ପିଲାମାନେ ସର୍ବଦା ପିଲା ହୋଇ ରହିବେ : ଭିନ୍ନକ୍ଷମ ପିଲାଙ୍କୁ ସହଯୋଗ କରିବାରେ ତମାହାରର ଯାତ୍ରା

ପିଲାମାନେ ସର୍ବଦା ପିଲା ହୋଇ ରହିବେ : ଭିନ୍ନକ୍ଷମ ପିଲାଙ୍କୁ ସହଯୋଗ କରିବାରେ ତମାହାରର ଯାତ୍ରା

Friday October 16, 2015,

3 min Read

ଲୋକଙ୍କୁ ସଶକ୍ତୀକରଣ ଦ୍ୱାରା ଯଥା ସଂଭବ ଆତ୍ମସ୍ୱାଧୀନ କରିବା ପରିବର୍ତେ ସେମାନଙ୍କୁ ଯତ୍ନ ଦେବାରେ ବହୁଳ ପରିମାଣରେ ଅର୍ଥ ଖର୍ଚ୍ଚ କରାଯାଉଛି, ମତ ରଖନ୍ତି ତମାହାରର ପ୍ରତିଷ୍ଠାତ୍ରୀ ଏବଂ ନିର୍ଦ୍ଧେଷିକା ବୈଶାଳୀ ପାଇ । ଏଠାରେ ସେ ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନଙ୍କ ପାଇଁ ଲୋକ ଶବ୍ଦଟି ବ୍ୟବହାର କରିଛନ୍ତି । ତାଙ୍କ ଅନୁଷ୍ଠାନ ମାଧ୍ୟମରେ ସେ ବେଙ୍ଗୁାଲୁର ଓ ପଲିରେ ଦୁଇଟି କେନ୍ଦ୍ର ଖୋଲି ଶାରିରୀକ ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବା ସହ ସେମାନଙ୍କ ପରିବାରକୁ ସହଯୋଗ କରୁଛନ୍ତି ।

image


ଆମେ ବିଶ୍ୱାସ କରୁ ଯେ ପିଲାମାନଙ୍କୁ ଭାବିବା, ଗ୍ରହଣ କରିବା, ହୃଦୟଙ୍ଗମ କରିବା ଏବଂ ପରେ ମନେ ରଖିବା ଆଦି ଶିକ୍ଷା ଦିଆଯିବା ଆବଶ୍ୟକ । ଏହା ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ । ଏହା କେବଳ ସେମାନଙ୍କ ବୁଝିବା ଭଳି ସରଳ ଓ ସାବଳୀଳ ଭାବରେ ପ୍ରଶ୍ନ ପଚରାଯିବା ଓ ସେମାନଙ୍କୁ ବୁଝିବା ପାଇଁ ଅଧିକ ସମୟ ଦେବା ଉପରେ ନିର୍ଭର କରେ ବୋଲି ବୈଶାଳୀ ମତ ରଖନ୍ତି ।

ଅକୁପେସନାଲ୍ ଥେରାପିରେ ଏକ ସ୍ନାତୋକତର ଡିଗ୍ରୀ ଧରି ୨୫ ବର୍ଷ ତଳେ ବୈଶାଳୀ ମୁମ୍ମାଇରୁ ଆସି ବେଙ୍ଗାଲୁରରେ ପହଂଚିଥିଲେ । ମୁଁ କର୍ଣ୍ଣାଟକର ଇନ୍ଦିରାନଗର ସ୍ଥିତ ଦ ସ୍ପାସ୍ଟିକ୍ସ୍ ସୋସାଇଟିରେ କାମ କରିବା ଆରମ୍ଭ କଲି । ସେଠାରୁ ୧୯ କିମି ଦୂରତାରେ ରହୁଥିଲି ଓ ମତେ କାମରେ ପହଂଚିବାକୁ ୩ଟି ବସ ବଦଳାଇବାକୁ ପଡୁଥିଲା । ଏହି ସମୟରେ ଅନେକ ପରିବାର ସେମାନଙ୍କ ପିଲାମାନଙ୍କ ସହ ଦୂର ସ୍ଥାନକୁ ଅତି କଷ୍ଟରେ ଯାତ୍ରା କରୁଥିବାର ବାରମ୍ବାର ଦେଖିବାକୁ ମିଳିଲା । ଏପରି ଭିଡ ଯେ ସେମାନେ ଠିକ ଭାବରେ ଚାଲି କିମ୍ବା ଘୁଂଚି ପାରୁନଥିଲେ, ସେ ମନେ ପକାନ୍ତି ।

