‘ଥୁନି ସିଡ୍’ର ସଫଳ ଦୂରଦୃଷ୍ଚି - ଗ୍ରାମୀଣ ଉଦ୍ୟୋଗୀ ଏବେ ନିଜ ଭାଗ୍ୟ ନିୟନ୍ତା

‘ଥୁନି ସିଡ୍’ର ସଫଳ ଦୂରଦୃଷ୍ଚି - ଗ୍ରାମୀଣ ଉଦ୍ୟୋଗୀ ଏବେ ନିଜ ଭାଗ୍ୟ ନିୟନ୍ତା

Saturday December 19, 2015,

6 min Read

ଆମ ଭଳି ଦେଶରେ ଉଦ୍ୟୋଗ ବିକାଶର ଧାରା ଯେଉଁଭଳି ଭାବରେ ବୃଦ୍ଧି ପାଉଛି, ଏହା କଣ କହିବା ଠିକ୍ ହେବ କି ଯେ ଏହା ଭାରତକୁ ଆଗକୁ ନେଇଯାଉଛି ? ଆମ ଦେଶରୁ ଯେତେବେଳେ ଅନେକ ପ୍ରଭାବଶାଳୀ କାର୍ଯ୍ୟର ଆରମ୍ଭ ହେଉଛି, ଏହାକୁ ଆମେ ବାସ୍ତବରେ ଏକ ବିକାଶଶୀଳ ରାଷ୍ଟ୍ର ଭାବେ ପରିଗଣିତ କରିପାରିବା କି ? ବୋଧହୁଏ ନୁହେଁ । ଭାରତର ଅଧିକାଂଶ ଭାଗ ଏବେ ବି ଗ୍ରାମାଂଚଳରେ ବାସ କରନ୍ତି ଓ ତେଣୁ ଏହା ଯୁକ୍ତିଯୁକ୍ତ ହେବ ଯେ ଆମେ ଯଦି କହିବା ଭାରତରେ ଉଦ୍ୟୋଗର ପ୍ରକୃତ ସଫଳତା ସେତିକିବେଳେ ହେବ ଯେତେବେଳେ ସବୁ ଶ୍ରେଣୀର ଲୋକଙ୍କୁ ଆମେ ଶକ୍ତିଶାଳୀ କରିପାରିବା ।

image


ଏହି ଦିଗରେ ଏକ ସଫଳ ପ୍ରୟାସ ହେଉଛି ଥୁନି ସିଡ୍। ଏହା ଏକ ସାମାଜିକ ଉଦ୍ୟୋଗ, ଯାହାର ଲକ୍ଷ୍ୟ ହେଉଛି ଗ୍ରାମାଂଚଳ ଭାରତର ବେରୋଜଗାର ଓ ଦୁର୍ବଳଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବା ଯେପରି ସେମାନେ ଉଦ୍ୟୋଗ ଜରିଆରେ ଉପଯୁକ୍ତ ଜୀବିକା ନିର୍ବାହ କରିପାରିବେ। ଏହା NGO ସହ ସିଧାସଳଖ କାମ କରିଥାଏ। ଏହା ଦ୍ୱାରା ସେମାନେ ସେମାନଙ୍କ ଲକ୍ଷ୍ୟ ଅନୁଯାୟୀ ନିର୍ଦ୍ଧାରିତ ଲୋକଙ୍କ ପାଖରେ ପଂହଚିପାରନ୍ତି, ସେମାନଙ୍କୁ ପ୍ରେରଣା ଦିଅନ୍ତି ଓ ଦକ୍ଷ ଉଦ୍ୟୋଗୀମାନଙ୍କୁ ତାଲିମ ଦିଅନ୍ତି ଏବଂ ବ୍ୟବସାୟ ସୁଯୋଗ ମଧ୍ୟ ଚିହ୍ନଟ କରନ୍ତି। ବ୍ୟବସାୟ ପାଇଁ ଦରକାର ହେଉଥିବା ଦକ୍ଷତାରେ ତାଲିମ ଦେବାକୁ ସେମାନେ ବୈଷୟିକ ତାଲିମ ସଂସ୍ଥାଗୁଡିକ ସହ ମଧ୍ୟ କାମ କରନ୍ତି। ତା'ପରେ ସେମାନେ ଏହି ଉଦ୍ୟୋଗୀମାନଙ୍କ ସହ ଏକ ମାର୍କେଟିଂ ଭାଗିଦାରିତା କରନ୍ତି ଓ ସେମାନଙ୍କ ଉତ୍ପାଦକୁ ସାରା ବିଶ୍ୱରେ ମାର୍କେଟିଂ କରନ୍ତି।

