IIT ଦିଲ୍ଲୀର ମେଧାତାଲିକାରେ ଶେଷରୁ ତୃତୀୟ ସ୍ଥାନରେ ଥିବା କ୍ଷିତିଜ ମାରୱା ବର୍ତ୍ତମାନ MIT ମିଡିଆ ଲ୍ୟାବ ଇଣ୍ଡିଆ ଇନିସିଏଟିଭର ମୁଖ୍ୟ

IIT ଦିଲ୍ଲୀର ମେଧାତାଲିକାରେ ଶେଷରୁ ତୃତୀୟ ସ୍ଥାନରେ ଥିବା କ୍ଷିତିଜ ମାରୱା ବର୍ତ୍ତମାନ MIT ମିଡିଆ ଲ୍ୟାବ ଇଣ୍ଡିଆ ଇନିସିଏଟିଭର ମୁଖ୍ୟ

Thursday November 26, 2015,

4 min Read

କ୍ଷିତିଜ ମାରୱା କୁହନ୍ତି ଯେ ସେ ଜଣେ ମଧ୍ୟମ ଧରଣର ଛାତ୍ର ଥିଲେ । IIT ଦିଲ୍ଲୀରେ ସେ ପଢ଼ିବା ସମୟରେ ଶ୍ରେଣୀରେ ଶେଷଆଡୁ ତୃତୀୟ ସ୍ଥାନରେ ରହୁଥିଲେ । କାରଣ ଏହା ନୁହେଁ ଯେ ସେ ମେଧାବୀ ନ ଥିଲେ, ବରଂ ସେ ପ୍ରଚଳିଳ ଶିକ୍ଷା ଉପରେ ଏତେ ମନଯୋଗୀ ନଥିଲେ । ତାଙ୍କ ଶିକ୍ଷାର ଶେଷ ବର୍ଷରେ ସେ ହାର୍ଭାର୍ଡ ମେଡିକାଲ ସ୍କୁଲକୁ ଯିବାର ସୁଯୋଗ ପାଇଲେ ଓ ତାଙ୍କର କମ୍ପ୍ୟୁଟର ସାଇନ୍ସ ଜ୍ଞାନକୁ ବ୍ୟବହାର କରି ଡାକ୍ତରମାନଙ୍କ ସହ ମିଶି କାମ କରି ଏକ ଥେସିସ ପ୍ରସ୍ତୁତ କଲେ । ଏହି ଅଭିଜ୍ଞତା ସେ ବହୁତ ମଜାଦାର କାମ ବୋଲି ବର୍ଣ୍ଣନା କରୁଥିଲେ ବି ଏହା ତାଙ୍କର ଏକ ଜୀବନ ପରିବର୍ତ୍ତନକାରୀ ଅନୁଭୂତିରେ ରୂପାନ୍ତରିତ ହେଲା ।

image


IIT ଦିଲ୍ଲୀରେ ମତଭେଦ

ଯେତେବେଳେ ସେ ହାର୍ଭାର୍ଡ ମେଡିକାଲ ସ୍କୁଲକୁ ଯିବାକୁ ତାଙ୍କର ଇଛା ପ୍ରକାଶ କଲେ IIT ଦିଲ୍ଲୀ ତାଙ୍କୁ କିଛି ବ୍ୟବସ୍ଥା ଦେଇ ଯିବାକୁ ଚାହିଁଲା କିନ୍ତୁ ସେ ଏହାକୁ ନମାନି ନିଜ ଇଛାରେ ଚାଲିଗଲେ । ସେ କୁହନ୍ତି, ଏହା ମୋ ଜୀବନରେ କିଛି କରିବାର ପ୍ରଥମ ଓ ଏକ ଅନନ୍ୟ ଅନୁଭୂତି। ପ୍ରକଳ୍ପର ଡିଜାଇନର, ବୈଜ୍ଞାନିକ ଏବଂ ଇଂଜିନିୟର ସମସ୍ତେ ଥିଲେ । କିନ୍ତୁ ଏହି ଆନନ୍ଦ କ୍ଷଣିକ ଥିଲା । କାରଣ ସେ ନିର୍ଦ୍ଧାରିତ ବ୍ୟବସ୍ଥାର ନୀୟମ ଅନୁସାରେ IIT ଦିଲ୍ଲୀରୁ ଯାଇନଥିବାରୁ ତାଙ୍କୁ ଏକ ନିଲମ୍ବନ ମେଲ ମିଳିଲା ଓ ଅଳ୍ପଦିନ ମଧ୍ୟରେ ସେ ଫେରିଆସିଲେ। ଭାରତରେ IIT ଗୁଡିକ ବହୁତ ଭଲ ହୋଇଥିଲେ ମଧ୍ୟ ସେ ଏଠାରେ ଓ ହାର୍ଭାର୍ଡ ମେଡିକାଲ ସ୍କୁଲ ମଧ୍ୟରେ ଥିବା ବ୍ୟବସ୍ଥାଗତ ପାର୍ଥକ୍ୟକୁ ଅନୁଭବ କରିଥିବାର କୁହନ୍ତି ।