ସେହି ସମୟରେ ସେ ଉତ୍ତର-ପଶ୍ଚିମ ବେଙ୍ଗାଲୁରର ଗଗ୍ରାମାଞ୍ଚଳ ଓ ଅର୍ଦ୍ଧ-ସହର ଅଂଚଳରେ ତମାହାର ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସ୍ଥିର କଲୋ ସହରାଂଚଳରେ ଏହା ୭ କିମି ବ୍ୟାସାର୍ଦ୍ଧ ବିଶିଷ୍ଟ ଓ ଗ୍ରାମାଂଚଳରେ ୧୫-୨୦ କିମି ବ୍ୟାସାର୍ଦ୍ଧ ବିଶିଷ୍ଟ ଅଂଚଳକୁ କେନ୍ଦ୍ର କରି କାର୍ଯ୍ୟ କରିବାର ଏକ ନିର୍ଦ୍ଧିଷ୍ଟ ଏଜେଣ୍ଡା ରଖି ସେ ଏହାକୁ ଆରମ୍ଭ କଲେ ।

image


କାର୍ଯ୍ୟ ଶୈଳୀ

ଆମେ ପିଲାମାନଙ୍କ ସହ ମିଶିବା ସମୟରେ, ସେମାନଙ୍କୁ ଗତି ଅବା ଶବ୍ଦ ଶିଖାଇବା ବେଳେ ସଂପୂର୍ଣ୍ଣ ରୂପେ ସେମାନଙ୍କ ମସ୍ତିଷ୍କକୁ ନିବେଦନ କରିଥାଉ, ଭାଗ ଭାଗରେ ନୁହେଁ ବୋଲି ସେ କୁହନ୍ତି ।

ତମାହାର ବିଭିନ୍ନ ଥେରାପିର ଉପଯୋଗ କରୁଥିଲେ ମଧ୍ୟ ରିକ୍ରିଏସନାଲ ଆକ୍ଟିଭିଟିଜ ଏହାର ଶିକ୍ଷାଶୈଳୀର କେନ୍ଦ୍ର ଅଟେ । ସେମାନେ ଅନ୍ୟମାନଙ୍କର କ୍ରୀଡାକୁ ବୁଝିବା ପାଇଁ ଇନଡୋର ଓ ଆଉଟଡୋର ଖେଳକୁ ମଧ୍ୟ ଶିକ୍ଷା ଖସଡା ଭୁକ୍ତ କରାଯାଇଛି । କେତେକ ପିଲା ଶାରିରୀକ ଭାବେ କ୍ରୀଡାରେ ଅଂଶଗ୍ରହଣ କରି ନପାରିଲେ ମଧ୍ୟ ସେମାନେ ଏହାକୁ ଦେଖି ଆନନ୍ଦ ନେଇପାରିବେ । ପରିବାର ଓ ସମାଜ ପାଇଁ ସେମାନଙ୍କର ଭୂମିକାକୁ ନେଇ ଭିନ୍ନକ୍ଷମ ପିଲାମାନେ ବହ ଅସୁବିଧାରେ ଥାନ୍ତି । ଏହି ଅସୁବିଧାକୁ ଦୂର କରିବା ପାଇଁ ମା, ଭାଇ ଭଉଣୀ ଓ ଅନ୍ୟାନ୍ୟ ସଂପର୍କୀୟମାନଙ୍କ ପାଇଁ ସେମାନଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି ।

image


ତମାହାର ତରଫରୁ ଏ ନେଇ ସେମାନଙ୍କ ପରିବାରକୁ ମଧ୍ୟ ସେମାନଙ୍କ ସହ ଭାବ ବିନିମୟ ପାଇଁ ପ୍ରଶିକ୍ଷଣ ଦିଆଯାଇଥାଏ । ଭିନ୍ନକ୍ଷମମାନେ ସାଧାରଣ ଜୀବନ ସହ ଖାପଖୁଆଇ ପାରିବେ ନାହିଁ । ଏପରି ଧାରଣାକୁ ଦୂର କରି ସମାଜରେ ଭିନ୍ନକ୍ଷମମାନଙ୍କୁ ସହଜରେ ଗ୍ରହଣ କରାଯାଇ ପାରିବ, ଧାରଣାକୁ ବଳବତ୍ତର କରିବାକୁ ସେମାନେ ଦୃଢ ପରିକର ।

