ପରଦା ପଛର କାହାଣୀ: ଜଣେ ଶିଳ୍ପ ଉଦ୍ୟୋଗୀ କିଭଳି ସୃଷ୍ଟି ହୋଇଥାନ୍ତି -ଅଦ୍ଵିତୀୟ ଶର୍ମା

ପରଦା ପଛର କାହାଣୀ: ଜଣେ ଶିଳ୍ପ ଉଦ୍ୟୋଗୀ କିଭଳି ସୃଷ୍ଟି ହୋଇଥାନ୍ତି -ଅଦ୍ଵିତୀୟ ଶର୍ମା

Saturday October 17, 2015,

6 min Read

ପ୍ରାରମ୍ଭିକ କାହାଣୀ, ବିଳମ୍ବିତ ଖବର, ଉତ୍ପାଦନର ବିବରଣୀ, ପାଣ୍ଠି ସଂଗ୍ରହ, ସହ ବନ୍ଧନ, ପଇସା, କିଏ କଣ ଆଣିଲେ, କିଏ କଣ କରୁଛି, କିଏ କଣ ଭୂମିକା ନେଇଛି, କିଏ କଣ ପଇଠ କରୁଛନ୍ତି – ଅନେକ ସମୟରେ ଆମେ ଏହି ଲଗାତାର ଆସୁଥିବା ସୂଚନା ଭିତରେ ଭୁଲିଯାଇଥାଉ ଯେ କେଉଁ କାର୍ଯ୍ୟ ଏହାକୁ ଠିକ ତାର ଗତିପଥରେ ରଖିପାରିଛି। ଜଣେ ଭୋକିଲା, ଦାୟିତ୍ଵ ନେବାକୁ ଭଲ ପାଉଥିବା, ସ୍ଵପ୍ନ ଦେଖୁଥିବା ବ୍ୟକ୍ତି: ଜଣେ ଶିଳ୍ପଦ୍ୟୋଗୀ। କଣ କଥାଟି ଭୁଲିଯାନ୍ତୁ : ବର୍ତ୍ତମାନ କାହିଁକି କଥାଟି ବିଚାର କରନ୍ତୁ। ସେ କାହିଁକି ଏହା ଆରମ୍ଭ କଲେ? କେଉଁ ଜିନିଷଟି ତାଙ୍କୁ ଆଗେଇ ନେବାରେ ସାହାଜ୍ଯ କରିଛି? ତାଙ୍କ ପାଖରେ କାହିଁକି ଏହାର ପ୍ରଭାବ ପଡିଲା? ସେ ବ୍ୟକ୍ତି ଜଣକ କିଏ? ଆପଣ ମାନଙ୍କ ଭଳି ଆମେ ମଧ୍ୟ Yourstoryରେ ବାସ୍ତବତାକୁ ଖୋଜିଠାଉ। କେବଳ ନିଛକ ବାସ୍ତବତା। ଆମର ନୂତନ ଶ୍ରୁଙ୍ଖଳା ପ୍ରାଣ ପାଇଁ ପ୍ରାରମ୍ଭିକ କାହାଣୀକୁ ଫେରିଯାଉଛୁ।

image


ଏହି ଶ୍ରୁଙ୍ଖଳାର ପ୍ରଥମ କାହାଣୀ ହେଉଛି ଅଦ୍ଵିତୀୟ ଶର୍ମାଙ୍କ କାହାଣୀ ଏବଂ କେଉଁ ଉତ୍ସାହ ତାଙ୍କୁ ହାଉସିଂ ଡଟ କମ ସ୍ଥାପନାର ପ୍ରେରଣା ଦେଇଥିଲା। ମୋର ତାଙ୍କ ସହ ଏକ ଅନ୍ତରଙ୍ଗ ଆଳାପ ହୋଇଥିଲା। ସେ ହସୁଥାନ୍ତି, କୀଚଚି କହୁଥାନ୍ତି ଏବଂ ବେଳେବେଳେ ଭାବପ୍ରବଣ ହୋଇ ପଡନ୍ତି। ତାଙ୍କର କହିବା କଥାକୁ ନେଇ ଏଠାରେ ଅଦ୍ଵିତୀୟଙ୍କ କାହାଣୀ ଟି ପ୍ରସ୍ତୁତ କରାଯାଇଛି। ମୋର ଆଶା ଏଥିରୁ ଆପଣ କିଛି ଅର୍ଥ ବାହାର କରିପାରିବେ ଓ ନିଜ ଜୀବନର ସମୀକ୍ଷା କରିବା ପାଇଁ ଏହି କାହାଣୀ ଆପଣଙ୍କୁ ପ୍ରେରିତ କରିପାରିବ।

