୨୦୧୭ ସୁଦ୍ଧା ରାଜ୍ୟକୁ ଖୋଲାରେ ମଳତ୍ୟାଗ ମୁକ୍ତ ରାଜ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ଓଡିଶା ସରକାର

0

ଓଡିଶା ସରକାର ରାଜ୍ୟକୁ ଖୋଲା ମଳତ୍ୟାଗ ମୁକ୍ତ ରାଜ୍ୟ କରିବାକୁ ଯୋଜନା କରିଛନ୍ତି । ୨୦୧୬ ଡିସେମ୍ବରରୁ ୨୦୧୭ ଡିସେମ୍ବର ମଧ୍ୟରେ ଲକ୍ଷ୍ୟ ପୂରଣ କରିବା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ଚଳିତ ବର୍ଷ ଅଗଷ୍ଟ ମାସ ୧୫ ତାରିଖ ସୁଦ୍ଧା ଅତି କମରେ ୫ ରୁ୧୫ଟି ଗ୍ରାମପଂଚାୟତ ଓ ଅକ୍ଟୋବର ସୁଦ୍ଧା ଗୋଟିଏ ବ୍ଲକକୁ ଖୋଲା ମଳତ୍ୟାଗ ମୁକ୍ତ କରିବା ପାଇଁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଏ ନେଇ ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନସ୍ ମାଧ୍ୟମରେ ଆଲୋଚନା କରିଥିଲେ । ସ୍ଵଚ୍ଛତା ଓ ପାଇଖାନା ବ୍ୟବହାର ନେଇ ଲୋକମାନଙ୍କ ମଧ୍ୟରେ ମାନସିକତାରେ ପରିବର୍ତ୍ତନ ଆଣିବାକୁ ସେ ଗୁରୁତ୍ୱ ଦେଇଥିଲେ । ସ୍ୱୟଂ ସହାୟିକା ଗୋଷ୍ଠୀ, ସ୍ୱେଛାସେବୀ, ଗ୍ରାମ କମିଟିକୁ ନିୟୋଜିତ କରି କମ୍ୟୁନିଟି ଲେଡ ଟୋଟାଲ ସାନିଟେସନ ମାଧ୍ୟମରେ ଏହି କ୍ୟାମ୍ପେନକୁ ଆଗକୁ ନେବାକୁ ସେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ।

ଗ୍ରାମ୍ୟ ଉନ୍ନୟନ ସଚିବ ପି କେ ମହାପାତ୍ର ତ୍ୱରିତ ଭାବେ ପାଇଖାନା ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇ ଗୋଟିଏ ପରେ ଗୋଟେ ବ୍ଲକକୁ ଖୋଲା ମଳତ୍ୟାଗ ମୁକ୍ତ କରିବାକୁ କହିଥିଲେ । ଗ୍ରାମ୍ୟ ପରିମଳ ଓ ଜଳଯୋଗାଣ ଇଂଜିନିୟରମାନେ ଗୁରୁତର ସହ କାର୍ଯ୍ୟକରି ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟ ହାସଲ କରିବାକୁ ସେ ନିର୍ଦ୍ଧେଶ ଦେଇଥିଲେ । ରାଜ୍ୟ ସରକାର ଗ୍ରାମ୍ୟ ପରିମଳ ଯୋଜନାରେ ୨୦ ଲକ୍ଷ୍ୟ ପାଇଖାନା ନିର୍ମାାଣ କରିବାକୁ ସ୍ଥିର କରିଛନ୍ତି ଏବଂ ପ୍ରାଥମିକତା ଆଧାରରେ ଜିଲ୍ଲାଗୁଡିକରେ ସର୍ଭେ କରାଯାଇ ଯଥାଶୀଘ୍ର ଲକ୍ଷ୍ୟ ପୂରଣ କରାଯିବ ବୋଲି ମଧ୍ୟ କହିଛନ୍ତି ।

ପିଟିଆଇର ସୂଚନା ଅନୁସାରେ, ସର୍ବମୋଟ ୧୫୦୦ CLT ସ୍ଵେଚ୍ଛାସେବୀ ମାନଙ୍କୁ ତାଲିମ ଦିଆଯାଇ ବିଭିନ୍ନ ଜିଲ୍ଲାରେ ନିୟୋଜିତ କରାଯାଇଛି । ଏହି କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରତି ପଂଚାୟତକୁ ଜଣେ ତାଲିମ ପ୍ରାପ୍ତ ସ୍ଵେଚ୍ଛାସେବୀ ଯୋଗାଇ ଦିଆଯିବ ବୋଲି ମହାପାତ୍ର କହିଛନ୍ତି । ରାଜ୍ୟ ଜଳ ଓ ପରିମଳ ମିଶନର ଚିଫ ଏକଜିକ୍ୟୁଟିଭ ଅଫିସର (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ଅଭୟ ବିଶ୍ୱାଳ ଓଡିଏଫ୍ କ୍ୟାମ୍ପେନକୁ ସଫଳ କରବା ପାଇଁ ୟୁନିସେଫ ଓ ଡିଏଫ୍ଆଇଡିର ସହଯୋଗ ନିଆଯିବାକୁ ପଦକ୍ଷେପ ନିଆଯାଉଥିବାର କହିଛନ୍ତି ।

ଦେଓଗଡ, ବୌଦ୍ଧ ଓ ସୋନପୁରକୁ ମାର୍ଚ୍ଚ ୨୦୧୬ ସୁଦ୍ଧା ଖୋଲା ମଳତ୍ୟାଗ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯିବାକୁ ପଦକ୍ଷେପ ନିଆଯାଉଥିବାର ସେ ସୂଚନା ଦେଇଛନ୍ତି ।

a dreamer...a believer...an optimist...I refuse to look at the glass half empty. Its always a glass half full for me..I believe happiness and optimism is contagious. I am determined to spread them everywhere I go... When I am not dreaming, writing and spreading happiness, you can catch me watching food/cooking/cuisines of the world shows on TV..Reach me at ruchismita@yourstory.com

Stories by Ruchi Panigrahi