରେ ଏହା ଅଗ୍ରଣୀ ସ୍ଥାନରେ ରହିଛି । ୪୫ ଏକରରୁ ଅଧିକ ଜମି ଉପରେ ଅବସ୍ଥିତ କଳିଙ୍ଗ ପାର୍କ କ୍ୟାମ୍ପସ୍ କମ୍ପାନିର ଏକକ ଗ୍ଲୋବାଲ୍ ନେଟୱର୍କ ଡେଲିଭରି ମଡେଲର ଏକ ଅତିରିକ୍ତ କ୍ୟାମ୍ପସ୍ । ଟିସିଏସ୍ କଳିଙ୍ଗ ପାର୍କ ଏକ ସ୍ୱତନ୍ତ୍ର ଅର୍ଥନୈତିକ ଜୋନର ମାନ୍ୟତା ପାଇଛି । କଳିଙ୍ଗ କ୍ୟାମ୍ପସକୁ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ପାଇଁ ଗ୍ରିନ୍ ବିଲ୍ଡିଂର ମାନ୍ୟତା ମିଳିଛି । ଟିସିଏସ୍ ଫେଜ୍ ୨ ଉଦ୍ଘାଟନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ସ୍ଥାନୀୟ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ କୁମାର ମହାନ୍ତି ଉପସ୍ଥିତ ଥିଲେ ।

image


Share on
close