ଜାମ୍ମୁ ଓ ଅଦ୍ଵିତୀୟଙ୍କ ଜେଜେ

image


ଗୃହ ନିର୍ମାଣକୁ ନେଇ ମୁ ଆଜି ଯାହା ବି କରୁଛି ସେଥିପାଇଁ ଅନେକ କିଛି ମୋତେ ପ୍ରେରଣା ଯୋଗାଇଛି। ଛୋଟ ବେଳେ ଜମ୍ମୁରେ ମୋର ରହଣି ସମୟରେ ଏଭିତରୁ ଅଧିକାଂଶ ଘଟଣା ଘଟିଛି। ଜଣେ ଶିଶୁ ଭାବରେ ମୁଁ ଦୁଇଜଣ ବ୍ୟକ୍ତିଙ୍କ ଦ୍ଵାରା ଗଭୀର ଭାବେ ପ୍ରଭାବିତ ହୋଇଛି – ମୋର ଜେଜେ ଓ ବାପା। ସେତେବେଳେ ଜାମ୍ମୁରେ ଘର ଭଡା ନେବା ଏତେ ଅଧିକ ଦେଖିବାକୁ ମିଳୁନଥିଲା। ଆମେ ସମସ୍ତେ ମିଳିତ ପରିବାରରେ ରହୁଥିଲୁ। ମୋ ଜାଣିବାରେ ମୋ ଜେଜେ ହେଉଛନ୍ତି ସବୁଠୁ ଦୟାଳୁ ବ୍ୟକ୍ତି। ସେ ଜଣେ ଲେଖକ ଓ କବି ଥିଲେ। ତାଙ୍କୁ ସାହିତ୍ୟ ଏକାଡେମି ପୁରସ୍କାର ମଧ୍ୟ ମିଳିଥିଲା ଏବଂ ତାଙ୍କ କବିତା ଗୁଡିକ ଦୂରଦରଶାନରେ ସ୍ଥାନ ପାଇବା ସହ ସେ ଅନେକ ନାଟକ ମଧ୍ୟ ଲେଖିଥିଲେ। ମୁଁ ଭାବେ ମୋ ଜେଜେ କିଞ୍ଚିତ ପାଗଳ ଥିଲେ (ବ୍ୟଙ୍ଗ ସହିତ)। ଆମ ଘର ପଛ ପଟେ ସେ ଏକ କୋଠରି ତିଆରି କରିଥିଲେ। ସେ ଯେତେବେଳେ କିଛି ଲେଖିବାକୁ ଚାହାଁନ୍ତି, ତୁରନ୍ତ ସେହି କୋଠରୀକୁ ଯାଇ କବାଟ ବନ୍ଦ କରିଦିଅନ୍ତି। ଦୁଇ ତିନି ଦିନ ପରେ କୋଠରୀରୁ ବାହାରିଲା ବେଳେ ତାଙ୍କ ହାତରେ ଖଣ୍ଡେ କାଗଜ ଥାଏ। ସେଥିରେ ଯାହା ଲେଖାଥାଏ ତାହାହିଁ ଏକ ନାଟକ କିମ୍ବା କବିତା ଯାହାକି ରେଡିଓ, ଦୂରଦର୍ଶନ କିମ୍ବା ଅନ୍ୟ ମଞ୍ଚରେ ପ୍ରକାଶିତ ହୁଏ। ଏଭଳି କଠିନ ପରିଶରମର ଫଳାଫଳତ ମୁଁ ଦେଖିଛି, ହେଲେ ପରିଶ୍ରମ କିପରି କରାଯାଏ ତାହା ଦେଖିନାହିଁ। ଏକତାକୁ ଦେଖି ମୁଁ ମଧ୍ୟନିଜ ଇଚ୍ଛାରେ କିଛି କରିବା କଥା ବାପାଙ୍କୁ କହୁଥିଲି। ଆଜି ମୁଁ ଅନେକ କିଛି କାମ କରୁଛି, ଅନେକ ନୂଆ କଥା ହାସଲ କରୁଛି, ଏସବୁ ମୋ ଜେଜେଙ୍କ ଠାରୁ ଆସିଛି। ଜେଜେ ମୋତେ ଜାମ୍ମୁର ରାଜା ବୋଲି ଡାକୁଥିଲେ। ତାଙ୍କରି ପ୍ରେରଣା ମୋତେ ଆଜି ଏଠାରେ ପହଞ୍ଚେଇଛି।

