ନୂଆ ହୋଟେଲ୍ Z International ଉଦ୍ଘାଟିତ

ନୂଆ ହୋଟେଲ୍ Z International ଉଦ୍ଘାଟିତ

Monday January 04, 2016,

1 min Read

ମନ୍ଦିର ମାଳିନୀ ସହର ଭୁବନେଶ୍ୱରରେ ପୁଣି ଏକ ନୂତନ ହୋଟେଲ୍ ଖୋଲିଛି । ହୋଟେଲ୍ କରିଡର୍ ଭାବେ ଜଣାଶୁଣା ଜୟଦେବ ବିହାରରୁ ନାଲକୋ ଛକ ମଧ୍ୟରେ ଏହି ହୋଟେଲ୍ ଖୋଲିଛି । ଜୟଦେବ ବିହାରଠାରେ ଏକ ଅତ୍ୟାଧୁନିକ ହୋଟେଲ ଜେଡ୍ ଇଣ୍ଟରନ୍ୟାସନାଲର ଶୁଭାରମ୍ଭ ହୋଇଯାଇଛି । ଏହାକୁ ବିଶ୍ୱଜିତ୍ ମହାପାତ୍ର ଉଦ୍ଘାଟନ କରିଥିଲେ । ଏହି ଉତ୍ସବରେ ହୋଟେଲର ଅଂଶୀଦାର ପ୍ରମୋଦ କୁମାର ତ୍ରିପାଠୀ, ରୋଜୀ ରାଉତରାୟ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ରୋଜୀ ରାଉତରାୟ କହିଲେ ଯେ, ଆମ ହୋଟେଲ ସମସ୍ତ ବର୍ଗର ଲୋକମାନଙ୍କ ଆବଶ୍ୟକତାକୁ ଲକ୍ଷ୍ୟରେ ରଖି କମ୍ ମୂଲ୍ୟରେ ଉତ୍ତମ ସେବା ଯୋଗାଇଦେବା ପାଇଁ ବଦ୍ଧପରିକର । ଏଠାରେ ରହିବା ପାଇଁ ରୁମ୍ ସହିତ, ବାଙ୍କୱେଟ୍ ହଲ୍, ସ୍କାଏ ଟପ୍ ପାର୍ଟି ପାଇଁ ସ୍ଥାନ ଏବଂ ଏକ ରେଷ୍ଟୁରାଣ୍ଟ ମଧ୍ୟ ରହିଛି ।

image


ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ୱରରେ ଅନେକ ବିଳାସପୂର୍ଣ୍ଣ ହୋଟେଲ୍ ରହିଛି । ପର୍ଯ୍ୟଟକଙ୍କଠାରୁ ଆରମ୍ଭ କରି ସହରକୁ ଆସୁଥିବା ଅତିଥିମାନଙ୍କୁ ବିଶ୍ୱ ସ୍ତରୀୟ ଆତିଥେୟତା ଯୋଗାଇ ଦେବା ପାଇଁ ଏହି ହୋଟେଲ ଗୁଡିକ ନିଜକୁ ପ୍ରସ୍ତୁତ କରି ରଖିଛନ୍ତି ।

ଭୁବନେଶ୍ୱରର କିଛି ପ୍ରମୁଖ ହୋଟେଲ

୧-ହୋଟେଲ୍ ମେ’ ଫେୟାର୍

୨-ସ୍ୱସ୍ତି ପ୍ରିମିୟମ

୩-ଟ୍ରାଇଡେଂଟ୍

୪-ପାଲ୍ ହାଇଟସ୍ ହୋଟେଲ୍

୫-ଜିଞ୍ଜର ହୋଟେଲ୍

୬-ହୋଟେଲ୍ ସାଣ୍ଡି ଟାୱାର

୭-ସ୍ୱସ୍ତି ଗ୍ରାଣ୍ଡ୍

୮-ପ୍ରେସିଡେନ୍ସି ହୋଟେଲ୍

୯-ହୋଟେଲ୍ ରୟାଲ୍ ମିଡଟାଉନ୍

୧୦-କେଶରୀ ହୋଟେଲ୍

୧୧-ଭିଟ୍ସ ହୋଟେଲ୍

୧୨-ହୋଟେଲ୍ ଏମ୍ପାୟାର୍ସ