କବିତା ଓ ମାହେଶ୍ୱରୀଙ୍କ ଶାଢୀରୁ ରେଜେଇ ତିଆରି ବ୍ୟବସାୟ

କୋଏମ୍ବାଟୁରର ଥେନାମାନାଲୁର ଅଂଚଳର କବିତା ନିର୍ମାଣ କାମ କରୁଥିବା ବେଳେ ସେଠାରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ ବାପା ଦିନକୁ ୩୫୦ ଟଙ୍କା ରୋଜଗାର କରୁଥିଲେ ଓ ସେଥିରୁ ଅଧିକାଂଶ ତାଙ୍କ ଚିକିତ୍ସାରେ ଯାଉଥିଲା। ସେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିନଥିବାରୁ ଆଉ କିଛି ଚାକିରି ମଧ୍ୟ ପାଇଲେ ନାହିଁ। ଥୁନି ସିଡ୍‌ର ସହାୟତାରେ ସେ ବର୍ତ୍ତମାନ ଶାଢୀ ସିଲେଇ କରି ରେଜେଇ ଓ ବିଭିନ୍ନ ସାମଗ୍ରୀ କରିବା ଓ ଲ୍ୟାପଟପ୍ କେସ୍ ତିଆରି କରିବା ଶିଖି ଯାଇଛନ୍ତି। ସେ ଏହି କାମରୁ ବେଶ୍ ଆନନ୍ଦ ପାଉଛନ୍ତି ଓ ଏହା ତାଙ୍କ ପାଇଁ ଆୟର ଏକ ସ୍ଥାୟୀ ବ୍ୟବସ୍ଥା ଆଣି ଦେଇଛି। ଆଉ ଜଣେ ହିତାଧିକାରୀ ହେଉଛନ୍ତି କୋଏମ୍ବାଟୁର ପୁଟୁର ଅଂଚଳର ମାହେଶ୍ୱରୀ। ତାଙ୍କ ବାପା ବୁଢା ହୋଇଗଲେଣି ଓ ସେ ଯେଉଁ ମାଲିକଙ୍କ ପାଖରେ ଚାଷ କାମ କରୁଛନ୍ତି, ସେ ତାଙ୍କୁ ଭାରି ହଇରାଣ କରେ। ମାହେଶ୍ୱରୀଙ୍କ ମାଙ୍କ ଦେହାନ୍ତ ପରେ ସେ ତାଙ୍କର ବାପାଙ୍କୁ ସାହାଯ୍ୟ କରିବା ଆରମ୍ଭ କଲେ। କବିତା ସହ ମାହେଶ୍ୱରୀ ମିଶି ଲ୍ୟାପଟପ୍ କେସ୍ ଓ ଶାଢୀରେ ବିଭିନ୍ନ ସାମଗ୍ରୀ କରୁଛନ୍ତି। ଯାହା ଅନେକ ସ୍ଥାନରେ ବିକ୍ରି ହେଉଛି।