ବାପାଙ୍କ ଅବଦାନ

image


ମୋ ବାପା ଜଣେ ସ୍ନାୟୁ ରୋଗ ଚିକିତ୍ସକ ଥିଲେ। ବାସ୍ତବରେ ସେ ହେଉଛନ୍ତି ଜାମ୍ମୁ ର ପ୍ରଥମ ସ୍ନାୟୁରୋଗ ଡାକ୍ତର। ଜମ୍ମୁରେ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ତାଙ୍କର ଅକ୍ଲାନ୍ତ ପରିଶ୍ରମ ମୁଁ ଦେଖିଛି। ଯେତେବେଳେ ବି ମୁଁ ଡାକ୍ତରଖାନାକୁ ଯାଇଛି ତାଙ୍କୁ ଅହରହ କାମରେ ବ୍ୟସ୍ତ ଥିବାର ଦେଖିଛି। ସବୁଠୁ ଉତ୍ତମ ସେବା ଯୋଗାଇଦେବାକୁ ସେ ଅକ୍ଲାନ୍ତ ପରିଶ୍ରମ କରୁଥିଲେ। ତାପରେ ମଧ୍ୟ ରାତିରେ ପ୍ରତିଦିନ କିଛି ନ କିଛି ପୁସ୍ତକ ପଢୁଥିଲେ। ବିଶେଷ କରି ଔଷଧ ସମ୍ପର୍କିତ ପୁସ୍ତକ ପ୍ରତିଦିନ ପଢୁଥିଲେ। ଏହି ଭଳି ଅଭ୍ୟାସ ୨୫ବର୍ଷ ଧରି ଚାଲୁ ରଖିଛନ୍ତି। ସେ ଶିଖିବାକୁ, ଉନ୍ନତି କରିବାକୁ ଓ ନିୟମିତ ଭାବେ ନିଜକୁ ସବିଶେଷ ତଥ୍ୟରେ ପ୍ରସ୍ତୁତ ରଖିବାକୁ ଚାହୁଁଥିଲେ।

ଦିନେ ବାପା ୧୮ ଘଣ୍ଟାର ଅପରେସନ ସଋ ବାହାରକୁ ବାହାରିବା ପରେ ମୁଁ ତାଙ୍କୁ ପଚାରିଲି, “ତୁମକୁ କଣ ଠକା ଲାଗେନି?” ବାପା ଉତ୍ତର ଦେଲେ ମୁଁ ଯେତେବେଳେ ରୋଗୀର ପରିବାର ଲୋକଙ୍କ ମୁହଁକୁ ଚାହେଁ, ସେତେବେଳେ ମୋର ସବୁ କ୍ଳାନ୍ତି ଉଭେଇଯାଏ। ସେମାନଙ୍କ ଖୁସିହିଁ ମୋ ପାଇଁ ସବୁଠୁ ବଡ ପୁରସ୍କାର। ସେଥିରୁ ହିଁ ମୋ ପ୍ରାଣକୁ ଶକ୍ତି ମିଳିଥାଏ। ଏଠାରେ କହିବାକୁ ଚାହିଁବି ଯେ ମୋ ମାଁ ମଧ୍ୟ ଜଣେ ଡାକ୍ତର ଥିଲେ। ମୁ ଜନ୍ମ ହେବା ପରେ ସେ କାମ ଛାଡିଦେଲେ। ମୁଁ ମାଁଙ୍କ ଠାରୁ ହିଁ ସ୍ନେହ, ସୌହାର୍ଦ୍ୟ ଓ ନିସ୍ଵାର୍ଥପର ଶିଖିଛି। ତାଙ୍କ କଥା କହିଲେ ମୋ ଆଖିରୁ ଲୁହ ଝରିଆସେ।

