ହିମାଳୟ ପାଦଦେଶରେ ମହିଳାଙ୍କ ସଶକ୍ତ କରୁଥିବା ‘ସ୍ତ୍ରୀଶକ୍ତି’

ହିମାଳୟ ପାଦଦେଶରେ ମହିଳାଙ୍କ ସଶକ୍ତ କରୁଥିବା ‘ସ୍ତ୍ରୀଶକ୍ତି’

Wednesday November 25, 2015,

3 min Read

କୁହାଯାଏ ପରିବର୍ତ୍ତନ ଘରୁ ହିଁ ଆରମ୍ଭ ହୋଇଥାଏ। ଚିନ୍ନି ସ୍ଵାମୀଙ୍କ ପାଇଁ ଏହା ବାସ୍ତବରେ ପରିଣତ ହୋଇଛି, ଯେତେବେଳେ ଉତ୍ତରାଞ୍ଚଳରେ ନିଜ ଗାଁ ପୁରକାଲରେ ନିଜ ଘରେ ଜଣେ ମହିଳାଙ୍କ ସହାୟତାରେ ସ୍ତ୍ରୀଶକ୍ତିର ଆରମ୍ଭ କରିଥିଲେ।

image


2001ରେ ଚିନ୍ନି ଏବଂ ତାଙ୍କ ପତି ସ୍ଵାମୀ ରହୁଥିବା ଜାଗା ଛାଡ଼ି ହିମାଳୟର ପାଦଦେଶରେ ଯେକୌଣସି ସ୍ଥାନରେ ବସବାସ କରିବାକୁ ଇଚ୍ଛା ପ୍ରକାଶ କଲେ। ବହୁ ଲୋକଙ୍କ ପାଇଁ ହିମାଲୟର ପାଦଦେଶ କହିଲେ ଆକର୍ଷିତ କରୁଥିବା ସହର ଡେରାଡୁନ ବା କୌଣସି ଦୃଶ୍ୟପଟ ଭଳି ଦେଖାଯାଉଥିବା ହିଲ ଷ୍ଟେସନ ମସୁରୀ ବୁଝାଇଥାଏ। ଏହି ସ୍ଵାମୀଦମ୍ପତ୍ତି ଡେରାଡୁନ ଏବଂ ମସୁରୀ ମଧ୍ୟରେ ଥିବା ଏକ ଛୋଟ ଗାଁ ପୁରକଲକୁ ଜୀବ ପାଇଁ ସ୍ଥିର କରିଥିଲେ।

ପାଖ ଗାଁର ଛୋଟପିଲାମାନଙ୍କୁ ପଢ଼ାଇବା ଲକ୍ଷ୍ୟରେ ସ୍ଵାମୀ ଏକ ସ୍କୁଲ ପ୍ରତିଷ୍ଠା କଲେ ଏବଂ ଚିନ୍ନି ସେହି ଅଞ୍ଚଳର ମହିଳାମାନଙ୍କୁ ଏକ ଅଳ୍ପ ଜଣାଶୁଣା ରେଜେଇ ତିଆରିର ଶିଳ୍ପକଳା ଶିଖାଇବାକୁ ସ୍ଥିର କଲେ। ଧିରେଧିରେ କିଛି ବର୍ଷ ପରେ ନିଜର ଉଦ୍ୟୋଗ ସ୍ତ୍ରୀଶକ୍ତି ମାଧ୍ୟମରେ ରେଜେଇ ତିଆରିର ଏହି କଳାକୁ ବିଶ୍ଵରେ ପରିଚିତ କରାଇଲେ।