ନାଁ ପଛର କାହାଣୀ

ତାମିଲ ଭାଷାରେ “ଥୁନି” ର ଅର୍ଥ ହେଉଛି ପୋଷାକ। ପ୍ରଥମେ ଏହା CORD ସହାୟତାରେ ଶାଢୀ କୁଇଲ୍ଟିଂ(ଶାଢୀରୁ ରେଜେଇ ଆଦି ପ୍ରସ୍ତୁତ କରିବା)ରୁ ଆରମ୍ଭ ହୋଇଥିଲା | ଯେଉଁଥିରେ ଏକ ସଫଳ ବ୍ୟବସାୟ ପାଇଁ ଶାଢୀରୁ ହିଁ ସବୁ କିଛି କରାଯାଉଥିଲା। 

ଅନନ୍ତ କୁହନ୍ତି ଯେ, “ଆମେ ସୁନ୍ଦର ଶାଢୀଗୁଡିକୁ ଆଣୁ, ଯେଉଁଥିରେ ସାମାନ୍ୟ ଚିରା ଥାଏ ଓ ଯାହା ଆଉ ପିନ୍ଧି ହେବ ନାହିଁ। ଅତି ସୂକ୍ଷ୍ମତାର ସହ ଏଗୁଡିକୁ ଆମେ ଫେସନ୍‌ରେ ପରିଣତ କରି ବିଭିନ୍ନ ଡିଜାଇନର ସାମଗ୍ରୀ ପ୍ରସ୍ତୁତ କରୁ। ଏହା ବହୁତ ସୁନ୍ଦର ଦେଖାଯାଏ। ଏହି ସୂତା ହିଁ ଥୁନି ସିଡ୍ ପାଇଁ ପ୍ରେରଣା ଥିଲା – ସୀମିତ ସମ୍ବଳକୁ ବ୍ୟବହାର କରି ଏକ ଉଦ୍ୟମର ମଂଜି ବୁଣାଯାଇଥିଲା, ଯାହା ଅନେକଙ୍କ ଜୀବନକୁ ଫାଇଦା ଦେବାରେ ସକ୍ଷମ ହୋଇଛି। ”

୧୭ ବର୍ଷର ଯୋଜନା

image


ଏହା ବିଶ୍ୱାସ କରିବା କଠିନ ଯେ ଏହି ଉଦ୍ୟମ ପଛରେ ଥିବା ପିଲାଟିର ବୟସ ମାତ୍ର ୧୭ ! ଅନନ୍ତ ମଜୁମଦାର ଯେତେବେଳେ ହାଇସ୍କୁଲରେ ପଢୁଥିଲେ, ସେତେବେଳେ ସେ କୋଏମ୍ବାଟୁରର ଗ୍ରାମାଂଚଳ ମହିଳାଙ୍କ ଅବସ୍ଥାରେ ସୁଧାର ଆଣିବା ପାଇଁ ଉଦ୍ୟୋଗର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲେ ଓ ସେ ଭାବୁଥିଲେ ଦାରିଦ୍ର୍ୟ ଓ ଅସହାୟତାର ପଂଝାରୁ ଏହା ମାଧ୍ୟମରେ ହିଁ ମୁକୁଳି ହେବ।