ଷ୍ଟାନଫୋର୍ଡ, ଗ୍ରାଜୁଏସନ ଓ ଆବିଷ୍କାର

ସେ ସ୍ନାତକ ସମାପ୍ତ କରିବାର ଗୋଟିଏ ସେମିଷ୍ଟର ପୂର୍ବରୁ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ତାଙ୍କୁ ଏକ ୭-୮ ମାସର ଫେଲୋସିପ ପ୍ରଦାନ କଲା ଓ ସେ ସେ ଏହାକୁ ଗ୍ରହଣ କରିନେଲେ ।

ହାର୍ଭାର୍ଡ ମେଡିକାଲ ସ୍କୁଲ ଓ ଷ୍ଟାନଫୋର୍ଡରେ ରହିବା ଭିତରେ ସେ ଉଦ୍ଭାବନ, ଦଳଗତ କାର୍ଯ୍ୟ ଓ ବିଭିନ୍ନକ୍ଷେତ୍ରର ଦଳମାନଙ୍କ ସହ ମିଶିକରି କାମ କରିବାର ଶିକ୍ଷା ପାଇଲେ ମଧ୍ୟ ସେ ନିଜର ଶିକ୍ଷାରେ ଭଲ ପ୍ରଦର୍ଶନ କରିପାରିନଥିଲେ । ସେ ଗ୍ରେଡ ପଏଣ୍ଟ ଆଭରେଜ ସେ ତାଲିକାର ତଳଆଡୁ ତୃତୀୟ ସ୍ଥାନରେ ରହି ନିଜର ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ଏ ନେଇ ସେ ତାଙ୍କ ପିତାଙ୍କୁ ମିଛ କହିଥିଲେ ଓ ଆଜିଯାଏ ବି ତାଙ୍କ ପିତା ଏ ସମ୍ପର୍କରେ ଜାଣିନାହାଁନ୍ତି । ସେ ତାଙ୍କର ପିତା ଓ ଜେଜେବାପାଙ୍କ ପାରମ୍ପାରିକ ଚିନ୍ତାଧାରାର ବ୍ୟତିକ୍ରମ ଥିଲେ ଓ IITରୁ ପାସ କରି ଉଚ୍ଚ ବେତନରେ ଚାକିରୀ କରିବାର ସ୍ୱପ୍ନ ନ ଦେଖି ସେ ୟୁରୋପରେ ଛ'ମାସ ବୁଲି ଫଟୋଗ୍ରାଫି କରିଥିଲେ ।