କିଛିବର୍ଷ ତଳେ ମୁଁ ପ୍ରଥମଥର ପାଇଁ ପୁରକଲ ଗାଁକୁ ଆସିଥିଲା। ଏହି ଉଦ୍ୟୋଗକୁ ସମର୍ଥନ କରି ମୁଁ ଏଠାରେ ରହିଆସିଛି। ଚିନ୍ନି ସ୍ଵାମୀ ନିଜ ଅସାଧାରଣ ଯାତ୍ରା ସଂପର୍କରେ କଥାବାର୍ତ୍ତାରେ ଏହା ପ୍ରକାଶ କରନ୍ତି।

image


ଜଣେ ମହିଳାଙ୍କୁ ନେଇ ଆରମ୍ଭ

ଆରମ୍ଭ ଦିନଗୁଡ଼ିକୁ ମନେପକାଇ ଚିନ୍ନି ନମ୍ର ଭାବରେ କୁହନ୍ତି, “ମୁଁ ଆମ ଗାଁର ଜଣେ ଗରିବ ମହିଳାଙ୍କୁ ସାହାଯ୍ୟ କରିବାକୁ ଚାହିଁଥିଲି। ସିଲେଇ କାମରେ ମୋର ସବୁବେଳେ ମୂଳରୁ ଆଗ୍ରହ ରହିଥିଲା ଏବଂ ମିଳିତ ଭାବରେ ଆମେ କିଛି ରେଜେଇ ସିଲାଇ କରିଥିଲୁ। ଯେତେବେଳେ ସେଗୁଡ଼ିକୁ ଅନ୍ୟମାନେ ପସନ୍ଦ କଲେ, ଆମେ ଗାଁର ମହିଳାମାନଙ୍କ ପାଇଁ ଏହାକୁ ନେଇ ଏକ ପ୍ରକଳ୍ପ ଆରମ୍ଭ କରିପାରିବୁ।”

ବର୍ତ୍ତମାନ ସ୍ତ୍ରୀଶକ୍ତି ଏକ ଅଣଲାଭକାରୀ ପ୍ରତିଷ୍ଠାନ ଯାହା ମହିଳାଙ୍କୁ ସଶକ୍ତ କରି କପଡ଼ା ସାମଗ୍ରୀ ଯେପରିକି- ରେଜେଇ, ତକିଆ ଖୋଲ, ବ୍ୟାଗ ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରିଥାଏ। “ରେଜେଇ ସିଲାଇ ଏବଂ କନ୍ଥା ଶିଳ୍ପରେ ଆମର ପାରଦର୍ଶିତା ରହିଛି” ବୋଲି ଗର୍ବର ସହିତ ଚିନ୍ନି ପ୍ରକାଶ କରିଥାନ୍ତି।

ସେତେବେଳେ ଜଣେ ମହିଳାଙ୍କୁ ନେଇ ଆରମ୍ଭ କରାଯାଇଥିବା ଶିଳ୍ପ ବଢ଼ି ବଢ଼ି ବର୍ତ୍ତମାନ ତାହା 130ଜଣିଆ ଦଳରେ ପହଞ୍ଚିଛି। ଏହି ଦଳରେ ଉତ୍ପାଦ ନିର୍ମାଣକାରୀ, ଡିଜାଇନର, ହିସାବରକ୍ଷକ, ପର୍ଚେଜ୍ ଆଣ୍ଡ ମାର୍କେଟିଙ୍ଗ ମ୍ୟାନେଜର, ଷ୍ଟୋର ମ୍ୟାନେଜର, ଅଫିସ ଆସିଷ୍ଟାଣ୍ଟ, ମାନ ପରୀକ୍ଷକ ଏବଂ ଟ୍ରେନି ଆଦି ମହିଳା ରହିଛନ୍ତି।

ପୁରକାଲ ଠାରେ ସେମାନଙ୍କର ଥିବା ମହିଳା କେନ୍ଦ୍ରରେ ସେମାନଙ୍କ ପ୍ରସ୍ତୁତ ଉତ୍ପାଦ ବିକ୍ରୀ କରାଯାଇଥାଏ। ଏହା ବ୍ୟତୀତ ଅନଲାଇନ ଏବଂ ଦେଶରେ ଚାଲୁଥିବା ପ୍ରଦର୍ଶନୀମାନଙ୍କର ବି ସେମାନଙ୍କ ଉତ୍ପାଦ ବିକ୍ରୀ କରାଯାଇଥାଏ। ଆମେରିକା ଏବଂ ଇଂଲଣ୍ଡରେ ମଧ୍ୟ ସହଭାଗିତାରେ ସେମାନଙ୍କର ବିକ୍ରୟ କେନ୍ଦ୍ର ରହିଛି।