IIT ଓ ଏରୋସ୍ପେସ ଇଞ୍ଜିନିୟରିଂ

image


କିଛିଦିନ ପାଇଁ ମୋ ମାତାପିତା ସାଉଦି ଆରବରେ ରହିଥିଲେ। ମୋର ମାନେ ଅଛି ସେ ସମୟରେ ‘ଟାଇଡ’ ନାମକ ଲୁଗାଧୁଆ ପାଉଡରର ପ୍ରତି ପ୍ୟାକେଟରେ ଗୋଟିଏ ଡିଜିଟାଲ ହାତଘଣ୍ଟା ଦିଆଯାଉଥିଲା। ଅଧିକରୁ ଅଧିକ ଡିଟରଜେଣ୍ଟ କିଣି ଆହୁରି ଘଣ୍ଟା ପାଇବାକୁ ମୁଁ ମାଆଙ୍କୁ ଅନୁରୋଧ କରୁଥିଲି। ମୁଁ ପିଲାଟି ଦିନରୁ ଗଣିତ ଓ ବୈଷୟିକ ବିଦ୍ୟା ପ୍ରତି ଆଗ୍ରହୀ ଥିଲି। ମୁଁ ଯେତେବେଳେ ଏକାଦଶ ଓ ଦ୍ଵାଦଶ ଶ୍ରେଣୀରେ ପଢୁଥିଲି ସେତେବେଳେ କଳ୍ପନା ଚାଉଲାଙ୍କ ନାମ ଚାରିପଟେ ଖ୍ୟାତି ଲାଭ କରିଥିଲା। ମୋର ଅନେକ ସମ୍ପର୍କୀୟ ଚଣ୍ଡୀଗଡରେ ରହୁଥିଲେ ଏବଂ କଳ୍ପନା ଚାଉଲା ମଧ୍ୟ ଚଣ୍ଡିଗଡର ଝିଅ ଥିଲେ। ତେଣୁ ତାଙ୍କ ବିଷୟରେ ହିଁ ଆମେ ଅଧିକ କଥାବାର୍ତ୍ତା କରୁଥିଲୁ। ସେସମୟରେ ମୁଁ ସ୍ଥିର କଲି ଯେ ନିଜେ ଜେନ ମହାକାଶ ବିଜ୍ଞାନୀ ହେଇ ନାସାରେ କାମ କରିବି। ଏହି ଆଶାରେ ମୁ IITରେ ଏରୋସ୍ପେସ ଇଞ୍ଜିନିୟରିଂରେ ନାମ ଲେଖାଇଲି। ତାପରେ କ୍ଳାସରେ ପାଠ ପଢିଲା ବେଳେ ମୋତେ ଲାଗିଲାମୁ ଆକାଶରେ ଉଡିବାକୁ ଚାହେଁ। ମୋତେ ଲାଗିଲା ଉଡାଜାହାଜ କିପରି ତିଆରି ହୁଏ ସେ ବିଷୟରେ ମୁ ପଢିବାକୁ ଚାହୁଁଛି। ପରେ ଯେତେକ ମୋର କମ୍ପାନୀର ଗ୍ରାହକ ମାନେ ଆପଣ କିପରି ଏକାମକୁ ତାହେଲେ ଆସିଲେ ବୋଲି ପ୍ରଶ୍ନ କରନ୍ତି ଓ ମୁ ଉତ୍ତର ଦିଏ, “ଏଇଟା କିଛି ରକେଟ ବିଜ୍ଞାନ ନୁହେ ଆଉ ମୁଁ ଜଣେ ରକେଟ ଇଞ୍ଜିନିୟର।“ ତାପରେ ବମ୍ବେ ହେଉଛି ଏପରି ଏକ ସ୍ଥାନ ଯେଉଁଠିଆପଣ ସବୁକିଛି ପାଇପାରିବେ। ଭିନ୍ନ ଭିନ୍ନ ପ୍ରକାରର ଲକ୍ଷଲକ୍ଷ ଚିନ୍ତା ଧାରା ଏଠାରେ ଏକ ସାଙ୍ଗରେ ଦେଖିବାକୁ ମିଳିଥାଏ। ଏଠାରେ ହିଁ ଆପଣଙ୍କ ଦୃଷ୍ଟିଭଙ୍ଗୀ ବଦଳିବା ସହ ଆହୁରି ପ୍ରସାରିତ ହେବ। ମୋ ସଫଳତା ପାଇଁ ମୁ IITକୁ କୃତଜ୍ଞତା ଜଣାଇବାକୁ ଚାହେଁ।