ଅନନ୍ତ ଜୀବନର ଅଧିକାଂଶ ସମୟ ହଂଗକଙ୍ଗ କାଟିଛନ୍ତି | ତାଙ୍କ ପରିବାରର ଅର୍ଦ୍ଧାଧିକ ହେଉଛନ୍ତି କୋଏମ୍ବାଟୁରର। ସେ ଲେନ୍‌ସେସନାଲ(ଏକ ଏନଜିଓ)ର ବାଂଲାଦେଶ ପ୍ରୋଜେକ୍ଟ ସହ ଜଡିତ ହୋଇଥିଲେ। କିପରି ଏକ ସମାଜିକ ଉଦ୍ୟୋଗକୁ ଚଳାଇବାକୁ ହୁଏ, ସେଥିରେ ଲେନ୍‌ସେସନାଲ ହିଁ ପ୍ରକୃତରେ ତାଙ୍କୁ ସାହାଯ୍ୟ କରିଥିଲା। ସମସ୍ତ କାର୍ଯ୍ୟ ଓ ନେଟ୍‌ୱର୍କ ତାଙ୍କୁ ବିଭିନ୍ନ ସାମାଜିକ ଉଦ୍ୟୋଗ ସହ ପରିଚିତ କରାଇଥିଲା, ଯେଉଁମାନେ ତାଙ୍କ ପାଇଁ ବେଶ୍ ସହାୟକ ହୋଇଥିଲେ। ଅନନ୍ତ କୁହନ୍ତି, “ଏହି ସୁଯୋଗକୁ ମୁଁ ବେଶ୍ ସଦୁପୋଯୋଗ କରିଛି। ଅନେକ ବ୍ୟକ୍ତିଙ୍କୁ ମୁଁ ବହୁ ପ୍ରଶ୍ନ ଜରିଆରେ ମୋର ସାମାଜିକ ଉଦ୍ୟୋଗ ଓ ନିବେଶର ପ୍ରଭାବ ସମ୍ପର୍କିତ ଜ୍ଞାନକୁ ବୃଦ୍ଧି କରି ପାରିଛି। ” ହଂଗକଂଗ୍‌ରେ ସାମାଜିକ ଉଦ୍ୟୋଗ ସମ୍ପର୍କରେ ଶିକ୍ଷା ମୋ ଭିତରେ ସାମାଜିକ ପ୍ରଭାବର ସୁଯୋଗ ଲକ୍ଷ୍ୟ କରିବା ଲାଗି ଏକ ଅଭ୍ୟାସ ପ୍ରସ୍ତୁତ କରିଥିଲା। ଯାହା ବାସ୍ତବରେ ଭାରତର ଗ୍ରାମାଂଚଳରେ କାମ କରିବା ପାଇଁ ମୋତେ ସାହାଯ୍ୟ କରିଥିଲା।

ଅଧ୍ୟୟନ ଓ ଗବେଷଣା

image


(ଫଟୋ)ରୋଟାରି କ୍ଲବ ଆଇକୋନସ୍ ସଦସ୍ୟଙ୍କ ସହ ଅନନ୍ତ। ଯେଉଁମାନେ CORD ଭାଗିଦାରିତାରେ ଥୁନି ସିଡ୍‌ର ଉଦ୍ୟମରୁ କିଛି ଶିଖିବାକୁ ଆସିଛନ୍ତି |

ସେ କୋଏମ୍ବାଟୁରର ଗ୍ରାମାଞ୍ଚଳରେ ଦୁଇଟି ଗ୍ରୀଷ୍ମ ବିତାଇଥିଲେ। ସେଥିରେ ତାଙ୍କୁ ସହାଯ୍ୟ କରିଥିଲା ଚିନ୍ମୟ ଅର୍ଗାନାଇଜେସନ୍ ଫର୍ ରୁରାଲ୍ ଡେଭଲପମେଂଟ୍। ତୃଣମୂଳସ୍ତରରେ କାମ କରିବାର ଅଂଶବିଶେଷ ଭାବେ ଅନନ୍ତ ଯେତେ ସମ୍ଭବ ହିତାଧିକାରୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ। “ମୁଁ ପ୍ରକୃତରେ ଗାଁ ଲୋକଙ୍କ ସହ କଥାବାର୍ତ୍ତା ପାଇଁ ସୁଯୋଗ ପାଇଥିଲି ବିଶେଷ କରି ମହିଳାମାନଙ୍କ ସହ, କାରଣ ସେମାନେ ହିଁ ଅଧିକ ବେରୋଜଗାର ଅଛନ୍ତି, ଅନ୍ତତଃ ମୁଁ ଯେଉଁ ଅଂଚଳରେ କାମ କରୁଥିଲି। ମୁଁ ଅନୁଭବ କଲି ଯେ ସେଠାରେ ଲୋକମାନଙ୍କ ମଧ୍ୟରେ ବ୍ୟବସାୟ କରିବାର ଧାରଣା ରହିଛି, କିନ୍ତୁ ସେମାନଙ୍କୁ ଆବଶ୍ୟକ ହେଉଥିବା ସାହାଯ୍ୟ ସହଯୋଗ ମିଳିପାରୁନଥିବାରୁ ଅଧିକାଂଶ ବ୍ୟବସାୟ ଆରମ୍ଭ କରିପାରୁନାହାନ୍ତି। ମୁଁ ସ୍ୱଂୟ ସହାୟକ ଗୋଷ୍ଠୀ ଓ ମହିଳା ମଣ୍ଡଳ ଗୁଡିକର ଅନେକ ମିଟିଂରେ ଯୋଗ ଦେଇଛି ଓ ସେମାନଙ୍କ ଠାରୁ ଉଦ୍ୟୋଗ ବିଷୟରେ ମତାମତ ନେଇଛି। ସେମାନଙ୍କ ମନରେ ଥାଏ ଏକ ଲାଭପ୍ରଦ ବ୍ୟବସାୟ କରିବାର ଇଛା। ”