MIT ମିଡିଆ ଲ୍ୟାବ ସହ ପରିଚୟ

ଏହି ସମୟରେ ସେ MIT ମିଡିଆ ଲ୍ୟାବ ବିଷୟରେ ଜାଣିବାକୁ ପାଇଲେ କିନ୍ତୁ ଏହା ଏକ ପାରମ୍ପରିକ ବ୍ୟବସ୍ଥାର ଅନୁଷ୍ଠାନ ବୋଲି ତାଙ୍କ ମନରେ ଧାରଣା ହେଲା । ସେ ଜଣେ ବନ୍ଧୁଙ୍କ ଉପଦେଶ ମାନି ଏଥିପାଇଁ ଆବେଦନ କଲେ ଓ ୨୦୧୧ରେ ଯେତେବେଳେ ସେ ଜଣେ MIT ପ୍ରଫେସରଙ୍କଠାରୁ ଇଣ୍ଟରଭ୍ୟୁ ପାଇଁ ଡାକରା ପାଇଲେ ସେ ଅତିମାତ୍ରାରେ ଆନନ୍ଦିତ ହୋଇପଡିଥିଲେ । ତାଙ୍କ ମତରେ, ମୁଁ ଯେବେ ପ୍ରଥମେ ଏହି ଲ୍ୟାବ ଭିତରକୁ ଆସିଲି ଏହା ଏକ ସୁନ୍ଦର ଅନୁଭବ ଥିଲା । ମୁଁ ପ୍ରଥମେ ଭେଟିଥିବା ପାଂଚ ଜଣ ବ୍ୟକ୍ତି ଡିଜାଇନର, ଡାକ୍ତର, ଫଟୋଗ୍ରାଫର, ମ୍ୟାଟେରିଆଲ ବୈଜ୍ଞାନିକ ଏବଂ ଇଂଜିନିୟର ଥିଲେ । ମୁଁ ସାରା ଜୀବନ ନିଜକୁ ଫଟୋଗ୍ରାଫି ଏକ କଳା ନା ବିଜ୍ଞାନ ବୋଲି ପ୍ରଶ୍ନ କରିଆସିଥିବା ବେଳେ ଏଠାରେ ସବୁକିଛି ଉଭୟର ସମନ୍ୱୟ ବୋଲି ଅନୁଭବ କଲି । ମୋ ମନରେ ସ୍ଵତଃ ଏକ ପ୍ରଶ୍ନ ଉଠିଲା ଯେ ଏସବୁ ପାଇଁ ଆମେ ପାଶ୍ଚାତ୍ୟ ଦେଶରେ ପାଇଥିବା ବେଳେ ଆମ ଦେଶରେ କାହିଁକି ନାହିଁ ।

ଏଠାରେ ସମସ୍ତେ ପ୍ରାୟ ତାଙ୍କ ଭଳି ହିଁ ଥିଲେ ଓ ସେ ଏଠାରେ ନିଜର ଘର ପାଇଲେ । ଏପରିକି ଏହାର ମୁଖ୍ୟ ଜୋଇଚି ଇଟୋ ମଧ୍ୟ ନିଜର ଏକାଡେମିକ କ୍ୟାରିଅର ଉପରେ ଏତେ ଗୁରୁତ୍ୱ ଦେଇ ନଥିଲେ । ମାରୱା ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଯେ କି କିଛି କରିବା ପାଇଁ ପଚାଶ ବର୍ଷ ବୟସ୍କ ହେବା ଯାଏ ଅପେକ୍ଷା ନ କରି ଯୁବାବସ୍ଥାରୁ କିଛି ନୂଆ କରିବାର ପ୍ରୟାସରେ ଥିଲେ ।

MIT ମିଡିଆ ଲ୍ୟାବ ଇଣ୍ଡିଆ ଇନିସିଏଟିଭର ଆରମ୍ଭ

ସେ MIT ମିଡିଆ ଲ୍ୟାବ ଇଣ୍ଡିଆ ଆରମ୍ଭର ମୁଖ୍ୟ ହିସାବରେ ଭାରତକୁ ଫେରିଲେ ଓ ଏହାର ପ୍ରଥମ ଡିଭାଇନ କର୍ମଶାଳା ଆରମ୍ଭ କଲେ । ଭାରତରେ କେବଳ MIT ମିଡିଆ ଲ୍ୟାବ ଖୋଲିବା ତାଙ୍କର ଉଦ୍ଧେଶ୍ୟ ନଥିଲା ବରଂ ଏହି ଚିନ୍ତାଧାରାକୁ ଏଠାରେ ପ୍ରତିଷ୍ଠିତ କରାଇବା ସେ ଲକ୍ଷ୍ୟ ରଖିଥିଲେ। ମୁମ୍ବାଇରେ ସେମାନଙ୍କର ପ୍ରଥମ କର୍ମଶାଳା ପାଇଁ ସେମାନେ ୩୦୦୦ରୁ ୪୦୦୦ ଆବେଦନ ପାଇଲେ ଓ ସେଥିରୁ ୨୦୦ ଛାତ୍ରଛାତ୍ରୀଙ୍କୁ ମନୋନୟନ କଲେ ।

