ମରିଯାଇଥିବା ମଣିଷଙ୍କୁ ମନେପକାଇବାର ମାଧ୍ୟମ-ଶ୍ରଦ୍ଧାଂଜଳୀ ଡଟ୍ କମ୍

ମରିଯାଇଥିବା ମଣିଷଙ୍କୁ ମନେପକାଇବାର ମାଧ୍ୟମ-ଶ୍ରଦ୍ଧାଂଜଳୀ ଡଟ୍ କମ୍

Thursday December 24, 2015,

3 min Read

ମଣିଷ ମରଣଶୀଳ | କିନ୍ତୁ ମୃତ୍ୟୁପରେ ବି ମଣିଷଙ୍କୁ ତାଙ୍କ ପ୍ରୀୟଜନ ମନେରଖନ୍ତି | ବିଭିନ୍ନ ପ୍ରକାରରେ ମୃତବ୍ୟକ୍ତିଙ୍କୁ ଶ୍ରଦ୍ଧାଂଜଳୀ ଦେଇଥାନ୍ତି | ପ୍ରୀୟଜନମାନେ ସେମାନଙ୍କ ଭାବନା ବ୍ୟକ୍ତ କରିବା ପାଇଁ ସମ୍ବାଦପତ୍ରମାନଙ୍କରେ ଶୋକ ବାର୍ତ୍ତା ପ୍ରକାଶ କରିଥାନ୍ତି | କିନ୍ତୁ ଏହି ଖବରକାଗଜରେ ଦୋକାନ ସଉଦା ବିକ୍ରି କରାଯାଏ ନ ହେଲେ ଏହା କେଉଁଠି ତଳେ ପଡି ନଷ୍ଟ ହୁଏ | ଏମିତି କିଛି ମାଧ୍ୟମ ଅଛି କି, ଯେଉଁଠି ଶ୍ରଦ୍ଧାଂଜଳୀ ପ୍ରକାଶ କଲେ, ଯେ କେହି ଚାହିଁବ, ଯେତେବେଳେ ଚାହିଁବ ଦେଖିପାରିବ ? ଏହି କଥା ଚିନ୍ତା କରି ବିବେକ ବ୍ୟାସ ଓ ବିମଲ ପୋପଟ୍ ଏକ ୱେବସାଇଟ୍ ଆରମ୍ଭ କଲେ, ଯାହାର ନାଁ ହେଉଛି shradhanjali.com |

image


୨୦୧୦ରେ ବିବେକ ଓ ବିମଳ ରାଜକୋଟ୍‌ ରେ ଏକ ବୀମା କମ୍ପାନୀରେ କାମ କରୁଥିଲେ | ଥରେ ସେମାନେ ଖାଇବା ପାଇଁ ସଡକ ପାଖରେ ଅଟକିଲେ | ଦୋକାନୀ ସେମାନଙ୍କୁ ଖବର କାଗଜକୁ ଚିରି ସେଥିରେ ସିଙ୍ଗଡା ଦେଲା | ଖାଇସାରି ଏହି କାଗଜକୁ ଫିଙ୍ଗିବା ବେଳକୁ ବିବେକ ସେଥିରେ ଏକ ଶୋକ ସନ୍ଦେଶ ଦେଖିଲେ | ଏହାକୁ ଦେଖି ଦୁଇଜଣଙ୍କ ମନ ଦୁଖ ହେଲା | ସେମାନଙ୍କୁ ଲାଗିଲା ସମ୍ମାନଜନକ ଭାବେ କଣ ଶୋକବାର୍ତ୍ତା ଦେଇହେବ ନାହିଁ ? ଏହି ପ୍ରଶ୍ନର ଉତ୍ତରରେ ହିଁ shradhanjali.com ଆରମ୍ଭ କରିବାର ଚିନ୍ତା ଆସିଲା |

ବିବେକ କୁହନ୍ତି, ଭାରତରେ ଏଭଳି ପୋର୍ଟାଲ ତିଆରି ହେବାରେ ଏହା ପ୍ରଥମ | ଏଥିରେ ଯେ କୌଣସି ଲୋକ ତାଙ୍କର ସ୍ୱର୍ଗତ ପରିଜନଙ୍କ ସ୍ମୃତିରେ ପେଜ୍ ପ୍ରସ୍ତୁତ କରିପାରିବ | ଏହାକୁ ଆପଣଙ୍କ ସାଙ୍ଗସାଥୀ, ବନ୍ଧୁବାନ୍ଧବ ଓ ଜାଣିଥିବା ଲୋକଙ୍କୁ ସେୟାର କରିପାରିବ | ଏହା ବ୍ୟତୀତ ଆଗାମୀ ପିଢୀର ସଦସ୍ୟମାନେ ଯେତେବେଳେ ଚାହିଁବେ ନିଜର ବିଗତ ପିଢୀର ବ୍ୟକ୍ତିଙ୍କ ସମ୍ପର୍କରେ ଥିବା ଶୋକ ସନ୍ଦେଶ ଏହି ପୋର୍ଟାଲ୍ ରୁ ପଢିପାରିବେ |