“ମୁଁ ଥୁନି ସିଡ୍ ଆରମ୍ଭ କରିଥିଲି ଏଇଥିପାଇଁ ଯେ ଏହା ଉପଯୁକ୍ତ ଗ୍ରାମୀଣ ଉଦ୍ୟୋଗୀମାନଙ୍କ ଯୋଜନା ଓ ମାର୍କେଟିଂ ଆଦି ଦିଗକୁ ସହଯୋଗ କରିପାରିବ।” ଥୁନିକୁ ମଡେଲିଂ କରିବା ବେଳେ, ସେ ଷ୍ଟାଣ୍ଡଫୋର୍ଡଙ୍କ ଡିଜାଇନ୍ ଥିକିଂ ମାନୁଆଲର ସାହାଯ୍ୟ ନେଇଥିଲେ, ଯାହା ହିତାଧିକାରୀ କେନ୍ଦ୍ରିକ ପ୍ରୋଜେକ୍ଟଗୁଡିକର ଗୁରୁତ୍ୱକୁ ସଦୃଢ କରିଥିଲା ।

ସେମାନେ କିପରି କାମ କରନ୍ତି

image


ଥୁନି ସିଡ୍ ହେଉଛି ଗ୍ରାମୀଣ ଭାରତ ପାଇଁ ଏକ ଉଦ୍ୟୋଗ ବିକାଶ କେନ୍ଦ୍ର । ମୁଖ୍ୟ କାର୍ଯ୍ୟ ହେଉଛି ଭିଡିଓ ସିରିଜ୍, ପ୍ଲେ ବୁକ୍ ଓ ଆଇଡିଆ ବ୍ୟାଙ୍କ୍ ଆଦି NGOଙ୍କ ଜରିଆରେ ଗ୍ରାମାଂଚଳଲୋକଙ୍କୁ ବଂଟନ କରିବା । ଏହା ଗ୍ରାମୀଣ ଲୋକମାନଙ୍କୁ ପ୍ରେରଣା, ସୂଚନା ଦେବା ସହିତ ସେମାନଙ୍କୁ ସଫଳ ଉଦ୍ୟୋଗୀ କରିବାରେ ସହାୟକ କରିଥାଏ । ଏହା ସହିତ ସେମାନେ ସେମାନଙ୍କ ୱେବସାଇଟ୍ ଜରିଆରେ ମାର୍କେଟିଂ ସହାୟତା ମଧ୍ୟ ଦେଇଥାନ୍ତି । ବର୍ତ୍ତମାନ ଅନନ୍ତ ପ୍ଲେବୁକ୍ ଓ ଭିଡିଓ ସିରିଜ୍ ପାଇଁ ଉଦ୍ୟୋଗୀ ଓ ଗ୍ରାମୀଣ ବିକାଶରେ କାମ କରୁଥିବା ବ୍ୟକ୍ତିତ୍ୱଙ୍କ ଠାରୁ ସହାୟତା ଆଣୁଛନ୍ତି ।