ଉଦ୍ୟୋଗ ପରିଚାଳନା ଏବଂ ଚ୍ୟାଲେଞ୍ଜ ଏକା ସାଥେ ଥାନ୍ତି

ଏକ ନିର୍ଦ୍ଦିଷ୍ଟ ଧାରାରେ ବ୍ୟବସାୟ ବୃଦ୍ଧି ହେଉଥିବା ବେଳେ, ସଂସ୍ଥା ଉତ୍ପାଦ ନିର୍ମାଣ ଏବଂ ଋତୁକାଳୀନ ବଜାରରେ ଚାହିଦା ପୂରଣ ଭଳି ସମସ୍ୟାର ସମ୍ମୁଖୀନ ହେଉଛି। “ସାରା ବର୍ଷ ପାଇଁ ଆମକୁ ଉତ୍ପାଦ ମହଜୁଦ କରି ରଖିବାର ଆବଶ୍ୟକତା ପଡୁଛି ଏବଂ ବେଳେବେଳେ ଆମେ ଏହାକ ଚାରିରୁ ପାଞ୍ଚମାସ ପାଇଁ ମହଜୁଦ କରି ପାଖରେ ରଖିପାରୁଛୁ। ଏହି ମହଜୁଦ ପରିମାଣ ଆମ କାମର ପୁଞ୍ଜି” ବୋଲି ଚିନ୍ନି କହିଥାନ୍ତି।

ଆର୍ଥିକ ସଂକଟର ସାମନା ଅନ୍ୟ ଏକ ପ୍ରମୁଖ ପ୍ରତିବନ୍ଧକ। ସେମାନଙ୍କ ଉନ୍ନତି ଅପେକ୍ଷା ବ୍ୟବସାୟର ମାନ ବୃଦ୍ଧି ପାଇଁ ଏହା ଅଧିକ ଆବଶ୍ୟକ ବୋଲି ଚିନ୍ନି କୁହନ୍ତି। “ଉନ୍ନତିମୂଳକ କାର୍ଯ୍ୟକ୍ରମ ସଂସ୍ତାର ପ୍ରଗତି ପାଇଁ ଅତ୍ୟନ୍ତ ଆବଶ୍ୟକ। ବହୁ ମହିଳାଙ୍କର ପିଲାମାନେ ରହିଛନ୍ତି ଯେଉଁମାନେ ଏବେ ସ୍କୁଲ ଯାଉଛନ୍ତି। ଏହି ମହିଳାମାନେ ଶାନ୍ତିରେ ବସି କାମ କରିବା ପାଇଁ ଆମେ ପିଲାମାନଙ୍କର ଦେଖାଶୁଣା କରିଥାଉ” ବୋଲି ଚିନ୍ନି ପ୍ରକାଶ କରନ୍ତି। ଏହା ବ୍ୟତୀତ ସ୍ତ୍ରୀଶକ୍ତି ମହିଳାମାନଙ୍କ ସ୍ଵାସ୍ଥ୍ୟ ସୁରକ୍ଷା ପାଇଁ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥାନ୍ତି ଏବଂ ସେମାନଙ୍କୁ ଡାକ୍ତରୀ ସହାୟତା ଯୋଗାଇଥାଉ। ଏହା ବ୍ୟତୀତ ସଂସ୍ଥାକୁ ଆସି କାମ କରିବା ପାଇଁ ଗାଁରୁ ମହିଳାମାନଙ୍କ ପାଇଁ ପରିବହନର ସେବା ଯୋଗାଇ ଦିଆଯାଇଛି।