ଏହି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କୁ ପରିପ୍ରକାଶ କରିବାର ଏକ ଭିତ୍ତିଭୂମି ପ୍ରଦାନ କରି ସେମାନଙ୍କ ଡିଏନଏରେ ଏମ ଆଇ ଟି ମିଡିଆ ଲ୍ୟାବ ଭର୍ତ୍ତି କରିବା ହିଁ ଉଦେଶ୍ୟ ଥିଲା । MIT ମିଡିଆ ଲ୍ୟାବରେ ଏକ କଥା ଅଛି ଯଦି ତୁମେ କେଉଁଠାରେ ବି ନିଜକୁ ସ୍ଥାନିତ କରିପାରିଳ ନାହିଁ ତେବେ ତୁମେ ଏହିଠାରେ ହିଁ ନିଜକୁ ସ୍ଥାନିତ କରିପାରିବ ବୋଲି ମାରୱା ମତ ରଖନ୍ତି । ମାତ୍ର ପାଞ୍ଚ ଦିନ ମଧ୍ୟରେ ସେମାନେ ଇଂଜିନିୟର, କଳାକାର, ଡିଜାଇନରଙ୍କୁ ମିଳିତ ଭାବେ ୩୦ ଟି ପ୍ରକଳ୍ପରେ କାର୍ଯ୍ୟ କରିବାର ପାଇଲେ ଓ ସେମାନଙ୍କ ମଧ୍ୟରୁ ଅନିରୁଦ୍ଧ ଶର୍ମା ନିଜର ପ୍ରକଳ୍ପକୁ ଆଗକୁ ନେଇ ୨୦୧୧ରେ ଡ୍ୟୁସର ନାମକ କଂପାନୀ ପ୍ରତିଷ୍ଠା କଲେ, ଯାହାକି ଦୃଷ୍ଟିହୀନମାନଙ୍କ ପାଇଁ ଇଣ୍ଟେଲିଜେଣ୍ଟ/ସେନସୋରିଆଲ୍ ସହାୟତା ଡିଭାଇସ ତିଆରି କରୁଛି । ଶର୍ମା ବର୍ତ୍ତମାନ ଫ୍ୟୁଇଡ ଇଣ୍ଟରପେସେସ ଗ୍ରୁପ, MIT ମିଡିଆ ଲ୍ୟାବରେ ଅଧ୍ୟୟନରତ ।

ବର୍ତ୍ତମାନ ଓ ଉପରାନ୍ତ

ମୁମ୍ବାଇ ପରେ ଏହା ଦିଲ୍ଲୀ ଓ ବେଙ୍ଗାଲୁରରେ ମଧ୍ୟ ମଧ୍ୟ ଏହାର କର୍ମଶାଳା ଖୋଲିଛି ଓ ଶର୍ମାଙ୍କ ପରି ଅନେକ ମେଧାବୀ ଛାତ୍ର ଏହି ଅନୁଷ୍ଠାନରେ ନାମ ଲେଖାଇ ଅନେକ କିଛି କରିବାରେ ପ୍ରଚେଷ୍ଟାରତ । ଏହା ଡିଜାଇନର, ଟେକନିସିଆନ ଓ ଅନ୍ୟାନ୍ୟ କ୍ଷେତ୍ରର ପାରଙ୍ଗମ ଛାତ୍ରଛାତ୍ରୀମାନଙ୍କୁ ଏକତ୍ରିତ ଭାବରେ ଏବଂ ଦଳବଦ୍ଧ ଭାବରେ କାର୍ଯ୍ୟ କରିବାର ଏକ ସୁଯୋଗ ପ୍ରଦାନ କରି ବିଭିନ୍ନ ସମସ୍ୟାକୁ ଖୋଜି ବାହାର କରିବା ସହିତ ଏହାର ସମାଧାନ କରିବାକୁ ସୁଯୋଗ ଦେଇଥାଏ ବୋଲି ମାରୱା କୁହନ୍ତି ।

ମାରୱା ବର୍ତ୍ତମାନ MIT ମିଡିଆ ଲ୍ୟାବର ସହଯୋଗୀ ପ୍ରଫେସର ରମେଶ ରାଶକରଙ୍କ ଦ୍ୱାରା ପରିଚାଳିତ କ୍ୟାମେରା କଲଚର ଗ୍ରୁପରେ କାର୍ଯ୍ୟ କରୁଛନ୍ତି । ସେ ଫଟୋଗ୍ରାଫି, ଟେକନୋଲୋଜି ଓ କଳା ପ୍ରତି ଥିବା ନିଜର ଭଲପାଇବାକୁ ଏକତ୍ରିତ କରି ନୂତନ ଉଦ୍ଭାବନ ପାଇଁ ପ୍ରଚେଷ୍ଟା ରତ । ନିକଟରେ ସେ ଏକ ଲାଇଟ ଫିଲ୍ଡ କ୍ୟାମେରା ଟେକନୋଲୋଜି ଉପରେ କାର୍ଯ୍ୟ କରୁଛନ୍ତି।