ସମୟ ନଷ୍ଟ କରନ୍ତୁ ନାହିଁ ,ତୁରନ୍ତ କାର୍ଯ୍ୟ ଆରମ୍ଭ କରନ୍ତୁ !

ଶିକ୍ଷା ପାଇଁ ମୋର ଏକ ପ୍ରକାର କ୍ଷୁଧା ରହିଛି । ମୋ ନିଜ ଦୃଷ୍ଟିଭଙ୍ଗୀରେ ସମସ୍ୟାକୁ ଚିହ୍ନଟ କରିବାର ଚେଷ୍ଟା ସଦାବେଳେ ଜାରିରଖିଥାଏ । ମୁଁ ହୁଏତ ଭୁଲକରିପାରେ ..........କିନ୍ତୁ ସେହି ଭୁଲ ଗୁଡିକ ମୋର ଉନ୍ନତି ପଥରେ ସହାୟକ ହେବ । ମୁଁ କୌଣସି ଏକ ବଡ କମ୍ପାନୀରେ ସମୀକ୍ଷକ ହେବାକୁ ଚାହେଁ ନାହିଁ, କାରଣ ସେଠାରେ ଅନ୍ୟମାନେ ଯାହା କରନ୍ତି ମତେ ତାହା ଶିଖିବାକୁ ପଡିବ । ମୁଁ ସଦାବେଳେ ନୂଆ କଥା ଶିଖିବାକୁ ଚାହେଁ; ନୂଆ କଥା ଦେଖିବାକୁ ଚାହେଁ, ନିଜ ଢଙ୍ଗରେ ନିଜ ସମୟରେ । ଖୁବ ସୋଚନା ହୈ, ସମାଝନା ହୈ । କାରଣ ମୋଟରେ ଆମକୁ ଗୋଟିଏ ମାତ୍ର ଜୀବନ ମିଳିଛି ।କାମ ଆରମ୍ଭ କରିବା ହେଉଛି ଏକ ପ୍ରାକୃତିକ ପ୍ରକ୍ରିୟା ।

ହାଉସିଂ ଡଟ କମ୍, କାହିଁକି ?