ଅନନ୍ତ ଟୋଟିଏ ଗୁରୁତ୍ୱପୂର୍ଣ କଥା କହନ୍ତି, “ଅନେକ କାର୍ଯ୍ୟକ୍ରମ ନିଜକୁ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଭାବେ ପରିଚୟ ଦେଉଛନ୍ତି । କିନ୍ତୁ ସେମାନେ କେବଳ ଗ୍ରାମୀଣ ଲୋକମାନଙ୍କୁ ଦକ୍ଷତା ଭିତ୍ତିକ ତାଲିମ ଦେଉଛନ୍ତି, ଯେମିତିକି ଟେଲରିଂ । ଏକ ସଫଳ ବ୍ୟବସାୟ ଆରମ୍ଭ କରିବା ପାଇଁ ଓ କିଛି ଉତ୍ପାଦ ପାଇଁ ଦକ୍ଷତା ଠାରୁ ଅଧିକ ଅନେକ କିଛି ଦରକାର ହୁଏ ।” ସେ ବିଭିନ୍ନ ପ୍ରକାର ଶିକ୍ଷଣ ସାମଗ୍ରୀ ମାଧ୍ୟମରେ ଗ୍ରାମୀଣ ଲୋକମାନଙ୍କୁ ଉଦ୍ୟୋଗ ସମ୍ପର୍କରେ ଜାଣିବା ପାଇଁ ସୁଯୋଗ ଦେଇ ଆସିଛନ୍ତି ।

Anant with Bharathiar University Masters in Women’s Studies Majors who came to see Thuni Seed’s work in partnership with CORD

Anant with Bharathiar University Masters in Women’s Studies Majors who came to see Thuni Seed’s work in partnership with CORD


ଥୁନି ଚାହେଁ ତାର ଦୂରଦୃଷ୍ଟି ଏମିତି ହେଉ ଯାହାକୁ ମପା ଯାଇପାରିବ । ସେମାନେ ଗ୍ରାମୀଣ ଉଦ୍ୟୋଗୀମାନଙ୍କ ପାଖରେ ପଂହଚିବା ଲାଗି ଅନ୍ୟ ଗ୍ରାମୀଣ ବିକାଶ ସଂସ୍ଥାଗୁଡିକ ସହ ସହଭାଗିତା ସ୍ଥାପନ କରନ୍ତି । ଏହା ହିତାଧିକାରୀଙ୍କ ମନରେ ଥିବା ଯୋଜନା ପାଇଁ ସହାୟତା ଦିଏ । ସେମାନେ ତାପରେ ମାର୍କେଟିଂ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେଇଥାନ୍ତି । ଅନନ୍ତ କହନ୍ତି, “ ବ୍ୟବସାୟ ପାଇଁ ଆବଶ୍ୟକ ହେଉଥିବା ଦକ୍ଷତା ବିକାଶ ପାଇଁ ଆମେ ଧନ୍ଦାମୂଳକ ତାଲିମ କେନ୍ଦ୍ର ସହିତ ମଧ୍ୟ ନେଟୱାର୍କ କରିଥାଉ ।”

17 ବର୍ଷ ବୟସରେ ସେ ଭାବିଥିବା କଥାକୁ ଏକ ସଫଳ ରୂପ ଦେଇପାରିଥିଲେ । ଏହାର ମୁଖ୍ୟ କାରଣ ଥିଲା ତାଙ୍କ ଭାବନା, ଦୂରଦୃଷ୍ଟି ଓ କାର୍ଯ୍ୟକାରିତାରେ ସ୍ପଷ୍ଟତା ।