image


କିଛି ଯାତ୍ରା ବହୁ ମୂଲ୍ୟବାନ ହୋଇଥାଏ

ଆଜି ପୁରକଲ ସହିତ ଆଖପାଖର 15ଟି ଗାଁର ମହିଳାମାନେ ସ୍ତ୍ରୀଶକ୍ତି ସହିତ କାର୍ଯ୍ୟରତ। ଏହାର ପ୍ରଭାବ ବିଷୟରେ ଚିନ୍ନି କୁହନ୍ତି, “ମହିଳାମାନେ ପ୍ରତିମାସରେ ଘରକୁ ଟଙ୍କା ଆଣୁଥିବାରୁ, ସେମାନେ ନିଜ ପରିବାରରେ ଭଲ ସମ୍ନାନ ପାଇଥାନ୍ତି ଏବଂ ଏହା ସେମାନଙ୍କ ଆତ୍ମବିଶ୍ଵାସର ସ୍ତରକୁ ଆହୁରି ସୁଦୃଢ଼ କରିପାରିଛି।” ଆର୍ଥିକ ସ୍ଵଚ୍ଛଳତା ଏବଂ ସମାଜରେ ମିଳୁଥିବା ସେମାନଙ୍କୁ ଉପଯୁକ୍ତ ସ୍ଥାନ ବ୍ୟତୀତ ମହିଳାମାନେ ଯେଉଁଠି ଅଧିକ ମାନସିକ ସମର୍ଥନ ପାଇଥାନ୍ତି ଏବଂ ଅନ୍ୟମାନଙ୍କ ଭଳି ନିଜକୁ ଦେଖିବାକୁ ପାଇଥାନ୍ତି ସେଭଳି ଏକ ସଂସ୍ଥା ନିର୍ମାଣ କରି ଚିନ୍ନି ଗର୍ବ ଅନୁଭବ କରନ୍ତି।

ମୁଁ ଯେତେବେଳେ ପ୍ରଥମ ଥର ପାଇଁ ପୁରକାଲ ଆସିଥିଲି, ସେତେବେଳେ ମୋତେ ମୋର ସବୁଠାରୁ ଲମ୍ବା ଯାତ୍ରା ଭଳି ଲାଗିଥିଲା। ଦିଲ୍ଲୀକୁ ବିମାନରେ ଯାତ୍ରା, ସେଠାରୁ ଟ୍ରେନରେ ଡେରାଡୁନ, ତାପରେ ରାଜପୁର ନାମକ ଛୋଟ ସହରକୁ ଟାକ୍ସିରେ ଏବଂ ଶେଷରେ ଏକ ସ୍କୁଲ ବସରେ ଯାହା ମୋତେ ପୁରକାଲକୁ ନେଇ ଆସିଥିଲା। ଯେତେବେଳେ ଏହି ସଂସ୍ଥାର ପ୍ରଭାବ ଗାଁର ମହିଳାମାନଙ୍କ ଉପରେ, ଶିକ୍ଷାକେନ୍ଦ୍ରରେ ହସଖୁସିରେ ଖେଳୁଥିବା ଛୋଟ ପିଲାମାନଙ୍କ ଉପରେ ଏବଂ ଶେଷରେ ସେମାନେ ତିଆରି କରିଥିବା ରଙ୍ଗୀନ ସୁନ୍ଦର ସାମଗ୍ରୀଗୁଡ଼ିକ ଉପରେ ପଡ଼ିଲା, ସେତେବେଳେ ମୁଁ ଉପଲବ୍ଧି କରିଥିଲି କିଛି ଯାତ୍ରା ବହୁ ମୂଲ୍ୟବାନ ହୋଇଥାଏ।

ମୂଳ ଲେଖା - ଅର୍ଚ୍ଚନା ସୁଦ୍ଧେନ୍ଦ୍ରନାଥ

ଭାଷାନ୍ତର - ଜୟନ୍ତ କୁମାର ସାହୁ

Website: Stree Shakti

    Share on
    close