ମୃତ ଆର୍ମି ଯବାନଙ୍କ ପତ୍ନୀ, ଦିନେ ଶଶୁରଘରୁ ହେଇଥିଲେ ବିତାଡ଼ିତ, ଆଜି ନିଜେ ଆର୍ମି ଅଫିସର

ମୃତ ଆର୍ମି ଯବାନଙ୍କ ପତ୍ନୀ, ଦିନେ ଶଶୁରଘରୁ ହେଇଥିଲେ ବିତାଡ଼ିତ, ଆଜି ନିଜେ ଆର୍ମି ଅଫିସର

Saturday September 24, 2016,

2 min Read

ନିଧି ଦୁବେଙ୍କୁ ସେତେବେଳେ ମାତ୍ର ୨୫ ବର୍ଷ ବୟସ ହୋଇଥାଏ ଯେବେ ତାଙ୍କ ସ୍ଵାମୀ ମୁକେଶ କୁମାର ଦୁବେ, ଭାରତୀୟ ଆର୍ମିର ଜଣେ ଜବାନ ହୃଦଘାତରେ ସେପାରିକୁ ଚାଲିଗଲେ। ସେତେବେଳେ ୪ ମାସର ଗର୍ଭବତୀ ନିଧିଙ୍କୁ ଶଶୁର ଘର ଲୋକେ ମାତ୍ର ଦୁଇ ଦିନ ଭିତରେ ଘରୁ ବାହାର କରିଦେଲେ ଓ ତାଙ୍କ ସହ ସମସ୍ତ ସମ୍ପର୍କ କାଟିଦେଲେ।

Image : <a href=

Image :

Dainik Bhaskara12bc34de56fgmedium"/>

ନିଧିଙ୍କ ପାଖରେ ନିଜ ବାପା ମା’ଙ୍କ ଘରକୁ ଫେରିଯିବା ଛଡ଼ା କୌଣସି ରାସ୍ତା ନଥିଲା। ଅନେକ ଦିନ ଅବସାଦଗ୍ରସ୍ତ ହୋଇ ରହିବା ପରେ ସାଗର, ମଧ୍ୟପ୍ରଦେଶର ଏଇ ବାସିନ୍ଦା ନିଶ୍ଚୟ କଲେ ଜୀବନ ସଂଘର୍ଷରେ ସେ ହାରିଯିବେନାହିଁ ଓ ଛାତିକୁ ଦମ୍ଭ କରି ଲଢେଇ କରିବେ। ତାଙ୍କର ପୁତ୍ର ସନ୍ତାନ ସୂୟଶର ଜନ୍ମ ତାଙ୍କୁ ଆଉ ଥରେ ଜୀବନକୁ ନୂଆ ରୂପେ ଆରମ୍ଭ କରିବା ପାଇଁ ଶକ୍ତି ଯୋଗାଇଲା। ତାଙ୍କ ମା’ ତାଙ୍କ କୁନିପୁଅର ଦେଖାରେଖା କଲେ ଓ ନିଧି ଇନ୍ଦୋର ଯାଇ ସେଠାରେ ଏମବିଏ କଲେ। ଏମବିଏ ପରେ ଦେଢ ବର୍ଷ ଏକ କମ୍ପାନୀରେ ମଧ୍ୟ ଚାକିରୀ କଲେ (ପତ୍ରିକାର ଏକ ରିପୋର୍ଟ ଅନୁସାରେ)।

ନିଜର ସ୍ଵର୍ଗତଃ ସ୍ଵାମୀଙ୍କର ଆର୍ମିରେ ଥିବା କିଛି ସିନିୟରଙ୍କ ପରାମର୍ଶରେ ସେ Services Selection Board (SSB) ପରୀକ୍ଷାରେ ବସିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ନିଜକୁ ଶାରୀରିକ ଭାବେ ଏଥିପାଇଁ ପ୍ରସ୍ତୁତ କରିବାକୁ ଲାଗିପଡ଼ିଲେ ନିଧି। ପ୍ରତିଦିନ ଭୋର ଚାରିଟାରୁ ଶଯ୍ୟା ତ୍ୟାଗ କରି ପାଞ୍ଚ କିଲୋମିଟର ଦଉଡିବା ଆରମ୍ଭ କଲେ। ଦିନବେଳା ସାଗରରେ ଥିବା ଏକ ଆର୍ମି ସ୍କୁଲରେ ଶିକ୍ଷକତା କରୁଥିଲେ। ତାଙ୍କ ପୁଅ ସୂୟଶ ଏବେ ସେହି ସ୍କୁଲର ଛାତ୍ର। ରାତ୍ରୀ ସମୟରେ ପରୀକ୍ଷା ନିମନ୍ତେ ପଢାପଢି କରୁଥିଲେ (ଦୈନିକ ଭାଷ୍କରର ଏକ ରିପୋର୍ଟ ଅନୁସାରେ)।

ପାଞ୍ଚଟି ପ୍ରୟାସ ଓ କଠିନ ପରିଶ୍ରମ ପରେ ନିଧି SSB ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଚେନ୍ନାଇ ଠାରେ ୩୦ ସେପ୍ଟେମ୍ବର ଠାରୁ ଆରମ୍ଭ ହେବ ତାଙ୍କର ଟ୍ରେନିଙ୍ଗ। ନିଜ ସ୍ଵାମୀଙ୍କ ଦେଖିଥିବା ସ୍ଵପ୍ନକୁ ପୂରଣ କରିବାର ଆକାଂକ୍ଷା ନେଇ ନିଧି ଭାରତୀୟ ଆର୍ମିରେ ଯୋଗ ଦେବାକୁ ଯାଉଛନ୍ତି।