ଅନେକ ପିତାମାତା ସେମାନଙ୍କ ପିଲାମାନଙ୍କୁ ଅନ୍ୟମାନଙ୍କ ପରି ସାଧାରଣ ଭାବେ ଦେଖିବାକୁ ଚାହାଁନ୍ତି କିନ୍ତୁ ଏହାଏକମାତ୍ର ରାସ୍ତା ନୁୂହେଁ । ବରଂ ସେମାନେ ନିଜ ପିଲାର ଆବଶ୍ୟକତାକୁ ବୁଝିପାରିଲେ ସବୁଠୁ ଭଲ ଥେରାପିଷ୍ଟ ହୋଇପାରିବେ ବୋଲି ବୈଶାଳୀ ଦୃଢୋକ୍ତି ପ୍ରକାଶ କରନ୍ତି ।

ତାଙ୍କ ଟିମ ବିଷୟରେ ସେ କୁହନ୍ତି, ଜଣେ ଟିମ ମେମ୍ବରର ଶିକ୍ଷାଗତ ଯୋଗ୍ୟତା ଅପେକ୍ଷା ପିଲାମାନଙ୍କୁ ଭଲ ପାଇବା ଓ ସେମାନଙ୍କୁ ଶିଖାଇବାର ଆନ୍ତରିକତା ଅଧିକ ଗୁରୁତ୍ୱ ପୂର୍ଣ୍ଣ । ଯୋଗ ଥେରାପି, କ୍ଲିନିକାଲ ସାଇକୋଲୋଜି, ମ୍ୟୁଜିକ ଥେରାପି, ଫିଜିଓଥେରାପି ଓ ଅରଗାନିକ ଫାରମିଂ ପରି କେତେକ ନିର୍ଦ୍ଧିଷ୍ଟ କ୍ଷେତ୍ର ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ କରେ ।

image


ଆର୍ଥିକ ବ୍ୟବସ୍ଥା ନେଇ କୁହନ୍ତି, ପରିବାରର ଆର୍ଥିକ ସ୍ଥିତି ଓ କେନ୍ଦ୍ରକୁ ଆସୁଥିବା ଦୂରତାକୁ ବିଚାର କରି ସେମାନଙ୍କ ଠାରୁ ସର୍ବନିମ୍ନ ଅର୍ଥ ନିଆଯାଇଥାଏ । କାରଣ ଆମେ ଭାବୁ ମାଗଣାରେ ଉତ୍ତମ ସେବା ଯୋଗାଇ ହେବନାହିଁ ।

କେନ୍ଦ୍ରଗୁଡିକ ସଂପୂର୍ଣ୍ଣ ରୂପେ ଦାନରେ ପରିଚାଳିତ ହେଉଥିବା ବେଳେ ବିଦ୍ୟାଳୟରେ ବ୍ୟବହୃତ କେତେକ ସରଂଜାମ ବୈଶାଳୀଙ୍କ ପରିବାର ଯୋଗାଇଥାଏ । ସେ କୁହନ୍ତି ଏହାର ପରିଚାଳନା ଚ୍ୟାଲେଞ୍ଜିଂ ହୋଇପାରେ ମାତ୍ର କିଛି ବି ଅସମ୍ଭବ ନୁହେଁ । ଆର୍ଥିକ ଦିଗରୁ କେନ୍ଦ୍ରଗୁଡିକ ସ୍ୱୟଂ ସଂପୂର୍ଣ୍ଣ ନ ହେଲେ ମଧ୍ୟ ପରିଚାଳନାରେ ସେମାନେ ସଂପୂର୍ଣ୍ଣ ରୂପେ ସ୍ୱାଧୀନ ।

image


ଏହି ପିଲାମାନେ ସୁଯୋଗରୁ ବଂଚିତ ହେଉଥିବାରୁ ସମାଜର ଅନେକ ମାନବ ସମ୍ବଳ ଅଯଥାରେ ଅପଚୟ ହେଉଛି । ଆମର ପ୍ରଚେଷ୍ଟା ଆରମ୍ଭ ମାତ୍ର । ଆଗାମୀ ଦିନରେ ଆମେ ବସ୍ତିରୁ ବଡ ସହର ଯାଏ ଆମର ସେବାକୁ ବିସ୍ତୃତ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କୁହନ୍ତି ।