ମୁଁ କେବେ ବି ଭୟ କିମ୍ବା ସନ୍ଦେହ କରିନଥିଲି ଯେ କାଳେ ପାର୍ଟନର ସଂସ୍ଥାଗୁଡିକ ମୋ କଥାକୁ ସିରିଅସ୍ ନେବେ ନାହିଁ । ଏହାର ମୁଖ୍ୟ କାରଣ ଥିଲା ମୁଁ ଜାଣିଥିଲି କେଉଁ ଆବଶ୍ୟକତାର ଆବଶ୍ୟକ ଅଛି । ଏଭଳିକି ମୋର ପିତାମାତା ମଧ୍ୟ ସାମାନ୍ୟ ସନ୍ଦେହରେ ଥିଲେ କେମିତି ମୁଁ ମୋର ଦୂରଦୃଷ୍ଟି ବାସ୍ତବତାର ରୂପ ନେବ । କିନ୍ତୁ ମୁଁ କିଛି ମାସ ଗ୍ରାମୀଣ ଭାରତରେ ବିତାଇଥିଲି ଓ ଗ୍ରାମୀଣ ବିକାଶରେ ଅଭିଜ୍ଞତା ଥିବା ଲୋକମାନଙ୍କ ସହ କଥା ହୋଇଥିଲି । ମୂଳ କାରଣଗୁଡିକୁ ଜାଣିବା ପାଇଁ ମୁଁ ସମୟ ବିତାଇଥିଲି ଓ ମୁଁ ସାହାଯ୍ୟ କରିବାକୁ ଯାଉଥିବା ମହିଳାମାନଙ୍କ ସହ କଥା ହୋଇଥିଲି ।

ଆପଣ ଜଣେ ଲୋକକୁ ମାଛଟିଏ ଦେଲେ ତାକୁ ଦିନକ ପାଇଁ ଖାଇବାକୁ ଦେଲ, କିନ୍ତୁ ଜଣକୁ ମାଛ ମାରିବା ଶିଖାଇ ଦେଲେ, ସେ ସାରା ଜୀବନ ଖାଦ୍ୟ ପାଇପାରିବ ।

ଅନନ୍ତଙ୍କ ଦୂରଦୃଷ୍ଟି ବିଶ୍ୱସ୍ତରରେ ଗରିବମାନଙ୍କ ପାଇଁ ବାସ୍ତବ ସାମାଜିକ ପରିବର୍ତ୍ତନଶୀଳ ପଦକ୍ଷେପ । ଯେଉଁଠାରେ ସାଧାରଣ ଜନତା ଯେଉଁ ଆର୍ଥିକ ସ୍ଥିତିରେ ଜନ୍ମ ନେଇଥାଉନା କାହିଁକି ତାହା ସୁଯୋଗ ପାଇବାର ବ୍ୟବସ୍ଥାକୁ ପ୍ରଭାବିତ କରିପାରେନାହିଁ । ଆମେ ଭାରତରେ ନିଜକୁ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ବୋଲି କହୁଛେ, କିନ୍ତୁ ବାସ୍ତବରେ ଆମ ଦେଶରେ ସୁଯୋଗର ସମାନ ବଣ୍ଟନ ହୋଇପାରୁନାହିଁ । ଗ୍ରାମୀଣ ଦରିଦ୍ରଙ୍କ କାହାଣୀ ଠାରୁ ସହରୀ ମଧ୍ୟବର୍ଗଙ୍କ କାହାଣୀ ସଂପୂର୍ଣ୍ଣ ଭାବେ ଭିନ୍ନ । “ ମୁଁ ଗ୍ରାମୀଣ ଗରିବମାନଙ୍କୁ ସୁଯୋଗ ପାଇବାର ବ୍ୟବସ୍ଥା କରିବାକୁ ଚାହେଁ ଓ ସେମାନେ ଯେପରି ନିଜ ଭାଗ୍ୟର ନିୟନ୍ତା ହୋଇପାରିବେ ତାହା ମୋର ଲକ୍ଷ୍ୟ ।”କହନ୍ତି ଅନନ୍ତ।

ମୂଳ ଲେଖା - ସ୍ନିଗ୍ଧା ସିହ୍ନା

ଭାଷାନ୍ତର - ଅଖଣ୍ଡ