ଜମିଜମା ସମ୍ପତି ହେଉଛି ଏକ ମୌଳିକ ଆବଶ୍ୟକତା । ପ୍ରତ୍ୟକ ଙ୍କ ଜୀବନରେ ଏହା ଖୁବ ଗୁରୁତ୍ଵ ପୂର୍ଣ୍ଣ ।ରହିବା ପାଇଁ ଆମ ସମସ୍ତଙ୍କୁ ସ୍ଥାନର ଆବଶ୍ୟକତା ରହିଛି । ଆମେ ସମସ୍ତେ ଘର କିଣି ସାରିଛୁ କିମ୍ବା କିଣିବାର ଯୋଜନା କରୁଛୁ । କିଛି ଲୋକ ଘରଭଡାରେ ଦେଇଥିବା ବେଳେ ଅନ୍ୟ କିଛି ଲୋକ ଘର ଭଡାରେ ନେଇଥାନ୍ତି ।ତଥାପି ଅନେକ ଲୋକ ନିଜର ଏକ ଘର କରିବାକୁ ସଂଗ୍ରାମ କରିଚାଲିଛନ୍ତି ।ଏ କ୍ଷେତ୍ରରେ ସାମର୍ଥ୍ୟ ,ସ୍ଵଚ୍ଛତା ଏବଂ ସବୁଠାରୁ ଗୁରୁତ୍ଵପୂର୍ଣ ପାରଦର୍ଶିତାର ଅଭାବ ରହିଛି । ଆମେ ସମସ୍ତେ ପାରଦର୍ଶିତାକୁ ଅପେକ୍ଷା କରିଥାଉ ।ଏହା ନୁହେଁ କି ?ମୋ ପାଇଁ, ହାଉସିଂ ଡ଼ଟ କମ ହେଉଛି ମୁଁ ଯାହା ଚିନ୍ତା କରିଛି ଏବଂ ଯେଉଁ କାର୍ଯ୍ୟ କରିଚାଲିଛି, ତାର ଏକ ସଂପ୍ରସାରଣ ମାତ୍ର । ଏହି ମାଧ୍ୟମ ଜରିଆରେ ମୁଁ ଲୋକଙ୍କୁ ସାହାଯ୍ୟ କରିପାରିବି । ଏହା ଭିତରେ ମୁଁ ନିଜ ଉଦ୍ଦେଶ୍ୟ ଓ ଅର୍ଥକୁ ଦେଖୁଛି । ମୋ ମନର ପ୍ରଶ୍ନ ହେଲା –ଆମେ କଣ କିଛି ପାର୍ଥକ୍ୟ ସୃଷ୍ଟି କରିପାରିବାକି ? ମୋର ମନେ ଅଛି ବାଙ୍ଗାଲୋରରେ ଜଣେ ଯୁବତୀ ମୋତେ ଏକ ଇ’ ମେଲ ରେ ଲେଖିଲେ –“ଧନ୍ୟବାଦ,ଅଦ୍ଵିତୀୟ : ଆମେ ଯେଉଁ ପ୍ରକାର ଘରଟିଏ ଚାହୁଁଥିଲୁ, ହାଉସିଂ ଡ଼ଟ କମ ରୁ ଆମେ ତାହା ପାଇଛୁ । ମୋର ଆଈ ଙ୍କ ବୟସ ହେଉଛି ୭୦ ବର୍ଷ ଏବଂ ସେ ବାରମ୍ବାର ଅସୁସ୍ଥ ହୋଇଥାନ୍ତି । ତେଣୁ ଆମେ ଏଭଳି ଏକ ଘର ଚାହୁଁଥିଲୁ ଯାହା ପାଖରେ ଡାକ୍ତରଖାନା ରହିଥିବ । ଆମେ ଆପଣଙ୍କ ପୋଡଶୀ ଖୋଜା ଆପ୍ଲିକେସନ ଜରିଆରେ ଠିକ ସେପରି ଏକ ପାଇଛୁ”। ମୋତେ ଖୁବ ଖୁସି ଲାଗିଲା।ମୋତେ ଲାଗିଲା ଆମେ ଏହାହିଁ କରିବାକୁ ଚାହୁଁଚୁ ।ଏହି ମେଲଟିରୁ ମୁଁ ସବୁକଥା ବୁଝିଗଲି । ଆମେ ଯାହା କରୁଛୁ, ତାହା ଖୁବ ଶକ୍ତିଶାଳୀ । ଲୋକଙ୍କ ହାତରେ ଏହା ଯୋଗାଇ ଦେଇ, ଆମେ ସେମାନଙ୍କ ଜୀବନକୁ ସରସ ସୁନ୍ଦର କରିବାରେ ସହାୟକ ହୋଇ ପାରୁଛୁ ।