ଜଣେ ଭାରତୀୟଙ୍କ ଦ୍ଵାରା ନିର୍ଦେଶିତ ଏଇ ପାକିସ୍ଥାନୀ ବିଜ୍ଞାପନ ଫିଲ୍ମ କାହିଁକି ହେଇଛି ଭାଇରାଲ

ଜଣେ ଭାରତୀୟଙ୍କ ଦ୍ଵାରା ନିର୍ଦେଶିତ ଏଇ ପାକିସ୍ଥାନୀ ବିଜ୍ଞାପନ ଫିଲ୍ମ କାହିଁକି ହେଇଛି ଭାଇରାଲ

Monday June 20, 2016,

2 min Read

ଏଇ କାହାଣୀଟି ପଢିବା ନୁହେଁ ବରଂ ଦେଖିବା ଉଚିତ। ଏକ ପାକିସ୍ଥାନୀ ବିଜ୍ଞାପନ ଫିଲ୍ମ, ଜଣେ ଭାରତୀୟଙ୍କ ଦ୍ଵାରା ନିର୍ଦେଶିତ ଆଉ ରମଜାନର ପବିତ୍ର ମାସ ଉପରେ ଆଧାରିତ। ଏହି ଫିଲ୍ମଟି ହେଇଛି ଏବେ ସୋସିଆଲ ମିଡିଆରେ ଭାଇରାଲ। ଏବକାର ବିଜ୍ଞାପନ ଫିଲ୍ମ ମାନଙ୍କ ମଧ୍ୟରେ ବୋଧ ହୁଏ ସବୁଠାରୁ ସୁନ୍ଦର ଏଇ ଫିଲ୍ମଟି ଓ ସାଥିରେ ଅଛି ଏକ ବଳିଷ୍ଠ ସାମାଜିକ ବାର୍ତ୍ତା।

Image: Youtube

Image: Youtube


‘The Lunchbox’ (୨୦୧୩), Bombay Velvet’ (୨୦୧୫) ଓ ‘Dev.D’(୨୦୦୯) ପରି ଫିଲ୍ମର ଲେଖକ ଭସନ ବାଲାଙ୍କ ଦ୍ଵାରା ନିର୍ଦେଶିତ ଏହି ଫିଲ୍ମଟିକୁ ୬ ଲକ୍ଷରୁ ଅଧିକ ଭିଉ ମିଳିସାରିଛି। ସର୍ଫ ଏକ୍ସେଲ ପାକିସ୍ତାନର ଫେସବୁକ ପେଜ ରେ ଏହା ଗତ ଶୁକ୍ରବାର ଦିନ ପୋଷ୍ଟ କରାଯାଇଥିଲା। ଏଇ ଦୁଇ ମିନିଟ ଲମ୍ବା ଭିଡିଓର ହିରୋ ହେଲା ଏକ ଗୁଲୁଗୁଲିଆ ଛୋଟ ପୁଅ ଯିଏ ନିଜର ସବୁଠାରୁ ଭଲ ଓ ନୂଆ କୁର୍ତା ଖଣ୍ଡିକ ପିନ୍ଧି ବଡ ଉତ୍ସାହର ସହ ରାସ୍ତାକୁ ଦୌଡିଯାଏ। ଇଫତାର (ଓପାସ ଭଙ୍ଗ) ପୂର୍ବରୁ ନିଜ ସାଙ୍ଗ ମାନଙ୍କୁ ଭେଟିବା ପାଇଁ।

ସେଠାରେ ତା’ର ନଜର ଯାଏ ଜଣେ ବୃଦ୍ଧ ଠେଲାବାଲା ଯିଏ ତାଙ୍କ ଠେଲାରେ ସିଙ୍ଗଡା ଓ ଜିଲାପି ବିକିବାକୁ ଆଣିଥାନ୍ତି। ତାଙ୍କର ଠେଲାଟି ଗଳି ରାସ୍ତାର ଏକ ଗାତ ଭିତରେ ପଡିଯାଇଥାଏ। ବୃଦ୍ଧ ଜଣକ ଅନେକ ଚେଷ୍ଟା କରି ମଧ୍ୟ ଗାଡିଟିକୁ ସେଠାରୁ ଉଠେଇ ପାରୁନଥାନ୍ତି। ନା, ଏଇ ଛୋଟ ପିଲା ମାନେ ସନୀ ଦେଓଲଙ୍କ ଭଳି ତାଙ୍କ କୁନି କୁନି ହାତରେ ଜୋର ଲଗାଇ ଗାଡିଟିକୁ ଉଠାନ୍ତି ନାହିଁ, ବରଂ ଏଇ ହିରୋର କୁନି ମୁଣ୍ଡକୁ ଆସେ ଏକ ବୁଦ୍ଧି। ସେ ତା’ର କୁର୍ତାରେ କିଛି ଗରମ ସିଙ୍ଗଡା ପୁରାଇ ବଜାର ଭିତରକୁ ଦଉଡି ଯାଏ ଆଉ ଡକା ପକାଇବା ଆରମ୍ଭ କରେ – ଗରମ ସାମୋସା ଲେଲୋ!! ସମୋସାର ଦାଗ ନିଶ୍ଚୟ ଲାଗେ କିନ୍ତୁ କିଛି ଦାଗ ଅନ୍ୟଙ୍କ ସାହାଯ୍ୟ ପାଇଁ ଲାଗିଲେ ଭଲ।

ନିଜେ ଦେଖନ୍ତୁ ନା