image


ଏହି ୱେବସାଇଟ୍ ରେ ଯେ କୌଣସି ବ୍ୟକ୍ତି ନିଜକୁ ପଂଜିକୃତ କରି ନିଜର ସ୍ୱର୍ଗତ ପରିଜନଙ୍କ ଫୋଟୋ ଦେଇପାରିବେ | ତାଙ୍କ ସମ୍ବନ୍ଧିତ ଭିଡିଓ ମଧ୍ୟ ଅପଲୋଡ୍ କରିପାରିବେ | ଶୋକ ସଂନ୍ଦେଶ ଲେଖି ନିଜର ସାଙ୍ଗସାଥୀ, ବନ୍ଧୁବାନ୍ଧବ ଓ ଶୁଭେଚ୍ଛୁମାନଙ୍କ ନିକଟକୁ ପଠାଇହେବ | ଶୋକ ସନ୍ଦେଶ ସହ ସ୍ୱର୍ଗତ ପରିଜନ କିମ୍ବା ଆପଣଙ୍କ ପସନ୍ଦର ସଂଗୀତକୁ ଆପଣ ଚାହିଁଲେ ଲଗାଇ ପାରିବେ | ଏହି ପୋର୍ଟାଲ୍‌ରେ ଜନ୍ମଦିନ ଓ ଶ୍ରାଦ୍ଧଦିବସର ରିମାଇଣ୍ଡର ବ୍ୟବସ୍ଥା ମଧ୍ୟ ଅଛି | ଯାହା ଆପଣଙ୍କୁ ଏହି ଦିନଗୁଡିକୁ ମନେ ପକାଇଦେବ | ଏହି ପୋର୍ଟାଲ୍‌ରେ ଆପଣଙ୍କ ପେଜ୍‌କୁ ଆପଣ ହିଁ ପରିଚାଳନା କରିବେ | ଆପଣଙ୍କ ନିକଟରେ ଏହି ପେଜ୍‌ର ମାଲିକାନା ଅଧିକାର ରହିବ | ଅର୍ଥାତ୍ ଆପଣଙ୍କ ବ୍ୟତୀତ ଏହି ପେଜ୍‌ ରେ କେହି କିଛି ଯୋଡି ପାରିବେ ନାହିଁ କିମ୍ବା କାଟି ପାରିବେ ନାହିଁ|

image


ବିବେକ କହନ୍ତି, ତାଙ୍କ ୱେବସାଇଟ୍‌ ରେ ପ୍ରତି ପେଜ୍‌ ୩୦ ବର୍ଷ ପାଇଁ ତିଆରି କରାଯାଏ | ଏଥିପାଇଁ ୫୦୦୦ ଟଙ୍କା ଦେବାକୁ ପଡେ | ଏହା ବାଦ୍ ୩୦ ବର୍ଷ ମଧ୍ୟରେ ଆଉ କିଛି ଅର୍ଥ ଦେବାକୁ ପଡେ ନାହିଁ | ୱେବସାଇଟ୍ ରେ ୧, ୫ ଓ ୧୦ ବର୍ଷ ପାଇଁ ମଧ୍ୟ ଭିନ୍ନ ଭିନ୍ନ ପ୍ୟାକେଜ୍ ଅଛି | ବିବେକ କହନ୍ତି, ଆମେ ଏହି ପୋର୍ଟାଲ୍‌ କୁ ଏମିତି ଏକ ମଂଚର ରୂପ ଦେବାକୁ ଚାହିଁଛୁ, ଯେଉଁଥିରେ ବ୍ୟକ୍ତିଟିଏ ନିଜ ପ୍ରିୟଜନଙ୍କ ସ୍ମୃତିକୁ ତାଜା ରଖିବା ସହ ତାଙ୍କ ସହ ସଂପୃକ୍ତ ଭାବନାକୁ ପରିବ୍ୟକ୍ତ କରିପାରିବ |

ବିବେକ ଓ ବିମଳଙ୍କ ଏହି ପ୍ରୟାସକୁ ଲିମକା ବୁକ୍ ଅଫ୍ ରେକର୍ଡ୍ସ ପକ୍ଷରୁ ମଧ୍ୟ ପ୍ରଶଂସା ମିଳିଛି | ଲିମକା ବୁକ୍ ଅଫ୍ ରେକର୍ଡ୍ସ ଅନୁଯାୟୀ ସେମାନଙ୍କ ୱେବସାଇଟ୍ ହେଉଛି ଶ୍ରଦ୍ଧାଂଜଳୀ ଜଣାଇବାର ପ୍ରଥମ ପୋର୍ଟାଲ | ଏହି ୱେବୱଗୱସାଇଟ୍ ରେ ୧୦୦ରୁ ଅଧିକ କମପ୍ଲିମେଂଟ୍ରି ପ୍ରୋଫାଇଲ୍‌ ରହିଛି ଯେଉଁଥିରେ ସାମିଲ ଅଛନ୍ତି ସମାଜସେବୀ, ରାଜନୈତିକ ବ୍ୟକ୍ତି ଓ କ୍ରିଡାବିତ୍‌ ଆଦି | ଏହି ୱେବସାଇଟ୍ ପ୍ରତି ଧିରେ ଧିରେ ଆଗ୍ରହ ବଢିବାରେ ଲାଗିଛି | କାରଣ ଏହା ମାଧ୍ୟମରେ ମୃତ ପରିଜନଙ୍କ ସ୍ମୃତିକୁ ସେମାନେ ଏକ ସମ୍ମାନର ସହ ସାଇତି ରଖୁଛନ୍ତି |